Bᴇɪɴɢ Hᴜᴍᴀɴ ꜰᴏᴜɴᴅᴀᴛɪᴏɴ _ Bᴀʟᴀɴɢɪʀ

  • Home
  • India
  • Balangir
  • Bᴇɪɴɢ Hᴜᴍᴀɴ ꜰᴏᴜɴᴅᴀᴛɪᴏɴ _ Bᴀʟᴀɴɢɪʀ

Bᴇɪɴɢ Hᴜᴍᴀɴ ꜰᴏᴜɴᴅᴀᴛɪᴏɴ _ Bᴀʟᴀɴɢɪʀ We are not successful until we help others succeed. Official page of being human foundation, balangir, odisha.Ngo

 #ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁଃ ଗୁରୁର୍ଦେବୋ ମହେଶ୍ୱରଃଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ... #ସମସ୍ତଙ୍କୁ ଗୁରୁ ଦିବସର ଶ...
05/09/2026

#ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁଃ ଗୁରୁର୍ଦେବୋ ମହେଶ୍ୱରଃଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ...
#ସମସ୍ତଙ୍କୁ ଗୁରୁ ଦିବସର ଶୁଭେଚ୍ଛା ଏବଂ ଅଭିନନ୍ଦନ...

ରକ୍ତଦାନ ମହାଦାନ — ସ୍ୱର୍ଗତ ସରପଞ୍ଚଙ୍କ ସ୍ମୃତିରେ ଅଭିନବ ଶ୍ରଦ୍ଧାଞ୍ଜଳି 🙏🩸ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ଗ୍ରାମ ...
03/09/2026

ରକ୍ତଦାନ ମହାଦାନ — ସ୍ୱର୍ଗତ ସରପଞ୍ଚଙ୍କ ସ୍ମୃତିରେ ଅଭିନବ ଶ୍ରଦ୍ଧାଞ୍ଜଳି 🙏🩸

ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ଗ୍ରାମ ପଞ୍ଚାୟତର ପ୍ରିୟ ତଥା ଲୋକପ୍ରିୟ ସରପଞ୍ଚ ସ୍ୱର୍ଗତ ବିବେକାନନ୍ଦ ଖମାରୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏକ ମହତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ପୁଣ୍ୟ ତିଥିରେ ପୁଇଁତଳା ବ୍ଲକ ସରପଞ୍ଚ ସଙ୍ଘ ଏବଂ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ (ପୁଇଁତଳା ବ୍ଲକ) ର ମିଳିତ ଉଦ୍ୟମରେ ଅଙ୍କରିଆପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।
ସଂଗୃହୀତ ରକ୍ତ: ମୋଟ ୩୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା..
ମାନ୍ୟବର ବଲାଙ୍ଗୀର ବିଧାୟକ Kalikesh Singh Deo ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ..

ସ୍ୱର୍ଗତ ସରପଞ୍ଚଙ୍କ ଲୋକସେବା ଓ ଆଦର୍ଶକୁ ମନେପକାଇ ସମସ୍ତ ରକ୍ତଦାତା ଭାଇଭଉଣୀ ଆଗେଇ ଆସିଥିଲେ। ଏହି ମହତ କାର୍ଯ୍ୟରେ ଭାଗ ନେଇ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ଏବଂ ଶିବିର ପରିଚାଳନାରେ ସହଯୋଗ କରିଥିବା ସମସ୍ତ ସଦସ୍ୟଙ୍କୁ ହୃଦୟରୁ ଧନ୍ୟବାଦ।

ସ୍ୱର୍ଗତ ବିବେକାନନ୍ଦ ଖମାରୀଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛୁ। 💐

02/09/2026

#ଆସନ୍ତା କାଲି ତା :- 03/09/2026 ରିଖ ଦିନ ପୁଇଁତଲା ବ୍ଲକ ଅଙ୍କାରିଆପଦର ଗ୍ରାପର ସରପଞ୍ଚ ସ୍ବର୍ଗତ ବିବେକା ଖମାରି ଦାଦାଙ୍କ ଶ୍ରାଦ୍ଧ ଦିବସରେ, ଅଙ୍କାରିଆପଦର ପଂଚାୟତ ଅଫିସ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ.. ସମସ୍ତେ ଯୋଗଦେଇ ରକ୍ତଦାନ କରି ଶ୍ରଦ୍ଧାଞ୍ଜଳି ଦେବାକୁ ବିନମ୍ର ଅନୁରୋଧ....

 #ସତେ ଏବେଠୁ ଉସତ ଆନନ୍ଦ ଲାଗଲା ନ  #ହଁ ତ ଆମର ତିହାର ନୁଆଁଖାଇ ପାଖକେ ଆସଲା ନ... #ଗର୍ଜି ଘୁଙ୍ଗରି ବାଜବା ବଜା  #ତାର ସାଙ୍ଗେ ଆମର ଲୋକଗୀତ ...
31/08/2026

#ସତେ ଏବେଠୁ ଉସତ ଆନନ୍ଦ ଲାଗଲା ନ
#ହଁ ତ ଆମର ତିହାର ନୁଆଁଖାଇ ପାଖକେ ଆସଲା ନ...
#ଗର୍ଜି ଘୁଙ୍ଗରି ବାଜବା ବଜା
#ତାର ସାଙ୍ଗେ ଆମର ଲୋକଗୀତ ର ମଜା....
#ନୁଆଁଖାଇଭେଟଘାଟ୨0୨୬
......

