Hatadihi Bajaranga dala

Hatadihi Bajaranga dala Bharat mataki jay ଅଧରେ ଶ୍ରୀରାମ ,ପଦରେ ଶ୍ରୀରାମ
ମଧୁର ଛନ୍ଦରେ ଶ୍ରୀରାମ ନାମ
ଭାବରେ ଶ୍ରୀରାମ ,ଅଭାବେ ଶ୍ରୀରାମ
ଶ୍ରୀମୁଖ ସ୍ପନ୍ଦନେ ଶ୍ରୀରାମ ନାମ ।
(1)

*ଚୈତ୍ର ଶୁକ୍ଳ ପ୍ରତିପଦା ତଥା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଶୁଭାରମ୍ଭ ଅବସରରେ ଭାରତର ମୋର ସମସ୍ତ ସନାତନୀ ହିନ୍ଦୁ ଭାଇଭଉଣୀ ମାନଙ୍କୁ ମୋ ତରଫରୁ...
09/04/2024

*ଚୈତ୍ର ଶୁକ୍ଳ ପ୍ରତିପଦା ତଥା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଶୁଭାରମ୍ଭ ଅବସରରେ ଭାରତର ମୋର ସମସ୍ତ ସନାତନୀ ହିନ୍ଦୁ ଭାଇଭଉଣୀ ମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ରାଷ୍ଟ୍ରୀୟ ନବବର୍ଷ ଟି ଆପଣଙ୍କ ର ଖୁସି ରେ ଅତିବାହିତ ହେଉ।*
ଭାରତ ଅଖଣ୍ଡ ହୋ 🚩🚩🚩
ହିନ୍ଦୁ ରାଷ୍ଟ୍ର କି ଜୟ ହୋ🏹🚩🚩
ଜୟ ଜୟ ଶ୍ରୀରାମ 🙏 🚩🚩
#ହିନ୍ଦୁନବବର୍ଷ

🚩ଜୟ ଶ୍ରୀରାମ🚩ଆପଣ ଓ ଆମ ସମସ୍ତଙ୍କ ଭକ୍ତି ଓ ମିଳିତ ସହଯୋଗ ରେଅଯୋଧ୍ୟା ରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ଭବ୍ୟ ମନ୍ଦିର ନିର୍ମାଣ ସୁରୁଖୁରୁରେ ସମ...
24/12/2023

🚩ଜୟ ଶ୍ରୀରାମ🚩
ଆପଣ ଓ ଆମ ସମସ୍ତଙ୍କ ଭକ୍ତି ଓ ମିଳିତ ସହଯୋଗ ରେ
ଅଯୋଧ୍ୟା ରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ଭବ୍ୟ ମନ୍ଦିର ନିର୍ମାଣ ସୁରୁଖୁରୁରେ ସମ୍ପାଦନ ହେଉଛି । ଏଣୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଏବଂ ଶୁଭେଚ୍ଛା। ଶ୍ରୀ ରାମ ଙ୍କ ଭବ୍ୟ ମନ୍ଦିର ସମ୍ପୂର୍ଣ୍ଣ ହେବା ଉପଲକ୍ଷେ ଆମ୍ଭେ ଆପଣ ଙ୍କୁ ସ୍ବାଗତ କରୁଛୁ। ଏଥି ପାଇଁ ଆପଣ ଙ୍କୁ କୌଣସି ପ୍ରକାର ର ଅର୍ଥ ଦେବାକୁ ପଡ଼ିବ ନାହିଁ। ଯଦି ଆପଣ ମାନଙ୍କୁ କେହି ରାମ ମନ୍ଦିର ନା ରେ ଅର୍ଥ ମାଗୁଛି ତାହେଲେ ଆପଣ ନିକଟସ୍ଥ ବଜରଙ୍ଗ ଦଳ କିମ୍ବା ବିଶ୍ଵହିନ୍ଦୁ ପରିଷଦ କାର୍ଯକର୍ତ୍ତା ଙ୍କ ସହ ଯୋଗାଯୋଗ କରନ୍ତୁ ।
ନିବେଦକ - *ବଜରଙ୍ଗ ଦଳ ହାଟଡ଼ିହି,କେନ୍ଦୁଝର*

19/12/2023
ହାଟଡ଼ିହି ବଜରଙ୍ଗ ଦଳ ତରଫରୁ ଶୌର୍ଯ୍ୟ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଥିଲା ।
07/10/2023

ହାଟଡ଼ିହି ବଜରଙ୍ଗ ଦଳ ତରଫରୁ ଶୌର୍ଯ୍ୟ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

13/07/2023

ପ୍ରିୟ ଭାଇ/ବନ୍ଧୁ ମାନେ ଆସନ୍ତା ତା -୧୫/୦୭/୨୦୨୩ ରିଖ ରୁ ତା -୧୫/୦୯/୨୦୨୩ ରିଖ ପଯ୍ୟନ୍ତ ବଜରଙ୍ଗ ଦଳ ଭର୍ତ୍ତି ଅଭିଯାନ କାର୍ଯ୍ୟକ୍ରମ ଚାଲିବ ।
ଏଥିରେ ହାଟଡିହି,ଆନନ୍ଦପୁର ଓ ଘଷିପୁରା ପ୍ରଖାଣ୍ଡ ର ସମସ୍ତ ଭାଇ ମାନେ ନିଜ ର ନାମ ଦେଇ ନିଜକୁ ଦେଶ ସେବାରେ ନିୟୋଜିତ କରି ବଜରଙ୍ଗ ଦଳ ର କାର୍ଯ୍ୟକର୍ତ୍ତା ହୋଇ ପାରିବେ।
ବଜରଙ୍ଗ ଦଳ ସହ ଯୋଡ଼ି ହେବା ପାଇଁ ତଳେ ଦିଆ ଯାଇଥିବା ନମ୍ବର ରେ ଜିଲ୍ଲା ସଂଯୋଜକ ଙ୍କ ସହ ସମ୍ପର୍କ କରନ୍ତୁ।
ନିବେଦକ - *ବଜରଙ୍ଗ ଦଳ ଆନନ୍ଦପୁର ଜିଲ୍ଲା,କେନ୍ଦୁଝର* ୯୯୩୮୮୫୨୩୮୭,୭୮୭୩୭୬୩୩୫୨

