State Transport Authority Odisha

State Transport Authority Odisha Official account of State Transport Authority, Govt. of Odisha

ଜୀବନ ଯାତ୍ରାରେ ଉଚିତ୍ ମାର୍ଗ ଦେଖାଉଥିବା ସମସ୍ତ ଶିକ୍ଷକ ଓ ଗୁରୁଜନଙ୍କୁ ଗୁରୁ ଦିବସର ଅଭିନନ୍ଦନ।ଯେପରି ଗୁରୁଙ୍କ ମାର୍ଗଦର୍ଶନ ଆମ ଜୀବନକୁ ନିର...
05/09/2026

ଜୀବନ ଯାତ୍ରାରେ ଉଚିତ୍ ମାର୍ଗ ଦେଖାଉଥିବା ସମସ୍ତ ଶିକ୍ଷକ ଓ ଗୁରୁଜନଙ୍କୁ ଗୁରୁ ଦିବସର ଅଭିନନ୍ଦନ।

ଯେପରି ଗୁରୁଙ୍କ ମାର୍ଗଦର୍ଶନ ଆମ ଜୀବନକୁ ନିରାପଦ ଓ ସଫଳ କରେ, ଆସନ୍ତୁ ଆମେ ମଧ୍ୟ ସଡ଼କ ନିୟମ ପାଳନ କରି ନିଜକୁ ତଥା ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା।

ବାହନ ତଥ୍ୟାବଳୀରେ ସଂସ୍କାର ପାଇଁ କେନ୍ଦ୍ର ସରକାରଙ୍କ Vehicle Classification ନିୟମ ଅନୁଯାୟୀଯଦି ଅଣ-ବାଣିଜ୍ୟିକ ଗାଡ଼ି (୦–୧୫ ବର୍ଷ)ର ପ୍ର...
05/09/2026

ବାହନ ତଥ୍ୟାବଳୀରେ ସଂସ୍କାର ପାଇଁ କେନ୍ଦ୍ର ସରକାରଙ୍କ Vehicle Classification ନିୟମ ଅନୁଯାୟୀ
ଯଦି ଅଣ-ବାଣିଜ୍ୟିକ ଗାଡ଼ି (୦–୧୫ ବର୍ଷ)ର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର କିମ୍ବା ବୀମା ଅବଧି ଦୁଇ ବର୍ଷରୁ ତିନି ବର୍ଷ ଧରି ବୈଧ ନଥିବ
'ଅସ୍ଥାୟୀ ଆର୍କାଇଭ' ଭାବରେ ବିବେଚନା କରାଯିବ।
ତେଣୁ, ମୋଟର ଯାନ ଆଇନ୍ ଅନୁଯାୟୀ ଗାଡ଼ିର କାଗଜପତ୍ର ଅପଡେଟ୍ ରଖନ୍ତୁ ଏବଂ 'Active Compliant' ବର୍ଗରେ ରୁହନ୍ତୁ।

ସଡ଼କ ଦୁର୍ଘଟଣାଜନିତ 'ଶୂନ ମୃତାହତ ସପ୍ତାହ' ଅବସରରେ ସାରା ରାଜ୍ୟରେ  ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ାକଡ଼ି ଯାଞ୍ଚ ଜାରି...
04/09/2026

ସଡ଼କ ଦୁର୍ଘଟଣାଜନିତ 'ଶୂନ ମୃତାହତ ସପ୍ତାହ' ଅବସରରେ ସାରା ରାଜ୍ୟରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ାକଡ଼ି ଯାଞ୍ଚ ଜାରି ରହିଛି। କଟକରେ RTO ଟିମ୍ ଦ୍ୱାରା ଯାଞ୍ଚ ସମୟରେ ନିୟମ ଉଲ୍ଲଙ୍ଘନ କରିଥିବାରୁ:
🚨 ୭ଟି ଓଭରଲୋଡେଡ୍ ଗାଡ଼ି ଜବତ
📋 ମୋଟର ଯାନ ଆଇନ ଅନୁଯାୟୀ ଚାଲାଣ ଜାରି
🚫 ସମ୍ପୃକ୍ତ ଗାଡ଼ିଗୁଡ଼ିକର RC (ପଞ୍ଜୀକରଣ) ନିଲମ୍ବନ ପାଇଁ ପ୍ରକ୍ରିୟା ଆରମ୍ଭ

