30/08/2026
ତେଜି ଉଠିଛି ଆହ୍ୱାନ, ଯୁବପିଢ଼ିଙ୍କ ହକ୍, ନ୍ୟାୟ ଓ ଅଧିକାରର ସ୍ୱର!
ଧାମରା ପୋର୍ଟରେ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଓ ପରିବହନ କ୍ଷେତ୍ରରେ ସମାନ ଏବଂ ନ୍ୟାୟସଙ୍ଗତ ସୁଯୋଗ ଦାବିରେ ଆନ୍ଦୋଳନର ସ୍ୱର ଆହୁରି ତୀବ୍ର ହୋଇଛି। ନିଜ ହକ୍ ଓ ଅଧିକାର ପାଇଁ ୪ ସେପ୍ଟେମ୍ବରରେ ଧାମରା ରେଳରୋକୋ ପାଇଁ ଭଦ୍ରକ ଜିଲ୍ଲା ବିକାଶ ପରିଷଦ ଓ ଭଦ୍ରକ ଜିଲ୍ଲା ଟିପ୍ପର ଓ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି।
ଏହା କେବଳ ଗୋଟିଏ ଆନ୍ଦୋଳନ ନୁହେଁ, ଏହା ସ୍ଥାନୀୟ ଯୁବପିଢ଼ିଙ୍କ ହକ୍, ନ୍ୟାୟ ଓ ଅଧିକାରର ସ୍ୱର। ନିଜ ଅଧିକାର ପାଇଁ, ନିଜ ଭବିଷ୍ୟତ ପାଇଁ—ଆସନ୍ତୁ, ସମସ୍ତେ ଏକାଠି ହେବା, ରେଳରୋକୋରେ ସାମିଲ ହେବା।
“ଭଦ୍ରକର ସମ୍ପଦ, ଭଦ୍ରକବାସୀଙ୍କ ଅଧିକାର।”