ବିଜେପି ଯୁବ ଶକ୍ତି,ସୋଗର

ବିଜେପି ଯୁବ ଶକ୍ତି,ସୋଗର ବିଜେପି ଯୁବ ଶକ୍ତି, ସୋଗର

16/08/2026

ପଣ୍ଡୁଆ ଛକରେ ମାନ୍ୟବର ସାଂସଦ ତଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶହ ଶହ କାର୍ଯ୍ୟକର୍ତ୍ତା ସ୍ଵାଗତ କରିଲେ l
ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମାହାତ୍ମା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ବାରୁଆଁ "କା" ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣେଇଲେ l
ଜୟ ଶ୍ରୀରାମ.

ପଣ୍ଡୁଆ ଛକରେ ମାନ୍ୟବର ସାଂସଦ ତଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶହ ଶହ କାର୍ଯ୍ୟକର୍ତ୍ତା ସ୍ଵାଗତ କରିଲେ l ସାଂସଦ ଧର୍...
16/08/2026

ପଣ୍ଡୁଆ ଛକରେ ମାନ୍ୟବର ସାଂସଦ ତଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶହ ଶହ କାର୍ଯ୍ୟକର୍ତ୍ତା ସ୍ଵାଗତ କରିଲେ l
ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମାହାତ୍ମା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ବାରୁଆଁ "କା" ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣେଇଲେ l
ଜୟ ଶ୍ରୀରାମ...

ବର୍ଷା ଋତୁରେ ଅସହାୟ ଓ ଗରିବ ପରିବାରଙ୍କ ସହାୟତା ପାଇଁ କାମାକ୍ଷାନଗର ତହସିଲ ପକ୍ଷରୁ ଜରିପାଲ ବଣ୍ଟନ କରାଯାଇଛି। ତହସିଲ ପରିସରରେ ଆୟୋଜିତ ଏହି ...
07/07/2026

ବର୍ଷା ଋତୁରେ ଅସହାୟ ଓ ଗରିବ ପରିବାରଙ୍କ ସହାୟତା ପାଇଁ କାମାକ୍ଷାନଗର ତହସିଲ ପକ୍ଷରୁ ଜରିପାଲ ବଣ୍ଟନ କରାଯାଇଛି। ତହସିଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶତୃଘନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ଜରିପାଲ ବଣ୍ଟନ କରିଥିଲେ।
ଏହି ଅବସରରେ ତହସିଲଦାର ଓ ଏନଏସି ନିର୍ବାହି ଅଧିକାରି ପ୍ରଦତ୍ତ କୁମାର ସାହୁ ଉପସ୍ଥିତ ରହି ସରକାରଙ୍କ ପକ୍ଷରୁ ବିପଦ ସମୟରେ ଲୋକଙ୍କୁ ତୁରନ୍ତ ସହାୟତା ପହଞ୍ଚାଇବା ଦିଗରେ ପ୍ରଶାସନ ସଦା ତତ୍ପର ରହିଥିବା କହିଥିଲେ..

01/07/2026

ଆମ ବିଧାୟକ ଙ୍କ ସହିତ ଖୋଲା କଥା ଆସନ୍ତା ଗୁରୁବାର ରାତି ୧୦. ୩୦ ରେ....

ଆସନ୍ତାକାଲି ୧୧ ଘଟିକା ସମୟରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବ...
27/06/2026

ଆସନ୍ତାକାଲି ୧୧ ଘଟିକା ସମୟରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଆସନ୍ତୁ ପ୍ରତି ବୁଥରେ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଶୁଣିବା ସହିତ ସରଳ ଆପ୍ ରେ କାର୍ଯ୍ୟକ୍ରମର ଫଟୋଚିତ୍ର ଅପଲୋଡ଼ କରିବା ।

dhenkanal Kamakhyanagar

କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ Dharmendra Pradhan ଙ୍କ ଜନ୍ମଦିନ ଅବସରରେ କାମାକ୍ଷାନଗର  ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ...
27/06/2026

କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ Dharmendra Pradhan ଙ୍କ ଜନ୍ମଦିନ ଅବସରରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ଓ ବିଭିନ୍ନ ଦେବଦେବୀ ମନ୍ଦିରରେ ପୂଜାର୍ଚନା କରି ମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଶତ୍ରୁଘ୍ନ ଜେନା...

dhenkanal Kamakhyanagar

ପୂର୍ବୋଦୟ ବିକାଶରେ ପ୍ରଧାନମନ୍ତ୍ରୀ ମୋଦୀ ଜୀ,ଭୁବନ ତା. ୨୦.୬: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍...
20/06/2026

ପୂର୍ବୋଦୟ ବିକାଶରେ ପ୍ରଧାନମନ୍ତ୍ରୀ ମୋଦୀ ଜୀ,
ଭୁବନ ତା. ୨୦.୬: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନରୁ ବିଜେପି ନେତା ଶତୃଘ୍ନ ଜେନା, ବିଧାୟକ ବିଭୂତି ପ୍ରଧାନ ଓ ବିଧାୟିକା ସୀମାରାଣୀ ନାୟକଙ୍କ ସହ ବହୁ କର୍ମୀ ଓ ସମର୍ଥକ ବାଜିରାଉତଙ୍କ ମାଟି ଭୁବନରୁ ଯାତ୍ରା ଆରମ୍ଭ କରିଥିଲେ। ଯାତ୍ରା ଆରମ୍ଭ ସମୟରେ ଉତ୍ସାହ ଓ ଉଦ୍ଦୀପନାର ପରିବେଶ ସୃଷ୍ଟି ହୋଇଥିଲା।
ରାଇରଙ୍ଗପୁରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନା ଏହି ଅବସରରେ କରାଯିବ।
“ବିକଶିତ ଓଡ଼ିଶା, ବିକଶିତ ଭାରତ” ଗଠନର ସଂକଳ୍ପକୁ ନେଇ ଦେଶ ଆଗକୁ ବଢ଼ୁଥିବା ବେଳେ ଏହି କାର୍ଯ୍ୟକ୍ରମକୁ ରାଜ୍ୟର ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଦେଖାଯାଉଛି। ରାଇରଙ୍ଗପୁରରେ ₹୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କାର୍ଯ୍ୟକ୍ରମ ମଧ୍ୟ ରହିଛି।
#ଓଡ଼ିଶା #ବିକଶିତଓଡ଼ିଶା #ବିକଶିତଭାରତ

ବିକାଶର ସଂକଳ୍ପ, ଜନବିଶ୍ୱାସର ବିଜୟ..କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନ ସ୍ଥିତ ପବିତ୍ର ବୁଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ କେନ୍...
13/06/2026

ବିକାଶର ସଂକଳ୍ପ, ଜନବିଶ୍ୱାସର ବିଜୟ..

କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନ ସ୍ଥିତ ପବିତ୍ର ବୁଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ସଫଳ ଶାସନ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ୨ ବର୍ଷର ସଫଳତା ପୂର୍ତ୍ତି ଉପଲକ୍ଷେ ଆୟୋଜିତ “ବିକାଶ ସଂକଳ୍ପ ସମାବେଶ” ଅତ୍ୟନ୍ତ ଭବ୍ୟ ଓ ଐତିହାସିକ ଭାବରେ ଅନୁଷ୍ଠିତ ହୋଇଥିଲା। ବିପୁଳ ଜନସମାଗମ, କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ ଏବଂ ଜନସାଧାରଣଙ୍କ ଅପାର ସମର୍ଥନ ଏହି ସମାବେଶକୁ ସଫଳତାର ଏକ ନୂତନ ଉଚ୍ଚତାରେ ପହଞ୍ଚାଇଥିଲା।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ Krushna Chandra Patra ମାନ୍ୟବର ସାଂସଦ ଶ୍ରୀ Rudra Narayan Pany , ମାନ୍ୟବର ଜିଲ୍ଲା ସଭାପତି ଶ୍ରୀ Rash Bihari Behera , ମାନ୍ୟବର ବିଧାୟକ ଶ୍ରୀ Bibhuti Pradhan , ମାନ୍ୟବର ବିଧାୟିକା ଶ୍ରୀମତୀ Simarani Nayak , ମାନ୍ୟବର ବିଧାୟକ ଶ୍ରୀ Agasti Behera, ମାନ୍ୟବର ବିଧାୟକ ଶ୍ରୀ Ashok Mohanty, ଜିଲ୍ଲା ପ୍ରଭାରୀ ଶ୍ରୀମତୀ Smruti Pattnaik , ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମାତୃପ୍ରସାଦ ନନ୍ଦ, ବରିଷ୍ଠ ନେତା ପ୍ରମୋଦ ନନ୍ଦ, ବରିଷ୍ଠ ନେତା ପବିତ୍ର ମୋହନ ବିଶ୍ବାଳ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ମଞ୍ଚାସୀନ ରହି ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ। ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା, ସୁଶାସନ ଓ ବିକାଶମୂଳକ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ।

ଏହି ସମାବେଶରେ ଜନସାଧାରଣଙ୍କ ବିପୁଳ ଉପସ୍ଥିତି ପ୍ରମାଣିତ କରିଛି ଯେ, ଲୋକମାନଙ୍କ ବିଶ୍ୱାସ ଆଜି ବିକାଶ, ସୁଶାସନ ଓ ସେବାର ରାଜନୀତି ଉପରେ ଅଧିକ ଦୃଢ଼ ହୋଇଛି। ଲୋକଙ୍କ ଆଶା ଓ ଆକାଂକ୍ଷାକୁ ସାଥୀ କରି ଆମେ ଆଗାମୀ ଦିନରେ ମଧ୍ୟ ବିକାଶର ଏହି ଯାତ୍ରାକୁ ଆହୁରି ଗତିଶୀଳ କରିବା ପାଇଁ ସଂକଳ୍ପବଦ୍ଧ।

ବିଶେଷ ଖୁସିର ବିଷୟ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ଦୂରଦର୍ଶୀ ନେତୃତ୍ୱ, ଦେଶପ୍ରେମ, ସୁଶାସନ ଓ ଜନକଲ୍ୟାଣମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆମ ଅଞ୍ଚଳର ବିଜେଡିର କିଛି ବରିଷ୍ଠ ନେତା ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି। ସେମାନଙ୍କୁ ଭାରତୀୟ ଜନତା ପାର୍ଟି ପରିବାର ପକ୍ଷରୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛି। ସେମାନଙ୍କ ଯୋଗଦାନ ଦଳକୁ ଆହୁରି ସୁଦୃଢ଼ କରିବା ସହିତ ଜନସେବାର କାର୍ଯ୍ୟକୁ ଅଧିକ ବ୍ୟାପକ କରିବ ବୋଲି ଆମର ବିଶ୍ୱାସ।

ଏହି ବିଶାଳ “ବିକାଶ ସଂକଳ୍ପ ସମାବେଶ” କୁ ସଫଳ ଓ ସ୍ମରଣୀୟ କରିବାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ କରିଥିବା ସମସ୍ତ ସମ୍ମାନନୀୟ ଅତିଥି, ଦଳୀୟ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା, ସ୍ୱେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସର୍ବୋପରି ମୋର ପ୍ରିୟ ଅଞ୍ଚଳବାସୀଙ୍କୁ ମୁଁ ହୃଦୟର ଅନ୍ତଃସ୍ଥଳରୁ ଆନ୍ତରିକ କୃତଜ୍ଞତା ଓ ଅଶେଷ ଧନ୍ୟବାଦ ଜଣାଉଛି। ଆପଣମାନଙ୍କର ଅକୁଣ୍ଠ ସମର୍ଥନ, ଭଲପାଇବା ଓ ସହଯୋଗ ହିଁ ଏହି କାର୍ଯ୍ୟକ୍ରମର ସଫଳତାର ମୂଳ ଆଧାର।
Nitin Nabin Mohan Charan Majhi Dharmendra Pradhan Manmohan Samal

