Sagua Balangir

Sagua Balangir ଗଛ ଜଗାମା- ଗଛ ବଞ୍ଚାମା

28/08/2026

ସାଗୁଆ ବଲାଙ୍ଗିର ର "ବୃକ୍ଷ ବନ୍ଧନ ଉତ୍ସବ"
🌴🌳🌲🌳🌴🌲

28/08/2026

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣମୀ ଅବସରରେ ସIଗୁଆ ବଲାଙ୍ଗିରର Green Warriors ମାନଙ୍କ ପକ୍ଷରୁ ଏକ ନିଆରା ଓ ପ୍ରେରଣାଦାୟକ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କରାଯାଇଥିଲା। 🌱💚
ପ୍ରଥମେ ଗାନ୍ଧୀ ପାଠାଗାର ଠାରେ ଏକ ବଉଳ ଗଛ ପ୍ରତିସ୍ଥାପନ କରାଗଲା। ଏହାପରେ ଭେଣ୍ଡିଂ ଜୋନ୍, ଦୁର୍ଗା ମନ୍ଦିର, ମିଲେଟ୍ ମିଶନ୍, ଗାନ୍ଧୀନଗର ଏବଂ ଶିଶୁମନ୍ଦିର ରୋଡ୍ ଅଞ୍ଚଳରେ ରୋପଣ କରାଯାଇଥିବା ଗଛଗୁଡ଼ିକର ଚାରିପାଖ ସଫା କରାଯାଇ, ଅନାବନା ଘାସ ଓ ଅଳିଆ-ଆବର୍ଜନା ହଟାଇ ସାର ଓ ଖତ ପ୍ରୟୋଗ କରାଗଲା। 🌳🌿
ଏହି ଅବସରର ସବୁଠାରୁ ଭାବପୂର୍ଣ୍ଣ ମୁହୂର୍ତ୍ତ ଥିଲା—ଭଉଣୀମାନଙ୍କ ସହଭାଗିତାରେ ବୃକ୍ଷଦେବତାମାନଙ୍କୁ ରାକ୍ଷୀ ବାନ୍ଧିବା। ଗଛଗୁଡ଼ିକୁ ନିଜ ପରିବାରର ଜଣେ ସଦସ୍ୟ ଭାବେ ଗ୍ରହଣ କରି, ସେମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଏକ ପବିତ୍ର ସଂକଳ୍ପ ନିଆଯାଇଥିଲା। 🪢🌳❤️
ରାକ୍ଷୀ କେବଳ ଭାଇ-ଭଉଣୀର ସମ୍ପର୍କର ପ୍ରତୀକ ନୁହେଁ; ଆଜି ଏହା ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ପବିତ୍ର ସମ୍ପର୍କର ମଧ୍ୟ ଏକ ପ୍ରତିଶ୍ରୁତି। 🌍💚

🌱 ଗଛ ବଞ୍ଚିଲେ ଜୀବନ ବଞ୍ଚିବ।
🌳 ବୃକ୍ଷ ଆମର ଜୀବନ, ଆମର ଭବିଷ୍ୟତ।

ଆଜିର ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇଥିବା ସଗୁଆ ବଲାଙ୍ଗିରର ସମସ୍ତ Green Warriors ଏବଂ ଭଉଣୀମାନଙ୍କୁ ସାଗୁଆ ବଲାଙ୍ଗିର ତରଫରୁ ଅନେକ ଅନେକ ଧନ୍ୟବାଦ ଓ ଅଭିନନ୍ଦନ। 🙏💚
ଆସନ୍ତୁ, ରାକ୍ଷୀର ଏହି ପବିତ୍ର ବନ୍ଧନକୁ ପ୍ରତ୍ୟେକ ଗଛର ସୁରକ୍ଷାର ବନ୍ଧନରେ ପରିଣତ କରିବା। 🌳🤝🌍

27/08/2026

🌿*ସାଗୁଆ ବଲାଙ୍ଗିର—ଏକ ବିଚାର,ଏକ ସଂକଳ୍ପ*🌿

*‘ସାଗୁଆ ବଲାଙ୍ଗିର’* ଆଜି କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଧୀରେ ଧୀରେ ଏକ ସୁନ୍ଦର ବିଚାର ଓ ସାମୂହିକ ସଂକଳ୍ପରେ ପରିଣତ ହୋଇଗଲାଣି।

ବର୍ଷା ଋତୁର ପ୍ରତ୍ୟେକ ଦିନ ଗଛ ଲଗାଇବା, ଆଉ ଖରାଦିନରେ ସେହି ଗଛଗୁଡ଼ିକୁ ନିଜ ଶ୍ରମରେ ପାଣି ଦେଇ ବଞ୍ଚାଇ ରଖିବା—ତାହା ପୁଣି ନିଷ୍ଠାବାନ୍ ସ୍ୱେଚ୍ଛାସେବକମାନଙ୍କ ମାଧ୍ୟମରେ—ନିଶ୍ଚିତ ଭାବେ ଏକ ମହତ୍ ଚିନ୍ତାଧାରାର ପରିଚୟ।

