I Love Bhadrak

I Love Bhadrak Bhadrak is a district of Odisha.It came into existence on 1 April 1993.

ତ୍ୟାଗଭୂମିର ସଂପାଦକ ତଥା ଭଦ୍ରକ ଜିଲ୍ଲା ଶାଖା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଂପାଦକ ଏବଂ ଭଦ୍ରକ ଜିଲ୍ଲାର ପ୍ରତିଷ୍ଠିତ ଆଇନ୍ ଜୀବୀ ତୁଷାରକାନ...
04/10/2022

ତ୍ୟାଗଭୂମିର ସଂପାଦକ ତଥା ଭଦ୍ରକ ଜିଲ୍ଲା ଶାଖା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଂପାଦକ ଏବଂ ଭଦ୍ରକ ଜିଲ୍ଲାର ପ୍ରତିଷ୍ଠିତ ଆଇନ୍ ଜୀବୀ ତୁଷାରକାନ୍ତି ମହାନ୍ତିଙ୍କର ଗତକାଲି ରାତି ୩.୦୦ ଘଟିକା ସମୟରେ ପରଲୋକ।

ଏଭଳି କଠିନ ସମୟରେ ଈଶ୍ବର ତାଙ୍କ ପରିବାର ପ୍ରତି ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରୁଛୁ।

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି. .. 🙏

ଆସନ୍ତାକାଲି ( ରବିବାର) ସକାଳ ୭ ଘଟିକା- ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉପଲକ୍ଷେ ଗଣଦୌଡ଼  - ମହତାବ ଛକରୁ ଭଦ୍ରକ କଲେଜ ପରି...
02/07/2022

ଆସନ୍ତାକାଲି ( ରବିବାର) ସକାଳ ୭ ଘଟିକା- ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉପଲକ୍ଷେ ଗଣଦୌଡ଼ - ମହତାବ ଛକରୁ ଭଦ୍ରକ କଲେଜ ପରିସର।

ଏ ଗଣଦୌଡ଼ ଭଦ୍ରକ କଲେଜ ପାଇଁ , ଭଦ୍ରକ ଜିଲ୍ଲାବାସୀଙ୍କ ପାଇଁ
ମୁଁ ସାମିଲ ହେଉଛି, ଆପଣ ମଧ୍ୟ ସାମିଲ ହୁଅନ୍ତୁ ।

Bhadrak Autonomous College, Bhadrak

Bhadrak college Alumni Association

"ମିଶୁ ମୋର ଦେହ ଏ ଦେଶ ମାଟିରେ,ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ,ଦେଶର ସ୍ବରାଜ୍ୟ ପଥେ ଯେତେ ଗାଡ଼,ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।"ଉତ୍କଳ...
17/06/2022

"ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ,
ଦେଶର ସ୍ବରାଜ୍ୟ ପଥେ ଯେତେ ଗାଡ଼,
ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।"

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

#ଉତ୍କଳମଣି
#ଗୋପବନ୍ଧୁ_ଦାସ 🙏

ଭଦ୍ରକ ଜିଲ୍ଲାର ନୂତନ ଜିଲ୍ଲାପାଳ ହେଲେ ସିଦ୍ଧେଶ୍ଵର ବାଲିରାମ ବୋନ୍ଦର । ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ...💐💐💐
16/06/2022

ଭଦ୍ରକ ଜିଲ୍ଲାର ନୂତନ ଜିଲ୍ଲାପାଳ ହେଲେ ସିଦ୍ଧେଶ୍ଵର ବାଲିରାମ ବୋନ୍ଦର ।

ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ...💐💐💐

"ବନସ୍ତେ ଡାକିଲା ଗଜ ବରଷକେ ଥରେ  ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ।"ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛ...
14/06/2022

"ବନସ୍ତେ ଡାକିଲା ଗଜ
ବରଷକେ ଥରେ
ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ।"

ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

#ପହିଲିରଜ

ପବିତ୍ର ଦେବସ୍ନାନ ପୂର୍ଣିମା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। #ଦେବସ୍ନାନ_ପୂର୍ଣିମା
14/06/2022

ପବିତ୍ର ଦେବସ୍ନାନ ପୂର୍ଣିମା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

#ଦେବସ୍ନାନ_ପୂର୍ଣିମା

ଓଡ଼ିଶାର ପ୍ରଥମ ମହିଳା ମୁଖ୍ଯମନ୍ତ୍ରୀ ନନ୍ଦିନୀ ଶତପଥୀ ୧୯୩୧ ଜୁନ୍ ୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ଥିଲେ ପଦ୍ମଭୂଷଣ ସାହିତ୍ୟକ କାଳିନ୍ଦ...
09/06/2022

