Government High School, Unit-6, Bhubaneswar

Government High School, Unit-6, Bhubaneswar Govt. Highschool Unit-6, bhubaneswar is one of the oldest high schools in bhubaneswar which was established in 1964.

The School is affiliated to Board of Secondary Education, Orissa, (HSC) recognized under State Govt. of OrissaStanding on the hallowed portals I am conscious of the history and heritage this premier institution is proud of. I am happy to inform you all that this institution has been expanding fast enough to meet the challenges of the changing times. By working together and striving for excellence,

our students will be well equipped for their future education and their lives in the outer world. Once again, I welcome you and wish the best to all of you in your pursuit of knowledge and excellence. Motto - Come to Learn, Go to Serve
We aim at encouraging excellence in academics and other co-curricular activities with a weave of multiple intelligence, differentiated learning and creative thinking. We strive hard to promote the motto of our school "Come to Learn, Go to Serve", which offers a spectrum of co-curricular activities by setting quality objectives, quality management concepts and transparency of our performance against the set objectives. We provide good quality modern education, including strong components of culture, inculcation of values, awareness of environment, adventure activities and physical education, to serve the objectives of excellence coupled with equity and social justice
We intend to give the best learning and service to the society in their respective fields and most important as a responsible citizen of the country are enormous. Highschool Unit-6, bhubaneswar, Bhubaneswar in the past year has grown from strength to strength in terms of upholding the BSE tradition of academic excellence, commitment to imparting the best that education has to offer and honing in on and fine tuning every child's individual talent. The formative years of a child are of utmost importance and when nurtured, and sure to yield the fruits of success. We continue to reach for the stars and work towards our goal of seeing all our students grow up to be well integrated, socially responsible and morally upright individuals. All big things have little beginnings and we must be grateful for even the smallest contribution. This is how monuments are built, brick by brick, and that is how greatness is achieved. With the support of the BSE fraternity, and enthusiastic set of students and dedicated staff members, I remain steadfast in my vision - that of carving a niche for ourselves as one of the most sought after schools in the Orissa state. Following a holistic approach we have ensured that students in our school are well rounded and happy individuals who study and play with equal enthusiasm. That the students who pass through these portals grow into individuals who can be proud of their strength of character and be global citizens ready to meet the challenges life has to offer while retaining a strong sense of their Indian Culture and heritage

It is with deep regret and profound sadness that we announce the passing away of Ramachandra Pattnaik ex-teacher of our ...
31/08/2021

It is with deep regret and profound sadness that we announce the passing away of Ramachandra Pattnaik ex-teacher of our school, on 31st August 2021. We pray to almighty to give strength to his dear and loved ones and to get through this difficult and testing time. May God rest his soul in peace.