💐💐💝 #ହିନ୍ଦୁତ୍ୱ  #ଗୌରବ  #ଦିବସ💝💐💐ହିନ୍ଦୁରକ୍ଷକ, ହିନ୍ଦୁତ୍ୱପ୍ରେମୀ ଓ ହିନ୍ଦୁରାଷ୍ଟ୍ର ଭାରତର ସୁଯୋଗ୍ୟ ଅଜେୟ ମହାତ୍ମା ସନ୍ତାନ  #ଛତ୍ରପତି ...
19/02/2023

💐💐💝 #ହିନ୍ଦୁତ୍ୱ #ଗୌରବ #ଦିବସ💝💐💐
ହିନ୍ଦୁରକ୍ଷକ, ହିନ୍ଦୁତ୍ୱପ୍ରେମୀ ଓ ହିନ୍ଦୁରାଷ୍ଟ୍ର ଭାରତର ସୁଯୋଗ୍ୟ ଅଜେୟ ମହାତ୍ମା ସନ୍ତାନ #ଛତ୍ରପତି #ଶିବାଜୀ #ମହାରାଜ ତଥା ପୂଜ୍ୟ ଶ୍ରଦ୍ଧେୟ ଗୁରୁଜୀ ଓ ମହାନ ହିନ୍ଦୁବାଦୀ #ମାଧବରାଓ #ସଦାଶିବରାଓ #ଗୋଲବଲକର ପୁଣ୍ୟ ଜୟନ୍ତୀ ତିଥିରେ ସମସ୍ତ ହିନ୍ଦୁରାଷ୍ତ୍ରପ୍ରେମୀଙ୍କୁ...
💐💐💝 #ବଜରଙ୍ଗଦଳ ହାଟଡ଼ିହି #ସେନା ଓଡ଼ିଶା #ନମନ💝💐💐

ସମସ୍ତଙ୍କୁ ଗୀତା ଜୟନ୍ତୀ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।                                   -:ଗୀତା:-୧.ଗୀତାର ତାତ୍ପର୍ଯ୍ୟ 'ବାସୁଦ...
03/12/2022

