21/06/2026
*ଅପରାଧି ମାନଙ୍କୁ ଧରିବା ପରିବର୍ତ୍ତେ ଗରିବ ବୁଲା ବିକାଳୀଙ୍କ ଉପରେ ପୋଲିସ ଅଫିସର ଙ୍କ ଦାୟିତ୍ଵ ହୀନ ମନ୍ତବ୍ୟକୁ ଏ ଆଇ ଏମ୍ ଏସ୍ ଏସ୍ ର ତୀବ୍ର ନିନ୍ଦା*
ରାଜ୍ୟରେ ମହିଳା ଶିଶୁ କନ୍ୟା ମାନଙ୍କଉପରେ ଦିନକୁ ଦିନ ଅପରାଧ ବୃଦ୍ଧିପାଇ ଚାଲିଥିଲା ବେଳେ ଅପରାଧ ନିୟନ୍ତ୍ରଣରେ ବିଫଳ ପୋଲିସ - ପ୍ରଶାସନ ଅନେକ ସମୟରେ ଔଷଧ
ବିକଳରେ ତାଟିଆ କାମୁଡିବା ଭଳି
ଆଚରଣ କରିବା ପରିଲକ୍ଷିତ ହେଉଛି l ନିକଟରେ କେନ୍ଦ୍ରାପଡା ସହରରେ ଘଟିଥିବା ଝାଡୁବିକାଳୀ ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ରେ ସମ୍ପୃକ୍ତ ଅପରାଧି ମାନଙ୍କୁ ଧରିବା ପରିବର୍ତ୍ତେ ଝୁମ୍ପୁଡ଼ିବାନ୍ଧି ଝାଡୁ ବିକ୍ରିକରି ପରିବାର ଚଳାଉଥିବା ଗରିବ ମାନଙ୍କ ସମ୍ପର୍କରେ କେନ୍ଦ୍ରପଡା ପୁଲିସ ଅଧିକାରୀଙ୍କ ଦାୟିତ୍ୱ ହୀନ ମନ୍ତବ୍ୟ କୁ AlMSS ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି l ଖାଦ୍ୟ ଯୋଗାଡ଼ କରିବା ଯେଉଁମାନଙ୍କ ପାଇଁ କଷ୍ଟକର ବ୍ୟାପାର ସେମାନେ ନିଜର ଝିଅ ମାନଙ୍କ ନିରାପତ୍ତା ପାଇଁ ଝୁମ୍ପୁଡି ପରିବର୍ତେ ଘରଭଡା ନେଇ ରହିବା ଉଚିତ୍ ବୋଲି କହିବା କେତେ ଦୂର ଯୁକ୍ତି ଯୁକ୍ତ ବୋଲି ସର୍ବଭାରତୀୟ ସମ୍ପାଦିକା ଶ୍ରୀମତୀ ଛବି ମହାନ୍ତି ପ୍ରଶ୍ନ କରିଛନ୍ତି l ଯେଉଁ ପୋଲିସ ଅଧିକାରୀମାନେ ଏପରି ମନ୍ତବ୍ୟ ଦେଉଛନ୍ତି ସେମାନେ ଜନସାଧାରଣ ଙ୍କର ଜୀବନଧାରଣର ବାସ୍ତବ ଚିତ୍ର ଜାଣନ୍ତି ନାହିଁ , କିମ୍ବା ଜାଣିଶୁଣି ଏଭଳି ଉଦ୍ଦେଶ୍ୟ ପ୍ରଣୋଦିତ ମନ୍ତବ୍ୟ ପ୍ରଦାନ କରୁଛନ୍ତି ବୋଲି ସଂଗଠନ ଅଭିଯୋଗ କରିଛି l ତୁରନ୍ତ ଅପରାଧି ମାନଙ୍କୁ ଗିରଫ କରି କଠୋର ଦଣ୍ଡବିଧାନ କରିବା ସହ ପୁଲିସ - ପ୍ରଶାସନ ମହିଳା ଓ ଶିଶୁ କନ୍ୟାଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବାକୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଶ୍ରୀମତୀ ମହାନ୍ତି ଏବଂ ରାଜ୍ୟ ସଭାନେତ୍ରୀ ସ୍ଵୟଂପ୍ରଭା ନାୟକ, ସମ୍ପାଦିକl ସରୋଜିନୀ ନାୟକ ଦୃଢ ଦାବି କରିଛନ୍ତି l