Arunav Singh

Arunav Singh ସଭାପତି, ବିଜୁ ଯୁବ ଜନତା ଦଳ, ଅନୁଗୋଳ ଜିଲ୍ଲା
President, Biju Yuva Janta Dal, Angul District

ପବିତ୍ର ଜନ୍ମାଷ୍ଟମୀ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
04/09/2026

ପବିତ୍ର ଜନ୍ମାଷ୍ଟମୀ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

ବିଜେପି ଡବଲ ଇଞ୍ଜିନ ବିନାଶ କାରି ସରକାର ଆଶ୍ଚର୍ଯ୍ୟଜନକ ଭାବେ ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ NGO ସଂସ୍ଥା ହାତକୁ ଟେକି ଦେଇଛନ୍...
03/09/2026

ବିଜେପି ଡବଲ ଇଞ୍ଜିନ ବିନାଶ କାରି ସରକାର ଆଶ୍ଚର୍ଯ୍ୟଜନକ ଭାବେ ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ NGO ସଂସ୍ଥା ହାତକୁ ଟେକି ଦେଇଛନ୍ତି ଯାହା ବିଗତ ଦିନରେ ଆରମ୍ଭ ହେଲା ଦିନ ଠାରୁ ଓଡ଼ିଶା ସରକାରଙ୍କ ଅଧିନରେ ଥିଲା।
ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସରକାରୀ ଭାବେ ପୁନଃ ପ୍ରଚଳନ କରିବା ଦାବିରେ ମାନ୍ୟବର ପୂର୍ବତନ ବିଧାୟକ ପାଳଲହଡା ଶ୍ରୀ ମୁକେଶ କୁମାର ପାଳଙ୍କ ନେତୃତ୍ୱରେ ଏବଂ ପାବୁଡି ଭୂୟାଁ ଅଞ୍ଚଳର ନାରୀ ସଙ୍ଘ, ମାଙ୍କଡ଼ା ନଦୀବନ୍ଧ ବିରୋଧୀ ସଂଗ୍ରାମ ସମିତି, ଆଦିବାସୀ ସଙ୍ଘର ମିଳିତ ସହଯୋଗରେ ୪୯ ନମ୍ବର ଜାତୀୟ ରାଜପଥରେ ୧୨ଘଣ୍ଟିଆ ବନ୍ଦ ପାଳନରେ ଯୋଗଦେଲି।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଜନତା ଦଳର ସଭାପତି ମାନ୍ୟବର ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନ ପ୍ରମୁଖ ଭାବେ ଯୋଗଦେଇ ଉଦ୍ଦେଶ୍ୟ ଦାବୀ କରିଥିଲେ। ଅନୁଗୋଳ ଓକିଲ ସଂଘର ସଭାପତି ଦିଲ୍ଲୀପ ସାହୁ, ବିଜୁ ଛାତ୍ର ଜନତା ଦଳ ସଭାପତି ଶୁଭ୍ରାଂଶୁ ଶେଖର ଜିତ, ରାଜ୍ୟ ବିଜୁ ଯୁବ ଜନତା ଦଳର ଉପ ସଭାପତି ଶିବାନୀ ଶଙ୍କର ଗୌଡ଼, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ଜିଲ୍ଲା ଉପସଭାପତି ଇନ୍ଦ୍ରମଣୀ ଗଡନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳ, ବ୍ଲକ୍ ସଭାପତି ରଞ୍ଜିତ ବିଶ୍ୱାଳ, ବ୍ଲକ୍ ଅଧ୍ୟକ୍ଷା ରୀନାରାଣୀ ନାଏକ, ଜିଲ୍ଲା ପରିଷଦ ସଦସ୍ୟା ସାବିତ୍ରୀ ମାଝୀ, ବ୍ଲକ୍ ସାଧାରଣ ସମ୍ପାଦକ ନରେନ୍ଦ୍ର ଭୁକ୍ତା , ମାଙ୍କଡ଼ା ନଦୀବନ୍ଧ ବିରୋଧୀ ସଂଗ୍ରାମ ସମିତି ସଭାପତି ରତ୍ନାକର ରାଉତ,ଆଦିବାସୀ ସଙ୍ଘ ସଭାପତି ଲଛମନ ହେମ୍ରମ ସହିତ ବହୁତ୍ ସଂଖ୍ୟାରେ ବିଜୁ ଜନତା କର୍ମକର୍ତ୍ତା ଓ ପାବୁଡି ଅଞ୍ଚଳର ମା ମାନେ ଯୋଗ ଦେଇଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଅଁରପାଳ ବ୍ଲକ, ଅନୁଗୋଳ ବ୍ଲକ ଏବଂ ଅନୁ...
03/09/2026

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଅଁରପାଳ ବ୍ଲକ, ଅନୁଗୋଳ ବ୍ଲକ ଏବଂ ଅନୁଗୋଳ ପୌରପାଳିକାର ବ୍ଲକ ଓ ନଗର କମିଟିରେ ନୂତନ ଭାବେ ମନୋନୀତ ହୋଇଥିବା ସମସ୍ତ ସକ୍ରିୟ ସଭ୍ୟଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ବିଜେଡ଼ି। ଜୟ ନବୀନ।

ବଅଁରପାଳ ବ୍ଲକ ବୋଉଳିଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅରାହାଟ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବ୍ରାହ୍ମଣୀଦେବୀଙ୍କ ବାର୍ଷିକ ପୂଜାରେ ଯୋଗଦେଇ ଆଶ...
02/09/2026

ବଅଁରପାଳ ବ୍ଲକ ବୋଉଳିଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅରାହାଟ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବ୍ରାହ୍ମଣୀଦେବୀଙ୍କ ବାର୍ଷିକ ପୂଜାରେ ଯୋଗଦେଇ ଆଶୀର୍ବାଦ କାମନା କରିବା ଅବସରରେ।

ଡବଲ ଇଞ୍ଜିନ ସରକାରରେ "ବିନାଶ" ହେଉଛି "ବିକାଶ"ର ଅନ୍ୟ ନାମ। ପରିବର୍ତ୍ତନର ପ୍ରତିଫଳନ।
02/09/2026

ଡବଲ ଇଞ୍ଜିନ ସରକାରରେ "ବିନାଶ" ହେଉଛି "ବିକାଶ"ର ଅନ୍ୟ ନାମ। ପରିବର୍ତ୍ତନର ପ୍ରତିଫଳନ।

ଓଡ଼ିଶାର ଖଣିଜ, ଓଡ଼ିଶାର ଅଧିକାର: କାହା ସ୍ୱାର୍ଥରେ ବଦଳୁଛି ନୀତି?ଖଣିଜ ଓଡ଼ିଶାର, ଲାଭ କାହାର?ଖଣିଜ ସମ୍ପଦରେ ଓଡ଼ିଶାର ହକ୍‌ କାହିଁକି କମୁଛି...
02/09/2026

ଓଡ଼ିଶାର ଖଣିଜ, ଓଡ଼ିଶାର ଅଧିକାର: କାହା ସ୍ୱାର୍ଥରେ ବଦଳୁଛି ନୀତି?ଖଣିଜ ଓଡ଼ିଶାର, ଲାଭ କାହାର?ଖଣିଜ ସମ୍ପଦରେ ଓଡ଼ିଶାର ହକ୍‌ କାହିଁକି କମୁଛି?MMDR ସଂଶୋଧନ: ଓଡ଼ିଶାର ସ୍ୱାର୍ଥ ଉପରେ ପ୍ରହାର?ଓଡ଼ିଶାର ଖଣିଜ ସମ୍ପଦ: ରାଜ୍ୟର ଅଧିକାରକୁ କିଏ କରୁଛି ଦୁର୍ବଳ?ଖଣିଜ ଭଣ୍ଡାର ଓଡ଼ିଶାର, ନିଷ୍ପତ୍ତି କାହାର?

ବଅଁରପାଳ ବ୍ଲକ ଗୋତମରା ଗ୍ରାମର ବାସିନ୍ଦା ଏବଂ ପୈତୃକ ଗ୍ରାମ ପରଜଙ୍ଗ ବଡ଼ଝରା ଠାରେ ଅନୁଷ୍ଠିତ ଶ୍ରୀ ନରେନ୍ଦ୍ର ସାହୁଙ୍କ ପିତା ସ୍ୱର୍ଗତ ନିବାର...
01/09/2026