ସମସ୍ତଙ୍କୁ ଗୀତା ଜୟନ୍ତୀ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

-:ଗୀତା:-
୧.ଗୀତାର ତାତ୍ପର୍ଯ୍ୟ 'ବାସୁଦେଵଃ ସର୍ବମ' ଅଟେ।
୨.ଗୀତା ଭକ୍ତିଙ୍କୁ ସର୍ବଶ୍ରେଷ୍ଠ କହିଛି।ଗୀତାର ଭକ୍ତିରେ ଭେଦଭାବ ନାହିଁ,ପରନ୍ତୁ ଅଦ୍ଭୁତ ଭକ୍ତି ଅଛି।
୩.ଗୀତାରେ 'ଯୋଗ' ଶବ୍ଦ ବିଶେଷକରି 'କର୍ମଯୋଗ'ର ବାଧକ ଆସେ।
୪.ଗୀତା ପ୍ରଥମେ ଜ୍ଞାନଯୋଗ ପୁଣି କର୍ମ ଯୋଗ,ପୁଣି ଭକ୍ତ ଯୋଗ ଏହି କ୍ରମ କୁ ମାନେ।
୫.ଗୀତୋକ୍ତ କର୍ମଯୋଗ,ଜ୍ଞାନଯୋଗ ଏବଂ ଭକ୍ତି ଯୋଗ ଏହି ତିନୋଟି ସାଧନ କରଣ ନିରପେକ୍ଷ ଅର୍ଥାତ ସ୍ୱୟଂ ରୁ ହୋଇଯାଏ।
୬.ଗୀତା ଚିତ୍ତବୃତ୍ତି ମାନଙ୍କରେ ସର୍ବଦା ସମ୍ୱନ୍ଧ ବିଚ୍ଛେଦପୂର୍ବକ ସ୍ୱାର୍ଥସିଦ୍ଧ ସମ ରୂପରେ ସ୍ୱାଭାବିକ ସ୍ଥିତି ରେ ଯୋଗ କହେ।ସେହି ସମତା ରେ ସ୍ଥିତି ହେବାରୁ ପୁଣି କେବେ ତାର ବିୟୋଗ ହୁଏ ନାହିଁ।କେବେ ବୃତ୍ତିରୂପତା ହୁଏ ନାହିଁ,କେବେ ଉତ୍ଥାନ ହୁଏ ନାହିଁ।
୭.ଯେବେ ମନୁଷ୍ୟ ମଉଜ,ଆନନ୍ଦରେ ରହେ,ସେତେବେଳେ ତାର ମୁହଁରୁ ସ୍ୱତଃ ଗୀତ ବାହାରେ।ଭଗବାନ ମଉଜ ରେ ଆସି ଗାଆନ୍ତି, ଏଣୁ ଏହାର ନାମ 'ଗୀତା'।ଯଦ୍ୟପି ସଂସ୍କୃତ ବ୍ୟାକରଣ ନିୟମ ଅନୁସାରେ ଏହାର ନାମ 'ଗୀତମ'ହେବା ଆବଶ୍ୟକ।ତଥାପି ଉପନିଷଦ-ସ୍ୱରୂପ ହେଲେ ସ୍ତ୍ରୀ ଲିଙ୍ଗ ଶବ୍ଦ 'ଗୀତା'ର ପ୍ରୟୋଗ କରାଯାଇଛି।
୮.ଗୀତାର ଉପଦେଶ ଶରୀର ଓ ଶରୀରର ପ୍ରଭେଦରୁ ଆରମ୍ଭ ହୋଇଛି।ଅନ୍ୟ ଦାର୍ଶନିକ ଗ୍ରନ୍ଥ ଓ ଆତ୍ମା ଓ ଅନାତ୍ମାକୁ ଇଦମ ରୂପେ ବର୍ଣ୍ଣନା କରନ୍ତି,କିନ୍ତୁ ଗୀତା ଇଦମ ରୂପେ ଆତ୍ମା ଓ ଅନାତ୍ମା ର ବର୍ଣ୍ଣନା ନ କରି ସମସ୍ତଂକ ଅନୁଭବ ର ଅନୁରୂପ ଦେହୀ ଦେହୀ,ଶରୀର-ଶରୀର ର ବର୍ଣ୍ଣନା କରେ।ଏହା ଗୀତାର ବିଶେଷତ୍ୱ।
୯.ଗୀତା ଉପରେ ବିଚାର କଲେ ପ୍ରାମାଣିତ ହୁଏ ଯେ,ସାଂଖ୍ୟଯୋଗ ଓ କର୍ମଯୋଗ ଦୁଇଟି ଯାକ ପରମାତ୍ମାପ୍ରାପ୍ତି ନିମନ୍ତେ ସ୍ୱତନ୍ତ୍ର ସାଧନା।ଏହା କୌଣସି ବର୍ଣ୍ଣ ଓ ଆଶ୍ରମ ଉପରେ ଆଦୌ ଆଧାରିତ ନୁହେଁ।
୧୦.ଗୀତାର ଏକ ଶୈଳୀ ଯେ,ସାଧକ ଯେଉଁ ସାଧନା ଦ୍ୱାରା ସିଦ୍ଧ ହୋଇଥାଏ,ସେହି ସାଧନା ଦ୍ୱାରା ତାର ପୂର୍ଣ୍ଣତା କଥା ବର୍ଣ୍ଣନା କରାଯାଏ।
୧୧.ଗୀତା ରେ ଯେଉଁଠି ବି ଅର୍ଜୁନ କ୍ରିୟା ପ୍ରଧାନ ପ୍ରଶ୍ନ ପଚାରିଛନ୍ତି,ଭଗବାନ ତାହାର ଭାବ ଓ ବୋଧପ୍ରଧାନ ଉତ୍ତର ଦେଇଛନ୍ତି।କାରଣ କ୍ରିୟା ରେ ଭାବ ଓ ବୋଧ ହେଉଛି ମୁଖ୍ୟ।
୧୨.ଗୀତା ଅଧ୍ୟୟନ କଲେ ଜଣାପଡେ ଯେ,ସାଧନାର ସଫଳତା ରେ କେବଳ ଭଗବତପରାୟଣତା ହିଁ କାରଣ।ତେଣୁ ଗୀତାରେ ଭଗବତପରାୟଣତା ରେ ବହୁତ ମହିମା ଗାନ କରାଯାଇଛି।
