Adyasha Foundation

Adyasha Foundation Adyasha Foundation is dedicated to serving humanity by providing support, compassion, and hope to the hopeless.

Our mission is to help the needy, uplift the poor, and create a better society through kindness, service, and unity.”

ଗତକାଲି  ପାଟକୁରା ନିର୍ବାଚନ ମଣ୍ଡଳୀ କରିଲୋପାଟଣା ପଞ୍ଚାୟତ ଅନ୍ତର୍ଗତ ହନ୍ତପଡା ର ପ୍ରଦୀପ ମଲିକ ଙ୍କ ପରିବାର କୁ ଫାଉଣ୍ଡେସନ ତରଫରୁ ସହଯୋଗ ର ...
11/05/2026

ଗତକାଲି ପାଟକୁରା ନିର୍ବାଚନ ମଣ୍ଡଳୀ କରିଲୋପାଟଣା ପଞ୍ଚାୟତ ଅନ୍ତର୍ଗତ ହନ୍ତପଡା ର ପ୍ରଦୀପ ମଲିକ ଙ୍କ ପରିବାର କୁ ଫାଉଣ୍ଡେସନ ତରଫରୁ ସହଯୋଗ ର ହାତ ବଢ଼ାଯାଇଥିଲ। । ପ୍ରଦୀପ ମଲିକ ଙ୍କ ଘର ଗତ ୦୬ ତାରିଖ ରାତ୍ରିରେ ଅଗ୍ନିକାଣ୍ଡରେ ଭସ୍ମୀଭୂତ ହୋଇଯାଇଥିଲା, ଏଥିରେ ତାଙ୍କର ୨ଟି ଗାଈ ୧୭ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସହ ଘର ର ଆସବା ପତ୍ର ମଧ୍ଯ ସମସ୍ତ ପୋଡିଯାଇଥିଲା ।

ଛେଳି ଓ ଗୋରୁ ପାଳନ କରି ସେ ନିଜର ପରିବାର ପ୍ରତିପୋଷଣ କରୁଥିଲେ , ଯାହାକି ତାଙ୍କ ରୋଜଗାର ର ଏକମାତ୍ର ମାଧ୍ୟମ ଥିଲା । ଏଭଳି ପରିସ୍ଥିତି ରେ ତାଙ୍କ ପରିବାର ର ପ୍ରତିପୋଷଣ ପାଇଁ ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଗୋଟେ ଛେଳି ଓ କିଛି ଆର୍ଥିକ ସାହାଯ୍ୟ କରାଯାଇଥିଲା ଯାହାକି ଭବିଷ୍ୟତ ରେ ପରିବାର ର ରୋଜଗାର ର ଏକ ମାଧ୍ୟମ ହୋଇପାରିବ ।

ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଏକ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ...
15/04/2026

ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଏକ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।🙏🙏🙏

ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଭାରତ ରତ୍ନ, ଜ୍ଞାନ ର ପ୍ରତୀକ ବାବା ସାହେବ ଡ଼ ବି ଆର ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା। 🙏...
15/04/2026

ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଭାରତ ରତ୍ନ, ଜ୍ଞାନ ର ପ୍ରତୀକ ବାବା ସାହେବ ଡ଼ ବି ଆର ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା। 🙏🙏🙏🙏

ଆପଣମାନେ ଜାଣିଥିବେ ଆଦ୍ୟାଶା ଫାଉଣ୍ଡେସନ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମପଂଚାୟତର ଜୟପୁର ଗ୍ରାମର ସ୍...
09/04/2026

ଆପଣମାନେ ଜାଣିଥିବେ ଆଦ୍ୟାଶା ଫାଉଣ୍ଡେସନ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମପଂଚାୟତର ଜୟପୁର ଗ୍ରାମର ସ୍ୱର୍ଗତ ଗୋପବନ୍ଧୁ ନାୟକଙ୍କ ବିୟୋଗ ହେଲାଦିନ ଠାରୁ ତାଙ୍କର ଏକମାତ୍ର ଝିଅ ନିଶା ନାୟକଙ୍କର ପାଠପଢା ର ସମସ୍ତ ଦାଇତ୍ୱ ଆଦ୍ୟାଶା ଫାଉଣ୍ଡେସନ ବହନ କରୁଛି। ଆଜି କୁନି ଝିଅ ନିଶା ନାୟକଙ୍କୁ ତାଙ୍କର ପାଠ୍ୟସାମଗ୍ରୀ ଏବଂ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରାଗଲା।🙏🙏🙏🙏

ଗତ ୨୭.୦୩.୨୭ ରିଖ , ନବପ୍ରଭାତ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ , ସାଲେପୁର କଲେଜର ବାର୍ଷିକ ଉତ୍ସବରେ ଆଦ୍ୟାଶା ଫାଉଣ୍ଡେସନ କୁ ସେବା ସମ୍ମାନରେ ସମ୍ମ...
09/04/2026