ମୋଟର ଯାନ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଏହିପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଟ୍ରାଫିକ୍ ନିୟମ ମାନନ୍ତୁ, ଦାୟିତ୍ୱବାନ ଭାବେ ଗାଡ଼ି ଚଳାନ୍ତୁ ଏବଂ ସଡ଼କକୁ ସମସ୍ତଙ୍କ ପାଇଁ ସୁରକ୍ଷିତ ରଖନ୍ତୁ।

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ହାର୍ଦ୍ଦିକ ଶୁଭକାମନା
04/09/2026

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ହାର୍ଦ୍ଦିକ ଶୁଭକାମନା

ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ପ୍ରାଣହାନି ହ୍ରାସ ସହ ‘ଶୂନ ମୃତ୍ୟୁ ସପ୍ତାହ’ ପାଳନର ସଫଳତା ଉପରେ ଗୁରୁତ୍ୱାରୋପ କରି ଆଜି ଲୋକସେବା ଭବନଠାରେ ଉନ...
03/09/2026

ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ପ୍ରାଣହାନି ହ୍ରାସ ସହ ‘ଶୂନ ମୃତ୍ୟୁ ସପ୍ତାହ’ ପାଳନର ସଫଳତା ଉପରେ ଗୁରୁତ୍ୱାରୋପ କରି ଆଜି ଲୋକସେବା ଭବନଠାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଡିଜିପି ଶ୍ରୀ ବିନୟତୋଷ ମିଶ୍ର, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍.ବି.ଏସ୍. ରାଜପୁତ, ପରିବହନ ଆୟୁକ୍ତ ଶ୍ରୀ ଅମିତାଭ ଠାକୁରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏବଂ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଓ ଆର୍‌ଟିଓମାନେ ଯୋଗଦେଇଥିଲେ। ଦୁର୍ଘଟଣାପ୍ରବଣ ଜିଲ୍ଲାଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ, ବ୍ଲାକ୍ ସ୍ପଟ୍ ସଂଶୋଧନ, ଜନସଚେତନତା ଏବଂ ‘ଗୋଲ୍ଡେନ୍ ଆୱାର୍’ରେ ତ୍ୱରିତ ଚିକିତ୍ସା ଭଳି ପଦକ୍ଷେପ ଉପରେ ଗୁରୁତ୍ୱ ଦେବାକୁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ସଡ଼କ ସୁରକ୍ଷା, ଜୀବନ ରକ୍ଷା। ଆସନ୍ତୁ ସମସ୍ତେ ମିଶି 'ଶୂନ ମୃତ୍ୟୁ ସପ୍ତାହ'କୁ ସଫଳ କରିବା ଏବଂ ଓଡ଼ିଶାକୁ ଦୁର୍ଘଟଣାମୁକ୍ତ କରି ଗଢ଼ିବା।     ...
03/09/2026

ସଡ଼କ ସୁରକ୍ଷା, ଜୀବନ ରକ୍ଷା।
ଆସନ୍ତୁ ସମସ୍ତେ ମିଶି 'ଶୂନ ମୃତ୍ୟୁ ସପ୍ତାହ'କୁ ସଫଳ କରିବା ଏବଂ ଓଡ଼ିଶାକୁ ଦୁର୍ଘଟଣାମୁକ୍ତ କରି ଗଢ଼ିବା।

ଦୁର୍ଘଟଣା ଅଚାନକ ମାଡ଼ିଆସି ସମ୍ପୂର୍ଣ୍ଣ ପରିବାରକୁ ଛାରଖାର କରିଦିଏ, ତେଣୁ ନିଜର ଏବଂ ନିଜ ପ୍ରିୟଜନଙ୍କ ସୁରକ୍ଷା ପାଇଁ ସର୍ବଦା ସଡ଼କ ସୁରକ୍ଷା...
03/09/2026