୧୩.ଶ୍ରୀମଦ୍ଭଗବତୀ ର ଉପଦେଶ ମନୁଷ୍ୟ ମାତ୍ରେ ଅନୁଭବ ରେ ଆଧାରିତ।
୧୪.ଅଧିକାଂଶ ମନୁଷ୍ୟ କେବଳ ସ୍ତୁଳଶରୀରର କ୍ରିୟାକୁ କର୍ମ ମନେ କରନ୍ତି, କିନ୍ତୁ ଗୀତା ମାନସିକ କ୍ରିୟା କୁ ମଧ୍ୟ କର୍ମ ମନେ କରେ।ଶାରୀରିକ,ବାଚିକ ଓ ମାନସିକ ଭାବେ ସମ୍ପାଦିତ ସମସ୍ତ କ୍ରିୟାକୁ ଗୀତା କର୍ମ ବୋଲି ସ୍ୱୀକାର କରେ-'ଶରୀରବାଙମନୋଭିର୍ଜତକର୍ମେ ପ୍ରାରଭତେ ନରଃ'।
୧୫.ଗୀତାରେ ଜ୍ଞାନେନ୍ଦ୍ରିୟଗୁଡିକୁ କର୍ମେନ୍ଦ୍ରିୟଗୁଡିକର ଅନ୍ତର୍ଭୁକ୍ତ ବୋଲି ମାନି ନିଆଯାଇଛି।ତେଣୁ ଗୀତାକୁ 'କର୍ମେନ୍ଦ୍ରିୟ' ଶବ୍ଦ ରହିଛି, କିନ୍ତୁ ଜ୍ଞାନେନ୍ଦ୍ରିୟ ଶବ୍ଦ ନାହିଁ।ପଞ୍ଚମ ଅଧ୍ୟାୟର ୮ମ ୯ମ ଶ୍ଲୋକରେ ଦେଖିବା,ଶୁଣିବା ପ୍ରଭୃତି ଜ୍ଞାନେନ୍ଦ୍ରିୟର କ୍ରିୟାକୁ ମଧ୍ୟ କର୍ମେନ୍ଦ୍ରିୟ ର କ୍ରିୟା ସହିତ ସମ୍ମାନିତ କରାଯାଇଛି,ଏଥିରୁ ପ୍ରମାଣିତ ହେଉଛି ଯେ,ଗୀତା ଜ୍ଞାନେନ୍ଦ୍ରିୟଙ୍କୁ ମଧ୍ୟ କର୍ମେନ୍ଦ୍ରିୟ ମନକରେ।ଗୀତା ମନର କ୍ରିୟାକୁ ମଧ୍ୟ କର୍ମ ମନେ କରେ।
୧୬.ଗୀତାନୁସାରେ କର୍ତ୍ତବ୍ୟମାତ୍ରକେ 'ଯଜ୍ଞ'।
୧୭.ସ୍ବଧର୍ମକୁ ହିଁ ଗୀତାରେ ସହଜ କର୍ମ,ସ୍ୱକର୍ମ ଓ ସ୍ୱଭାବଜ କର୍ମ ନାମରେ ଅଭିହିତ କରାଯାଇଛି।
୧୮.ଗୀତାରେ ଭଗବାନ ବିବିଧ ଯୁକ୍ତି ଦ୍ୱାରା କର୍ମଯୋଗକୁ ସରଳ ଓ ପୂର୍ଣାଙ୍ଗ ଭାବରେ ଆଲୋଚନା କରିଛନ୍ତି।କର୍ମଯୋଗର ଏତେ ବିଷଦ ବର୍ଣ୍ଣନା ପୁରାଣ ଓ ଉପନିଷଦ ଇତ୍ୟାଦିରେ ଦେଖିବାକୁ ମିଳେ ନାହିଁ।
୧୯.କର୍ମ କରିବା ସମୟରେ ନିର୍ଲିପ୍ତ ରହିବା ଏବଂ ନିର୍ଲିପ୍ତ ରହି ମଧ୍ୟ ପରିହିତ ନିମନ୍ତେ କର୍ମ କରିବା-ଏ ଦୁଇଟି ହେଉଛି ଗୀତାର ସିଦ୍ଧାନ୍ତ।
୨୦.ଗୁରୁ ହେବା ବା ଗୁରୁ କରିବା ଗୀତାର ସିଦ୍ଧାନ୍ତ ନୁହେଁ।ମନୁଷ୍ୟ ନିଜେ ହିଁ ନିଜର ଗୁରୁ।ତେଣୁ ଉପଦେଶ ନିଜକୁ ଦେବା ଉଚିତ।ଯଦି ସବୁକିଛି ପରମାତ୍ମା,ତେବେ ଅନ୍ୟ କେହି ଗୁରୁ କିପରି ହେବ ଏବଂ ଉପଦେଶ କିଏ କାହାକୁ ଦେଵ?
୨୧.ଗୀତାର ଯୋଗ 'ସମତା'-'ସମତ୍ୱ୍ୱମ ଯୋଗ ଉଚ୍ୟତେ'।
୨୨.ଗୀତାରେ କେବଳ ଭକ୍ତଙ୍କ ପାଇଁ ଭଗବାନ 'ମହାତ୍ମା'ଶବ୍ଦ ପ୍ରୟୋଗ କରିଛନ୍ତି।
୨୩.ଗୀତାରେ ବ୍ରହ୍ମ ର ପ୍ରାଧାନ୍ୟ ନାହିଁ,ବରଂ ଈଶ୍ୱର ଙ୍କର ପ୍ରାଧନା ରହିଛି।
୨୪.ଗୀତା ଅଧ୍ୟୟନ କଲେ ଜଣାପଡେ ଯେ,ଭଗବାନ ଗୀତାରେ ବିଶେଷତଃ ଭଗବଦ ଭକ୍ତିର ବହୁତ ମହିମା ଗାଇଛନ୍ତି।
୨୫.ଅନ୍ୟମାନଙ୍କ ବାଣୀରେ ମତଭେଦ ରହିପାରେ,କିନ୍ତୁ ଭଗବାନ ଙ୍କ ବାଣୀ ସର୍ବସମ୍ମତ।ଭଗବାନ ଯୋଗରେ ସ୍ଥିତ ହୋଇ ଗୀତା କହିଛନ୍ତି,ତେଣୁ ତାଙ୍କ ବଚନ ବିଶେଷ କଲ୍ୟାଣପ୍ରଦ।