ଗତ ୨୭.୦୩.୨୭ ରିଖ , ନବପ୍ରଭାତ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ , ସାଲେପୁର କଲେଜର ବାର୍ଷିକ ଉତ୍ସବରେ ଆଦ୍ୟାଶା ଫାଉଣ୍ଡେସନ କୁ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । 🙏🙏🙏🙏

ପବିତ୍ର ଶ୍ରୀ ରାମନବମୀ ତଥା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଉପଲକ୍ଷେ ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଶ୍ରଦ୍ଧାଳୁ ...
28/03/2026

ପବିତ୍ର ଶ୍ରୀ ରାମନବମୀ ତଥା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଉପଲକ୍ଷେ ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଅସୁରେଶ୍ଵର ସ୍ଥିତ ଶ୍ରୀ ରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ଜଳଛତ୍ର କାର୍ଯ୍ୟକ୍ରମ ।

🙏🙏🙏🙏
23/03/2026

🙏🙏🙏🙏

କେନ୍ଦ୍ରାପଡ଼ା ଜିଲ୍ଲା ର ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡକୁଡ଼ା ଗ୍ରାମ ପଞ୍ଚାୟତ ର ବସନ୍ତପୁର ଗ୍ରାମ ର ଗଗନ ମଲ୍ଲିକଙ୍କ ଘର ଦୁର୍ଭାଗ୍ୟ ବଶତଃ ...
15/03/2026

କେନ୍ଦ୍ରାପଡ଼ା ଜିଲ୍ଲା ର ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡକୁଡ଼ା ଗ୍ରାମ ପଞ୍ଚାୟତ ର ବସନ୍ତପୁର ଗ୍ରାମ ର ଗଗନ ମଲ୍ଲିକଙ୍କ ଘର ଦୁର୍ଭାଗ୍ୟ ବଶତଃ ନିଆଁ ଲାଗି ୭ ବଖରା ଘର ସଂପୂର୍ଣ୍ଣ ଭାବେ ପୋଡ଼ିଯାଇଥିଲା ।ଆଦ୍ୟାଶା ଫାଉଣ୍ଡେସନ ର ସଦସ୍ୟ ମାନେ ଏହି ଖବର ପାଇବା ପରେ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ସହିତ କିଛି ମାସ ର ରାସନ୍ ସାମଗ୍ରୀ , ପରିବାର ର ସମସ୍ତଙ୍କ ପାଇଁ ପୋଷାକ ପିଲାଙ୍କ ପାଇଁ ଡ୍ରେସ୍ , ପ୍ରଦାନ କରାଯାଇଥିଲା । 🙏🙏🙏

ଆସନ୍ତା ୨୨.୦୨.୨୬ ରିଖ ଓଡ଼ିଶା ସାଇନ୍ ଫାଉଣ୍ଡେସନ ଟ୍ରଷ୍ଟ ,ରାଜନଗର, କେନ୍ଦ୍ରାପଡା ର ପ୍ରଥମ ବାର୍ଷିକ ଉତ୍ସବ ପାଳନ ଅବସରରେ ଆଦ୍ୟାଶା ଫାଉଣ୍ଡେ...
24/02/2026

ଆସନ୍ତା ୨୨.୦୨.୨୬ ରିଖ ଓଡ଼ିଶା ସାଇନ୍ ଫାଉଣ୍ଡେସନ ଟ୍ରଷ୍ଟ ,ରାଜନଗର, କେନ୍ଦ୍ରାପଡା ର ପ୍ରଥମ ବାର୍ଷିକ ଉତ୍ସବ ପାଳନ ଅବସରରେ ଆଦ୍ୟାଶା ଫାଉଣ୍ଡେସନ କୁ ଉତ୍କଳମଣି ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। 🙏🙏🙏🙏

ଏ ଯେଉଁ ବ୍ୟକ୍ତିଙ୍କୁ ଦେଖୁଛନ୍ତି ଏ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳ ପଡା ବ୍ଲକ ଅନ୍ତର୍ଗତ ବିଜୟ ନଗର ଗ୍ରାମର ୨୪ ବର୍ଷ ଯୁବକ ଦିବ୍ୟ...
21/02/2026

