Abhula Smruti

Abhula Smruti ତମ କଥା ମନେପଡେ

💐କୃଷି ଓଡିଶା ବରମୁଣ୍ଡା 💐16,17,18-02-2023💐💐💐💐
16/02/2023

💐କୃଷି ଓଡିଶା ବରମୁଣ୍ଡା 💐16,17,18-02-2023💐💐💐💐

ବାପା ମା ଗୁଣେ ଝିଅଟିଝିଅ ନୁହେଁ ସୁନା ହୀରାଟିବଢିଲା ବୟସ ଝିଅର ବାହାଦେଲେ ନିକଟର.....(1)ଝିଅ ଗଲା ଶାଶୁ ଘରଆପଣା ହୋଇଲେ ପରନୂଆ ଘର ନୂଆ ସଂସାର...
06/06/2022

ବାପା ମା ଗୁଣେ ଝିଅଟି
ଝିଅ ନୁହେଁ ସୁନା ହୀରାଟି
ବଢିଲା ବୟସ ଝିଅର
ବାହାଦେଲେ ନିକଟର.....(1)

ଝିଅ ଗଲା ଶାଶୁ ଘର
ଆପଣା ହୋଇଲେ ପର
ନୂଆ ଘର ନୂଆ ସଂସାର
ସଭିଙ୍କୁ କରିବ ନିଜର.....(2)

ଦିନ ମାସ ବର୍ଷ ଗଲା
ସବୁକିଛି ଭଲ ଥିଲା
ଶାଶୁଙ୍କର କଣ ହେଲା
ମନଟି ବଦଳି ଗଲା.....(3)

ଘର ବାହାରରେ ଗାଇଲେ
ଭଲ ମନ୍ଦ କଥା କହିଲେ
ସହି ନପାରିଲା ବୋହୁଟି
କାନ୍ଦି କାନ୍ଦି ଯାଏ ଦିନଟି.....(4)

ରାଗ ଅଭିମାନ ଚାଲିଲା
ଶାଶୁ ବୋହୁ ମନ ଫାଟିଲା
ବୋହୁ ବାପ ଘର ବାହାରେ
ଶାଶୁଙ୍କୁ ଜୁହାର କରେ.....(5)

ଝିଅ ପହଁଚିଲା ଘରେ
ବାପା ମା ମଥା ଘୁରେ
ନାହିଁକି ଖବର ପତର
କିପରି ଆସିଲୁ ଏଠାର....(6)

ଝିଅର ମନରେ ବିଚାର
ଶାଶୁଙ୍କୁ ମାରିବି ଏଥର
ଆଣିଦିଅ ଟିକେ ଜହର
ଶାଶୁ ଯିବେ ସ୍ୱର୍ଗପୁର.....(7)

ବାପା ଶୁଣି ଝିଅ ବିଚାର
ବୁଝାଇଲେ ବାରମ୍ବାର
ଶାଶୁଙ୍କୁ ମାରିଲେ ସଅଳ
ସଜା ହେବନାହିଁ କୋହଳ.....(8)

ପୋଲିସ ବାନ୍ଧିବ ବୋହୁକୁ
ଜ୍ୱାଇଁ ଯିବ କାରାଗାରକୁ
ଧୀର ଚିତ ମନେ ବିଚାରି
କରନାହିଁ କ୍ଷତି କାହାରି.....(9)

କିଛି ଶୁଣିବିନୀ ଉତ୍ତର
ନେବି ମିଠା ମିଠା ଜହର
ଶାଶୁ ମାଆ ଙ୍କୁ ମୁଁ ମାରିବି
ନ ମାରିଲେ ନିଜେ ମରିବି.....(10)

ସମରେନ୍ଦ୍ର ସାହୁ.....✍️

( Part-2 )
Comming Soon

( 💐ଭାଇ ଭଉଣୀ ଲୁଣିଆ ଖିରି💐 )ଭାଇ ବାହାରିଛି ଭଉଣୀ ଘରଭଉଣୀ ଶୁଣିକି ମନ ଅସ୍ଥିରଭଉଣୀ ମନରେ ବିଚାର କରିଭାଇ ପାଇଁ କରେ ଝଅଟ ଖିରିଭାଇ ପହଁଚିଲା ଭଉ...
27/10/2021

