05/09/2026
ଗ୍ରାମ୍ୟ ଉନ୍ନୟନ ଓ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ସାପ୍ତାହିକ ସମୀକ୍ଷା ବୈଠକ
କମିଶନର ତଥା ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଙ୍କ ଅଧ୍ୟକ୍ଷତାରେ ସମସ୍ତ ସିଡିଓ (CDO) ତଥା ଇଓ (EO) ମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ସାପ୍ତାହିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିର୍ଦ୍ଦେଶକ,ପାନୀୟ ଜଳ ଓ ପରିମଳ,ନିର୍ଦ୍ଦେଶକ ସ୍ୱତନ୍ତ୍ର ପ୍ରକଳ୍ପ, ସ୍ୱତନ୍ତ୍ର ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ସମୀକ୍ଷା ବୈଠକରେ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ, ଗ୍ରାମ ସମ୍ପଦ, ବିଜିବିଓ (BGBO) କାର୍ଯ୍ୟର ଅଗ୍ରଗତି, PMAY-G, PM-JANMAN ଓ AGJ ଗୃହର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା, ହିତାଧିକାରୀଙ୍କୁ କିସ୍ତି ପ୍ରଦାନ, ଗ୍ରାମ୍ୟ ପରିମଳ, ପଞ୍ଚାୟତ ଭବନ, GPDP/BPDP/DPDP ଅପଲୋଡିଂ, ଜିରୋ ବାଲାନ୍ସ ପ୍ରମାଣପତ୍ର (Zero Balance Certificates) ଏବଂ ବିଦ୍ୟୁତ୍ ବିଲ୍ ପୈଠ ଭଳି ପ୍ରମୁଖ ବିଷୟଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହା ବ୍ୟତୀତ ଝାରସୁଗୁଡ଼ା ସିଡିଓଙ୍କ ଦ୍ୱାରା 'ମଡେଲ୍ ଭିଲେଜ୍ ମିଶନ' ଏବଂ କୋରାପୁଟ ସିଡିଓଙ୍କ ଦ୍ୱାରା MAGY ଉପରେ ଉପସ୍ଥାପନା କରାଯାଇଥିଲା।
PMJANMAN AGJ MAGY PanchayatiRaj
CMO Odisha Rabi Narayan Naik Ipr Odisha