ଏ ଯେଉଁ ବ୍ୟକ୍ତିଙ୍କୁ ଦେଖୁଛନ୍ତି ଏ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳ ପଡା ବ୍ଲକ ଅନ୍ତର୍ଗତ ବିଜୟ ନଗର ଗ୍ରାମର ୨୪ ବର୍ଷ ଯୁବକ ଦିବ୍ୟାଙ୍ଗ ବିକାଶ ରାଉତ , ଶିକ୍ଷାଗତ ଯୋଗ୍ୟତା ବି.ଏ ପାସ। ଯେକି ବର୍ତମାନ କେନ୍ଦ୍ରାପଡ଼ାର ଏକ ଶିକ୍ଷା ଅନୁଷ୍ଠାନ ରେ ଅଧ୍ୟୟନ କରୁଛନ୍ତି। ଘର ପାଖରୁ ଶିକ୍ଷାନୁଷ୍ଠାନ ପ୍ରାୟତଃ ୪୦ କି.ମି ହୋଇଥିବାରୁ ଯାତାୟତର ସମ୍ମୁଖୀନ ହେଉଛନ୍ତି। ସେ ଆଦ୍ୟାଶା ଫାଉଣ୍ଡେସନକୁ ଯୋଗାଯୋଗ କରିଥିଲେ। ସେ ତାଙ୍କର ତିନୋଟି ମୌଳିକ ଅସୁବିଧା ଜଣାଇଥିଲେ।
(1)ହୁଇଲ ଚେୟାର
(2)ମଟର ଚାଳିତ ତିନି ଚକିଆ ଯାନ
(3)ଭିନ୍ନକ୍ଷମ ପ୍ରମାଣ ପତ୍ରରେ ପ୍ରତିଶତ ବଢାଇବା ପାଇଁ
ଏହା ସବୁ ଜାଣିଲା ପରେ ଆଦ୍ୟାଶା ଫାଉଣ୍ଡେସନ କେନ୍ଦ୍ରାପଡ଼ାର ଜିଲ୍ଲା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ମୁଖ୍ୟ ଚିକିତ୍ସାଳୟ ଅଧିକାରୀ(CDMO)ଏବଂ ଉପ ଜିଲ୍ଲା ପାଳଙ୍କୁ ନିବେଦନ କଲା ପରେ ବର୍ତମାନ ପାଇଁ ତାଙ୍କର ଏକ ହୁଇଲ ଚେୟାର ମିଳିଯାଇଛି ଓ ଭିନ୍ନକ୍ଷମ ପ୍ରମାଣ ପତ୍ରରେ ପ୍ରତିଶତ ବଢ଼ାଇଦିଆଯାଇଛି। ଏବେ ତିନି ଚକିଆ ଯାନ କିଭଳି ଭାବରେ ମିଳିପାରିବ ଉଦ୍ୟମ ଜାରି ରହିଛି ।

ମା ବୀଣାପାଣି ୟୁଥ୍ କ୍ଲବ୍ , ଅଢ଼ଙ୍ଗା, କେନ୍ଦ୍ରାପଡା ତରଫରୁ ଆଦ୍ୟାଶା ଫାଉଣ୍ଡେସନ କୁ ମା ବୀଣାପାଣି ସେବା ସମ୍ମାନ ରେ ସମ୍ମାନିତ କରାଯଇଥିଲା। ...
21/02/2026

ମା ବୀଣାପାଣି ୟୁଥ୍ କ୍ଲବ୍ , ଅଢ଼ଙ୍ଗା, କେନ୍ଦ୍ରାପଡା ତରଫରୁ ଆଦ୍ୟାଶା ଫାଉଣ୍ଡେସନ କୁ ମା ବୀଣାପାଣି ସେବା ସମ୍ମାନ ରେ ସମ୍ମାନିତ କରାଯଇଥିଲା।
ଆମ୍ଭେ ଆଦ୍ୟାଶା ଫାଉଣ୍ଡେସନ ପରିବାର ତରଫରୁ " ବୀଣାପାଣି ୟୁଥ୍ କ୍ଲବ୍ " ର ପ୍ରତି କର୍ମକର୍ତ୍ତା ମାନଙ୍କୁ ଅନ୍ତରରୁ ରୁ ସାଧୁବାଦ୍ ଓ କୃତଜ୍ଞତା ଜ୍ଞାପନ କରୁଅଛୁ। ଏଥି ସହିତ ବୀଣାପାଣି ୟୁଥ୍ କ୍ଲବ୍ ର ଏହି ନିଆରା ପ୍ରୟାସ ,ଯେପରି କି ଲୁକ୍କାୟିତ ପ୍ରତିଭା ର ଅନ୍ୱେଷଣ , ସାଂସ୍କୃତିକ କଳା ର ବିକାଶ ଓ ସମାଜ ପ୍ରତି ସେବା କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କର ମନୋବଳ ବଢ଼ାଇ ଏକ ନୂତନ ଦିଗ୍ ଦର୍ଶନ ରେ ପ୍ରେରିତ କରାଇବାରେ ରେ ଆପଣମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣମାନଙ୍କର ଏହି ପରି ନିଆରା ପ୍ରୟାସ ଜାରିରହୁ ଓ ଅନୁଷ୍ଠାନ ର ଏକତା ସଦାସର୍ବଦା ବଜାୟ ରହୁ .........

Address

Odisha
Kendrapara

Website

Alerts

Be the first to know and let us send you an email when Adyasha Foundation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Adyasha Foundation:

Share

Category