Dr. Santosh Kumar Mahapatra Official

Dr. Santosh Kumar Mahapatra Official State Treasurer, BJP Odisha

ଆଜି ସନ୍ତୋଷପୁର ମଣ୍ଡଳ ଆନୁକୂଲ୍ୟରେ ଆୟୋଜିତ ଭବ୍ୟ ‘ତ୍ରିରଙ୍ଗା ଯାତ୍ରା’ରେ ମାନ୍ୟବର ବିଧାୟକ Krushna Chandra Nayak ଙ୍କ ସହ ଯୋଗଦେଇ ଦେଶପ୍...
13/08/2026

ଆଜି ସନ୍ତୋଷପୁର ମଣ୍ଡଳ ଆନୁକୂଲ୍ୟରେ ଆୟୋଜିତ ଭବ୍ୟ ‘ତ୍ରିରଙ୍ଗା ଯାତ୍ରା’ରେ ମାନ୍ୟବର ବିଧାୟକ Krushna Chandra Nayak ଙ୍କ ସହ ଯୋଗଦେଇ ଦେଶପ୍ରେମର ଅଦମ୍ୟ ଭାବନାକୁ ଅନୁଭବ କରିବାର ସୁଯୋଗ ମିଳିଲା । ଲୁଙ୍ଗୁରି ଛକରୁ ଆରମ୍ଭ ହୋଇଥିବା ଏହି ବିଶାଳ ମୋଟରସାଇକଲ ଶୋଭାଯାତ୍ରା ପୋଇରାସୀ ଛକଠାରେ ସମାପ୍ତ ହୋଇଥିଲା ।

ବହୁ ସଂଖ୍ୟାରେ ଯୁବକ, ଦଳୀୟ କାର୍ଯ୍ୟକର୍ତ୍ତା ଓ ଦେଶପ୍ରେମୀ ଜନସାଧାରଣଙ୍କ ଉତ୍ସାହଭରା ଅଂଶଗ୍ରହଣ ଏହି ଯାତ୍ରାକୁ ଆହୁରି ଗୌରବମୟ କରିଥିଲା ।

#ତ୍ରିରଙ୍ଗାଯାତ୍ରା

ଦୋଳେଚ ଦୋଳଗୋବିନ୍ଦଂ ,ଚାପେଚ ମଧୂସୁଦନଂ,ରଥେତୁ ବାମନଂ ଦୃଷ୍ଟ୍ବା, ପୁର୍ନଃଜନ୍ମ ନଲଭ୍ଯତେ। ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ...
16/07/2026

ଦୋଳେଚ ଦୋଳଗୋବିନ୍ଦଂ ,ଚାପେଚ ମଧୂସୁଦନଂ,ରଥେତୁ ବାମନଂ ଦୃଷ୍ଟ୍ବା, ପୁର୍ନଃଜନ୍ମ ନଲଭ୍ଯତେ। ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା 🙏ଜୟ ଜଗନ୍ନାଥ 🙏🙌 🚩

ଆଜି ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ସ୍ୱର୍ଗତା ଶର୍ମିଷ୍ଠା ପ୍ରଧାନଙ୍କ ଦ୍ୱାଦଶାହ କାର୍ଯ୍ୟ ଅବସରରେ ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ...
21/06/2026

ଆଜି ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ସ୍ୱର୍ଗତା ଶର୍ମିଷ୍ଠା ପ୍ରଧାନଙ୍କ ଦ୍ୱାଦଶାହ କାର୍ଯ୍ୟ ଅବସରରେ ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସ୍ମୃତି ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ।

ପରଲୋକଗତ ଆତ୍ମାଙ୍କ ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲି ।

ଆଜି ମୋ ଖଣ୍ଡଦେଉଳି ଶକ୍ତିକେନ୍ଦ୍ରରେ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ଆୟୋଜିତ ଯୋଗ ଶିବିରରେ ଯୋଗ ଦେଲି
21/06/2026

ଆଜି ମୋ ଖଣ୍ଡଦେଉଳି ଶକ୍ତିକେନ୍ଦ୍ରରେ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ଆୟୋଜିତ ଯୋଗ ଶିବିରରେ ଯୋଗ ଦେଲି

