Excise Department, Government of Odisha

Excise Department, Government of Odisha Excise Department was carved out as a separate Department with effect from 01.12.1999 from Revenue and Excise Department.

Excise Department is basically a revenue earning Department of the State which enforces the State Excise Laws.

Smt. Guha Poonam Tapas Kumar, IAS, Commissioner-cum- Secretary, Excise Department visited Indian Potash Limited, Dhenkan...
10/07/2025

Smt. Guha Poonam Tapas Kumar, IAS, Commissioner-cum- Secretary, Excise Department visited Indian Potash Limited, Dhenkanal.

She also conducted inspection and visit of Mahua based Outstill Liquor premises.

Better processing and safety standards were emphasised during the visit.

CMO Odisha Information & Public Relations Department, Government of Odisha Excise Directorate, Odisha NITI Aayog

27/06/2025

“ବିଭିନ୍ନ ନିଶା ଓ ମାଦକଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ‘ଆମ ସଂକଳ୍ପ - ନିଶା ନୁହେଁ, ଜୀବନ ଅଭିଯାନ’ କରାଯାଇଥିଲା। ଗାଁରୁ ସହର - ପ୍ରାୟ ଏକ ମାସ ବ୍ୟାପୀ ଚାଲିଥିବା ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଆଗାମୀ ଦିନରେ ସେଲିବ୍ରିଟିମାନଙ୍କୁ ଯୋଡ଼ି ଏହି ଅଭିଯାନକୁ ବ୍ୟାପକ କରାଯିବ। ଓଡ଼ିଶାକୁ ନିଶା ବିରୋଧୀ ରାଜ୍ୟ ଭାବେ ପରିସ୍ଫୁଟନ କରିବାକୁ ଉଦ୍ୟମ କରାଯିବ।” - ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମାନ୍ୟବର ମନ୍ତ୍ରୀ, ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ

27/06/2025

‘‘ଓଡ଼ିଶାକୁ ଘାତକ ନିଶା କବଳରୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି। ଅପମିଶ୍ରିତ, ବିଷାକ୍ତ ଓ ଚୋରା ମଦ କାରବାର ରୋକିବା ଲାଗି ଥିବା ଆଇନକୁ କଡ଼ାକଡ଼ି ପାଳନ କରାଯାଉଛି। ତା’ଛଡ଼ା ବେଆଇନ ନିଶା ଓ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି,’’ ଆମ ସଂକଳ୍ପ - ନିଶା ନୁହେଁ, ଜୀବନ’ ଅଭିଯାନର ପ୍ରଥମ ପର୍ଯ୍ୟାୟ ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ

26/06/2025

‘ଆମ ସଂକଳ୍ପ - ନିଶା ନୁହେଁ, ଜୀବନ’ ଅଭିଯାନର ପ୍ରଥମ ପର୍ଯ୍ୟାୟର ଶେଷ ଦିବସରେ ଅବକାରୀ ବିଭାଗ ପକ୍ଷରୁ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ହୋଇଥିବା ଏହି ପଦଯାତ୍ରାରେ ନିଶା ତଥା ବିଷାକ୍ତ ମାଦକ ଦ୍ରବ୍ୟ ସେବନର କୁପରିଣାମ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା।

ଦେଖନ୍ତୁ ଏହାର ଏକ ଝଲକ।

ଆସନ୍ତୁ, ଆଜି ହିଁ ସଂକଳ୍ପ ନେବା - ନିଶା ନୁହେଁ, ଜୀବନକୁ ବାଛିବା।

26/06/2025

୧୮ ବର୍ଷରୁ କମ୍ ବୟସର ପିଲା ମାଦକ ଦ୍ରବ୍ୟ କିଣିବା ଓ ସେମାନଙ୍କୁ ମଦ ବିକ୍ରି କରିବା ଦଣ୍ଡନୀୟ ଅପରାଧ। ରାଜ୍ୟ ଅବକାରୀ ଆଇନ ଅନୁସାରେ ଏଥିରେ ଦୋଷୀଙ୍କୁ ଜରିମାନା ସହ ଜେଲ୍ ଦଣ୍ଡ ଏବଂ ଦୋକାନର ଲାଇସେନ୍ସ ରଦ୍ଦ କରାଯିବାର ବ୍ୟବସ୍ଥା ରହିଛି।

