05/09/2026
ଆଜି କଟକସ୍ଥିତ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ ପରିସରରେ ପବିତ୍ର ଗୁରୁଦିବସ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ #ଗୁରୁଦିବସ_ସମାରୋହ୨୦୨୬ ରେ ଯୋଗଦେଇ ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କ ଓ ଶିକ୍ଷକ ସମାଜର ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇଛନ୍ତି ମାନ୍ୟବର ବିଧାୟକ ମହୋଦୟ।
ଏହି ଗରିମାମୟ ସମାରୋହରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକ ସମାଜର ତ୍ୟାଗ, ନିଷ୍ଠା ଓ ସମର୍ପଣକୁ ଉଚ୍ଚ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦିଗ୍ଦର୍ଶନ ପ୍ରଦାନ କରିଥିଲେ।
ଜ୍ଞାନର ଆଲୋକ ବିତରଣ କରୁଥିବା ସମସ୍ତ ଗୁରୁ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଗୁରୁଜନମାନଙ୍କୁ ଗୁରୁଦିବସର ଅନେକ ଅନେକ ଶୁଭେଚ୍ଛା ଓ ଭକ୍ତିପୂତ ପ୍ରଣାମ।