WeloveCongress

WeloveCongress This space is reserved for Fan's, Friends and Followers of dearest RG. www.inc.in

ବିଜେପି ଡବଲ ଇଞ୍ଜିନ ସରକାରର ଅଚ୍ଛେଦିନ ଆସିଗଲା....🤪            Indian National Congress Rahul Gandhi Indian Youth Congress Pri...
13/05/2026

ବିଜେପି ଡବଲ ଇଞ୍ଜିନ ସରକାରର ଅଚ୍ଛେଦିନ ଆସିଗଲା....🤪

Indian National Congress Rahul Gandhi Indian Youth Congress Priyanka Gandhi Vadra

Remembering & paying tribute to Former President of India,a great freedom fighter,diplomat,Former Union Minister,a great...
13/05/2026

Remembering & paying tribute to Former President of India,a great freedom fighter,diplomat,Former Union Minister,a great lawyer Fakhruddin Ali Ahmed on his 121st Birth Anniversary.

Indian National Congress Rahul Gandhi Indian Youth Congress Susanta Maharana Official

ଓଡ଼ିଶାର ବିଦ୍ୟୁତ୍ ସଂସ୍କାରର ବିନ୍ଧାଣି: ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଓଡ଼ିଶାକୁ ଶକ୍ତି କ୍ଷେତ୍ରରେ ସୁରକ୍ଷିତ ଏବଂ ସ୍ୱାବଲମ୍ବୀ କରିବାର ଏ...
13/05/2026

ଓଡ଼ିଶାର ବିଦ୍ୟୁତ୍ ସଂସ୍କାରର ବିନ୍ଧାଣି: ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକ

ଓଡ଼ିଶାକୁ ଶକ୍ତି କ୍ଷେତ୍ରରେ ସୁରକ୍ଷିତ ଏବଂ ସ୍ୱାବଲମ୍ବୀ କରିବାର ଏକ ସ୍ପଷ୍ଟ ଲକ୍ଷ୍ୟ ନେଇ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟରେ ବିଦ୍ୟୁତ୍ ସଂସ୍କାରର ମୂଳଦୁଆ ପକାଇଥିଲେ। ତାଙ୍କୁ ଓଡ଼ିଶାର ଶକ୍ତି କ୍ଷେତ୍ରର ରୂପାନ୍ତରଣର ପ୍ରକୃତ ବିନ୍ଧାଣି ଭାବେ ଗଣନା କରାଯାଏ।

ଓଡ଼ିଶାକୁ ଏକ ‘ବିଦ୍ୟୁତ୍-ବଳକା’ (Power-Surplus) ରାଜ୍ୟରେ ପରିଣତ କରିବା ପାଇଁ ସେ ଅନେକ ଦୃଢ଼ ପଦକ୍ଷେପ ଗ୍ରହଣ କରିଥିଲେ। ବିଦ୍ୟୁତ୍ ଉତ୍ପାଦନ, ସଞ୍ଚାରଣ ଏବଂ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସେ NTPC, ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ (OPGC), ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ (OHPC) ଏବଂ GRIDCO ଭଳି ପ୍ରମୁଖ ଅନୁଷ୍ଠାନଗୁଡ଼ିକର ପ୍ରତିଷ୍ଠା କରିଥିଲେ।

ତାଙ୍କ ଦ୍ୱାରା ୧୯୯୫ ମସିହାରେ ପ୍ରଣୀତ ଐତିହାସିକ ‘ବିଦ୍ୟୁତ୍ ସଂସ୍କାର ବିଲ୍’ ସମଗ୍ର ଶକ୍ତି କ୍ଷେତ୍ରକୁ ଏକ ନୂତନ ରୂପ ଦେଇଥିଲା। ଏହି ସଂସ୍କାର ମାଧ୍ୟମରେ ସେ ପ୍ରଶାସନିକ ଉତ୍ତରଦାୟିତ୍ୱ, କାର୍ଯ୍ୟଦକ୍ଷତା ଏବଂ ଏକ ଆଧୁନିକ ନିୟାମକ ଢାଞ୍ଚାର ପ୍ରଚଳନ କରିଥିଲେ, ଯାହା ଓଡ଼ିଶାକୁ ଦେଶରେ ବିଦ୍ୟୁତ୍ ସଂସ୍କାର କ୍ଷେତ୍ରରେ ଜଣେ 'ପଥପ୍ରଦର୍ଶକ' ଭାବେ ସ୍ଥାପିତ କରିଥିଲା।