ଦୁର୍ଘଟଣା ଅଚାନକ ମାଡ଼ିଆସି ସମ୍ପୂର୍ଣ୍ଣ ପରିବାରକୁ ଛାରଖାର କରିଦିଏ, ତେଣୁ ନିଜର ଏବଂ ନିଜ ପ୍ରିୟଜନଙ୍କ ସୁରକ୍ଷା ପାଇଁ ସର୍ବଦା ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ। ପ୍ରତି ମାସର ପ୍ରଥମ ସପ୍ତାହରେ ଆୟୋଜିତ ହେଉଥିବା 'ଶୂନ ମୃତ୍ୟୁ ସପ୍ତାହ' ଅଭିଯାନରେ ସହଯୋଗ କରି ଜୀବନ ରକ୍ଷାର ସଂକଳ୍ପ ନିଅନ୍ତୁ।

03/09/2026

କୁନି ପୁଅର ବାପାଙ୍କୁ ନିବେଦନ,
ଯାଞ୍ଚରୁ ବର୍ତ୍ତିବାକୁ ନୁହେଁ, ସୁରକ୍ଷିତ ଯାତ୍ରା ପାଇଁ ଟ୍ରାଫିକ ନିୟମ ମାନନ୍ତୁ
ଦୁଇ ଚକିଆ ଚଳାଉଥିବା ବେଳେ ହେଲମେଟ୍ ପିନ୍ଧନ୍ତୁ।

ଡିଲରଙ୍କ ଜରିଆରେ ଆପଣ ନିଜର ପୁରୁଣା ଗାଡ଼ି କିଣାବିକା କରୁଛନ୍ତି କି?ତେବେ କେବଳ ପରିବହନ ବିଭାଗ ଦ୍ଵାରା ପଞ୍ଜିକୃତ (Registered) ଡିଲରଙ୍କ ଠା...
03/09/2026

ଡିଲରଙ୍କ ଜରିଆରେ ଆପଣ ନିଜର ପୁରୁଣା ଗାଡ଼ି କିଣାବିକା କରୁଛନ୍ତି କି?

ତେବେ କେବଳ ପରିବହନ ବିଭାଗ ଦ୍ଵାରା ପଞ୍ଜିକୃତ (Registered) ଡିଲରଙ୍କ ଠାରୁ ହିଁ ଗାଡ଼ି କିଣନ୍ତୁ କିମ୍ବା ବିକ୍ରି କରନ୍ତୁ। ସମସ୍ତ ପଞ୍ଜିକୃତ ଡିଲରଙ୍କ ତାଲିକା ଅନଲାଇନରେ ଉପଲବ୍ଧ ରହିଛି।

ଭିଜିଟ୍ କରନ୍ତୁ:http://vahan.parivahan.gov.in/vahanauc

ସଡ଼କ ଦୁର୍ଘଟଣାଜନିତ 'ଶୂନ ମୃତ୍ୟୁ ସପ୍ତାହ'ର ଦ୍ୱିତୀୟ ଦିନରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱର...
03/09/2026

ସଡ଼କ ଦୁର୍ଘଟଣାଜନିତ 'ଶୂନ ମୃତ୍ୟୁ ସପ୍ତାହ'ର ଦ୍ୱିତୀୟ ଦିନରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୨ ସେପ୍ଟେମ୍ବର ୨୦୨୬ (ବୁଧୁବାର) ଦିନ ମୋଟ ୬୦,୨୪୨ ଟି ଇ-ଚାଲାଣ ଜାରି କରାଯାଇଛି।

ଏଥିମଧ୍ୟରୁ ପ୍ରମୁଖ ନିୟମ ଉଲ୍ଲଙ୍ଘନଗୁଡ଼ିକ ହେଲା:
• ବିନା ହେଲମେଟ୍: ୩୩,୦୬୧ ଟି ଚାଲାଣ
• ଦ୍ରୁତଗତି: ୫୬୮୧ ଟି ଚାଲାଣ
• ଟ୍ରିପଲ୍ ରାଇଡିଂ: ୧୮୨୦ ଟି ଚାଲାଣ
• ବୈଧ ବୀମା ନଥାଇ ଗାଡ଼ି ଚାଳନା: ୧୭୨୨ ଟି ଚାଲାଣ
ସୁରକ୍ଷିତ ଯାତ୍ରା ପାଇଁ ସର୍ବଦା ସଡ଼କ ସୁରକ୍ଷା ନିୟମ ମାନନ୍ତୁ ଏବଂ ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ।

Address

Cuttack

Opening Hours

10am - 5pm

Telephone

+919437010188

Alerts

Be the first to know and let us send you an email when State Transport Authority Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to State Transport Authority Odisha:

Shortcuts

Share