ଲଢେଇ କରିବା ସଂକଳ୍ପ ଯାହାର, ମା' ମାଟି ପାଇଁ ଲଢ଼ିବା ପ୍ରକୃତି ତାଙ୍କର।ଜନତାଙ୍କ ସ୍ୱରକୁ ରଣହୁଙ୍କାରରେ ପରିଣତ କରି ଆଗକୁ ବଢ଼ୁଛନ୍ତି କାମାକ୍ଷ...
12/06/2026

ଲଢେଇ କରିବା ସଂକଳ୍ପ ଯାହାର, ମା' ମାଟି ପାଇଁ ଲଢ଼ିବା ପ୍ରକୃତି ତାଙ୍କର।
ଜନତାଙ୍କ ସ୍ୱରକୁ ରଣହୁଙ୍କାରରେ ପରିଣତ କରି ଆଗକୁ ବଢ଼ୁଛନ୍ତି କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା।
ବୃଦ୍ଧେଶ୍ୱର ମାଟିରେ ୨ ବର୍ଷର ବିକାଶ ଓ ଜନସେବାର କଥା ଜନତାଙ୍କ ସାମ୍ନାରେ ରଖିବେ ସେ।
ଆସନ୍ତୁ ଭାଇ-ଭଉଣୀ, ପୁଣିଥରେ ଶୁଣିବା ବିକାଶର ବାର୍ତ୍ତା ଓ ନୂଆ ଓଡ଼ିଶା ଗଠନର ସଂକଳ୍ପ।

#ଶତ୍ରୁଘ୍ନ_ଜେନା #କାମାକ୍ଷାନଗର #ବିକାଶର_ବାର୍ତ୍ତା #ମା_ମାଟି_ପାଇଁ #ଜନସେବା #ବିକାଶ_ସଂକଳ୍ପ

ଢେଙ୍କାନାଳରେ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ ଘଟଣା ପରେ ସୋଗର ଗ୍ରାମରେ ପହଞ୍ଚିଲେ ବିଧାୟକ......ଢେଙ୍କାନାଳ ଜିଲ୍ଲାରେ ଟାୱାର ଉପରେ ଚଢ଼...
15/05/2026

ଢେଙ୍କାନାଳରେ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ ଘଟଣା ପରେ ସୋଗର ଗ୍ରାମରେ ପହଞ୍ଚିଲେ ବିଧାୟକ......

ଢେଙ୍କାନାଳ ଜିଲ୍ଲାରେ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ରୁଦ୍ର ନାରାୟଣ ଦାସଙ୍କ ଘଟଣା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତକାଲି କାମାକ୍ଷାନଗର ବ୍ଲକର ସୋଗର ଗ୍ରାମରେ ପହଞ୍ଚି ଯୁବକଙ୍କ ପରିବାର ସହ ଆଲୋଚନା କରିଛନ୍ତି ସ୍ଥାନୀୟ ବିଧାୟକ ଶତୃଘ୍ନ ଜେନା । ରୁଦ୍ରଙ୍କ ରୋଗୀଣା ପିତା–ମାତାଙ୍କ ଅବସ୍ଥା ଦେଖି ଉପଜିଲ୍ଲାପାଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ତୁରନ୍ତ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ରୁଦ୍ରଙ୍କ ଚାକିରି ସମସ୍ୟାର ସମାଧାନ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

Address

Sogar, Kamakhyanagar
Dhenkanal

Website

Alerts

Be the first to know and let us send you an email when ବିଜେପି ଯୁବ ଶକ୍ତି,ସୋଗର posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share