ଭଗବାନ ନିଜେ କୃପାକରି ଗୀତା ପ୍ରକଟ କରିଛନ୍ତି।
୨୬.ଗୀତା ଅନୁସାରେ ସମବୁଦ୍ଧିର ଅର୍ଥ 'ସମଦର୍ଶନ',ସମବର୍ତ୍ତନ ନୁହେଁ।
୨୭.ଗୀତା ସଗୁଣ କୁ ସମଗ୍ର ମନେକରେ ଏବଂ ବ୍ରହ୍ମ,ଜୀବ, କର୍ମ,ଅଧିଭୂତ, ଅଧିଦୈଵ ଓ ଅଧିଯଜ୍ଞ ପ୍ରଭୃତିକୁ ସମଗ୍ର ଭଗବାନ ଙ୍କ ର ଅନ୍ତର୍ଗତ ମନେ କରେ।
୨୮.ଗୀତାରେ ସିଦ୍ଧ ମହାପୁରୁଷଙ୍କୁ ରାଗ-ଦ୍ଵେଷାଦି ବିକାର ରୁ ସର୍ଵଥା ମୁକ୍ତ ବୋଲି କୁହାଯାଇଛି।ଗୀତା ମୁଖ୍ୟତଃ ରାଗ ବା ଆସକ୍ତି କୁ ହିଁ ରଜୋଗୁଣ ରହିଛି।ଗୀତାର ତିନୋଟି ଯାକ ଲିଙ୍ଗରେ କ୍ଷର,ଅକ୍ଷର ଓ ପୁରୁଷୋତ୍ତମ ର ବର୍ଣ୍ଣନା ଦେଖିବାକୁ ମିଳେ।ଗୀତାରେ ପରମାତ୍ମା ଓ ଜିବାତ୍ମା ଦୁହିଁ ଙ୍କର ସ୍ୱରୂପ ବିଷୟରେ ପ୍ରାୟ ସମାନ ବର୍ଣ୍ଣନା ଦେଖିବାକୁ ମିଳେ।
ଗୀତା 'ସର୍ଵବିତ'ଶବ୍ଦ କେବଳ ଭକ୍ତ ଙ୍କ ପାଇଁ ବ୍ୟବହୃତ ହୋଇଛି।
୨୯.ଶ୍ରୀମଦ୍ଭଗବତଗୀତାରେ ଶ୍ରୀକୃଷ୍ଣ ଓ ଅର୍ଜୁନ ଙ୍କର ସମ୍ବାଦ ସମସ୍ତ ଜୀବଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ।ସେତେବେଳେ ସେ ଦୁହିଁ ଙ୍କ ଆଗରେ କଳିଯୁଗର ଜନତା ଥିଲେ,କାରଣ ସେତେବେଳେ ଦ୍ଵାପର ଯୁଗ ପ୍ରାୟ ଶେଷ ହୋଇଆସୁଥିଲା।ଆଗାମୀ କଳିଯୁଗର ଜୀବମାନଙ୍କ ପ୍ରତି ଦୃଷ୍ଟି ଥିବାରୁ ଅର୍ଜୁନ ପଚାରିଛନ୍ତି।ଭଗବଦଗୀତା ରେ ସମ୍ପୂର୍ଣ୍ଣ ଅଧ୍ୟୟନ କଲେ ଜଣାଯାଏ ଯେ,ଜୀବ ମାନଙ୍କର କଲ୍ୟାଣ କରିବା ହିଁ ଗୀତାତ୍ ଏକମତ୍ର ଉଦ୍ଦେଶ୍ୟ।ଗୀତା ରେ ଭଗବାନ ମୁଖ୍ୟ ରୂପେ ଭକ୍ତଂକୁ ହି ଜ୍ଞାନୀ କହିଛନ୍ତି,କାରଣ ସେ ହିଁ ଶ୍ରେଷ୍ଠ ଓ ପ୍ରକୃତ ଜ୍ଞାନୀ।
୩୦.ଯଦି ମରଣାସନ୍ନ ବ୍ୟକ୍ତିର ଗୀତାରେ ରୁଚି ଥାଏ,ତାକୁ ଗୀତାର ଅଷ୍ଟମ ଅଧ୍ୟାୟ ଶୁଣାଇବା ଉଚିତ;କାରଣ ଏହି ଅଧ୍ୟାୟରେ ଜୀବର ସଦଗତି ସମ୍ବନ୍ଧରେ ବିଶେଷ ବର୍ଣ୍ଣନା ଅଛି।ଏହା ଶୁଣିଲେ ମରଣାସନ୍ନ ବ୍ୟକ୍ତିର ଭଗବତସ୍ମୃତି ଆସିଯିବ।
୩୧.ଗୀତାରେ ଫଳେଚ୍ଛାର ତ୍ୟାଗ କୁ ଫଳତ୍ୟାଗ ବୋଲି କୁହାଯାଇଛି।ଗୀତା ରଜୋଗୁଣକୁ କ୍ରିୟାତ୍ମକ ମାନୁଥିଲେ ମଧ୍ୟ ପ୍ରଧାନତଃ ରାଗାତ୍ମକ ମନେ କରେ।'ରଜୋ ରାଗାତ୍ମକ ବିଦ୍ଧି'।ପ୍ରକୃତ ରେ ଦେଖିବାକୁ ଗଲେ 'ରାଗ'ହିଁ ବନ୍ଧନର କାରଣ, କ୍ରିୟା ନୁହେଁ।
୩୨.ଗୀତୋକ୍ତ ଭାବାଦୀ ଗୁଣାତିତ କରାଏ,ସଂସାର ରୁ ସମ୍ବନ୍ଧ ଛିନ୍ନ କରାଏ।ତେଣୁ ଏଥିରେ ବନ୍ଧନ ଓ ମୋକ୍ଷର ବିଚାର କରାଯାଏ-'ବଂଧମ ମୋକ୍ଷମ ଚ ଯା ବେତ୍ତି'।ଗୀତାରେ ମୁଖ୍ୟତଃ ତିନୋଟି ଯୋଗର ବର୍ଣ୍ଣନା ଅଛି-କର୍ମଯୋଗ,ଜ୍ଞାନଯୋଗ ଓ ଭକ୍ତି ଯୋଗ।ତିନୋଟି ଯାକ ଯୋଗରେ ରତି ହେଉଥିଲେ ମଧ୍ୟ ଗୀତାରେ ବିଶେଷଭାବେ 'ଭଗବଦରତି'ର ମହିମା ଗାନ କରାଯାଇଛି।