ଆସନ୍ତୁ, ଆଜି ହିଁ ସଂକଳ୍ପ ନେବା - ନିଶା ନୁହେଁ, ଜୀବନକୁ ବାଛିବା।

‘ଆମ ସଂକଳ୍ପ - ନିଶା ନୁହେଁ, ଜୀବନ’ ଅଭିଯାନର ପ୍ରଥମ ପର୍ଯ୍ୟାୟର ଶେଷ ଦିବସରେ ଅବକାରୀ ବିଭାଗ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ସଚେତନତା ପଦଯାତ...
26/06/2025

‘ଆମ ସଂକଳ୍ପ - ନିଶା ନୁହେଁ, ଜୀବନ’ ଅଭିଯାନର ପ୍ରଥମ ପର୍ଯ୍ୟାୟର ଶେଷ ଦିବସରେ ଅବକାରୀ ବିଭାଗ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ସଚେତନତା ପଦଯାତ୍ରା ଅବସରରେ ନାଟକ ଓ ଗୀତ ମାଧ୍ୟମରେ ନିଶାମୁକ୍ତିର ବାର୍ତ୍ତା ଦିଆଯାଇଥିଲା। ଭୁବନେଶ୍ଵରର ଜନତା ମଇଦାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କଳାକାରମାନେ ଲୋକଙ୍କୁ ନିଶା ତଥା ବିଷାକ୍ତ ମାଦକ ଦ୍ରବ୍ୟ ସେବନର କୁପରିଣାମ ବିଷୟରେ ସଚେତନ କରିଥିଲେ।

ଆସନ୍ତୁ, ଆଜି ହିଁ ସଂକଳ୍ପ ନେବା - ନିଶା ନୁହେଁ, ଜୀବନକୁ ବାଛିବା।



CMO Odisha Mohan Charan Majhi Home Department, Government of Odisha Information & Public Relations Department, Government of Odisha Prithiviraj Harichandan Sudarsan Pattnaik

‘ଆମ ସଂକଳ୍ପ - ନିଶା ନୁହେଁ, ଜୀବନ’ ଅଭିଯାନ ଅଧୀନରେ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜୁନ୍ ୨୬ ତାରିଖ, ଅନ୍ତର୍ଜାତୀୟ ନିଶା ସେବନ ଓ ବେଆଇନ କାରବ...
26/06/2025

‘ଆମ ସଂକଳ୍ପ - ନିଶା ନୁହେଁ, ଜୀବନ’ ଅଭିଯାନ ଅଧୀନରେ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜୁନ୍ ୨୬ ତାରିଖ, ଅନ୍ତର୍ଜାତୀୟ ନିଶା ସେବନ ଓ ବେଆଇନ କାରବାର ନିରୋଧ ଦିବସ ଅବସରରେ ଏକ ବିଶାଳ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହା ମାଧ୍ୟମରେ ବିଭିନ୍ନ ନିଶା ଓ ମାଦକ ଦ୍ରବ୍ୟ ସେବନର କୁପରିଣାମ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା।

ଏହି ପଦଯାତ୍ରାରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଅବକାରୀ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ରାଜ୍ୟ ଅବକାରୀ କମିଶନର ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଓଏସବିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମ୍ବର କୁମାର କର, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ତଥା ଅଭିଯାନର ଅନ୍ୟତମ ବ୍ରାଣ୍ଡ ଆମ୍ବାସଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଅଭିନେତ୍ରୀ ଶ୍ରୀମତୀ ପିଙ୍କି ପ୍ରଧାନଙ୍କ ସହିତ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ, ବହୁ ବୁଦ୍ଧିଜୀବୀ ତଥା ଯୁବପିଢ଼ି ସାମିଲ ହୋଇଥିଲେ।

ଆସନ୍ତୁ, ଆଜି ହିଁ ସଂକଳ୍ପ ନେବା - ନିଶା ନୁହେଁ, ଜୀବନକୁ ବାଛିବା।


CMO Odisha Mohan Charan Majhi Prithiviraj Harichandan Home Department, Government of Odisha Information & Public Relations Department, Government of Odisha Sudarsan Pattnaik