ଏହା କେବଳ ଗଛ ଲଗାଇବା ନୁହେଁ; ଆଗାମୀ ପିଢ଼ି ପାଇଁ ଏକ ସବୁଜ, ସୁସ୍ଥ ଓ ସୁନ୍ଦର ବଲାଙ୍ଗିର ଗଢ଼ି ତୋଳିବାର ଏକ ନିରନ୍ତର ପ୍ରୟାସ। 🌱

ବଲାଙ୍ଗିର ସହରକୁ କିପରି ଅଧିକରୁ ଅଧିକ ସବୁଜ କରାଯାଇପାରିବ, ତାହା ପାଇଁ ନିରବଚ୍ଛିନ୍ନ ଭାବେ ଚାଲିଥିବା ଏହି ଅଭିଯାନ ସତରେ ପ୍ରଶଂସନୀୟ ଓ ଅନୁକରଣୀୟ।

ଏହି ମହତ୍ ପ୍ରୟାସର ପରିକଳ୍ପନା, ପରିଚାଳନା ଓ ନିରନ୍ତର ପ୍ରୟାସ ପାଇଁ ସମଗ୍ର କମିଟିକୁ ଅଶେଷ ଧନ୍ୟବାଦ ଓ ହୃଦୟରୁ କୃତଜ୍ଞତା। 🙏

*ଆପଣମାନଙ୍କର ଏହି ସବୁଜ ସ୍ୱପ୍ନ ଆହୁରି ବିସ୍ତୃତ ହେଉ, ଆଉ ଦିନେ ‘ସାଗୁଆ ବଲାଙ୍ଗିର’ ଏକ ସବୁଜ ଓ ସୁନ୍ଦର ବଲାଙ୍ଗିରର ବାସ୍ତବ ଚିତ୍ର ହୋଇ ଉଭା ହେଉ—ଏହାହିଁ ଆମର ଶୁଭକାମନା।* 🌳💚

ଧନ୍ୟବାଦ୍ ଶରତ ଦାଦା 🙏
ସାଗୁଆ ବଲାଙ୍ଗୀର ର ଜଣେ ମାର୍ଗଦର୍ଶକ ଭାବରେ ତୁମର ସୁଚିନ୍ତିତ ମନ୍ତବ୍ୟ ସମସ୍ତ Green warriors ସାଥୀ ମାନଙ୍କ ମନରେ ଆହୁରି ଉତ୍ସାହ ଏବଂ ସାହସ ଭରିଦେବ । 🙏🌳🌴🌲🌴🌳🌲

ଆଜି ତା ୨୬-୦୮-୨୦୨୬ ଦିନ NICE College of Commerce ଠାରେ କଲେଜ୍ ର ଛାତ୍ର - ଛାତ୍ରୀ ଏବଂ କର୍ମଚାରୀ ଙ୍କ ଗହଣରେ ସାଗୁଆ ବଲାଙ୍ଗୀର ଟିମ୍ ବୃ...
26/08/2026

ଆଜି ତା ୨୬-୦୮-୨୦୨୬ ଦିନ NICE College of Commerce ଠାରେ କଲେଜ୍ ର ଛାତ୍ର - ଛାତ୍ରୀ ଏବଂ କର୍ମଚାରୀ ଙ୍କ ଗହଣରେ ସାଗୁଆ ବଲାଙ୍ଗୀର ଟିମ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସାମ୍ପ୍ରତିକ ପରିସ୍ଥିତି ରେ ବୃକ୍ଷରୋପଣ ର ମହତ୍ତ୍ୱ ତତ୍ ସଙ୍ଗେ ସଙ୍ଗେ ପରିବେଶ ସମ୍ବନ୍ଧୀୟ ଆଲୋଚନା କରିଥିଲୁ । ସାଗୁଆ ବଲାଙ୍ଗୀର ଅଭିଯାନ ରେ ଅନୁପ୍ରାଣିତ ହୋଇ NICE College ତରଫରୁ ସାଗୁଆ ବଲାଙ୍ଗୀର ଟିମ୍ କୁ ସମ୍ମାନୀତ କରା ଯାଇଥିଲା । 🌳🌲🌴🌲🌳🌴🌲

ବଲାଙ୍ଗୀର ସହରର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ବଲାଙ୍ଗୀର ପୌର ପରିଷଦ  ରାଜ୍ୟସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଯୋଗୁ ପୌରାଧ୍ୟକ୍ଷା ଶ୍...
26/08/2026

ବଲାଙ୍ଗୀର ସହରର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ବଲାଙ୍ଗୀର ପୌର ପରିଷଦ ରାଜ୍ୟସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଯୋଗୁ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ତଥା ପୌର ପରିଷଦ ର ସମସ୍ତ କର୍ମଚାରୀଙ୍କୁ ସାଗୁଆ ବଲାଙ୍ଗୀର ତରଫରୁ ଅଭିନନ୍ଦନ ଜଣାଉଛୁ।🌲🌳🌴🌳🌲🌴

ଗତକାଲି ତା.୨୫-୦୮-୨୦୨୬ , ପାଟଣାଗଡ ରୋଡସ୍ଥିତ କଲେଜ ଛକ୍ କଲ୍ୟାଣ ମଣ୍ଡପ ଠାରେ ତିନୋଟି ନିମ୍ବଗଛ ଲଗାଗଲା । 🙏🌲🌳🌴
26/08/2026

ଗତକାଲି ତା.୨୫-୦୮-୨୦୨୬ , ପାଟଣାଗଡ ରୋଡସ୍ଥିତ କଲେଜ ଛକ୍ କଲ୍ୟାଣ ମଣ୍ଡପ ଠାରେ ତିନୋଟି ନିମ୍ବଗଛ ଲଗାଗଲା । 🙏🌲🌳🌴

ଅଭିନନ୍ଦନ ମ୍ୟାଡ଼ାମ 💐🌲🌳🌴🌳🌲🌴🌳🌲🌴
25/08/2026

ଅଭିନନ୍ଦନ ମ୍ୟାଡ଼ାମ 💐🌲🌳🌴🌳🌲🌴🌳🌲🌴

22/08/2026

ଆଜି ସାଗୁଆ ବଲାଙ୍ଗୀର ର ଦଶମ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ପାଟଣାଗଡ ରୋଡ ସ୍ଥିତ ଶ୍ରୀମାନ୍ ରାଜେଶ ନାଏକ ଙ୍କ ବାସଭବନ ସମ୍ମୁଖରେ ତାଙ୍କ ପରିବାର ଙ୍କ ଗହଣରେ ମିଶି ତିନୋଟି ବଉଳ ଗଛ ଲଗାଗଲା , ଏଥିରେ ରାଜେଶ ବାବୁ ତିନୋଟି tree guard ର ଖର୍ଚ୍ଚ ସେ ନିଜେ ବହନ କରିଥିଲେ ଏବଂ କଲେଜ ଛକ୍ ସ୍ଥିତ ପେଟୁ ବାବୁଙ୍କ ଚା ଦୋକାନ ପାଖରେ ଗୋଟିଏ ନିମ୍ବଗଛ ଲଗାଗଲା । ଆଜିର କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ Green warriors bandhu ମାନଙ୍କୁ "ସାଗୁଆ ବଲାଙ୍ଗୀର " ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍ । 🙏🌲🌳🌴🌳🌲🌴🌲🌳🌴

ଆଜି ସାଗୁଆ ବଲାଙ୍ଗୀର ର ନବମ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ସ୍ଥାନୀୟ କଳାମଣ୍ଡଳ ପଡ଼ିଆରେ ୩୫ ଟି ନିମ୍ବଗଛ ଲଗାହେଲା । ଏଥିରେ ଆମର ପ୍...
21/08/2026

ଆଜି ସାଗୁଆ ବଲାଙ୍ଗୀର ର ନବମ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ସ୍ଥାନୀୟ କଳାମଣ୍ଡଳ ପଡ଼ିଆରେ ୩୫ ଟି ନିମ୍ବଗଛ ଲଗାହେଲା । ଏଥିରେ ଆମର ପ୍ରିୟ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଅଂଶ ଗ୍ରହଣ କରିଥିଲେ ଏବଂ Green warriors ବନ୍ଧୁ ମାନଙ୍କର ଅନବରତ ପରିଶ୍ରମ ଓ ଏକାଗ୍ରତା କୁ ଭୁୟସୀ ପ୍ରଶଂସା କରିଥିଲେ। ଆଉ ଗୋଟେ ଖୁସିର କଥା ହେଲା "ଡଗର " ଯିଏ କି ଜଣେ ଶାରୀରିକ ସ୍ଥରରେ ଭିନ୍ନକ୍ଷମ ହୋଇପାରେ କିନ୍ତୁ ମାନସିକ ସ୍ଥରରେ ସେ ଆମଠୁ କୌଣସି ଗୁଣରେ କମ୍ ନୁହେଁ, ଗତ ଚାରୋଟି ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରି ପ୍ରକୃତି ପ୍ରତି ନିଜର ସମର୍ପଣ ମନୋଭାବ ପୋଷଣ କରିବାରେ ତିଳେମାତ୍ର ଅବହେଳା କରୁନାହିଁ । ଭଗବାନ ତାର ମଙ୍ଗଳ କରନ୍ତୁ ।

ଜୟ ସାଗୁଆ ବଲାଙ୍ଗୀର
🌲🌴🌳🌴🌲🌳🌴

17/08/2026

ଆଜି ପାଟଣାଗଡ ରୋଡ ର ଗୋଶାଳା ଠାରୁ Little Flower ପର୍ଯ୍ୟନ୍ତ divider ଏବଂ ରାସ୍ତା ପାର୍ଶ୍ୱରେ ଲଗାଯାଇଥିବା ଗଛ ଗୁଡିକୁ treeming ଏବଂ କୁଡା ଖୋସା କରାଗଲା । ସମସ୍ତ Green warriors ବନ୍ଧୁମାନଙ୍କୁ ଅଶେଷ ଧନ୍ୟବାଦ୍ । 👍🌲🌳🌴🌳🌲

Address

Balangir
Balangir
767001

Website

Alerts

Be the first to know and let us send you an email when Sagua Balangir posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category