05/09/2020
23/09/2018

ସ୍କୁଲ ନୁହେଁ ମନ୍ଦିର

ପ୍ରକାଶ ତ୍ରିପାଠୀ

ଚଳିତ ମାସ ଦ୍ୱିତୀୟ ଶନିବାର ଦିନ ସକାଳୁ ମନଟା ଚଞ୍ଚଳ ହୋଇ ଉଠୁଥିଲା। ସରକାରୀ ଛୁଟି ସତ୍ତ୍ୱେ ଅନ୍ୟ ଦିନଗୁଡ଼ିକ ପରି ନିତ୍ୟକର୍ମରେ ମୋର ତତ୍ପରତା ବିସ୍ମୟ ସୃଷ୍ଟି କରୁଥିଲା ଘର ଲୋକଙ୍କ ମନରେ। ମୁଁ କ୍ରମଶଃ ବ୍ୟଗ୍ର ହୋଇପଡୁଥିଲି କେତେ ଶୀଘ୍ର ସେଇ ମନ୍ଦିରରେ ଯାଇ ପହଞ୍ଚତ୍ ପାରିବି। ଏ ସେହି ମନ୍ଦିର, ଯେଉଁଠି ଦୀର୍ଘ ୩୭ ବର୍ଷ ତଳେ ମୋ ଭବିଷ୍ୟତ ପାଇଁ ମୂଳଦୁଆର ଭିତ୍ତିପ୍ରସ୍ତର ପଡ଼ିଥିଲା। ଏ ସେହି ମନ୍ଦିର, ଯାହା ପାଇଁ ଆଜି ମୁଁ ମୋର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏ ସେହି ମନ୍ଦିର, ଯାହାର ଅବଦାନ ମୋର ସ୍ଥିତି, ପ୍ରତିଷ୍ଠା ଓ ବ୍ୟକ୍ତିତ୍ୱର ପ୍ରତିଟି ଅଣୁରେ ଭରିରହିଛି। ଏହି ମନ୍ଦିର ହେଉଛି ମୋ ସ୍କୁଲ, ମୋ ନିଜ ସ୍କୁଲ। ମୋ ସ୍କୁଲର ପୁରାତନ ଛାତ୍ର ଅନୁଜମାନଙ୍କ ଅନୁରୋଧରେ ମୁଁ ସେଦିନ ‘ମୋ ସ୍କୁଲ ଅଭିଯାନ’ରେ ସାମିଲ ହେବାର ଗୌରବ ହାସଲ କରିଛି। ଦୀର୍ଘବର୍ଷର ବ୍ୟବଧାନ ପରେ ତା’ କୋଳରେ କିଛି ସମୟ ଅତିବାହିତ କରିବାପୂର୍ବକ ତା’ର ସୁଖଦ ସ୍ମୃତିରେ ହଜିଯାଇଥିଲି। ତା’ର ପ୍ରତିଟି ଧୂଳିକଣା ଥିଲା ସ୍ମୃତି ବିଜଡ଼ିତ। ଠିକ୍‌ ଦଶଟାରେ ସ୍କୁଲ ସମ୍ମୁଖରେ ଯୋଡ଼ହସ୍ତରେ ଦଣ୍ଡାୟମାନପୂର୍ବକ ସମସ୍ତ ଛାତ୍ରୀଛାତ୍ର ତଥା ଶିକ୍ଷକ ସମୂହଙ୍କ ପ୍ରାର୍ଥନା ଓ ନୀତିଶିକ୍ଷା ଶ୍ରବଣ, ଶୃଙ୍ଖଳାର ସହ ଶ୍ରେଣୀଗୃହରେ ଶିକ୍ଷା ଗ୍ରହଣ, ବିସ୍ତୀର୍ଣ୍ଣ ବାଲୁକାମୟ ଖେଳପଡିଆରେ ଥକି ନ ଯିବା ପର୍ଯ୍ୟନ୍ତ ଖେଳ, ସଂସ୍କୃତ ଧାତୁରୂପ ଶବ୍ଦରୂପ ବୋଲି ନ ପାରି ସଂସ୍କୃତ ସାର୍‌ଙ୍କ ନିର୍ଦ୍ଦେଶରେ ବେଞ୍ଚ୍‌ ଉପରେ କାନଧରି ଠିଆ ହେବା, ଦୁଷ୍ଟାମି କରି ଧରାପଡିବା ଓ ପ୍ରଧାନଶିକ୍ଷକଙ୍କଠାରୁ କାନମୋଡ଼ା ଦଣ୍ଡ ପାଇବା, ଖାଇବା ଛୁଟିରେ ସାଙ୍ଗମାନଙ୍କ ଟିଫିନ ବକ୍ସରୁ ଜବରଦସ୍ତ ଜଳଖିଆ ଖାଇବା, ଗଣେଶ ପୂଜା, ସରସ୍ବତୀ ପୂଜାରେ ନୃତ୍ୟ ଗୀତ, ସ୍କୁଲର ବାର୍ଷିକ ଉତ୍ସବରେ ମଉଜମସ୍ତି ଓ ସର୍ବୋପରି ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିବା ପାଇଁ ସହପାଠୀଙ୍କ ସହ ପ୍ରତିଯୋଗିତାର ସେହି ସବୁ ସୁଖଦ ସ୍ମୃତିଗୁଡିକ ସିନେମା ଭଳି ଆଖିଆଗରେ ନାଚି ଉଠିଲା, ସ୍କୁଲ ଶିକ୍ଷକମାନଙ୍କ ପ୍ରତି ଭକ୍ତି, ଭୟ, ଶ୍ରଦ୍ଧା, ସହପାଠୀଙ୍କ ପ୍ରତି ମମତା ଓ ସର୍ବୋପରି ସ୍କୁଲ ପ୍ରତି ଆତ୍ମୀୟତା ଉଜ୍ଜୀବିତ ହୋଇ ଉଠିଲା ସ୍କୁଲରେ ପାଦ ଥାପୁ ଥାପୁ।

ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’ ନିଶ୍ଚିତ ସଫଳ ହୋଇଛି ମୋ ଭଳି ପୁରାତନ ଛାତ୍ରୀଛାତ୍ରଙ୍କ ମନରେ ସ୍କୁଲର ସ୍ମୃତିକୁ ଉଜ୍ଜୀବିତ କରିବାରେ। ଏହା ସ୍ବୀକାର କରିବାକୁ ହେବ ଯେ ମୋ ସ୍କୁଲ ଯୋଜନା ଏକ ବଳିଷ୍ଠ ତଥା ପ୍ରଭାବଶାଳୀ ଯୋଜନା, ଯାହାକି ଆଗାମୀ ଦିନରେ ସ୍କୁଲର ସର୍ବାଙ୍ଗୀଣ ଉନ୍ନତିରେ ସହାୟକ ହେବ। ବିଦ୍ୟାଳୟର ଭିତ୍ତିଭୂମି ଦୃଢ଼ ହେବା ସହ ଶୈକ୍ଷିକ ପରିବେଶ ମଧ୍ୟ ଉନ୍ନତ ହେବ। ଯୋଜନାର ନାମ ମୋ ସ୍କୁଲ ରଖିବାର ଉଦ୍ଦେଶ୍ୟ ମହତ୍‌ ଅଟେ। ମୋ ଶବ୍ଦ ଉଚ୍ଚାରଣ ହୋଇଥାଏ ନିଜ ଲୋକଙ୍କ ପାଖରେ, ନିଜ ପରିବାରରେ ବା ଅଧିକାର ସାବ୍ୟସ୍ତ କରୁଥିବା ସ୍ଥାନରେ ବା ଉପକରଣରେ। ଯେପରି ମୋ ପୁଅ, ମୋ ଝିଅ, ମୋ ବାପା, ମୋ ବୋଉ, ମୋ ଘର, ମୋ ଗାଡି, ମୋ ଜମି, ମୋ ସମ୍ପତ୍ତି ଇତ୍ୟାଦି। ‘ମୋ’ରେ ଥାଏ ଆତ୍ମୀୟତା, ଭାବାବେଗ ଓ ଅଧିକାର। ଏଥିରେ ଥାଏ ଅତିଶୟ ଭଲ ପାଇବାର ଆବେଗ ଓ ଆପଣାର ଭାବ। ଆତ୍ମୀୟତା ଓ ଆନ୍ତରିକତା ନ ଥିଲେ ମୋର ବା ମୋ କହିବା ଅର୍ଥହୀନ ହୋଇଥାଏ। ଯେଉଁଠାରେ ବା ଯାହା ସହ ମୋ ବା ମୋର ଶବ୍ଦ ଯୋଡ଼ିହୋଇଯାଏ, ତା ସହ ତା’ର ସୁରକ୍ଷା, ପୋଷଣ ଓ ଯତ୍ନ ସ୍ବତଃ ଯୋଡ଼ିହୋଇଯାଏ। ସେ ଦୃଷ୍ଟିରୁ ସ୍କୁଲକୁ ମୋ ସ୍କୁଲ ଉଚ୍ଚାରଣ ନିଶ୍ଚିତ ରୂପେ ଜଣଙ୍କ ମନରେ ଭାବାବେଗ ସହ ଆପଣା ଭାବ ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ।

ମୋ ସ୍କୁଲ ମୋତେ ସବୁ କିଛି ଦେଇଛି। ପ୍ରତିବଦଳରେ ମୋ ସ୍କୁଲକୁ ମୁଁ କ’ଣ ଦେଇଛି? ସମ୍ପ୍ରତି ଏଭଳି ଏକ ପ୍ରଶ୍ନ ଉଙ୍କିମାରୁଛି ପ୍ରତିଟି ପୁରାତନ ଛାତ୍ରୀଛାତ୍ରଙ୍କ ମନରେ। ମୋ ସ୍କୁଲ ଅଭିଯାନ ଆମ ସମସ୍ତଙ୍କ ପାଇଁ ସୃଷ୍ଟି କରିଛି ଗୋଟିଏ ପରିଚୟ, ଆଉ ତାହା ହେଉଛି ପୁରାତନ ଛାତ୍ରୀଛାତ୍ର। ଯିଏ ଯେତେ ବଡ଼ ପଦପଦବୀରେ ଥାଆନ୍ତୁ, ଯେତେ ବଡ଼ କ୍ଷମତାଧାରୀ ହୁଅନ୍ତୁ ବା ଧନାଢ଼୍ୟ ହୁଅନ୍ତୁ, ସମସ୍ତଙ୍କର ସେଇ ଗୋଟିଏ ପରିଚୟ ପୁରାତନ ଛାତ୍ରୀଛାତ୍ର। ବିଭିନ୍ନ ପେସାରେ ନିୟୋଜିତ ସମସ୍ତ ପୁରାତନ ଛାତ୍ରୀଛାତ୍ରଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିପାରିବାର ଅଭିଯାନ ହେଉଛି ମୋ ସ୍କୁଲ। ନଭେମ୍ବର ୧୪, ୨୦୧୭ରୁ ଆରମ୍ଭ ହୋଇଥିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍କୁଲର ଭିତ୍ତିଭୂମି ତଥା ଶୈକ୍ଷିକ ପରିବେଶର ଅଭିବୃଦ୍ଧି। ଦେଶ ତଥା ଜାତିର ସମୃଦ୍ଧିରେ ବିଦ୍ୟାଳୟଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାର ସର୍ବାଙ୍ଗୀନ ବିକାଶ ଅପରିହାର୍ଯ୍ୟ। ନାଗରିକ-ସରକାର ସହଭାଗିତାରେ ଆରମ୍ଭ ହୋଇଥିବା ଏହି ଯୋଜନା ଇତିମଧ୍ୟରେ ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିବା ସହ ବିଦେଶରେ ରହୁଥିବା ଓଡ଼ିଆମାନଙ୍କ ନିକଟରେ ଖୁବ୍‌ ଗ୍ରହଣୀୟ ହୋଇପାରିଛି। ଏହି ଯୋଜନା ଅନୁଯାୟୀ ପୁରାତନ ଛାତ୍ରୀଛାତ୍ରମାନେ ସ୍ବଇଚ୍ଛାରେ ସେମାନେ ପଢୁଥିବା ସ୍କୁଲ ପାଇଁ କିଛି ଦାନ କରିବେ। ତାହା ଅର୍ଥ ଆକାରରେ ହୋଇପାରେ ଅଥବା ସ୍କୁଲ ପାଇଁ ଆବଶ୍ୟକ ପଡୁଥିବା ଯେକୌଣସି ଉପକରଣ ଆକାରରେ। ଏ ବାବଦରେ ଯେତିକି ଅର୍ଥ ସ୍କୁଲ ପାଣ୍ଠିକୁ ଆସିବ, ତାହାର ଦଇଗୁଣା ଅର୍ଥ ସରକାରଙ୍କ ପକ୍ଷରୁ ଉକ୍ତ ସ୍କୁଲକୁ ଅନୁଦାନ ଆକାରରେ ଯୋଗାଇ ଦିଆଯିବ। ମୋ ସ୍କୁଲ ଯୋଜନାରେ ପ୍ରତି ସ୍କୁଲରେ ଗଠିତ ହୋଇଥିବା କମିଟିର ପ୍ରସ୍ତାବ ଅନୁଯାୟୀ ଉକ୍ତ ପାଣ୍ଠି ବ୍ୟୟ ହେବ। ସ୍କୁଲର ଭିତ୍ତିଭୂମି ଯଥା ହଷ୍ଟେଲ, ବିଜ୍ଞାନାଗାର, ବୈଦ୍ୟୁତିକ ସରଞ୍ଜାମ, ଶୁଦ୍ଧ ପିଇବା ପାଣି ବ୍ୟବସ୍ଥା, ଟେବୁଲ, ଚେୟାର, ସ୍କୁଲ ପାଚେରି, ସଭାଗୃହ, ସାଇକେଲ ଷ୍ଟାଣ୍ଡ ଆଦିର ନିର୍ମାଣ, ମରାମତି ଓ ସଂରକ୍ଷଣ ଦିଗରେ ଉକ୍ତ ପାଣ୍ଠି ବ୍ୟୟ କରାଯାଇପାରେ। ସେହିପରି ଛାତ୍ରୀଛାତ୍ରଙ୍କ ଶାରୀରିକ ଅଭିବୃଦ୍ଧି ପାଇଁ ଖେଳପଡିଆର ଉନ୍ନତୀକରଣ, ଖେଳ ଉପକରଣ କ୍ରୟ, ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଛାତ୍ରୀଛାତ୍ରଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ବିଦ୍ୟାର୍ଥୀଙ୍କ ବୌଦ୍ଧିକ ଦକ୍ଷତା ବୃଦ୍ଧି ପାଇଁ ଲାଇବ୍ରେରି ସ୍ଥାପନ, ସେମିନାର, ପ୍ରଦର୍ଶନୀର ଆୟୋଜନ, ଷ୍ଟଡି ଟୁର୍‌ର ବ୍ୟବସ୍ଥା ଓ ମଧ୍ୟାହ୍ନଭୋଜନର ପରିପୁଷ୍ଟି ଆଦି ଦିଗରେ ମଧ୍ୟ ପାଣ୍ଠି ଖର୍ଚ୍ଚ କରାଯାଇପାରେ।

‘ମୋ ସ୍କୁଲ ଅଭିଯାନ’ ପ୍ରତି ବିପୁଳ ଜନସମର୍ଥନ ମିଳୁଛି। ପୁରାତନ ଛାତ୍ରୀଛାତ୍ରମାନେ ସ୍ବେଚ୍ଛାକୃତ ଭାବେ ଏକତ୍ରିତ ହେବା ସହ ସଙ୍ଗଠନମାନ ଗଠନ କରୁଛନ୍ତି। ସେମାନଙ୍କର ଫେସ୍‌ବୁକ ଓ ହ୍ବାଟ୍ସଆପ୍‌ ଗ୍ରୁପ୍‌ମାନ ସୃଷ୍ଟି ହେଉଛି। ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ହେବା ସହ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ସହ ମିଶି ମୋ ସ୍କୁଲ ଅଭିଯାନକୁ ସଫଳ କରିବା ପାଇଁ ଉଦ୍ୟମ ହେଉଛି। ଖବର ପ୍ରକାଶ ପାଇଛି ଯେ, ଭୁବନେଶ୍ୱରସ୍ଥିତ ୟୁନିଟ୍‌-୯ ହାଇସ୍କୁଲର ୪ ଜଣ ପୁରାତନ ଛାତ୍ର ଏହି ଯୋଜନାରେ ସ୍କୁଲ୍‌କୁ ଦଶ ଲକ୍ଷ ଟଙ୍କା ଦାନ କରିଛନ୍ତି। କେବଳ ଭୁବନେଶ୍ୱର ସ୍କୁଲ ନୁହେଁ, ଓଡ଼ିଶାର ପ୍ରତିଟି ହାଇସ୍କୁଲକୁ ସେହି ସ୍କୁଲର ପୁରାତନ ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ଆର୍ଥିକ ସହାୟତା ଜାରି ରହିଛି। ଆଗାମୀ ଦିନରେ ଅଧିକରୁ ଅଧିକ ପୁରାତନ ଛାତ୍ରୀଛାତ୍ର ଏହି ଅଭିଯାନରେ ସାମିଲ ହୋଇ ସେମାନଙ୍କ ପ୍ରିୟ ସ୍କୁଲର ସର୍ବାଙ୍ଗୀଣ ବିକାଶରେ ସହାୟକ ହେବେ। ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷମାନେ ଅଧିକ ତତ୍ପରତା ପ୍ରକାଶ ପୂର୍ବକ ସେମାନଙ୍କ ବିଦ୍ୟାର୍ଥୀ ପଣିଆର ତଥା ସ୍କୁଲକୁ ଭଲ ପାଇବାରେ ପ୍ରମାଣ ସାବ୍ୟସ୍ତ କରିବାକୁ ଏହି ମୋ ସ୍କୁଲ ଅଭିଯାନ ସୁଯୋଗ ଦେଇଛି। ତେବେ ପୁରାତନ ବିଦ୍ୟାର୍ଥୀଙ୍କ ଦାନ ଓ ତଦନୁସାରେ ସରକାରୀ ଅନୁଦାନ ଅର୍ଥର ସଫଳ ଓ ଉପଯୁକ୍ତ ବିନିଯୋଗ ଉପରେ ଏହି ଯୋଜନାର ସଫଳତା ନିର୍ଭର କରେ। କେବଳ ଭିତ୍ତିଭୂମି ବିକାଶ ହୋଇଗଲେ ହେବନାହିଁ। ଶିକ୍ଷାଦାନର ଗୁଣାତ୍ମକ ମାନ ମଧ୍ୟ ବୃଦ୍ଧି ପାଇବା ଦରକାର, ଯାହାକି ସ୍କୁଲରେ ନିୟୋଜିତ ଶିକ୍ଷୟିତ୍ରୀଶିକ୍ଷକଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ। ସେମାନେ ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କୁ ମୋ ପିଲା ଭାବି ସେମାନଙ୍କ ବୌଦ୍ଧିକ ବିକାଶ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ଅନେକ ସମୟରେ ବିଦ୍ୟାଳୟଗୁଡିକରେ ବିବାଦ ଯୋଗୁ ସରକାରୀ ଅନୁଦାନ ଖର୍ଚ୍ଚ ହୋଇ ନ ପାରି ସ୍କୁଲର ଭିତ୍ତିଭୂମି ବିକାଶ ବାଧାପ୍ରାପ୍ତ ହୁଏ। ‘ମୋ ସ୍କୁଲ ଅଭିଯାନ’ ଏହି ଚିରାଚରିତ ନକାରାତ୍ମକ ଦିଗରୁ ଦୂରରେ ରହି ସ୍କୁଲର ସାମଗ୍ରିକ ବିକାଶ ଦିଗରେ ସଫଳ ହେବ ବୋଲି ଆଶା କରୁ।

