Biju Janata Dal,Bargarh

Biju Janata Dal,Bargarh Biju Janata Dal Bargarh

ସଭାପତି ଶ୍ରୀ Naveen Patnaik ଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀମତୀ ସୁଜାତା ରାଉତ ଶଙ୍ଖ ଭବନରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତ...
25/06/2026

ସଭାପତି ଶ୍ରୀ Naveen Patnaik ଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀମତୀ ସୁଜାତା ରାଉତ ଶଙ୍ଖ ଭବନରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବିଜେଡିର ଜଣେ ସାଧାରଣ କର୍ମୀ ଭାବେ ଲୋକଙ୍କ ସେବାର ଦୃଢ ସଙ୍କଳ୍ପ ନେଇ ଦଳକୁ ମଜଭୁତ କରିବାକୁ ସଭାପତି ଆହ୍ଵାନ କରିଛନ୍ତି।

ବରଗଡ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଆଜି ଜିଲ୍ଲାପାଳଙ୍କୁ ବରଗଡ ଜିଲ୍ଲରେ ଦୁର୍ନୀତି, ସରକାରୀ ଅର୍ଥ ବାଟମାରଣା, ତୋରଣ ନିର୍ମାଣ ନାଁ ରେ ଅର୍ଥ ହ...
04/06/2026

ବରଗଡ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଆଜି ଜିଲ୍ଲାପାଳଙ୍କୁ ବରଗଡ ଜିଲ୍ଲରେ ଦୁର୍ନୀତି, ସରକାରୀ ଅର୍ଥ ବାଟମାରଣା, ତୋରଣ ନିର୍ମାଣ ନାଁ ରେ ଅର୍ଥ ହଡପ, କେନାଲ ସୌନ୍ଦର୍ଯ୍ୟକରଣରେ ଟେଣ୍ଡର ଫିକ୍ସିଙ୍ଗ ଭଳି ଗୁରୁତର ଅଭିଯୋଗ ନେଇ ଦୁଇଟି ଦାବିପତ୍ର ପ୍ରଦାନ କରାଗଲା l ଅତାବିରା ଓ ଭେଡେନ ଠାରେ ତିନୋଟି ତୋରଣ ଓ ଗୋଟିଏ ଘଣ୍ଟା ଟାୱାର ନିର୍ମାଣ କରାଯାଇଛି l ନିକଟଅତୀତରେ ବରଗଡ଼ ଧନୁଯାତ୍ରା ତୋରଣ ସାମାନ୍ୟ ବର୍ଷାପବନରେ ଭୁଶୁଡି ପଡିବାଦ୍ୱାରା ଧନଜୀବନ କ୍ଷତି ହୋଇ ସାରା ଓଡିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ତେଣୁ ଏହି ଗେଟ ତଳେ ଯାତାୟାତ କରୁଥିବା ହଜାର ହଜାର ଜନସାଧାରଣ ଭୟ ଓ ଆଶଙ୍କାରେ ଅଛନ୍ତି, କାଳେ ଗେଟ ଆମ ଉପରେ ପଡିଯାଇପାରେ, କାରଣ ବରଗଡ଼ ଗେଟ ନିର୍ମାଣ କରିଥିବା ଠିକାଦାର ଅତାବିରା ଗେଟ ମଧ୍ୟ ନିର୍ମାଣ କରିଛନ୍ତି l କୋଟି କୋଟି ଅର୍ଥ ଆତ୍ମସାତ କରି ଗୋଟିଏ ଦୁର୍ବଳଢାଞ୍ଚା କୁ ଲୋକଦେଖାଣିଆ ଥୋଇଦିଆହେଇଛି l ବିନା ସୂଚନାଫଳକ, ବିନା ଟେଣ୍ଡର, ବିନା କଂକ୍ରିଟରେ କାମକରି ଟଙ୍କା ଭଗବଣ୍ଟା କରାଯାଇଛି l ଏହି ଫାଇବର ତୋରଣ ନିର୍ମାଣର ସ୍ଥାୟିତ୍ୱ, ବ୍ୟବହୃତ ସାମଗ୍ରୀର ଗୁଣବତ୍ତା ଓ ମାନ, ଟେଣ୍ଡର ପ୍ରକ୍ରିୟା, ଏସ୍ଟିମେଟ ଅନୁଯାୟୀ କେତେ ଖର୍ଚ୍ଚ ହୋଇଛି,ଏହିସବୁ ଦିଗକୁ ଅନୁଧ୍ୟାନ କରିବାପାଇଁ ଏକ ଯାଞ୍ଚ କମିଟି ଗଠନ କରାଯାଇ ତଦନ୍ତ କରାଯାଉ l ଯଦି ବିହିତ ପଦକ୍ଷେପ ନିଆନଯାଏ, ତାହେଲେ ଭବିଷ୍ୟତ ର ସମ୍ଭାବ୍ୟ ଦୁର୍ଘଟଣା ପାଇଁ ଜିଲ୍ଲା ପ୍ରଶାସନ ଓ ଅତାବିରା ବିଧାୟକ ଦାୟି ରହିବେ l
ସେହିପରି ଭେଡେନ କେନାଲ ଉପରମୁଣ୍ଡ ବରଗଡ଼ ଠାରେ ସୌନ୍ଦର୍ଯ୍ୟକରଣ ନାଁ ରେ ଟେଣ୍ଡର ଫିକ୍ସିଂ କରି କଳାତାଲିକାଭୁକ୍ତ ଠିକାଦାରକୁ ବୀନା କାର୍ଯ୍ୟାଦେଶ ରେ କାମଆରମ୍ଭ କରାଯଇଥିଲା, ଅଭିଯୋଗ ପରେ ଅଧାପନ୍ତରିଆ କାମ ବନ୍ଦ କରାଯାଇ Canal SE ଙ୍କୁ ସାଙ୍ଗେ ସାଙ୍ଗେ ବଦଳି କରି ଦିଆଗଲା, ଏବେ ଗୋଟିଏ ମାସ ଭିତରେ କାମ
ନହେଲେ ଭେଡେନ କେନାଲରେ 50% ପାଣି କମିଯିବ , ଫଳରେ ହଜାର ହଜାର ହେକ୍ଟର ଚାଷଜମି ପ୍ରଭାବିତ ହେବ l ଚାଷୀଭାଇଙ୍କ ଜୀବନଜୀବିକା ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେବ l ତେଣୁ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ସରକାର, ଏଠିକାର କୁହାଳିଆ ବିଧାୟକମାନେ ଓ ଜିଲ୍ଲା ପ୍ରଶାସନ ସତର୍କ ହେବାପାଇଁ ଦାବିପତ୍ର ପ୍ରଦାନ କରାଗଲା l ନଚେତ ଆନ୍ଦୋଳନ ଭୟବାହ ରୂପ ନେବ,ଏଥିରେ ତିଳେମାତ୍ର ସନ୍ଦେହ ନାହିଁ l