୩୩.'ସର୍ଵ ଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣମ ବ୍ରଜ'ଗୀତାରେ ଏହା ଅତ୍ୟନ୍ତ ରହସ୍ୟମୟ ମୁଖ୍ୟ ଉପଦେଶ ଅଟେ।ଗୀତାରେ 'ସର୍ବଗୁହ୍ୟତମମ'ପଦ ଯେପରି ଥରେ ମାତ୍ର ବ୍ୟବହୃତ ହୋଇଛି,ସେହିପରି 'ସର୍ଵଧର୍ମାନ ପରିତ୍ୟଜ୍ୟ ମାମେକଂ ସରଣମ ବ୍ରଜ'ବାକ୍ୟ ମଧ୍ୟ ଥରେ ମାତ୍ର ବ୍ୟବହୃତ ହୋଇଛି।ଭଗବାନ କେବେଳ ଭକ୍ତି ପ୍ରସଙ୍ଗରେ 'ପରମ ବଚନ'କହିଛନ୍ତି।ଗୀତା ଅନୁସାରେ ସମସ୍ତ ଧର୍ମ ଅର୍ଥାତ କର୍ମକୁ ଭଗବାନ ଙ୍କ ନିକଟ ରେ ଅର୍ପଣ କରିବା ହିଁ ସର୍ବଶ୍ରେଷ୍ଠ ଧର୍ମ।
୩୪.ଗୀତାର ଏହା ଏକ ବିଚିତ୍ର କଳା ଯେ,ମନୁଷ୍ୟ ନିଜର ସ୍ୱାଭାବିକ କର୍ମ ଦ୍ୱାରା ମଧ୍ୟ ପରମାତ୍ମା ଙ୍କୁ ନିଷ୍କାମଭାବରେ ପୂଜା କରି ତାଙ୍କୁ ପ୍ରାପ୍ତ ହୁଏ,ଏବଂ ଯିଏ ଖିଆପିଆ,ଶୌଚସ୍ନାନ ଇତ୍ୟାଦି ଶାରୀରିକ କାର୍ଯ୍ୟ ଗୁଡିକୁ ମଧ୍ୟ ଭଗବାନଙ୍କୁ ଅର୍ପଣ କରିଦିଏ,ସେ ମଧ୍ୟ ସୁଭାଶୁଭ ଫଳରୁପକ କର୍ମବନ୍ଧନ ରୁ ମୁକ୍ତ ହୋଇ ଭଗବାନ ଙ୍କୁ ପ୍ରାପ୍ତ ହୁଏ।ତାହେଲେ ଯିଏ କେବଳ ଭଗବତଭକ୍ତି ଉଦ୍ଧେଶ୍ୟରେ ଗୀତାର ପ୍ରଚାର କରେ,ସେ ଯେ ଭଗବାନଙ୍କୁ ପ୍ରାପ୍ତ ହେବ,ଏହା କହିବା ଅତ୍ୟୁକ୍ତି ମାତ୍ର।
୩୫.ନିଜର ଧର୍ମ,ସମ୍ପ୍ରଦାୟ,ସିଦ୍ଧାନ୍ତ ଆଦିର ପ୍ରଚାର କରୁଥିବା ବ୍ୟକ୍ତି ଭଗବାନ ଙ୍କ ର ପ୍ରିୟ ହୋଇପାରେ,ମାତ୍ର ପ୍ରିୟତର ହେବ ନାହିଁ।ଯେଉଁ ପ୍ରକାରେ ହେଉ ନା କାହିଁକି,ଗୀତା ପ୍ରଚାର କରୁଥିବା ବ୍ୟକ୍ତି ହିଁ ପ୍ରିୟତର ହେବ।
୩୬.ଏଥିରେ ବେଦ ତଥା ଉପନିଷଦର ସାର ଏବଂ ଭଗବାନ ଙ୍କ ହୃଦୟର ପ୍ରକୃତ ଭାବ ପରିପୂର୍ଣ୍ଣ, ଯାହାକୁ ଧାରଣ କଲେ ମନୁଷ୍ୟ ଅତି ଭୟଙ୍କର ପରିସ୍ଥିତି ରେ ମଧ୍ୟ ଅତି ସହଜ ରେ ନିଜ ମନୁଷ୍ୟ ଜନ୍ମର ଧେୟକୁ ପ୍ରାପ୍ତ କରିପାରିବ।
୩୭.ଗୀତା ବେଶ,ଆଶ୍ରମ,ଅବସ୍ଥା,କ୍ରିୟା ଆଦିକୁ ପରିବର୍ତ୍ତନ କରିବା ପାଇଁ କହେ ନାହିଁ,ବରଂ ପରିମାର୍ଜନ କରିବା ପାଇଁ କହେ ଅର୍ଥାତ କେବଳ ନିଜର ଭାବ ଓ ଉଦ୍ଦେଶ୍ୟ ଶୁଦ୍ଧ କରିବାକୁ କହେ।
୩୮.ଭଗବାନ ସମସ୍ତ ଯୋଗର ମହାନ ଈଶ୍ୱର।ତାଙ୍କ ଦ୍ବାରା କୁହାଯାଇଥିବାରୁ ଏହି ଗୀତାଶାସ୍ତ୍ର 'ଯୋଗ'ଅର୍ଥାତ ଯୋଗଶାସ୍ତ୍ର ନାମରେ ପ୍ରସିଦ୍ଧ,ଏହା ଅତ୍ୟନ୍ତ ଶ୍ରେଷ୍ଠ ଓ ଗୋପନୀୟ,ଏହା ସଦୃଶ ଶ୍ରେଷ୍ଠ ଓ ଗୋପନୀୟ ଅନ୍ୟ କୋୖଣସି ସମ୍ବାଦ ଦେଖିବାକୁ ଓ ଶୁଣିବାକୁ ମିଳେ ନାହିଁ।