ସେ ଗଢ଼ିଥିବା ଅନୁଷ୍ଠାନ ଏବଂ ପ୍ରଣୟନ କରିଥିବା ନୀତିଗୁଡ଼ିକ ଆଜି ମଧ୍ୟ ଓଡ଼ିଶାର ଶକ୍ତି କ୍ଷେତ୍ରକୁ ସଠିକ୍ ଦିଗଦର୍ଶନ ଦେଉଛି। ଏହା ତାଙ୍କର ଅସାଧାରଣ ଦୂରଦୃଷ୍ଟି, ସଂରଚନାତ୍ମକ ସଂସ୍କାର ଏବଂ ସୁଦୂରପ୍ରସାରୀ ପ୍ରଭାବର ଏକ ଜ୍ୱଳନ୍ତ ପ୍ରମାଣ।

#ଜାନକୀବଲ୍ଲଭ Indian National Congress Rahul Gandhi Begunia Bolagarh Constituency Indian Youth Congress Priyanka Gandhi Vadra Susanta Maharana Official Pruthvi Patnaik

13/05/2026

🤪🤪🤪🤪🤪🤪🤪

Indian National Congress Rahul Gandhi Priyanka Gandhi Vadra Indian Youth Congress

Follow: https://www.facebook.com/share/18mz4yXNXK/
11/05/2026

Follow: https://www.facebook.com/share/18mz4yXNXK/

क्या देश को राहुल गांधी की ज़रूरत है?

○ YES ○ NO

Follow: https://www.facebook.com/share/1KwsUxsXv4/

फ़ॉलो करें और अपनी राय साफ़-साफ़ शेयर करें।
Indian National Congress Rahul Gandhi Indian Youth Congress Supriya Shrinate Priyanka Gandhi Vadra Mallikarjun Kharge Fans Club WeloveCongress Susanta Maharana Susanta Maharana Official fans

ଭୁଲ୍ ମତଦାନର ପରିଣାମ......        Rahul Gandhi Indian National Congress Begunia Bolagarh Constituency Priyanka Gandhi Vadr...
11/05/2026

ଭୁଲ୍ ମତଦାନର ପରିଣାମ......

Rahul Gandhi Indian National Congress Begunia Bolagarh Constituency Priyanka Gandhi Vadra Indian Youth Congress

ଏହା ଗଞ୍ଜାମ ଜିଲ୍ଲା (ଇଷ୍ଟ) କଂଗ୍ରେସ କାର୍ଯ୍ଯାଳୟ ନା ମଦୁଆ ବିଶ୍ରାମ ସ୍ଥଳୀ ?Indian National Congress Rahul Gandhi Begunia Bolagar...
10/05/2026

ଏହା ଗଞ୍ଜାମ ଜିଲ୍ଲା (ଇଷ୍ଟ) କଂଗ୍ରେସ କାର୍ଯ୍ଯାଳୟ ନା ମଦୁଆ ବିଶ୍ରାମ ସ୍ଥଳୀ ?

Indian National Congress Rahul Gandhi Begunia Bolagarh Constituency Priyanka Gandhi Vadra Indian Youth Congress WeloveCongress

Paying tribute & remembering Gopalkrushna Gokhale on his 160th birth anniversary. Late Gokhale a renowned freedom fighte...
09/05/2026

Paying tribute & remembering Gopalkrushna Gokhale on his 160th birth anniversary. Late Gokhale a renowned freedom fighter,senior leader of Indian National Congress Party as well as great social reformer who was also mentor of Mahatma Gandhi.

Indian National Congress Rahul Gandhi Indian Youth Congress

ସାନ୍ତାଳୀ ଲିପି "ଅଲ ଚିକି"ର ଜନକ, ସାନ୍ତାଳୀ କବି, ଚିନ୍ତାନାୟକ, ଲେଖକ, ଦାର୍ଶନିକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧା...
06/05/2026

ସାନ୍ତାଳୀ ଲିପି "ଅଲ ଚିକି"ର ଜନକ, ସାନ୍ତାଳୀ କବି, ଚିନ୍ତାନାୟକ, ଲେଖକ, ଦାର୍ଶନିକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଜଳି !!