ଓଡ଼ିଶାର ପ୍ରଥମ ମହିଳା ମୁଖ୍ଯମନ୍ତ୍ରୀ ନନ୍ଦିନୀ ଶତପଥୀ ୧୯୩୧ ଜୁନ୍ ୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ଥିଲେ ପଦ୍ମଭୂଷଣ ସାହିତ୍ୟକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର କନ୍ଯା। କଟକରେ ତାଙ୍କ ପିଲାଦିନ କଟିଥିଲା। ଓଡ଼ିଶାରେ ସାମ୍ଯବାଦୀ ଆନ୍ଦୋଳନର ପ୍ରବର୍ତ୍ତକ ଭଗବତୀ ପାଣିଗ୍ରାହୀଙ୍କର ସେ ଝିଆରୀ। ତାଙ୍କ ସାମ୍ଯବାଦୀ ଚିନ୍ତାଧାରା ଦ୍ବାରା ନନ୍ଦିନୀ ଶତପଥୀ ପ୍ରଭାବିତ ହୋଇଥିଲେ। ଓଡ଼ିଶାର ଲୌହମାନବୀ ଭାବେ ପରିଚିତ ନନ୍ଦିନୀ ଶତପଥୀ ଜଣେ ସ୍ୱନାମଧନ୍ୟ ଲେଖିକା ମଧ୍ଯ ଥିଲେ। ଛାତ୍ରୀ ଜୀବନରୁ ସ୍ୱାଭିମାନୀ ଥିଲେ ନନ୍ଦିନୀ, ସେହି ବେଳରୁ ରାଜନୀତି ଓ ସାହିତ୍ୟ ପ୍ରତି ସେ ଆକର୍ଷିତ ହୋଇଥିଲେ। ପରେ କଂଗ୍ରେସ ଦଳରେ ଯୋଗ ଦେଇ ୧୯୬୨ ପ୍ରଥମେ ରାଜ୍ଯ ସଭାକୁ ଗଲେ। ୧୯୭୨ରେ ସେ ଓଡ଼ିଶାର ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୦୬ ଅଗଷ୍ଟ ୪ରେ ଭୂବନେଶ୍ଵରରେ ନନ୍ଦିନୀ ଶତପଥୀ ପ୍ରାଣ ହରାଇଥିଲେ।

#ନନ୍ଦିନୀ_ଶତପଥୀ
#ଜନ୍ମ_ଜୟନ୍ତୀ

"ତୁ ପରା ବୋଲାଉ ଉତ୍କଳ ସନ୍ତାନ      ତେବେ କିମ୍ପା ତୁହି ଭୀରୁତୋହର ଜନନୀ ରୋଦନ କରିଲେ       କହିବାକୁ କିମ୍ପା ଡରୁ ?"ଓଡ଼ିଆ ଜାତିର ମଉଡମଣୀ,...
28/04/2022

"ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ତୁହି ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ ?"

ଓଡ଼ିଆ ଜାତିର ମଉଡମଣୀ, ଓଡ଼ିଆ ଅସ୍ମିତା ର ପ୍ରତୀକ, ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ର ଶ୍ରେଷ୍ଠ ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି।

#ଉତ୍କଳଗୌରବ
#ମଧୁସୂଦନଦାସ ❣️

26/04/2022

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ନୂତନ ବର୍ଷ ଟି ଆପଣଙ୍କ ପରିବାରରେ ସୁଖ ଓ ସମୃଦ୍ଧି ଆଣିଦେଉ।...
14/04/2022

ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ନୂତନ ବର୍ଷ ଟି ଆପଣଙ୍କ ପରିବାରରେ ସୁଖ ଓ ସମୃଦ୍ଧି ଆଣିଦେଉ।

#ଓଡ଼ିଆନବବର୍ଷ
#ମହାବିଷୁବସଂକ୍ରାନ୍ତି ❣️

ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
10/04/2022

ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

05/04/2022

Address

Bhadrak, OD
Bhadrak
756100

Website

Alerts

Be the first to know and let us send you an email when I Love Bhadrak posts news and promotions. Your email address will not be used for any other purpose, and you can unsubscribe at any time.

Share