[ ] ଲେଖନୀ-✍️ଶ୍ରୀ ସୁନିଲ ମିଶ୍ର🚩🙏❤️

ବିଶେଷଦ୍ରଷ୍ଟ୍ରବ୍ୟ:-(ଏହା ସଂଜୀବନି ସୁଧା ରୁ ସଂଗୃହିତ।)

ଆପଣଙ୍କୁ ଯଦି ଭଲ ଲାଗେ ତେବେ ଏହାକୁ ସେୟାର କରିବାକୁ ଅନୁରୋଧ।
କିଛି ତ୍ରୁଟି ବଶତଃ ଭୁଲ ଥାଏ ବା କିଛି ଭୁଲ କହିଥାଏ ତେବେ କ୍ଷମା କରିବାକୁ ଅନୁରୋଧ।
ଧନ୍ୟବାଦ ପଢ଼ିଥିବାରୁ🙏❤️

ଜୟ ଶ୍ରୀ ଜଗନ୍ନାଥ
ଜୟ ଶ୍ରୀ କୃଷ୍ଣ
ଜୟ ଶ୍ରୀ ରାମ
ରାଧେ କୃଷ୍ଣ

(କୃଷ୍ଣମ ବନ୍ଦେ ଜଗତଗୁରୁମ)🙏❤️🙏❤️🙏❤️🙏

ଛୋଟ ପିଲାମାନ ଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ବଜାରରେ ଏହି ବହି କୁ କିଣି ପିଲାଙ୍କୁ ବିଦେଶୀ ପାଠ ଛାଡି ଆମ ସଂସ୍କୃତି ବିଷୟରେ ଜଣେଇବା🚩🚩🚩
06/11/2022

ଛୋଟ ପିଲାମାନ ଙ୍କ ଉଜ୍ବଳ ଭବିଷ୍ୟତ ପାଇଁ
ବଜାରରେ ଏହି ବହି କୁ କିଣି ପିଲାଙ୍କୁ ବିଦେଶୀ ପାଠ ଛାଡି ଆମ ସଂସ୍କୃତି ବିଷୟରେ ଜଣେଇବା🚩🚩🚩

🚩 *||ସାଦର ପ୍ରଣାମ||* 🚩୬ ନଭେମ୍ବର ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ବିଶ୍ବ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ଓଡ଼ିଶା (ପୂର୍ବ) ପ୍ରାନ୍ତ ଆନୁକୁଲ୍ୟରେ ପୂ...
18/10/2022

🚩 *||ସାଦର ପ୍ରଣାମ||* 🚩
୬ ନଭେମ୍ବର ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ବିଶ୍ବ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ଓଡ଼ିଶା (ପୂର୍ବ) ପ୍ରାନ୍ତ ଆନୁକୁଲ୍ୟରେ ପୂର୍ବ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା, ନଗର, ଗ୍ରାମ, ମହଲା ଏବଂ ବସତି ର ସମସ୍ତ ସନାତନୀ ହିନ୍ଦୁ ପରିବାର କୁ ରାଷ୍ଟ୍ର, ଧର୍ମ, ଦେଶ, ସଂସ୍କୃତି, ଗୋମାତା ଏବଂ ମଠ ମନ୍ଦିର ର ସେବା,ସୁରକ୍ଷା ନିମନ୍ତେ ସମ୍ପୂର୍ଣ୍ଣ ପ୍ରାନ୍ତ ରେ ପ୍ରାରମ୍ଭ ହେବାକୁ ଯାଉଥିବା ହିତ ଚିନ୍ତକ((ମହା ସଦସ୍ୟତା)) ଅଭିଯାନ ରେ ନିଜକୁ ଅବସ୍ୟ ଯୋଡ଼ନ୍ତୁ ଏବଂ ବିଶ୍ବ ର ସର୍ବ ବୃହତ ଧାର୍ମିକ ସଂଗଠନ ବିଶ୍ବ ହିନ୍ଦୁ ପରିଷଦ ର ସଦସ୍ୟ ହୁଅନ୍ତୁ । 🚩🚩🚩

*ବିଶ୍ବ ହିନ୍ଦୁ ପରିଷଦ ର ହିତ ଚିନ୍ତକ ଅଭିଯାନ ରେ ଯୋଡି ହୋଇ ଆମେ ସଦସ୍ୟ କଣ ପାଇଁ ହେବା ଆସନ୍ତୁ ଜାଣିବା ।*👇👇