Indian National Congress Indian Youth Congress

04/05/2026
ଓଡ଼ିଆ ଜାତିର ଗର୍ବ ଗୈାରବ, ସ୍ବାଭିମାନର ପ୍ରତୀକ, ଜାତୀୟ ଜନ ଜାଗରଣର  ପ୍ରତିବଦ୍ଧତାଧର୍ମୀ ମହାନାୟକ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍...
28/04/2026

ଓଡ଼ିଆ ଜାତିର ଗର୍ବ ଗୈାରବ, ସ୍ବାଭିମାନର ପ୍ରତୀକ, ଜାତୀୟ ଜନ ଜାଗରଣର ପ୍ରତିବଦ୍ଧତାଧର୍ମୀ ମହାନାୟକ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ପାଳନ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଏହି ଉତ୍କଳର ମହାନାୟକ, ଅନେକ କ୍ଷେତ୍ରରେ ପ୍ରଥମ ଓଡ଼ିଆ, ଯଥା ପ୍ରଥମ ସ୍ନାତକ, ପ୍ରଥମ ସ୍ନାତକୋତ୍ତର, ପ୍ରଥମ ସ୍ଵୀକୃତିପ୍ରାପ୍ତ ଅଧିବକ୍ତା,ପ୍ରଥମ ବିଲାତ ଯାତ୍ରୀ, ପ୍ରାଦେଶିକ ବ୍ୟବସ୍ଥାପକ ସଭା ଓ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାର ପ୍ରଥମ ଓଡ଼ିଆ ସଦସ୍ୟ, ପ୍ରଥମ ଓଡ଼ିଆ ମନ୍ତ୍ରୀ, ଏପରିକି ପ୍ରଥମ ଭାରତୀୟ ସ୍ଵେଚ୍ଛାକୃତ ଭାବେ ମନ୍ତ୍ରୀତ୍ବରୁ ଇସ୍ତଫା ପ୍ରଦାତା, ଶିଳ୍ପ ଉଦ୍ୟୋଗୀ ଭଳି ବହୁ କ୍ଷେତ୍ରରେ ସର୍ବକାଳୀନ ଆଦର୍ଶ,ଯାହାଙ୍କର ଜୀବନାଲେଖ୍ୟର ଦିନ ପଞ୍ଜିକା ହିଁ ଓଡ଼ିଶାର ଇତିହାସ, ପିଢ଼ି ପରେ ପିଢ଼ି ପ୍ରତି ଓଡ଼ିଆଙ୍କ ଚିର ବନ୍ଦନୀୟ, ପ୍ରାତଃ ସ୍ମରଣୀୟ, ଭାରତ ଗୌରବ ମଧୁସୂଦନ ଦାସ ( ୧୮୪୮- ୦୪-୦୨-୧୯୩୪) ଙ୍କ ୧୭୯ ତମ ଜୟନ୍ତୀ । ସମଗ୍ର ବିଶ୍ବ ଇତିହାସର ଗର୍ଭାନୁଶୀଳନ କଲେ ତ୍ୟାଗ , ତୀତିକ୍ଷା , ବଳିଦାନ ର ସର୍ବକାଳୀନ ତ୍ୟାଗ ର ଶ୍ରେୟ ଓଡ଼ିଆ ଇତିହାସ ହିଁ ନେବ । ଏହାର ସମ୍ମୁଜ୍ଜ୍ଵଳ ଐତିହାସିକ ମହାନାୟକ ରାଜା ଇନ୍ଦ୍ରଦ୍ୟୁମ୍ନ । ସେଥିପାଇଁ ଇନ୍ଦ୍ରଦ୍ୟୁମ୍ନ ଙ୍କ ଶ୍ରାଦ୍ଧ ଦେଇଆସୁଛନ୍ତି ପ୍ରଭୁ ଜଗନ୍ନାଥ ।‌ ମହାପୁରୁଷଙ୍କ ଜୀବନାଲେଖ୍ୟ ଓ ଅକଳ୍ପନୀୟ ଅବଦାନ କୁ ଉପଜିଵ୍ୟ କଲେ ପ୍ରତ୍ୟେକ ଓଡ଼ିଆ ତାଙ୍କ ମାଟି ର ପାତାଳ ଭେଦୀ କୃତଜ୍ଞତା ଜ୍ଞାପନ ସଂସ୍କୃତି ଆଧାର ରେ କୁଳବୃଦ୍ଧ ମଧୁସୂଦନ ଙ୍କ ଜୟନ୍ତୀ ରେ ଜୟଗାନ ଓ ଶ୍ରାଦ୍ଧ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏକ କୃତଜ୍ଞୀୟ କର୍ତ୍ତବ୍ୟ । ଇହଲୀଳା ସମ୍ବରଣ କରିବା କିଛି ମୁହୂର୍ତ୍ତ ପୂର୍ବରୁ ତାଙ୍କ ଶଯ୍ୟା ନିକଟରେ ଉପସ୍ଥିତ ଥିବା ପଣ୍ଡିତ ନୀଳକଣ୍ଠ ତାଙ୍କୁ ପଚାରିଥିଲେ " ଓଡ଼ିଶାବାସୀ ଙ୍କ ପାଇଁ ତାଙ୍କର କିଛି କହିଵାର ଅଛି କି ?" ମଧୁ ବାବୁ କ୍ଷୀଣ ସ୍ଵରରେ କହିଥିଲେ " ଓଡ଼ିଶାବାସୀ ତାଙ୍କର ଅନ୍ତର ନିର୍ମଳ ରଖିବେ । ମୁଁ ତ ଯାଉଛି, ମନେ ରଖିଥିବ ଜଣେ ଓଡ଼ିଆ ଥିଲା" । ଉତ୍କଳୀୟ ସ୍ୱାଭିମାନର ପ୍ରତୀକ ମଧୁସୂଦନ ଦାସଙ୍କୁ ଲକ୍ଷ୍ୟ କରି ଯଥାର୍ଥରେ ଫକୀର ମୋହନ ଲେଖିଥିଲେ - " ଧନ୍ୟ ଧନ୍ୟ ଧନ୍ୟ ମଧୁସୂଦନ ଉତ୍କଳ ମାତାର ଯୋଗ୍ୟ ସନ୍ତାନ ଦେଲ ଉତ୍କଳଙ୍କୁ ନବ ଜୀବନ ଶିଖାଇଲ ଲୋକେ ଜାତି ବନ୍ଦନ " । ବରେଣ୍ୟ ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ । ପିତା ଚୌଧୁରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ ପୁଅ ମଧୁସୂଦନଙ୍କ ପ୍ରଥମ ନାମ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାମକୁ ବଦଳାଇ ମଧୁସୂଦନ ରଖିଥିଲେ । ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା ସତ୍ୟଭାମାପୁରର ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ । ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଗଲେ ଓ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ । ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ (ଆଜି ଏହାକୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା କୁହାଯାଉଅଛି) । ଏହା ପରେ ସେ ବାଲେଶ୍ୱରରେ କିରାଣି ଚାକିରିଟିଏ କଲେ । କିଛି ପଇସା ସଞ୍ଚୟ କରି ସେ ଉଚ୍ଚଶିକ୍ଷା ନିମିତ୍ତ ଚାନ୍ଦବାଲି ଦେଇ ଧୂଆଁକଳ ଚାଳିତ ନାଆରେ କଲିକତା ଯାତ୍ରା କଲେ। ୧୮୭୦ରେ ସେ ବି.ଏ. ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟରେ ବି.ଏ. ପରୀକ୍ଷାର୍ଥୀମାନଙ୍କ ସଂସ୍କୃତ ପରୀକ୍ଷାର ଉତ୍ତର ନିଜ ମାତୃଭାଷରେ ଲେଖିବା ନିୟମ ଥିଲା, କିନ୍ତୁ ପରୀକ୍ଷକ ବଙ୍ଗଳା ଛଡ଼ା ଅନ୍ୟ କୌଣସି ଭାଷା ଜାଣି ନଥିବାରୁ ବଙ୍ଗଳା ବ୍ୟତୀତ ଅନ୍ୟ କୌଣସି ଲିପିରେ ସଂସ୍କୃତ ପ୍ରଶ୍ନୋତ୍ତର ଲେଖିବାକୁ ଅନୁମତି ମିଳୁନଥିଲା । ମଧୁବାବୁ ନିଜ ମାତୃଭାଷା ଓଡ଼ିଆରେ ସଂସ୍କୃତର ଉତ୍ତର ଲେଖିବାପାଇଁ ଜିଦ ଧରି ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟମାନଙ୍କୁ ଜଣାଇଲେ । ସେଠାରୁ କୌଣସି ସୁଫଳ ନ ମିଳିବାରୁ ସେ ତତ୍କାଳୀନ ବଙ୍ଗ-ବିହାର-ଓଡ଼ିଶାର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ସାର ଉଇଲିଅମ ଗ୍ରେଙ୍କ ନିକଟକୁ ଏକ ଟେଲିଗ୍ରାମ ପ୍ରେରଣ କରିବାପରେ ଗ୍ରେଙ୍କ ହସ୍ତକ୍ଷେପ ପରେ ସେ ଓଡ଼ିଆରେ ନିଜର ଉତ୍ତର ଲେଖିଥିଲେ ।
କଲିକତାରେ ଅମ୍ବିକା ପ୍ରସାଦ ହାଜିରା ନାମକ ବଙ୍ଗୀୟ ଖ୍ରୀଷ୍ଟିୟାନ ପାଦ୍ରୀଙ୍କ ସହିତ ସେ ପରିଚିତ ହେଲେ । ଅମ୍ବିକା ପ୍ରସାଦ ମଧୁସୂଦନଙ୍କର ଉଚ୍ଚଶିକ୍ଷାପ୍ରତି ଆଗ୍ରହ ଦେଖି ତାଙ୍କୁ ଏ ଦିଗରେ ସାହାଯ୍ୟ କଲେ । ସେଠାରେ ମଧୁବାବୁ ଇଂରାଜୀ ସାହିତ୍ୟରେ ଏମ୍.ଏ. ପାସ କଲାପରେ କଲିକତାରେ କେତେକ ସ୍କୁଲରେ ଶିକ୍ଷକତା କଲେ । ତତ୍କାଳିନ କଲିକତାରେ କଲେଜ ପାଠ ପଢ଼ିବା ନିମନ୍ତେ ଏଣ୍ଟ୍ରାନ୍ସ ପରୀକ୍ଷା ପାସ କରିବା ଦରକାର ପଡୁଥିଲା । ଏଣ୍ଟ୍ରାନ୍ସ ପରୀକ୍ଷା ନିମନ୍ତେ ଏକ ଛାତ୍ର ସହାୟକ ପୁସ୍ତକ ‘ମଡେଲ କୋଶ୍ଚିନ୍ସ’ ରଚନା କରିଥିଲେ । ଗଣିତ ଓ ଭୂଗୋଳରେ ତାଙ୍କର ଭଲ ଦଖଲ ଥିଲା । ନିଜର ଗୁଣ ଓ କର୍ମନିଷ୍ଠା ବଳରେ ସେ କଲିକତାର ଶ୍ରୀରାମପୁର କଲେଜରେ ଅଧ୍ୟାପକ ଭାବରେ ନିଯୁକ୍ତ ହେଲେ । ଛାତ୍ର ଛାତ୍ରୀମାନଙ୍କର ଅତି ପ୍ରିୟ ମଧୁବାବୁ ଇତି ମଧ୍ୟରେ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏଲ୍. ପାସ କରି ସାରିଥିଲେ । ନିଜ ପେଟପାଟଣା ପାଇଁ ଅନେକ ଓଡ଼ିଆ କଲିକତାରେ ଚାକିରି କରୁଥିଲେ । ସେମାନଙ୍କର ଶିକ୍ଷାଗତ ଉନ୍ନତି ପାଇଁ ମଧୁବାବୁ କଲିକତାରେ ନୈଶ ବିଦ୍ୟାଳୟ ସ୍ଥାପନା କରାଇଥିଲେ । ଓକିଲ ହେବାପରେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ସେ କଲିକତା ହାଇକୋର୍ଟରେ ବାରିଷ୍ଟର ଜେଟି ଉଡ୍ରଫଙ୍କ ସହଯୋଗୀ ଭାବେ ଓକିଲାତି କରିଥିଲେ । ୧୨ ସେପ୍ଟେମ୍ବର ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କଲେ । ଓକିଲ ମହଲରେ ପ୍ରଥମେ ତାଙ୍କୁ ଅନେକ ପରିହାସର ସାମନା କରିବାକୁ ହୋଇଥିଲେ । କିନ୍ତୁ ଖଣ୍ଡପଡ଼ା ରାଜାଙ୍କ ମୋକଦ୍ଦମା, କେନ୍ଦୁଝରା ରାଜାଙ୍କ ମୋକଦ୍ଦମା, ଶ୍ରୀମନ୍ଦିର ପରିଚାଳନା ବିବାଦ ଭଳି କେତେକ ଜଟିଳ ମୋକଦ୍ଦମାରେ ନିଜର ଦକ୍ଷତାର ପରିଚୟ ଦେଇ ସେ ନିଜକୁ କଟକ ଓକିଲମାନଙ୍କ ଭିତରେ ଶ୍ରେଷ୍ଠ ପ୍ରମାଣିତ କରି ପାରିଥିଲେ । ଉତ୍କଳର ଗଜପତି ଦିବ୍ୟସିଂହ ଦେବ, ସାଧୁ ଶିବାଦାସ'ଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ହୋଇ ନିର୍ବାସନ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ତାଙ୍କ ପୁତ୍ର ଜଗନ୍ନାଥ ଜେନାମଣି (ପରେ ମୁକୁନ୍ଦ ଦେବ ଭାବେ ପରିଚିତ) ନାବାଳକ ଥିବାରୁ ମନ୍ଦିର ପରିଚାଳନାରେ ତୃଟି ଦର୍ଶାଇ, ମନ୍ଦିରର ବଂଶାନୁକ୍ରମିକ ପରିଚାଳନା ଭାର କାଢି ନେବା ନିମନ୍ତେ ଏକ ଦେବାନୀ ମୋକଦ୍ଦମା ଦାଏର କରିଥିଲେ । ମଧୁବାବୁ ଜଗନ୍ନାଥ ଜେନାମଣିଙ୍କ ମାତାମହୀ ସୂର୍ଯ୍ୟମଣୀ ପାଟ ମହାଦେଇଙ୍କ ତରଫରୁ ପ୍ରତିବାଦୀ ଭାବରେ, ବ୍ରିଟିଶ ସରକାର ଧର୍ମରେ ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି ମୋକଦ୍ଦମା ଲଢ଼ି ଜୟ ଲାଭ କରିଥିଲେ । ସେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିଲେ ମଧ୍ୟ ଏହି ମୋକଦ୍ଦମାଟି ବିନା ପାରିଶ୍ରମିକରେ ଲଢ଼ିଥିଲେ ।
୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
କଟକର ସୁନାରୂପାର ତାରକସି କାମ ପାଇଁ ମଧୁସୂଦନ ଦାସ ନିଜ ବାସଘରେ ଏକ କର୍ମଶାଳାର ଆୟୋଜନ କରି କାରିଗରମାନଙ୍କୁ ତାଲିମ ପ୍ରଦାନ କରିବାର ବ୍ୟବସ୍ଥା କରାଇଥିଲେ । ଏଥି ସହିତ ସୁନା, ରୂପା ଓ ଅନ୍ୟାନ୍ୟ କଞ୍ଚାମାଲ କିଣିବା ଲାଗି ସେ କାରିଗରମାନଙ୍କୁ ପଇସା ମଧ୍ୟ ଦେଉଥିଲେ । ବିକ୍ରି ହେଉ କି ନ ହେଉ ସେମାନଙ୍କ କାମ ନିମନ୍ତେ ସେ ଦୈନିକ ବେତନ ଦେଉଥିଲେ । ଲଣ୍ଡନ ଯାଇଥିବା ବେଳେ ସେ ସେଠାରେ ଏହିସବୁ କାମର ଏକ ପ୍ରଦର୍ଶନୀର ଆୟୋଜନ କରିଥିଲେ । କଟକରେ ସେ ଉତ୍କଳ ଟ୍ୟାନେରୀ ନାମକ ଜୋତା କାରଖାନା ପ୍ରତିଷ୍ଠା କରିଥିଲେ । ଖରାପ ହୋଇଯାଉଥିବା ଜୋତାଗୁଡ଼ିକୁ ବଜାରକୁ ନ ଛାଡ଼ି ତାକୁ ପୋଡ଼ି ପକାଉଥିଲେ । ଏହା ଫଳରେ ଉତ୍କଳ ଟ୍ୟାନେରୀ ବହୁ କ୍ଷତି ସହିଥିଲା । ଜଣେ ଲେଖକ ଓ କବି ଭାବରେ ସେ ଅନେକ ଦେଶାତ୍ମବୋଧକ ଲେଖା ଲେଖିଛନ୍ତି । ସେ ଓଡ଼ିଆ ଓ ଇଂରାଜୀରେ ଅନେକ ଉପାଦେୟ ଲେଖା ଲେଖିଯାଇଛନ୍ତି । ତାଙ୍କର କେତୋଟି ଜଣାଶୁଣା ଲେଖା ହେଉଛି, "ଉତ୍କଳ ସନ୍ତାନ", "ଜାତି ଇତିହାସ", "ଜ୍ଞାନୀର ଉକ୍ତି", "ଜାତୀୟ ଗୀତିକା" । ସେ ମଧ୍ୟ ଓଡ଼ିଆ, ଇଂରାଜୀ ଓ ବଙ୍ଗଳାରେ ଜଣେ ସୁବକ୍ତା ଥିଲେ । ନିଜ ପଣ ଜେଜେମା କୃଷ୍ଣାଦେଈ ପତି ସୁଦର୍ଶନଙ୍କ ଚିତାନଳରେ ଝାସ ଦେଇ ସତୀ ହେବା ଘଟଣାରେ ମର୍ମାହତ ହୋଇ ସତୀ ଚଉରା ଗଢ଼ାଇଥିଲେ । ଅଧୁନା ଏହା ଅବହେଳିତ ହୋଇ ଜଣଙ୍କ ବ୍ୟକ୍ତିଗତ ମାଲିକାନାରେ ରହିଛି । ଏଠାରେ ଥିବା ପିଣ୍ଡି ମାଟିରେ ମିଶିଗଲାଣି ।ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା ।
ଉତ୍କଳର ଜନସାଧାରଣଙ୍କ ମନରୁଲିଭି ନ ଥାଏ ଭୂମିକମ୍ପର ପ୍ରଭାବ । ଏତେବେଳେ ଦୈନିକ ଖବରକାଗଜ 'ସମାଜ'ରୁ ଖବର ପଢି ଆତଙ୍କିତ ହୋଇ ଉଠିଲେ ସଭିଏଁ । ସେହି ମହାଦ୍ରୁମ ଉତ୍କଳର ବରପୁତ୍ର ମଧୁସୂଦନ ଦାସ ବର୍ତ୍ତମାନ ରୋଗାକ୍ରାନ୍ତ । ତାଙ୍କ ଅନ୍ତନଳୀରେ ଘା' ହୋଇଥିବାରୁ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏହା ପରେ ପରେ ତାଙ୍କର ଜୀବନ ଦୀପ ଧୀରେ ଧୀରେ ନିର୍ବାପିତ ହେବାକୁ ଲାଗିଲା ।୧୯୩୪ ମସିହା 6ଫବୃୟାରୀ ମାସ ୪ ତାରିଖ ରାତି ୧.୨୦ ମିନଟ ସମୟରେ ତାଙ୍କ ଆତ୍ମା ମର ଶରୀର ତ୍ୟାଗ କରି ଅମରପୁର ବାହୁଡ଼ିଲା । ମହାପୁରୁଷ ଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଇବା ସଙ୍ଗେ ସଙ୍ଗେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସମର୍ପିତ ସଦସ୍ୟ ବର୍ଗ ତଥା ଅନ୍ୟାନ୍ୟ ମାଟି ଓ ସଂସ୍କୃତି ମନସ୍କ ବ୍ୟକ୍ତିତ୍ବ ମାନଙ୍କୁ ନମ୍ର ନିବେଦନ କରୁ କି ଏଭଳି ଯୋଗଜନ୍ମା ସାଧକ ମାନଙ୍କର ଜୟନ୍ତୀ, ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଉ, ଫଳରେ ଆଗାମୀ ଭବିଷ୍ୟତ ପିଢିର ନିର୍ମାଣ ଓ ଗଠନମୂଳକ ମହତ୍ବପୂର୍ଣ୍ଣ କାର୍ଯ୍ଯ ହେବା ସହିତ ଭବିଷ୍ୟତ ପିଢିର ଯୁବ-ଛାତ୍ର ସଙ୍ଗଠନ ଅଧିକ ଜ୍ଞାନ ଆହରଣ କରିପାରିବେ !!

Address

Forest Park
Bhubaneswar
752019

Alerts

Be the first to know and let us send you an email when WeloveCongress posts news and promotions. Your email address will not be used for any other purpose, and you can unsubscribe at any time.

Share