ମାନ୍ୟବର ବିଧାୟକ ଶ୍ରୀ Krushna Chandra Nayak ଆମ ଖଣ୍ଡଦେଉଳି ଗ୍ରାମଠାରେ ଆୟୋଜିତ ଶ୍ରୀ ଶ୍ରୀ ଶ୍ରୀ ମାଆ ଦକ୍ଷିଣକାଳୀ ମନ୍ଦିରର ଶିଳାନ୍ୟାସ ...
17/06/2026

ମାନ୍ୟବର ବିଧାୟକ ଶ୍ରୀ Krushna Chandra Nayak ଆମ ଖଣ୍ଡଦେଉଳି ଗ୍ରାମଠାରେ ଆୟୋଜିତ ଶ୍ରୀ ଶ୍ରୀ ଶ୍ରୀ ମାଆ ଦକ୍ଷିଣକାଳୀ ମନ୍ଦିରର ଶିଳାନ୍ୟାସ ରେ ସମ୍ମାନିତ ଅତିଥି ଭାବରେ ଯୋଗଦେଲେ।

ପବିତ୍ର ରଜ ସଂକ୍ରାନ୍ତି ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂତନ ଉତ୍ସାହ, ସୁଖ, ସମୃଦ୍ଧି ଓ ସ...
15/06/2026

ପବିତ୍ର ରଜ ସଂକ୍ରାନ୍ତି ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂତନ ଉତ୍ସାହ, ସୁଖ, ସମୃଦ୍ଧି ଓ ସୌଭାଗ୍ୟ ନେଇଆସୁ ବୋଲି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।


ପରିବେଶ ଦିବସ ଅବସରରେ
08/06/2026

ପରିବେଶ ଦିବସ ଅବସରରେ

ପ୍ରିୟ ଖଣ୍ଡଦେଉଳି ଏବଂ ଛତ୍ରପୁରବାସୀ ଭାଇ ଓ ଭଉଣୀମାନେ, ଆପଣ ସମସ୍ତଙ୍କୁ ମୋର ସଶ୍ରଦ୍ଧ ପ୍ରଣାମ🙏.​ଆଜିକୁ ଠିକ୍ ଦୁଇ ବର୍ଷ ପୂର୍ବେ, ଆପଣମାନଙ୍କ...
04/06/2026

ପ୍ରିୟ ଖଣ୍ଡଦେଉଳି ଏବଂ ଛତ୍ରପୁରବାସୀ ଭାଇ ଓ ଭଉଣୀମାନେ, ଆପଣ ସମସ୍ତଙ୍କୁ ମୋର ସଶ୍ରଦ୍ଧ ପ୍ରଣାମ🙏.
​ଆଜିକୁ ଠିକ୍ ଦୁଇ ବର୍ଷ ପୂର୍ବେ, ଆପଣମାନଙ୍କ ଅକୁଣ୍ଠ ଆଶୀର୍ବାଦ, ଭରସା ଏବଂ ଭଲପାଇବା ଯୋଗୁଁ ଆମ ଅଞ୍ଚଳରେ ଏକ ଐତିହାସିକ ବିଜୟର ସୂତ୍ରପାତ ହୋଇଥିଲା। ଆମର ପ୍ରିୟ ବିଧାୟକ କୃଷ୍ଣ ଭାଇ ଏବଂ ମୋ ଉପରେ ଆସ୍ଥା ପ୍ରକଟ କରି ଆପଣମାନେ ଅଞ୍ଚଳର ସେବା କରିବାର ଯେଉଁ ସୁଯୋଗ ଦେଇଛନ୍ତି, ତାହା ମୋ ପାଇଁ ସବୁଠାରୁ ବଡ଼ ସମ୍ମାନ ଏବଂ ଗୌରବର ବିଷୟ।