👉୧.ବିଶ୍ବ ହିନ୍ଦୁ ପରିଷଦ ବିଶ୍ୱର ସର୍ବବୃହତ ସାମାଜିକ, ଧାର୍ମିକ,ତଥା ସାଂସ୍କୃତିକ ସଂଗଠନ ।
👉୨. ବିଶ୍ୱ ହିନ୍ଦୁ ପରିଷଦ ବିଶ୍ବ ର ୮୦ ଟି ଦେଶରେ କାର୍ଯ୍ୟ କରୁଛି |
👉 ୩. ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟ ଦେଶର ୧୦୦୦ ଟି ଜିଲ୍ଲା ମଧ୍ୟରୁ ୯୦୦ ଟି ଜିଲ୍ଲାରେ ନିରନ୍ତର ଚାଲୁରହିଛି |
👉୪. ବିଶ୍ୱ ହିନ୍ଦୁ ପରିଷଦର ଦେଶର ୮୦ହଜାର ସ୍ଥାନରେ ନିଜସ୍ଵ ସମିତି ମାଧ୍ୟମରେ ନିଶ୍ବାର୍ଥପର ଭାବେ ହିନ୍ଦୁ ହିତ ପାଇଁ କାର୍ଯ୍ୟ କରୁଛି ।
👉୫. ବିଶ୍ବ ହିନ୍ଦୁ ପରିଷଦ ର ଯୁବଶକ୍ତି ବଜରଙ୍ଗ ଦଳ ଦେଶର ୬୩୦୦୦ ସ୍ଥାନରେ ନିରନ୍ତର କାର୍ଯ୍ୟ କରୁଛି।
👉୬.ବିଶ୍ବ ହିନ୍ଦୁ ପରିଷଦ ଏକମାତ୍ର ସଂଗଠନ ଯେଉଁଥିରେ ମାତ୍ରଶକ୍ତି ଦୁର୍ଗା ବାହିନୀ ର ୨୫୦୦୦ ସ୍ଥାନରେ ସଂଯୋଜିକା ଅଛନ୍ତି |
👉୭. ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ୬୧୦୦୦ ସେବା କାର୍ଯ୍ୟ, ଯେପରି ସିଲେଇ ଏମ୍ବ୍ରୋଡେରୀ ବୟନ କେନ୍ଦ୍ର, ହଷ୍ଟେଲ ଇତ୍ୟାଦି ସେବା କାର୍ଯ୍ୟ ନିରନ୍ତର ଚାଲୁଅଛି |
👉୮.ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଦେଶରେ ଏକ ଲକ୍ଷ ଏକଲ ବିଦ୍ୟାଳୟ ଚାଲୁ ରହିଛି
👉୯. ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ପ୍ରତିବର୍ଷ ୪୦୦୦୦ ଗୋବଂଶ ମାନଙ୍କ ରକ୍ଷା କାର୍ଯ୍ୟ ଏବଂ ୭୦୦ ଗୋଶାଳା ଚାଲୁରହିଛି ଯେଉଁ ଥିରେ ୨୫୦ ଗୋଶାଳା ରେ ପଞ୍ଚଗବ୍ୟ ଔଷଧୀ ପ୍ରସ୍ତୁତ ହେଉଛି।
👉୧୦. ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ବିଗତ ୫୮ ବର୍ଷ ର ଯାତ୍ରା ମଧ୍ୟରେ ଶ୍ରୀ ରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନ, ରାମସେତୁ ରକ୍ଷା, ସମ୍ପରଦାୟିକ ହିଂସା ବିଧେୟକ ୨୦୧୧ କୁ ରୋକିବା, ୧୯୯୬ ମସିହାରେ ବାବା ବରଫାନୀ ଙ୍କ ଭବ୍ୟ ଯାତ୍ରା ର ପ୍ରାରମ୍ଭ ଆୟୋଜନ କରିବା ଆଦି କାର୍ଯ୍ୟ ସାମିଲ ଅଛି।
👉୧୧.ବିଶ୍ବ ହିନ୍ଦୁ ପରିଷଦ ର ଧର୍ମ ପ୍ରସାର ବିଭାଗ ଦ୍ଵାରା ୧୦ ଲକ୍ଷ ଧର୍ମାନ୍ତରୀକରଣ ର ଶୀକାର ହୋଇ ଲୋକଙ୍କୁ ସ୍ବଧର୍ମକୁ ପ୍ରତ୍ୟାବର୍ତ୍ତନ କାର୍ଯ୍ୟ କରାଯାଇଛି।
👉୧୨. ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଦେଶରେ ୨୧ ଟି ବେଦ ବିଦ୍ୟାଳୟ ପରିଚାଳିତ ହେଉଛି |
👉୧୩. ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ବିଭିନ୍ନ ସେବା କାର୍ଯ୍ୟ ମଧ୍ୟରେ କାବଡ ଯାତ୍ରା ରେ ୫୩ଟି ସକ୍ରୀୟ କ୍ୟାମ୍ପ, ମୋବାଇଲ ଆମ୍ବୁଲାନ୍ସ ଦ୍ବାରା ଲକ୍ଷାଧିକ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ, ପାଖାପାଖି ୫ ଲକ୍ଷ ଶିବଭକ୍ତ ଙ୍କ ଜଳପାନ ଭୋଜନ ଆଦି ର ବ୍ୟବସ୍ଥା ମେରଠ ପ୍ରାନ୍ତ ର କାର୍ଯ୍ୟକର୍ତ୍ତା ଦ୍ବାରା କରାଯାଉଛି ।

👉୧୪. ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟ ଦେଶର ୨ ଲକ୍ଷ ସ୍ଥାନ ରେ ପହଞ୍ଚାଇବା ନିମନ୍ତେ ବିଶ୍ବ ହିନ୍ଦୁ ପରିଷଦ ର ହିତ ଚିନ୍ତକ ହୋଇ ଅଖଣ୍ଡ ଭାରତ ସ୍ୱପ୍ନ‌ କୁ ସାକାର କରିବା, ସମ୍ପୂର୍ଣ୍ଣ ବିଶ୍ବ ରେ ସନାତନ ହିନ୍ଦୁ ସଂସ୍କୃତି ର ପ୍ରଚାର ପ୍ରସାର ନିମନ୍ତେ ବିଶ୍ବ ହିନ୍ଦୁ ପରିଷଦ ର ହିତ ଚିନ୍ତକ ହୁଅନ୍ତୁ। ଏହା ଆପଣଙ୍କ ସୈାଭାଗ୍ୟ ଯେ ଆପଣ ଏତେ ବଡ ସଂଗଠନ ର ସଦସ୍ୟ ହେବେ ।‌

🚩 *ଗର୍ବରେ କହିବା ଆମେ ହିନ୍ଦୁ* 🚩
*ଆସନ୍ତୁ ଏକ ସଶକ୍ତ, ସଂଗଠିତ ହିନ୍ଦୁ ସମାଜ ଗଢ଼ିବା ।*

ନିବେଦକ: - ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ, ଓଡ଼ିଶା (ପୂର୍ବ)
🚩🇮🇳ଭରତ ମାତା କି ଜୟ🇮🇳🚩

13/10/2022

ସମସ୍ତ ସନାତନୀ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ଏଇ ଭିଡିଓବାର୍ତା ପ୍ରତି ଧ୍ୟାନଦେବେ ...
ଜୟ ଶ୍ରୀରାମ 🚩🚩🚩🙏

Address

Anandapur
758083

Website

Alerts

Be the first to know and let us send you an email when Hatadihi Bajaranga dala posts news and promotions. Your email address will not be used for any other purpose, and you can unsubscribe at any time.

Share

Category