ମହିଳା ଙ୍କୁ 33% ସଂରକ୍ଷଣ ଦେବାରେ ବିଫଳ,ନାରୀ ନିର୍ଯାତନା କୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ବିଜେପି ସରକାର ବିରୋଧ ରେ ବରଗଡ ନିର୍ବାଚନ ମଣ୍ଡଳୀ...
29/05/2026

ମହିଳା ଙ୍କୁ 33% ସଂରକ୍ଷଣ ଦେବାରେ ବିଫଳ,ନାରୀ ନିର୍ଯାତନା କୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ବିଜେପି ସରକାର ବିରୋଧ ରେ ବରଗଡ ନିର୍ବାଚନ ମଣ୍ଡଳୀ ରେ ପ୍ରତିବାଦ ସଭା ଓ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ଲରାଗଲା
#ନାରୀ_ଅଧିକାର_ଅଭିଯାନ
Snehangini Chhuria Barsha Singh Bariha EX Mla Rita Sahu Kalpana Majhi

ଆସନ୍ତା କାଲି ସକାଳ ୯ଘ ସମୟରେ ଊପସ୍ଥିତ ରହିବାକୁ ଅନୁରୋଧ ।
28/05/2026

ଆସନ୍ତା କାଲି ସକାଳ ୯ଘ ସମୟରେ ଊପସ୍ଥିତ ରହିବାକୁ ଅନୁରୋଧ ।

ମହିଳା ଙ୍କୁ 33% ସଂରକ୍ଷଣ ଦେବାରେ ବିଫଳ,ନାରୀ ନିର୍ଯାତନା କୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ବିଜେପି ସରକାର ବିରୋଧ ରେ ପଦ୍ମପୁର ନିର୍ବାଚନ ମଣ୍...
22/05/2026