( 💐ଭାଇ ଭଉଣୀ ଲୁଣିଆ ଖିରି💐 )

ଭାଇ ବାହାରିଛି ଭଉଣୀ ଘର
ଭଉଣୀ ଶୁଣିକି ମନ ଅସ୍ଥିର
ଭଉଣୀ ମନରେ ବିଚାର କରି
ଭାଇ ପାଇଁ କରେ ଝଅଟ ଖିରି
ଭାଇ ପହଁଚିଲା ଭଉଣୀ ଘରେ
ଭଉଣୀର ମନ ଆନନ୍ଦେ ଭରେ
ଭାଇ ଭଉଣୀକୁ ଜୁହାର କରେ
ସ୍ନେହରେ ଭଉଣୀ ବିଧାଏ ମାରେ
ଏତେ ବେଳ ଯାଏଁ କେଉଁଠି ଥିଲୁ
ଖିରି କରିଥିଲି ଥଣ୍ଡା କରିଲୁ
ଖୁସିରେ ଭଉଣୀ ଭାଇକୁ ଦିଏ
ଭାଇ ଆଖିବୁଜି ଖିରୀକୁ ପିଏ
ଭଉଣୀ ପଚାରେ ଭାଇ ମୋହର
ଖିରି ସ୍ୱାଦ କହ କେଉଁ ପ୍ରକାର
ଭାଇର ଉତ୍ତର ଭଉଣୀ ମୋର
ଖିରି ନୁହେଁ ଏତ ଅମୃତ ସର
ସବୁ ଖିରି ମୁଁ ଏକା ଖାଇବି
ଆଉ ଯାହା ଅଛି ଘରକୁ ନେବି
ଭଉଣୀ ବିଚାରି ଉପାସେ ଅଛି
ସେକଥା କଣ ଭାଇ ଜାଣିଛି
ଭିଣୋଇ ପହଂଚି ଖିରି ଦେଖିଲେ
ଖାଇବା ପାଇଁକି ଟିକେ ମାଗିଲେ
ଭାଇ ଦେଲେ ନାହିଁ କାହାକୁ ଖିରି
ମନରେ ଟିକିଏ ବୁଦ୍ଧିବିଚାରି
ଶାଶୁ ଡାକୁଛନ୍ତି ରୋଷଇ ଘରୁ
ଲୁଣ ଡବା ନାହିଁ କଣ କରୁ
ଭଉଣୀ ଶୁଣିକି ଅବାକ ହେଲା
ଭାଇ ମିଛ କଥା ଜାଣି ପାରିଲା
ଖିରି ମିଠା ନୁହେଁ ଲୁଣିଆ ଥିଲା
ଭାଇକୁ ଖିରି ସେ ପରସି ଥିଲା
ଲୁଣିଆ ଖିରୀକୁ ଏକାକୀ ଖାଇ
ଭଉଣୀର ମାନ ଦେଲା ବଞ୍ଚାଇ
ଭଉଣି ଦେଖିକି କାନ୍ଦି ପକାଏ
ଭାଇ ଛିଡା ହୋଇ ଚିଡାଉ ଥାଏ
ଏକଥାକୁ କେହି ନପାରେ ଜାଣି
ଭାଇ ଭଉଣୀଙ୍କ ଏହା କାହାଣୀ

ସମରେନ୍ଦ୍ର ସାହୁ ✍️
🙏🙏ଜୟ ଜଗନ୍ନାଥ 🙏🙏

🙏ସତ୍ୟ ଘଟଣା ଭାରତୀୟ ସେନା 🙏ପୂର୍ବ ଆକାଶରୁ ଆସୁଛନ୍ତି ରବିନୂତନ ସକାଳ ନେଇସନ୍ୟ ସେନା ସବୁ ସଜାଗ ଅଛନ୍ତିପୂର୍ବରୁ ସୂଚନା ପାଇ  1ପାକିସ୍ତାନୀ ସେ...
18/10/2021

