BJP Kendujhar

BJP Kendujhar This's the official page of BJP Keonjhar. BJP is a national party founded on the principles of integrity.

इस चैनल पर आपको मनोरंजन दायक कहानियां सुनने को मिलेंगी |
कहानियों के सभी पात्र और घटनाएं मात्र एक काल्पनिक हैं यह सिर्फ मनोरंजन के लिए लिखी गई हैं
इनकी लिखने का उद्देश्य किसी की भावनाओं को ठेस पहुंचाना नहीं है
प्लीज कहानियों की परिस्थितियों को गंभीरता से ना लें

ଅଦ୍ୟ ତା ୦୭/୦୬/୨୦୨୬ ରିଖ ଦିନ ଜଙ୍ଗିରା ମଣ୍ଡଳ ଅନ୍ତର୍ଗତ ବୁଢାଖମଣ ଶକ୍ତି କେନ୍ଦ୍ର ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ମଣ୍ଡଳ ସ୍ତରୀୟ ବୈଠକ ସଫଳତାର ...
07/06/2026

ଅଦ୍ୟ ତା ୦୭/୦୬/୨୦୨୬ ରିଖ ଦିନ ଜଙ୍ଗିରା ମଣ୍ଡଳ ଅନ୍ତର୍ଗତ ବୁଢାଖମଣ ଶକ୍ତି କେନ୍ଦ୍ର ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ମଣ୍ଡଳ ସ୍ତରୀୟ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
​ଏହି ବୈଠକରେ ମଣ୍ଡଳର ସଭାପତି ହୀରାଲାଲ ମହାନ୍ତ , ମଣ୍ଡଳ ପ୍ରଭାରୀ, ଦୁଇ ସାଧାରଣ ସଂପାଦକ ଏବଂ ସମସ୍ତ ନିଷ୍ଠାପର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଂଗଠନକୁ ଆଗକୁ ନେବା ପାଇଁ ଆଲୋଚନା କରିଥିଲେ। 🤝
​ଶକ୍ତି କେନ୍ଦ୍ରର ପ୍ରମୁଖ ଶ୍ରୀ ବଳରାମ ମହାନ୍ତଙ୍କ ସୌଜନ୍ୟରୁ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇ ମୁହଁ ମିଠା କରାଯାଇଥିଲା। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ବୈଠକ ସାଙ୍ଗ ହୋଇଥିଲା।
​ଆଗାମୀ ଦିନରେ ଏହି ଏକତା ଆମକୁ ଆହୁରି ମଜବୁତ କରିବ! 💪✨
Sukadeb Mahanta Anubrata Behera Ananta Nayak Manmohan Samal DrFakir Mohan Naik

ଢେଙ୍କିକୋଟ ମଣ୍ଡଳ ବିଜେପି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ୟବର ବିଜେପି ଜି...
07/06/2026

ଢେଙ୍କିକୋଟ ମଣ୍ଡଳ ବିଜେପି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ୟବର ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ Sukadeb Mahanta ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କାର୍ଯ୍ୟକ୍ରମ, ଆଗାମୀ ସାଂଗଠନିକ କାର୍ଯ୍ୟଯୋଜନା ଏବଂ ବୁଥ୍ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।
​ମଣ୍ଡଳର ସମସ୍ତ ନିଷ୍ଠାପର ପଦାଧିକାରୀ ଓ କର୍ମୀମାନଙ୍କ ଉପସ୍ଥିତି ଏବଂ ଦଳକୁ ତୃଣମୂଳ ସ୍ତରରୁ ଆହୁରି ମଜବୁତ କରିବାର ସଂକଳ୍ପ ଆଗାମୀ ଦିନରେ ଏକ ନୂଆ ଇତିହାସ ରଚିବ।
​କର୍ମୀ ଆମର ଗୌରବ, ବୁଥ୍ ଆମର ଶକ୍ତି! 💪🧡

​ #ବିଜେପି_ପଦାଧିକାରୀ_ବୈଠକ_ଅନୁଷ୍ଠିତ

ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ, କେନ୍ଦୁଝର ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ସାଙ୍ଗଠନିକ ପ୍ରସ୍ତୁତି ବ...
02/06/2026

ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ, କେନ୍ଦୁଝର ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ସାଙ୍ଗଠନିକ ପ୍ରସ୍ତୁତି ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
​ଆସନ୍ତା ୦୭ ଜୁନ୍ ୨୦୨୬ ରିଖରେ କେନ୍ଦ୍ର ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ୧୨ ବର୍ଷ ପୂର୍ତ୍ତି ଏବଂ ୧୨ ଜୁନ ୨୦୨୬ ରିଖରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଏହି ବୈଠକରେ ବିସ୍ତୃତ ଆଲୋଚନା ଓ ରଣନୀତି ପ୍ରସ୍ତୁତ କରାଯାଇଛି।
​ସଭାପତିତ୍ବ: ଶ୍ରୀଯୁକ୍ତ Sukadeb Mahanta (ଜିଲ୍ଲା ସଭାପତି, ବିଜେପି କେନ୍ଦୁଝର)
​ମୁଖ୍ୟ ଅତିଥି: ଶ୍ରୀଯୁକ୍ତ Ananta Nayak (ମାନ୍ୟବର ସାଂସଦ, କେନ୍ଦୁଝର)
​ସଭା ପରିଚାଳନା: ଶ୍ରୀଯୁକ୍ତ Anubrata Behera (ଜିଲ୍ଲା ସାଧାରଣ ସମ୍ପାଦକ)
​ଏହି ବୈଠକରେ ଜିଲ୍ଲାର ବରିଷ୍ଠ ପଦାଧିକାରୀ, ଜିଲ୍ଲାସ୍ତରୀୟ ୫ ଜଣିଆ ଟୋଲୀର ସଦସ୍ୟ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମକୁ ବ୍ୟାପକ ଓ ସଫଳ କରିବା ପାଇଁ ସଂକଳ୍ପ ନେଇଛନ୍ତି।

କେନ୍ଦୁଝର ଜିଲ୍ଲାରେ "ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ – ୨୦୨୬" ର ଶୁଭାରମ୍ଭ! 🚩ଏହି ଅବସରରେ ବିଜେପି ରାଜ୍ୟ ସଭାପତି ଶ୍ରୀଯ...
19/05/2026

କେନ୍ଦୁଝର ଜିଲ୍ଲାରେ "ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ – ୨୦୨୬" ର ଶୁଭାରମ୍ଭ! 🚩
ଏହି ଅବସରରେ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ Manmohan Samal ଯୋଗଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଛନ୍ତି।
#କେନ୍ଦୁଝର #ଭାରତୀୟ_ଜନତା_ପାର୍ଟି

ନାରୀ ଶକ୍ତିର ବିରାଟ ପ୍ରଦର୍ଶନ!ଚମ୍ପୁଆରେ ଆଜି ଏକ ବିଶାଳ 'ମହିଳା ଜନ ଆକ୍ରୋଶ ରାଲି' ଅନୁଷ୍ଠିତ ହୋଇଯାଇଛି। ନିଜର ହକ୍, ସମ୍ମାନ ଏବଂ ନ୍ୟାୟ ଦା...
14/05/2026

ନାରୀ ଶକ୍ତିର ବିରାଟ ପ୍ରଦର୍ଶନ!
ଚମ୍ପୁଆରେ ଆଜି ଏକ ବିଶାଳ 'ମହିଳା ଜନ ଆକ୍ରୋଶ ରାଲି' ଅନୁଷ୍ଠିତ ହୋଇଯାଇଛି। ନିଜର ହକ୍, ସମ୍ମାନ ଏବଂ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା। ଅନ୍ୟାୟ ବିରୁଦ୍ଧରେ ଏକାଠି ହେଲା ମାତୃଶକ୍ତି! 💪✊

#ଚମ୍ପୁଆ #ଜନଆକ୍ରୋଶରାଲି #ନାରୀଶକ୍ତି #ମହିଳାସଶକ୍ତିକରଣ

କେନ୍ଦୁଝର ମାଟିରେ ମାନନୀୟ ଉପ-ମୁଖ୍ୟମନ୍ତ୍ରୀ! 🚩ଓଡ଼ିଶାର ମାନନୀୟ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ Prabhati Parida ଙ୍କ କେନ୍ଦୁଝର ଗସ୍ତ ସମୟର କ...
13/05/2026

