02/09/2026
ବିଜେପିର ଆଉ ଏକ ମିଛ ପ୍ରଚାରର ପର୍ଦ୍ଦାଫାଶ
ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ବିରୁଦ୍ଧରେ ଥିବା ହେଲିକପଟର ଉଡାଣ ବାବଦ କେସକୁ କୋର୍ଟ ଖାରଜ କରିଦେଇଛନ୍ତି ।
ମାମଲାରେ ବିଜେପି ନେତା ଆକାଶରୁ ତୋଳିଆଣି ମିଛ କହିଥିଲେ । ପରିବହନ ମନ୍ତ୍ରୀଙ୍କ ଠାରୁ ଆଇନ ମନ୍ତ୍ରୀଙ୍କ ଯାଏଁ ଯିଏ ଯାହା ପାରିଲା କହିଥିଲା । ହେଲେ ଆଜି କୋର୍ଟ କହିଲେ, ଅଭିଯୋଗକୁ ପ୍ରମାଣିତ କରିବାକୁ କୈାଣସି ଠୋସ୍ ଦଲିଲ୍ ନାହିଁ ।
ଓଡିଶାବାସୀ ଚିନ୍ତା କରନ୍ତୁ, କେବଳ ରାଜ୍ୟର ଜଳ, ଜମି, ଜଙ୍ଗଲ ଓ ଖଣି ଲୁଟିନେବାକୁ ବିଜେପି ୨୦୨୪ ନିର୍ବାଚନରେ ଏକ ଷଡଯନ୍ତ୍ର ରଚିଥିଲା । ଆଉ ଭି. କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରି ରାଜନୀତି କରିଥିଲା ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ସବୁ ଦେଖୁଛନ୍ତି, ହିସାବ କରିବ କାଳିଆ ।