26/06/2025

ଆଜି ଅନ୍ତର୍ଜାତୀୟ ନିଶା ସେବନ ଓ ବେଆଇନ କାରବାର ନିରୋଧ ଦିବସ। ନିଶା ଓ ବିଷାକ୍ତ ମାଦକ ଦ୍ରବ୍ୟ ସେବନର କୁପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ‘ଆମ ସଂକଳ୍ପ - ନିଶା ନୁହେଁ, ଜୀବନ’ ନାମରେ ଏକ ବ୍ୟାପକ ଅଭିଯାନ କରାଯାଉଛି। ଏହି ଅବସରରେ ସଚେତନତା ସୃଷ୍ଟି କରିବା ପାଇଁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ତଥା ଅଭିଯାନର ଅନ୍ୟତମ ବ୍ରାଣ୍ଡ ଆମ୍ବାସଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କଳା କରିଥିଲେ।

ଆସନ୍ତୁ, ଆଜି ହିଁ ସଂକଳ୍ପ ନେବା - ନିଶା ନୁହେଁ, ଜୀବନକୁ ବାଛିବା।



CMO Odisha Mohan Charan Majhi Prithiviraj Harichandan Home Department, Government of Odisha Information & Public Relations Department, Government of Odisha Excise Directorate, Odisha Sudarsan Pattnaik

ବାଲେଶ୍ଵର ଜିଲ୍ଲା ରେମୁଣା ଶିଳ୍ପାଞ୍ଚଳରେ ଓଡ଼ିଶା ରାଜ୍ୟ ପାନୀୟ ନିଗମର (ଓଏସବିସି) ଏକ ନୂତନ ଡିପୋ ଉଦ୍‌ଘାଟିତ ହୋଇଛି। ରାଜ୍ୟ ଆଇନ, ପୂର୍ତ୍ତ ଓ...
25/06/2025

ବାଲେଶ୍ଵର ଜିଲ୍ଲା ରେମୁଣା ଶିଳ୍ପାଞ୍ଚଳରେ ଓଡ଼ିଶା ରାଜ୍ୟ ପାନୀୟ ନିଗମର (ଓଏସବିସି) ଏକ ନୂତନ ଡିପୋ ଉଦ୍‌ଘାଟିତ ହୋଇଛି। ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଅବକାରୀ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଓଏସବିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମ୍ବର କୁମାର କର ଏବଂ ବାଲେଶ୍ଵର ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ସହିତ ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

‘ଆମ ସଂକଳ୍ପ – ନିଶା ନୁହେଁ, ଜୀବନ’ ଅଭିଯାନ ଅବସରରେ ଏକ ସର୍ଜନାତ୍ମକ ଶୈଳୀରେ ସଚେତନତା ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବା...
25/06/2025

‘ଆମ ସଂକଳ୍ପ – ନିଶା ନୁହେଁ, ଜୀବନ’ ଅଭିଯାନ ଅବସରରେ ଏକ ସର୍ଜନାତ୍ମକ ଶୈଳୀରେ ସଚେତନତା ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ତଥା ଅଭିଯାନର ଅନ୍ୟତମ ବ୍ରାଣ୍ଡ ଆମ୍ବାସଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀର ନୀଳାଦ୍ରୀ ବେଳାଭୂମିରେ ନିଜର ସୁନ୍ଦର ବାଲୁକା କଳା ମାଧ୍ୟମରେ ସମାଜକୁ ବିଭିନ୍ନ ନିଶା ଓ ମାଦକ ଦ୍ରବ୍ୟ କବଳରୁ ମୁକ୍ତ କରିବା ପାଇଁ ସେ ଲୋକଙ୍କୁ ସଚେତନ କରାଇଥିଲେ।

ଏହି ଅବସରରେ ରାଜ୍ୟ ଅବକାରୀ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାରଙ୍କ ସହିତ ବିଭାଗର ବହୁ ଅଧିକାରୀ ଯୋଗ ଦେଇଥିଲେ।

ଆସନ୍ତୁ, ଆଜି ହିଁ ସଂକଳ୍ପ ନେବା - ନିଶା ନୁହେଁ, ଜୀବନକୁ ବାଛିବା।



CMO Odisha Mohan Charan Majhi Prithiviraj Harichandan Home Department, Government of Odisha Home Department, Government of Odisha Excise Directorate, Odisha Sudarsan Pattnaik

24/06/2025

Address

Lokaseva Bhawan
Bhubaneswar
751001

Alerts

Be the first to know and let us send you an email when Excise Department, Government of Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Excise Department, Government of Odisha:

Share