ମହିଳା ଙ୍କୁ 33% ସଂରକ୍ଷଣ ଦେବାରେ ବିଫଳ,ନାରୀ ନିର୍ଯାତନା କୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ବିଜେପି ସରକାର ବିରୋଧ ରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ପ୍ରତିବାଦ ସଭା ଓ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ଲରାଗଲା ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ Barsha Singh Bariha ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ Kalpana Majhi ଓ ସ୍ଥାନୀୟ ନେତୃତ୍ୱ ଉପସ୍ଥିତ ଥିଲେ
Snehangini Chhuria Biju Janata Dal,Bargarh Biju Mahila Janata Dal

ଅତାବିରା ମାଟିରୁ ଶୁଭିଲା ରଣହୁଙ୍କାର l ମହିଳାଙ୍କୁ 33% ସଂରକ୍ଷଣ ଲୋକସଭା ଓ ବିଧାନସଭାରେ ଦିଅ, ସାମାଜିକ ସୁରକ୍ଷା ଦିଅ, ଯୌନ ନିର୍ଯାତନା ବନ୍ଦ...
20/05/2026

ଅତାବିରା ମାଟିରୁ ଶୁଭିଲା ରଣହୁଙ୍କାର l ମହିଳାଙ୍କୁ 33% ସଂରକ୍ଷଣ ଲୋକସଭା ଓ ବିଧାନସଭାରେ ଦିଅ, ସାମାଜିକ ସୁରକ୍ଷା ଦିଅ, ଯୌନ ନିର୍ଯାତନା ବନ୍ଦ କର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କର,ନଚେତ ଗାଦି ଛାଡ l ହଜାର ହଜାର ସଂଖ୍ୟା ରେ ମହିଳାମାନେ ଶୋଭାଯାତ୍ରା କରି ବିଜେପି ସରକାର ବିରୁଦ୍ଧରେ ସ୍ୱର ଶାଣିତ କରିଥିଲେ l ସଂକଳ୍ପ ନେଉଛୁ ଅପାରଗ ସରକାର କୁ ସମାଧି ଦେଵା ପର୍ଯ୍ୟନ୍ତ ଏ ଲଢେଇ ଚାଲିବ l
ଏହି 'ନାରୀ ଅଧିକାର ଅଭିଯାନ 'ବିକ୍ଷୋଭ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ସଭାପତି ଶୁଶାନ୍ତ ମହାପାତ୍ର,ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା, ଜିଲ୍ଲା ପରିଷଦ ଅଧ୍ୟକ୍ଷl ମାନିନୀ ଭୋଇ, ବିଜେଡି ମହିଳା ଶାଖା ସଭାନେତ୍ରୀ କଳ୍ପନା ମାଝୀ, ସମାଜସେବି ଶୁଶାନ୍ତ ମିଶ୍ର, ବରିଷ୍ଠ ନେତା ଗୌରହରୀ ମିଶ୍ର,NAC ସଭାପତି ଯତୀନ ଦାଶ,ଭେଡେନ ବ୍ଲକ ସଭାପତି ହରିଶଙ୍କର ବେହେରା,ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ପଦ୍ମିନୀ ଗଡତିଆ, ମମତା ପ୍ରଧାନ, ଅତାବିରା ବ୍ଲକ ଅଧ୍ୟକ୍ଷl ଗୀତାଞ୍ଜଳି ନାୟକ, ଭେଡେନ ବ୍ଲକ ଅଧ୍ୟକ୍ଷl ସୁପ୍ରଭା ମହାଳିଙ୍ଗ,NAC ଅଧ୍ୟକ୍ଷ ବନମାଳୀ ବରିହା, ଉପାଧ୍ୟକ୍ଷା ଅନୁସୂୟା ବିଶ୍ୱାଳ, NAC ସଭାନେତ୍ରୀ ସୁରେଖା ବାଗ, ବ୍ଲକ ସଭନେତ୍ରୀ ଶୋଭାଗିନୀ ମହାପାତ୍ର, RCMS ଅତାବିରା ଅଧ୍ୟକ୍ଷl ରିତା ସାହୁ, ଅତାବିରା ବ୍ଲକ ଭେଡେନ ବ୍ଲକର ସମିତି ସଭ୍ୟ/ସଭ୍ୟା, ସରପଞ୍ଚ ମାନେ, କାଉନସିଲର ମାନେ ଓ ବିଜୁ ଜନତା ଦଳ ର ଜିଲ୍ଲା କର୍ମକର୍ତ୍ତା ଓ ବ୍ଲକ କର୍ମକର୍ତ୍ତାମାନେ ଯୋଗଦାନ କରି ଏହି ବିକ୍ଷୋଭ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ଯୁବ ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ l
Snehangini Chhuria EX Mla Rita Sahu Kalpana Majhi Barsha Singh Bariha

ମହାନ ବିପ୍ଳବୀ ସ୍ବାଧୀନତା ସଂଗ୍ରାମୀ ଆମର ଗରବ୍ Saheed Madho Singh କଂର ବିଶୟ ରେ ୭ କ୍ଳାସ ର " ସାହିତ୍ୟସୁମନ୍ " ବହି ଥି ଭୁଲ ତଥ୍ୟ ଦେଇଥି...
12/05/2026

ମହାନ ବିପ୍ଳବୀ ସ୍ବାଧୀନତା ସଂଗ୍ରାମୀ ଆମର ଗରବ୍ Saheed Madho Singh କଂର ବିଶୟ ରେ ୭ କ୍ଳାସ ର " ସାହିତ୍ୟସୁମନ୍ " ବହି ଥି ଭୁଲ ତଥ୍ୟ ଦେଇଥିବାରୁ ଆଏଜ ତାର ପ୍ରତିବାଦ ରେ ବରଗଡ ବିଜୁ ଜନତା ଦଲ ତରଫରୁ ଜିଲ୍ଲାପାଳ କଂର ଜରିଆରେ ରାଜ୍ୟ ସରକାର କୁ ଜଲଦି ତଥ୍ଯ ସୁଧାର କରାଯାଉ ବଳି ଦାବି କରାଗଲା ... ଉପସ୍ଥିତ ଥିଲେ ଜିଲ୍ଲା ବିଜେଡି ସଭାପତି Sushanta Kumar Mahapatra , ପୁର୍ବତନ ବରଗଡ ବିଧାୟକ Debesh Acharya , ରାଜ୍ୟ ଯୁବ ଜନତା ଦଲ ବରିଷ୍ଠ ଉପ ସଭାପତି Subrat Singh , ବରଗଡ ନଗରପାଲ Smt. Kalpana Majhi ପୁର୍ବତନ ବିଜେପୁର ବିଧାୟିକା EX Mla Rita Sahu ଆଉ ଅନ୍ଯାନ୍ଯ ଦଲିୟ କର୍ମି

23/03/2026
ଓଡ଼ିଶା ମାଟିର ବୀରପୁତ୍ର, ମହାନ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଝଡ଼ର ଇଗଲ ସାଜି ଦେଶ ସେବାର...
05/03/2026

ଓଡ଼ିଶା ମାଟିର ବୀରପୁତ୍ର, ମହାନ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଝଡ଼ର ଇଗଲ ସାଜି ଦେଶ ସେବାରେ ସେ ଦେଖାଇଥିଲେ ପରାକ୍ରମ, ଓଡ଼ିଶାକୁ ଶ୍ରେଷ୍ଠ କରି ଗଢ଼ି ତୋଳିବାରେ ଥିଲା ତାଙ୍କ ଅଦମ୍ୟ ପ୍ରଚେଷ୍ଟା। ତାଙ୍କ ଆଦର୍ଶରେ ବିଜୁ ଜନତା ଦଳ ଓଡ଼ିଶା ମାଟିର ସେବାରେ ସଦା ଅଟଳ।

ବିଜେଡି ରାଜ୍ୟସଭା ପ୍ରାର୍ଥ ଶୁଭେଚ୍ଛା ଓ ଅଭିନନ୍ଦନ. 🙏
28/02/2026

ବିଜେଡି ରାଜ୍ୟସଭା ପ୍ରାର୍ଥ
ଶୁଭେଚ୍ଛା ଓ ଅଭିନନ୍ଦନ. 🙏

Address

Bargarh

Website

Alerts

Be the first to know and let us send you an email when Biju Janata Dal,Bargarh posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share