🙏ସତ୍ୟ ଘଟଣା ଭାରତୀୟ ସେନା 🙏

ପୂର୍ବ ଆକାଶରୁ ଆସୁଛନ୍ତି ରବି
ନୂତନ ସକାଳ ନେଇ
ସନ୍ୟ ସେନା ସବୁ ସଜାଗ ଅଛନ୍ତି
ପୂର୍ବରୁ ସୂଚନା ପାଇ 1

ପାକିସ୍ତାନୀ ସେନା ଲୁଚିକି ଆସନ୍ତି
ହିଂସାତ୍ମକ କାଣ୍ଡ ପାଇଁ
ଭାରତୀୟ ସେନା ଛାଡିବେକି ତାଙ୍କୁ
ମାଟିର ସନ୍ତାନ ହୋଇ 2

କିଛି କ୍ଷଣ ପରେ ଯୁଦ୍ଧ ଆରମ୍ଭ ରେ
ବାରୁଦ ବରଷୁ ଥିଲା
ଗୋଳାବାରୁଦରେ ଚତୁର୍ପାଶ୍ୱ ସବୁ
ଅନ୍ଧକାର ହୋଇଗଲା 3

ରାଇଫଲ ସାଙ୍ଗେ ଗ୍ରାନାଇଡ଼ ମାଡ
ଚତୁର୍ପାଶ୍ୱ କମ୍ପିଗଲା
ଅନ୍ଧକାର ତୀରେ କେତେଯେ ଜୀବନ
ନିମିଷକେ ଚାଲିଗଲା 4

କିଏଜାଣେ କେତେକାହା ସନ୍ୟ ଗଲେ
ଯୁଦ୍ଧ ଶେଷେ ଜଣା ଯିବ
ଲାଗିରହିଥାଇ ଯୁଦ୍ଧ ସେହିଭଳି
ଦିନ ଦୁଇ ଘଡି ହେବ 5

କେତେଦୁଃଖ ଆହା ଭାବିଲେ ଲାଗୁଛି
ମାଟିର ସନ୍ତାନ ଗଲେ
ଯୋଗେନ୍ଦ୍ରସିଂ ନାମ ଲଢୁଆ ସିଂହ ସେ
ଏକା ଏକା ଲଢୁଥିଲେ 6

କେତେଯେ ଲଢ଼ିବେ ଏକା ଏକା ସିଂହ
ରକ୍ତ ଜୁଡୁବୁଡୁ ହୋଇ
ରାଇଫଲ ହାତେ ପଡିଥିଲେ ସିଂହ
ଭୂମିପରେ ମୂର୍ଚ୍ଚା ହୋଇ 7

ପାକିସ୍ତାନୀ ସନ୍ୟ ଭାବିଥିଲେ ସବୁ
ଭାରତୀୟ ସେନା ଶେଶ
ରାଇଫଲ ଧରି ଗୁଳି ମାରୁଥିଲେ
ମୃତ ଶରୀରର ପାର୍ଶ୍ୱ 8

ସିଂହ ମହାରାଜା ପାର୍ଶ୍ୱ ରେ ସହୀଦ
ପଡ଼ିଥିଲେ ଭାରତୀୟ
ଗୁଳିବର୍ଷା ହେଲା ସହୀଦଙ୍କ ଦେହେ
ଭାବିଲେ ସିଂହ ବିଦାୟ 9

ଯୋଗେନ୍ଦ୍ର ସିଂ ଭାବନ୍ତି ମନରେ
ନେଇଯାଅ ହାତ ମୋର
ବଞ୍ଚିକି ମୁଁ ଥାଇ ବାର୍ତା ସବୁ ଦେଇ
ହୋଇଯିବି ମାଟି ମାଆ ର 10

