02/09/2026
ସୋରଡା:ରୁଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ ଏବଂ ରାଷ୍ଟ୍ରୀୟ ସେବା ଯୋଜନା ତରଫରୁ ମହିଳା ସଶକ୍ତିକରଣ , ନାରୀ ସୁରକ୍ଷା ଏବଂ ନିଶା ମୁକ୍ତ ଭାରତ ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ସୁନୀଲ କୁମାର ପ୍ରଧାନ , ଦ୍ଵିତୀୟ ଥାନା ଅଧିକାରୀ ଶ୍ରୀ ସାଶ୍ୱତ ରାଉତ, ଆଇନ ଜୀବି ଶ୍ରୀ ପ୍ରଭାତ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେଇ ନାରୀ ସୁରକ୍ଷା ସମ୍ବନ୍ଧୀୟ POSH , POSCO ANTI RAGGING ଆଇନରେ ରହିଥିବା ଆଇନ ଗତ ଦିଗଗୁଡିକ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ l
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ପାଢ଼ୀ ପୌରହିତ୍ୟ କରିଥିବା ବେଳେ ଶକ୍ତି ଶ୍ରୀ ସଂଯୋଜିକା ଶ୍ରୀମତୀ ସିପ୍ରା ପାତ୍ର ପରିଚାଳନା କରିଥିଲେ l ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡଃ ହୃଷିକେଶ ମିଶ୍ର ନିଶା ମୁକ୍ତ ଭାରତ କାର୍ଯ୍ୟକ୍ରମ କୁ ସଞ୍ଚାଳିତ କରି ଥିଲେ l ଛାତ୍ରଛାତ୍ରୀ ମାନଙ୍କ ସହ ନିଶା ମୁକ୍ତ ଭାରତ ଗଠନ ପାଇଁ ସଂକଳ୍ପ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ବହୁ ସଂଖ୍ୟକ ଛାତ୍ରଛାତ୍ରୀ , ଅଧ୍ୟାପକ ,ଅଧ୍ୟାପିକା କର୍ମଚାରୀ, ସ୍ଥାନୀୟ ପୋଲିସ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଶ୍ରୀ ପ୍ରଦୀପ କୁମାର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ l
CMO Odisha Suryabanshi Suraj Higher Education Department, Govt. of Odisha