11/07/2026
ଜୟ ଭୀମ!! ଜୟ ଭାରତ!!
ଗତ କାଲି ତା.10.07.2026 ବହୁଜନ ସମାଜ ପାର୍ଟି ରାଜ୍ୟ ସଭାପତି ଶ୍ରୀ ସରୋଜ କୁମାର ନାୟକ ଜି ଙ୍କ ନେତୃତ୍ୱରେ ଭୁବନେଶ୍ୱର କସ୍ତୁରୀବା ନାରୀ ମହଲ ଠାରେ ମାସିକ ରାଜ୍ୟ ସ୍ତରୀୟ ସମୀକ୍ଷା ବୈଠକ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ନୃତନ ମୁଖ୍ୟ ପ୍ରଭାରୀ ଓଡ଼ିଶା ରାଜ୍ୟ ଡ. ଅଶୋକ ଶ୍ରିଧାର୍ଥ ସାହେବ(Ex-ରାଜ୍ୟସଭା ସାଂସଦ), ସମ୍ମାନିତ ଅତିଥି ଅନ୍ୟତମ କେନ୍ଦ୍ରୀୟ ଓଡ଼ିଶା ରାଜ୍ୟ ପ୍ରଭାରୀ ଡ. ଲାଲଜୀ ମେଧାଙ୍କର ସାହେବ, କେନ୍ଦ୍ରୀୟ ପ୍ରଭାରୀ ଓଡ଼ିଶା ରାଜ୍ୟ ଶ୍ରୀ ଦାଉରାମ ରତ୍ନାକର ସାହେବ (EX-MLA ୩ଥର CG), କେନ୍ଦ୍ରୀୟ ପ୍ରଭାରୀ ଓଡ଼ିଶା ରାଜ୍ୟ ଶ୍ରୀ ଚମ୍ପାଲାଲ ତୁଙ୍ଗୁରିଆ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ସମ୍ମାନିତ ରାଜ୍ୟର ପୂର୍ଣ୍ଣାଙ୍ଗ ରାଜ୍ୟ କମିଟି ସହ ସମ୍ମାନୀତ ଜୋନ ଇଂଚାର୍ଜ ଗଣ, ଲୋକସଭା ପ୍ରଭାରୀ ଗଣ, ଓଡ଼ିଶା ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି, ବିଧାନସଭା ସଭାପତି ସମେତ ଦଳର ସମସ୍ତ ବରିଷ୍ଟ ନେତା ଓ ସମସ୍ତ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ଏବଂ ଦଳର ସମ୍ମାନିତ ସକ୍ରିୟ କର୍ମକର୍ତ୍ତା ଭାଇ ଓ ଭଉଣୀ ମାନେ ହଜାର ସଂଖ୍ୟରେ ଯୋଗଦାନ କରିଥିଲେ। ଏହି ପରିପେକ୍ଷେ ବରଗଡ ଜିଲ୍ଲା କମିଟି ତରଫରୁ ଜିଲ୍ଲା ସଭାପତି ଶ୍ରୀ ଅଜୟ କୁମ୍ଭାର ଙ୍କ ନେତୃତ୍ବରେ ବରଗଡ ଜିଲ୍ଲାରୁ ବରଗଡ ଲୋକସଭା ପ୍ରଭାରୀ ଆଇନଜୀବୀ ଜୟରାମ ବାଘ, ଲୋକସଭା ପ୍ରଭାରୀ କୌଶିକ ସୁନା, ଜିଲ୍ଲା ସାଧାରଣ ସମ୍ପାଦକ ଆଇନଜୀବୀ ଧବଳେଶ୍ଵର ମହାନନ୍ଦ, ବରିଷ୍ଟ ନେତା ଟଙ୍କଧର କଣ୍ଟା, ବରିଷ୍ଟ ନେତ୍ରୀ କ୍ଷିରୋଦିନି କଣ୍ଟା,ବରିଷ୍ଟ ନେତା ଜୟସଙ୍କର ସିଂହା, ପଦମପୁର ବିଧାନସଭା ପ୍ରଭାରୀ ରୂପଧର କୁମ୍ଭାର, ପଦମପୁର ପ୍ରଭାରୀ ସୁଧୀର ରଞ୍ଜନ ନାଗ, ବିଜେପୁର ବିଧାନସଭା ସଭାପତି ଶ୍ରୀ ବୀରେନ ରଣା, ବିଜେପୁର ଉପସଭାପତି ତରୁଣ ତାଣ୍ଡି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।