ହାତ ଚାଲିଗଲା ଗୋଡ ଚାଲିଗଲା
ଛାତିରେ ବାଜିଲା ଗୁଳି
ପାଞ୍ଚ ଟଙ୍କା ଥିଲା ପକେଟ ଭିତରେ
ବଂଚିଗଲେ ସିଂହ ଭଳି 11

ସବୁକଷ୍ଟ ମନେ ସମ୍ଭାଳନ୍ତି ସିଂହ
କିଛି କ୍ଷଣ ବିତିଯାଏ
ଗ୍ରାନାଇଡ ଖୋଲି ପକାଇଲେ ସିଂହ
ପାକିସ୍ତାନୀ ହଜିଯାଏ 12

ରକ୍ତ ଜୁଡୁବୁଡୁ ଏକହାତେ ସିଂହ
ରାଇଫଲ ଚଳାଇଲେ
ବାକିଥିବା ସବୁ ପାକିସ୍ତାନୀ ମାରି
ଭାରତକୁ ଜିତଇଲେ 13

ନିପାତ କରିଲେ ପାକିସ୍ତାନୀ ସନ୍ୟ
ବାର୍ତା ଦେଇଦେଲେ ମାଆକୁ
ଷୋଳ ମାସ କାଳ ଚିକିତ୍ସା ହୋଇସେ
ଫେରିଛନ୍ତି ନିଜ ଘରକୁ 14

🙏ଜୟହିନ୍ଦ 🙏

ସମରେନ୍ଦ୍ର ସାହୁ ✍️

"ସଂଦେହୀ ପ୍ରିୟାର Digital ପ୍ରେମ"ଚାଲି ଯାଉଥିବ ଵୁଲି ଯାଉଥିବWhatsappରେ ଦେଖୁଥିବ,Message ଦେଖିବା ଡେରି ହୋଇଗଲେGirlfriend ଗାଳିଦେବ  |1...
12/09/2021

"ସଂଦେହୀ ପ୍ରିୟାର Digital ପ୍ରେମ"

ଚାଲି ଯାଉଥିବ ଵୁଲି ଯାଉଥିବ
Whatsappରେ ଦେଖୁଥିବ,
Message ଦେଖିବା ଡେରି ହୋଇଗଲେ
Girlfriend ଗାଳିଦେବ |1|

Facebookରେ ଯଦି କାହା postରେ
comment ଟେ କରିଥିବ,
ନାଲି ନାଲି ଆଖି ଚଣ୍ଡୀ ଭଳି ହୋଇ
ଦେହେ ନିଆଁ ଲଗାଇବ |2|

Phone ରେ ଯଦି bg ଶୁଣା ଗଲା
ବେଳାଟା ଖରାପ ହେବ,
କେଉଁ ଝିଅ ସହ ଗପୁଥିଲ ତୁମେ
screen shot ଟେ ଦେବ |3|

Whatsappରେ ତୁମେ Dpରେ ରଖିଲେ
କୁକୁର ମାଙ୍କଡ ଭଲ,
ନିଜ ଫୋଟୋ ଯଦି dp ରଖିଦେଲ
ସେଦିନଟି ତୁମେ ମଲ |4|

WhatsAap ରେ lastseen
ସକାଳୁ ଚେକିଂ ହେବ,
ଯଦି ଟିକେ ଡେରି ହେଇଯାଇଥିବ
ମୁହଁକୁ ଫୁଲେଇ ଥିବ |5|

ଗେଲୁ ପୁଚୁ ବୋଲି କହୁଥିବା ଯାଏ
ନିରବ ହୋଇକି ଥିବ,
ସେଥିରୁ ଟିକିଏ ଉଣା କରିଦେଲେ
କାନ୍ଦି କାନ୍ଦି ଦିନ ଯିବ |6|

ସମରେନ୍ଦ୍ର ସାହୁ ✍️

Part-2
Coming soon...