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ....
27/08/2026

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ....

25/08/2026
ସମାଜସେବାର ପ୍ରତ୍ୟେକ ପାହାଚରେ ଆମ କାମକୁ ସର୍ବଦା ପ୍ରୋତ୍ସାହିତ କରୁଥିବା ସମସ୍ତ ସମ୍ମାନନୀୟ ସାମ୍ବାଦିକ ଦାଦା ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ...
24/08/2026

ସମାଜସେବାର ପ୍ରତ୍ୟେକ ପାହାଚରେ ଆମ କାମକୁ ସର୍ବଦା ପ୍ରୋତ୍ସାହିତ କରୁଥିବା ସମସ୍ତ ସମ୍ମାନନୀୟ ସାମ୍ବାଦିକ ଦାଦା ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏବଂ କୃତଜ୍ଞତା! ଆପଣମାନଙ୍କ ସହଯୋଗ ଆମକୁ ଆହୁରି ଅଧିକ କାମ କରିବା ପାଇଁ ଶକ୍ତି ଯୋଗାଇଥାଏ।

— ବିଙ୍ଗ ହୁମାନ ଫାଉଣ୍ଡେସନ୍, ବଲାଙ୍ଗୀର

ଅଚିନ୍ହା ଶବର ସାହାରା... ମାନବତାର ଅନ୍ୟନାମ 'ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ'...​🙏ମଣିଷ କୁ ଶେଷ ସମ୍ମାନ ଆମର ମୌଳିକ କର୍ତ୍ତବ୍ୟ  🙏​ଗତ କିଛି ଦି...
23/08/2026

ଅଚିନ୍ହା ଶବର ସାହାରା... ମାନବତାର ଅନ୍ୟନାମ 'ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ'...
​🙏ମଣିଷ କୁ ଶେଷ ସମ୍ମାନ ଆମର ମୌଳିକ କର୍ତ୍ତବ୍ୟ 🙏
​ଗତ କିଛି ଦିନ ତଳେ ବଲାଙ୍ଗୀର ଚୁଡାପାଳି ଛକରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣାରେ ଜଣେ ଅଜଣା ଯୁବକଙ୍କର ଅକାଳ ବିୟୋଗ ହୋଇଥିଲା। ବହୁ ଚେଷ୍ଟା ପରେ ମଧ୍ୟ ମୃତକଙ୍କର କୌଣସି ପରିଚୟ ମିଳିପାରି ନଥିଲା। ଏଭଳି ଏକ ଦୁଃଖଦ ମୁହୂର୍ତ୍ତରେ ମାନବତାର ହାତ ବଢ଼ାଇଛି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ବଲାଙ୍ଗୀର। ସମସ୍ତ ନୀତିକାନ୍ତି ଏବଂ ଧର୍ମୀୟ ରୀତିନୀତି ଅନୁସାରେ ସମ୍ମାନ ଓ ମର୍ଯ୍ୟାଦାର ସହ ଉକ୍ତ ଅଜଣା ଯୁବକଙ୍କ ଶବ ସତ୍କାର କରାଯାଇଛି।
​🕊️ "ଯାହାଙ୍କର କେହି ନାହାଁନ୍ତି, ସେମାନଙ୍କର ସାହା ହେଉଛି ଏହି ଅନୁଷ୍ଠାନ।"
​ସୂଚନାଯୋଗ୍ୟ ଯେ, ଗତ ଦୀର୍ଘ ୧୦ ବର୍ଷ ଧରି ବଲାଙ୍ଗୀର ଅଞ୍ଚଳରେ ଏହିଭଳି ଅଜଣା, ଅଚିନ୍ହା ଏବଂ ଅସହାୟ ଶବଗୁଡ଼ିକୁ ନିଜର କରି, ସେମାନଙ୍କ ଶେଷକୃତ୍ୟ ସମ୍ପନ୍ନ କରିଆସୁଛି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ। ନିଃସ୍ୱାର୍ଥପର ଭାବେ ଏହି ମହତ କାର୍ଯ୍ୟରେ ଜଡ଼ିତ ସମସ୍ତ ସଦସ୍ୟଙ୍କୁ ଅଶେଷ ଧନ୍ୟବାଦ।
​📌

ପ୍ରତେକ ଦିନ ରକ୍ତଦାନ... ବିଙ୍ଗ ହ୍ୟୁମାନର ପେହେଚାନ 🩸ସୀତାରାମ ସାହୁ ଭାଇଙ୍କର ଏହି ମହାନ କାର୍ଯ୍ୟ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଓ ସାଧୁବାଦ। 🙏❤...
22/08/2026

ପ୍ରତେକ ଦିନ ରକ୍ତଦାନ... ବିଙ୍ଗ ହ୍ୟୁମାନର ପେହେଚାନ 🩸

ସୀତାରାମ ସାହୁ ଭାଇଙ୍କର ଏହି ମହାନ କାର୍ଯ୍ୟ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଓ ସାଧୁବାଦ। 🙏❤️

Address

Balangir

Alerts

Be the first to know and let us send you an email when Bᴇɪɴɢ Hᴜᴍᴀɴ ꜰᴏᴜɴᴅᴀᴛɪᴏɴ _ Bᴀʟᴀɴɢɪʀ posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Bᴇɪɴɢ Hᴜᴍᴀɴ ꜰᴏᴜɴᴅᴀᴛɪᴏɴ _ Bᴀʟᴀɴɢɪʀ:

Shortcuts

Share

Category