କେନ୍ଦୁଝର ମାଟିରେ ମାନନୀୟ ଉପ-ମୁଖ୍ୟମନ୍ତ୍ରୀ! 🚩
ଓଡ଼ିଶାର ମାନନୀୟ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ Prabhati Parida ଙ୍କ କେନ୍ଦୁଝର ଗସ୍ତ ସମୟର କିଛି ମୁହୂର୍ତ୍ତ। ନାରୀ ଶକ୍ତିର ସଶକ୍ତିକରଣ ଏବଂ ଅଞ୍ଚଳର ବିକାଶ ପାଇଁ ତାଙ୍କର ଏହି ଗସ୍ତ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଭରିଦେଇଛି।
ନାରୀ ଶକ୍ତି, ଓଡ଼ିଶାର ପ୍ରଗତି! 💪🧡

ଖାଳିଆମେଣ୍ଟା ମଣ୍ଡଳର କେଶଦୁରାପାଳ ଠାରେ ବିଜେପିର ବିଶାଳ ମହିଳା ସମାବେଶ। ବିଧାନସଭା ନେତା ଓ ରାଜ୍ୟ-ଜିଲ୍ଲାର ନେତୃତ୍ୱଙ୍କ ସହ ହଜାର ହଜାର ମା'...
13/05/2026

ଖାଳିଆମେଣ୍ଟା ମଣ୍ଡଳର କେଶଦୁରାପାଳ ଠାରେ ବିଜେପିର ବିଶାଳ ମହିଳା ସମାବେଶ। ବିଧାନସଭା ନେତା ଓ ରାଜ୍ୟ-ଜିଲ୍ଲାର ନେତୃତ୍ୱଙ୍କ ସହ ହଜାର ହଜାର ମା' ଭଉଣୀଙ୍କ ସଂକଳ୍ପ - ଅନ୍ୟାୟ ବିରୁଦ୍ଧରେ ଲଢ଼େଇ ଜାରି ରହିବ।

ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ମାନନୀୟା ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ଆଜି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀଙ୍କ ନୂତନ ନାମ ତାଲ...
09/05/2026

ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ମାନନୀୟା ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ଆଜି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀଙ୍କ ନୂତନ ନାମ ତାଲିକା ଘୋଷଣା କରିଛନ୍ତି। 📄✨

ଏହି ପରିପ୍ରେକ୍ଷୀରେ, କେନ୍ଦୁଝର ଜିଲ୍ଲାର ନବନିଯୁକ୍ତ ମହିଳା ମୋର୍ଚ୍ଚା ସଭାନେତ୍ରୀ ଚପଳାମହାକୁଡ଼ ଅପା ଙ୍କୁ କେନ୍ଦୁଝର ଜିଲ୍ଲା ବିଜେପି ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ସ୍ୱାଗତ! 💐🎉🇮🇳

କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ନରଣପୁର ମଣ୍ଡଳ ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ମଣ୍ଡଳ ପ୍ରଶିକ୍ଷଣ ବ...
01/04/2026

କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ନରଣପୁର ମଣ୍ଡଳ ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଯାଇଛି l ମଣ୍ଡଳ ସଭାପତି ରତିରଞ୍ଜନ ସହୂ ଙ୍କ ସଭାପତିତ୍ୱ ରେ 24 ଘଣ୍ଟିଆ ବର୍ଗ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ମାନନୀୟ ଶୁକଦେବ ମହାନ୍ତ ଙ୍କ ଉପସ୍ଥିତି ରେ ଶୁଭରମ୍ଭ ହୋଇଥିଲା l ଉକ୍ତ ବର୍ଗ ର ପ୍ରମୁଖ ବେଣୁଧର ମହାନ୍ତ ଙ୍କ ସହ ଜିଲ୍ଲା ର ବର୍ଗ ପ୍ରମୁଖ ତଥା ସଦର ନିର୍ବାଚନ ପ୍ରଭାରୀ ରାମ ଚନ୍ଦ୍ର ସାହୁ, ବିଜେପି ବରିଷ୍ଟ ନେତା ଦିଲ୍ଲୀପ କୁମାର ପଣ୍ଡା, ମଣ୍ଡଳ ର ପ୍ରଭାରୀ ଶିବକୁମାର ରାଠୋର ଙ୍କ ସହ ଯୋଗ ଦେଇ ସମୁଦାୟ ଦୁଇ ଦିନ ରେ ସାତ ଟି କାଳାଂଶ ରେ ଭାଗ ନେଇ ନିଜକୁ ସୌଭାଗ୍ୟ ମନେ କଲି l ସାନମାନୀୟ ବରିଷ୍ଠ ନେତୃମଣ୍ଡଳୀ ମାନଙ୍କ ମାଧ୍ୟ୍ୟରେ ଜିଲ୍ଲା ଉପସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀ ସଂଯୋଜକ ବିବେକାନନ୍ଦ ମହାନ୍ତ,ଜିଲ୍ଲା ଉପସଭାପତି ଦେବ ପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା,ଜିଲ୍ଲା ବିଜେପି ଆଇଟି ସେଲ ସଂଯୋଜକ James Mahanta ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକର୍ତ୍ତା ମାନଙ୍କୁ ବୈଚାରିକ ଦୃଷ୍ଟିରେ ନିପୁଣ ଏବଂ ଦକ୍ଷ କରିବା ଓ ପାର୍ଟି ର ବିଚାର, ସଂସ୍କାର ଏବଂ ଉଦେଶ୍ୟ କୁ ଦାୟିତ୍ୱ ସହକାରେ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ l ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ମାନନୀୟ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ଡବଲ ଇଞ୍ଜିନ ସରକାର ଅନ୍ତୋର୍ଦୟ ର ବିକାଶ କୁ ପ୍ରାଥମିକତା ଦେଇ ସମାଜର ଶୋଶିତ, ବଞ୍ଜିତ, ଅବହେଳିତ, ଲୋକ ପାଖରେ ସରକାରୀ ଯୋଜନା ପଂହଞ୍ଚାଇବା ହେଉଛି ଆମ ସରକାର ର ବଡ ପଦକ୍ଷେପ ବୋଲି ଦୃଢତାର ସହ କହିବା ସହ କାର୍ଯ୍ୟକର୍ତ୍ତା ମାନଙ୍କୁ ଏଥି ନିମନ୍ତେ ସମସ୍ତ ଙ୍କ ସହଯୋଗ ଲୋଡ଼ିଥିଲେ l ଉକ୍ତ ବର୍ଗ ରେ ମଣ୍ଡଳ ପଦାଧିକାରୀ, ଶକ୍ତିକେନ୍ଦ୍ର ପ୍ରମୁଖ /ସହ ପ୍ରମୁଖ, ବୁଥ ପ୍ରମୁଖ /ସହ ପ୍ରମୁଖ, ମଣ୍ଡଳ କାର୍ଯ୍ୟକାରିଣୀ, ମଣ୍ଡଳ ମୋର୍ଚ୍ଚା ର ସଭାପତି, BLA-2,ନିର୍ବାଚିତ ପ୍ରତିନିଧି, ମଣ୍ଡଳ ର ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବର୍ଗ କୁ ସଫଳ କରିଥିବାବେଳେ ରାତ୍ରି ଯାପନ ସହ ସକାଳୁ ଯୋଗ ଓ ସ୍ଵଛ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା l ପରିଶେଷରେ ବର୍ଗ ସମାରୋପ ରେ ମଣ୍ଡଳ ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାନ୍ତ ଧନ୍ୟବାଦ ଦେବା ସହ ସଭାପତି ଙ୍କ ନିର୍ଦେଶ କ୍ରମେ ସଭା ସାଙ୍ଗ କରାଯାଇଥିଲା
Bharatiya Janata Party (BJP) Sukadeb Mahanta DrFakir Mohan Naik Ananta Nayak Narendra Modi Mohan Charan Majhi Manmohan Samal

Address

Keonjhargarh
758001

Alerts

Be the first to know and let us send you an email when BJP Kendujhar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share