ଫୁଲେଇ ପ୍ରେମିକା ଯେତେ ବୁଝେଇଲେମାନେ ନାହିଁ ମୋର କଥାନୀଳ ଆକାଶରେ ବାଦଲପଛରେଲୁଚି ଦେଉଅଛି ବ୍ୟଥାଝରକା ଖୋଲିକି ଆକାଶକୁ ଚାହେଁଦେଖା ଯାଏ ପ୍ରିୟା...
21/08/2021

ଫୁଲେଇ ପ୍ରେମିକା ଯେତେ ବୁଝେଇଲେ
ମାନେ ନାହିଁ ମୋର କଥା
ନୀଳ ଆକାଶରେ ବାଦଲପଛରେ
ଲୁଚି ଦେଉଅଛି ବ୍ୟଥା

ଝରକା ଖୋଲିକି ଆକାଶକୁ ଚାହେଁ
ଦେଖା ଯାଏ ପ୍ରିୟା ଜହ୍ନରେ
ଲାଜେଇ ପ୍ରିୟସେ ମତେ ଦେଖିଦେଲେ
ଲୁଚି ଯାଏ ବାଦଲରେ

ଖୁସିହେଲେ ପ୍ରିୟା ଶୀତଳ ଜୋଛନା
ଢାଳିଦିଏ ମୋର ଦେହରେ
ପ୍ରେମ ଭରା ତାର ଜୋଛନାକୁ ପାଇ
ହଜିଯାଏ ତାର ସ୍ପର୍ଶରେ

ରାତି ପାହେନାହିଁ ନିଦ ହଜିଯାଏ
ଦେଖି ତା ସୁନେଲି ମୁଖ
ନୀରବରେ ବସି କଥା ହେଉଥାଏ
ମିଠା ମିଠା ଦୁଃଖ ସୁଖ💗
ସମରେନ୍ଦ୍ର ସାହୁ

15/08/2020

ମୋର ସମସ୍ତ ପ୍ରିୟ ଭାଇ ଭଉଣୀ ମଉସା ମାଉସୀ ଦାଦା ଖୁଡି ସାଙ୍ଗ ସାଥୀ ଓ ଆଦରର କୁନି କୁନି ପିଲାମାନଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଧିକ ହାର୍ଦ୍ଧିକ ଶୁଭେଚ୍ଛା. ମୁଁ ଗର୍ବିତ ଯେ ମୁଁ ଜଣେ ଭାରତୀୟ ସମସ୍ତ ଭାରତ ବାସୀ ମୋର ନିଜର ମୋ ଭାରତ ମହାନ ଜୟହିନ୍ଦ🙏🙏🙏🙏🙏🙏🙏🇮🇳🇮🇳🇮🇳

