22/03/2026
ବିଶ୍ୱ ଜଳ ଦିବସ ଅବସରରେ ଧାମନଗର ପଞ୍ଚାୟତ ସମିତି ଅନ୍ତର୍ଗତ ଖପରପଦା ପଞ୍ଚାୟତରେ 'ଜଳ ଜୀବନ ମିଶନ' ଅଧୀନରେ ନିର୍ମିତ ୧ ଲକ୍ଷ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ନୂତନ ପାଣିଟାଙ୍କିର ଶୁଭ ଉଦଘାଟନ ଏବଂ 'ଜଳ ଅର୍ପଣ ଦିବସ' ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ଙ୍କ କରକମଳ ରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ,ଭଦ୍ରକ,ମୁଖ୍ୟ ଉନ୍ନୟନ ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଧାମନଗରଙ୍କ ସମେତ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବିଭାଗୀୟ ଅଧିକାରୀ,ସ୍ଥାନୀୟ ଜନ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ।