09/08/2026
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ପ୍ରେରଣାଦାୟୀ ଆହ୍ୱାନରେ ଆଜି ଭୁବନେଶ୍ୱରରେ ‘ହର ଘର ତିରଙ୍ଗା’ ଅଭିଯାନର ଶୁଭାରମ୍ଭ ହୋଇଛି।
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଜୀ, ବିଜେପିର ଜାତୀୟ ସାଧାରଣ ସମ୍ପାଦକ ମାନ୍ୟବର ଶ୍ରୀ Sunil Bansal ଜୀ, ରାଜ୍ୟ ପ୍ରଭାରୀ ମାନ୍ୟବର ଶ୍ରୀ Vijaypal Singh Tomar ଜୀ, ରାଜ୍ୟ ସଭାପତି ମାନ୍ୟବର ଶ୍ରୀ Manmohan Samal ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ Kanak Vardhan Singh Deo ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ Prabhati Parida ଜୀ,କ୍ରୀଡା, ଯୁବ ବ୍ୟାପାର ମନ୍ତ୍ରୀ Suryabanshi Suraj ଜୀ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି Avilash Panda, ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି Swayam Sevak Ray ଙ୍କ ସମେତ ରାଜ୍ୟ ସରକାରଙ୍କ ମାନ୍ୟବର ମନ୍ତ୍ରୀମଣ୍ଡଳର ସଦସ୍ୟ, ସାଂସଦ, ବିଧାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଯୋଗଦେଇଥିଲେ।
ଦେଶର କୋଣ ଅନୁକୋଣରେ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରା କେବଳ ଜାତୀୟ ପତାକା ପ୍ରତି ସମ୍ମାନର ପ୍ରତୀକ ନୁହେଁ, ବରଂ ପ୍ରତ୍ୟେକ ଘର, ଗାଁ, ସହର ଓ ଦେଶବାସୀଙ୍କ ନିକଟରେ ଜାତୀୟ ଏକତା, ସାମାଜିକ ସଦ୍ଭାବ ଏବଂ ସୌହାର୍ଦ୍ଦର ବାର୍ତ୍ତା ପହଞ୍ଚାଉଛି।
ଆସନ୍ତୁ, ‘ହର ଘର ତିରଙ୍ଗା’ ଅଭିଯାନରେ ସାମିଲ ହେବା। ନିଜ ଘର, ପ୍ରତିଷ୍ଠାନ ଓ କାର୍ଯ୍ୟସ୍ଥଳରେ ତ୍ରିରଙ୍ଗା ଉତ୍ତୋଳନ କରିବା ସହିତ ଦେଶର ଏକତା, ଅଖଣ୍ଡତା ଓ ଗୌରବକୁ ଆହୁରି ସୁଦୃଢ଼ କରିବା ପାଇଁ ସଂକଳ୍ପ ନେବା।