05/09/2026
ଭଦ୍ରକ ଜିଲ୍ଲାରେ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସମସ୍ତଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଉଛି।ତେଣୁ ଏହାର ନିରାକରଣ ଓ ପ୍ରତିକାର ନିମିତ୍ତ ଦୀର୍ଘମିଆଦି ଯୋଜନାର ରୂପରେଖ ପାଇଁ ଆଜି ଜିଲ୍ଲାପାଳ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ),ଅତିରିକ୍ତ ଜିଲ୍ଲାପାଳ(ସାଧାରଣ),ମୁଖ୍ୟ ଉନ୍ନୟନ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାର ଯାନ୍ତ୍ରିକ ବିଭାଗୀୟ ମୁଖ୍ୟଙ୍କ ସମେତ ତହସିଲଦାର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୌର ନିର୍ବାହୀ ଅଧିକାରୀମାନେ ବନ୍ୟାନିରାକରଣ ଯୋଜନାର ଦୀର୍ଘ ମିଆଦି ବ୍ୟବସ୍ଥା ସମ୍ପର୍କିତ ଯୋଜନା ପିପିଟି ମାଧ୍ୟମରେ ବୈଠକରେ ଉପସ୍ଥାପନ କରିଥିଲେ।