ବଅଁରପାଳ ବ୍ଲକ ଗୋତମରା ଗ୍ରାମର ବାସିନ୍ଦା ଏବଂ ପୈତୃକ ଗ୍ରାମ ପରଜଙ୍ଗ ବଡ଼ଝରା ଠାରେ ଅନୁଷ୍ଠିତ ଶ୍ରୀ ନରେନ୍ଦ୍ର ସାହୁଙ୍କ ପିତା ସ୍ୱର୍ଗତ ନିବାରଣ ସାହୁଙ୍କ ଏକାଦଶାହ କାର୍ଯ୍ୟରେ ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ଅବସରରେ। ଓଁ ଶାନ୍ତି।

ବଅଁରପାଳ ବ୍ଲକ ଗୋତମରା ଗ୍ରାମର ଶ୍ରୀ ଅଶୋକ ନାୟକଙ୍କ ପତ୍ନୀ ସ୍ୱର୍ଗତ ଶାନ୍ତିଲତା ନାୟକଙ୍କ ଏକାଦଶାହ କାର୍ଯ୍ୟ ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ...
31/08/2026

ବଅଁରପାଳ ବ୍ଲକ ଗୋତମରା ଗ୍ରାମର ଶ୍ରୀ ଅଶୋକ ନାୟକଙ୍କ ପତ୍ନୀ ସ୍ୱର୍ଗତ ଶାନ୍ତିଲତା ନାୟକଙ୍କ ଏକାଦଶାହ କାର୍ଯ୍ୟ ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ କୁରୁଡୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ଶ୍ରୀ ସଞ୍ଜୟ ଦେହୁରୀଙ୍କ ପିତା ସ୍ୱର୍ଗତ ସଦାନନ୍ଦ ଦେହୁରୀଙ୍କ ଏକାଦଶାହ କାର୍ଯ୍ୟରେ ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ଅବସରରେ। ଓଁ ଶାନ୍ତି।

ବଅଁରପାଳ ବ୍ଲକ ନୂଆହତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୋରଗାଡିଆ ଗ୍ରାମର ଶ୍ରୀ ପିଣ୍ଟୁ ରାଉତଙ୍କ ମାତା ସ୍ୱର୍ଗତ ଚଞ୍ଚଳା ରାଉତଙ୍କ ଏକାଦଶାହ କାର୍ଯ...
31/08/2026

ବଅଁରପାଳ ବ୍ଲକ ନୂଆହତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୋରଗାଡିଆ ଗ୍ରାମର ଶ୍ରୀ ପିଣ୍ଟୁ ରାଉତଙ୍କ ମାତା ସ୍ୱର୍ଗତ ଚଞ୍ଚଳା ରାଉତଙ୍କ ଏକାଦଶାହ କାର୍ଯ୍ୟରେ ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ଅବସରରେ। ଓଁ ଶାନ୍ତି।

ଅନୁଗୋଳ ବିଜୁ ଜନତା ଦଳର ମିଶ୍ରଣ ପର୍ବ:ଅନୁଗୋଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ବରିଷ୍ଠ ନେତା ତଥା ପୂର୍ବତନ...
30/08/2026

ଅନୁଗୋଳ ବିଜୁ ଜନତା ଦଳର ମିଶ୍ରଣ ପର୍ବ:
ଅନୁଗୋଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ବରିଷ୍ଠ ନେତା ତଥା ପୂର୍ବତନ ଗ୍ରାମ ସଭାପତି ଏବଂ ପୂର୍ବତନ ଆଦିବାସୀ ସଂଘ୍ ସଭାପତି ଶ୍ରୀ ତିର୍ଥବାସି ବେହେରା ଏବଂ ବିଶିଷ୍ଟ ନେତା ଶ୍ରୀ ଲୋକନାଥ ସିଂହ(ନଗି ଦାଦା) ଓ କୁଲାଡ ଗ୍ରାମର ଶ୍ରୀ ସୌଭାଗ୍ୟ ଦେହୁରୀ ଭାରତୀୟ ଜନତା ପାର୍ଟି (ବିଜେପି) ପରିତ୍ୟାଗ କରି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ଏବଂ ପୂର୍ବତନ ବିଧାୟକ ଶ୍ରୀ ରଜନୀକାନ୍ତ ସିଂହଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଅନୁଗୋଳ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟ ଠାରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ଉକ୍ତ ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ତଥା ପୂର୍ବତନ ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାଥ ଏବଂ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦ୍ରକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Address

Anugul

Telephone

+919853750828

Website

Alerts

Be the first to know and let us send you an email when Arunav Singh posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Arunav Singh:

Shortcuts

Share

Category