07/08/2020

ସେଦିନ କଥା ମନେପଡେ ପୁଣି ଫେରିଆସନ୍ତା କି ସେହି ଦିନ ହା ହା.......
ଶୀତ ଦିନ ହୋଇଥାଏ ହଟାତ ରାତିରେ କଥା ହେଲା ସକାଳୁ ଦେଖା ହେବ ! ସକଳୁ ଉଠି ବାହାରିବି ଦେଖା କରିବାକୁ ରାତିରେ ଆଖିରେ ନିଦ ନାହିଁ ସକାଳୁ ତରତର ହୋଇ ବାହାରିପଡିଛି ପ୍ରଥମଥର ଦେଖାହେବ କଣ ଡ୍ରେସ ପିନ୍ଧିବି କେମିତି କୋଉଠି ଦେଖା ହବ କଣ କହିବି କଣ ଦେବି କେମିତି ଖୁସି ହବ ସେ ଏମିତି ବହୁତ ସାରା କଥା ମନରେ ଥାଏ କିନ୍ତୁ ପରିସ୍ଥିତି ଏମିତି ଆସିଲା ଭୋର 5ରୁ ଯାଇକି ହାଜର ହବାପାଇଁ ପଡିବ କାରଣ 5ରେ ଦେଖା ନା ହେଲେ ଅନେକ ସମୟ ଲାଗିପାରେ ଦେଖା ହେବା ପାଇଁ ଆଉ ହଁ ସକାଳ ଜଗିଂ ଡ୍ରେସ ରେ ଯିବାକୁ ପଡିବ ପାର୍କ ରେ ଦେଖା ହେବ ନା
ହା ହା
ହଁ ଏ ପ୍ଲାନ ସବୁ ତାର ମୋର ନୁହେଁ
ମୁଁ ବି ରାଜି, କଥା ମୁତାବକ ମୁଁ ଯାଇ ପାର୍କ ପାଖା ପାଖି ପହଂଚିଲି ମନେ ପଡିଲା କଣ ମୁଁ ଖାଲି ଖାଲି ଯିବି ନା ସେ କଣ ଭାବିବ ହୋଇପାରିବନି କିଛିତ ନେଇକି ଯିବି ଚାଲିଲି ଟିକେ ଆଗକୁ
ସବୁ ଦୋକାନ ବନ୍ଦ ସକାଳ 6ରେ କିଏ ବା କାଇଁ ଦୋକାନ ଖୋଲିବ ଯେ ହେଲେ ହଟାତ ଦୋକାନ ଖୋଲିବାର ଶବ୍ଦ ଶୁଣିବାକୁ ପାଇଲି ପଛକୁ ଵୁଲି ଦେଖିବା ମାତ୍ରେ ମନ ଖୁସି ହୋଇଗଲା ହେଲେ ଦୋକାନ ଖୋଲିଲା ବଡ଼ ଚକଲେଟ ନେବି ହେଲେ ଅଛିକି ନାହିଁ ଦେଖିବା
ଚାଲିଲି ଭାଇନା ଚକଲେଟ ଅଛିକି
ହଁ ବଡ଼ ନାହିଁ ଛୋଟ 20ଟଙ୍କା 4ଟା ଅଛି
ହଉ ସବୁଦିଅ
ବହୁତ ଖୁସିରେ ଚାଲିଲି ପାର୍କ ପାଖକୁ
ଦେଖା ହେବ ମନରେ ବହୁତ ଲାଜ ହଉ ଆଗକୁ ଆଗକୁ ପାର୍କ ଭିତରେ ପହଂଚିଲି ଦେଖା ହେଲା ମୁହଁକୁ ଦେଖିପାରୁନି କଣ କରିବି କେମିତି ସାମ୍ନା କରିବି ବହୁତ ଲାଜ ପାଖରେ ବାହାର ଲୋକ ଯିବା ଆସିବା କରୁଛନ୍ତି ହେଲେ ବି ସାହସ କରି ଚାହିଁଲି ବାସ କିଛି ସମୟ ପରେ ଆମେ 2ଜଣ ମିଶିକି ଚାଲିଲୁ ପାର୍କ ଭିତରେ ବହୁତ ଖୁସି 30ମିନିଟ ପାର୍କ ଭିତରେ ଚାଲିବା ହୋଇଗଲାଣି ଜଣା ପଡିଲାନି ସେ କହିଲା ଚାଲ ଯିବା ସମୟ ହେଲାଣି ଯେ
ହଉ ଚାଲ ହେଲେ ଏ ଟା ନିଅ
ଆରେ ଚକୋଲେଟ ମୁଁ କେମିତି ନେବି ଏବେ ଘରେଦେଖିଦେବେ କଣ କରିବି ହଉ ଯାହା ହବ ଆଉ,,,,,
ମୁଁ ଜାଣିନି ନେବାକୁ ପଡିବ କହିକି ବାହାରକୁ ଆସିଗଲି
ଏତିକି କଥାରେ ଚକଲେଟ ନେଇ ହସି ହସି ଫେରିଗଲା ଆଉ ଏବେ ସେଇ କଥା ମନେ ପଡିଲେ ହସ ଲାଗେ ହା ହା........

12/05/2020

Address

Tankapani Road
Bhubaneswar
752100

Telephone

+919438652645

Website

Alerts

Be the first to know and let us send you an email when Abhula Smruti posts news and promotions. Your email address will not be used for any other purpose, and you can unsubscribe at any time.

Share

Category