​ଆମର ମୁଖ୍ୟ ଲକ୍ଷ୍ୟ ​"ବିକଶିତ ଖଣ୍ଡଦେଉଳି ଗ୍ରାମ ପଞ୍ଚାୟତ ଗଠନ" କାରଣ ଗାଁର ବିକାଶ ହେଲେ ହିଁ, ଆମ ରାଜ୍ୟ ତଥା ଦେଶର ବିକାଶ ସୁନିଶ୍ଚିତ ହେବ।
​ ଆପଣଙ୍କ ସହଯୋଗ ହିଁ ମୋର ବଡ଼ ପୁଞ୍ଜି। ବିଗତ ୨ ବର୍ଷର ଏହି ଯାତ୍ରାରେ ଆପଣମାନଙ୍କର ସହଯୋଗ ଓ ସମର୍ଥନ ମୋତେ ସର୍ବଦା ଆଗକୁ ବଢ଼ିବାକୁ ପ୍ରେରଣା ଦେଇଛି। ରାଜ୍ୟବାସୀ ଓ ଅଞ୍ଚଳବାସୀଙ୍କ ଏହି ଭଲପାଇବା ଆମ ସେବା ସଂକଳ୍ପକୁ ଆହୁରି ମଜବୁତ ଓ ଦୃଢ଼ କରିଛି।
ଆସନ୍ତୁ, ଆମେ ସମସ୍ତେ ଏକାଠି ହୋଇ ଆମ ପ୍ରିୟ ଅଞ୍ଚଳ ତଥା ଓଡ଼ିଶାକୁ ସମୃଦ୍ଧିର ଏକ ନୂତନ ଶୀର୍ଷରେ ପହଞ୍ଚାଇବା।

​"ଆପଣଙ୍କ ସେବାରେ ସଦା ସର୍ବଦା..." ଜୟ ଜଗନ୍ନାଥ!

ମାନ୍ୟବର ବିଧାୟକ Krushna Chandra Nayak ଙ୍କ ସହ ଆମ ଖଣ୍ଡଦେଉଳୀ ଗ୍ରାମରେ ନବନିର୍ମିତ ବଜାର ଗୃହ ଓ ପି.ଏମ.ଶ୍ରୀ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ...
23/05/2026

ମାନ୍ୟବର ବିଧାୟକ Krushna Chandra Nayak ଙ୍କ ସହ ଆମ ଖଣ୍ଡଦେଉଳୀ ଗ୍ରାମରେ ନବନିର୍ମିତ ବଜାର ଗୃହ ଓ ପି.ଏମ.ଶ୍ରୀ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ କଲି ।

ଏହି ନୂତନ ବଜାର ଗୃହ ଗ୍ରାମୀଣ ବ୍ୟବସାୟ ଓ ଅର୍ଥନୀତିକୁ ସଶକ୍ତ କରିବ ଏବଂ ନବନିର୍ମିତ ଶ୍ରେଣୀ ଗୃହ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଶିକ୍ଷା ପରିବେଶ ସୃଷ୍ଟିରେ ସହାୟକ ହେବ ।

ଗ୍ରାମାଞ୍ଚଳର ଅର୍ଥନୀତିକୁ ମଜବୁତ କରିବା ଏବଂ ଗୁଣାତ୍ମକ ଶିକ୍ଷାର ଆଲୋକ ପ୍ରତ୍ୟେକ ଗ୍ରାମରେ ପହଞ୍ଚାଇ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ ।

ଆମ ଖଣ୍ଡଦେଉଳି ଗ୍ରାମର ବାସିନ୍ଦା ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ସୁରତରେ ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଥିବା ସମ୍ବାଦ ପାଇ ମାନ୍ୟବର ବିଧାୟକ ଶ...
23/05/2026

ଆମ ଖଣ୍ଡଦେଉଳି ଗ୍ରାମର ବାସିନ୍ଦା ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ସୁରତରେ ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଥିବା ସମ୍ବାଦ ପାଇ ମାନ୍ୟବର ବିଧାୟକ ଶ୍ରୀ Krushna Chandra Nayak ଙ୍କ ସହ ପରିବାରବର୍ଗଙ୍କ ସହିତ ସାକ୍ଷାତ କରିଲୁ। ଏବଂ ବିଧାୟକ ମହୋଦୟ ସମବେଦନା ଜଣାଇବା ସହ ନିଜସ୍ୱ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଲେ ତେଣୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏। ଏହା ସହ ରେଡ଼କ୍ରସ ପାଣ୍ଠିରୁ କିଛି ଆର୍ଥିକ ଅନୁଦାନର ସହାୟତା ପାଇଁ ପ୍ରତିଶୃତି ଦେଲେ।

ପରଲୋକଗତ ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ।

Address

Chhatrapur Constituency
Chatrapur
761027

Website

Alerts

Be the first to know and let us send you an email when Dr. Santosh Kumar Mahapatra Official posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share