ମୋ-୯୪୩୭୨୩୨୪୬୩,

ଇମେଲ- [email protected]

26/08/2018

ଗଧରୁ ମଣିଷ
ଡ. ଛାୟାକାନ୍ତ ଷଡ଼ଙ୍ଗୀ

୧୯୯୪ ମସିହାର ଘଟଣା। ଭାରତର ତତ୍କାଳୀନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା ଓମାନ୍ ଗସ୍ତରେ ଯାଇଥାନ୍ତି। ସେତେବେଳେ ଓମାନ୍ର ସୁଲତାନ ଥାନ୍ତି ଓ୍ବାବସ୍ ବିନ୍ ସୟିଦ୍ ଅଲ ସୟିଦ୍। ଭାରତର ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଓମାନ୍ ସୁଲତାନ ସ୍ବୟଂ ବିମାନବନ୍ଦରରେ ଉପସ୍ଥିତ ଥାନ୍ତି। ରାଷ୍ଟ୍ରପତି ଯଥାସମୟରେ ପହଞ୍ଚିଲେ ଓ ଓମାନ୍ ସୁଲତାନ୍ ତାଙ୍କୁ ଭାବପୂର୍ଣ୍ଣ ସ୍ବାଗତ ଜଣାଇ ପାଛୋଟି ଆଣିଲେ। ରାଷ୍ଟ୍ରପତି ବସିଥିବା କାରକୁ ନିଜେ ଚଳାଇ ତାଙ୍କୁ ଅତିଥିଶାଳାକୁ ଘେନିଆସିଲେ। ସେତେବେଳେ ଏହି ଘଟଣା ଓମାନ୍ବାସୀଙ୍କୁ ଚକିତ କରିଥିଲା। କାରଣ କୌଣସି ବାହ୍ୟରାଷ୍ଟ୍ରର ମୁଖ୍ୟଙ୍କୁ ସ୍ବାଗତ କରିବା ପାଇଁ ଓମାନ୍ ସୁଲତାନ ନିଜେ ବିମାନବନ୍ଦରକୁ ଯିବା ସେହି ଦେଶର ପରମ୍ପରାବିରୁଦ୍ଧ ଥିଲା। ଜଣେ ଖବରଦାତା ସୁଲତାନଙ୍କୁ ପଚାରିଲେ- ”ମହାରାଜ! ଆପଣ ନିଜେ ବିମାନବନ୍ଦରକୁ ଯାଇ ଭାରତର ରାଷ୍ଟ୍ରପତିଙ୍କୁ ସ୍ବାଗତ କରି ଆମ ଦେଶର ପରମ୍ପରାକୁ ଭାଙ୍ଗିଲେ କାହିଁକି?“ ଉତ୍ତରରେ ସୁଲତାନ କହିଥିଲେ, ”ମୁଁ ଭାରତରେ ପାଠ ପଢିଥିଲି। ପୁଣେରେ ପଢୁଥିବା ବେଳେ ଶଙ୍କର ଦୟାଲ ଶର୍ମା ଥିଲେ ମୋର ଶିକ୍ଷକ। ଏଣୁ ମୁଁ ଭାରତର ରାଷ୍ଟ୍ରପତିଙ୍କୁ ନୁହେଁ ମୋର ଶିକ୍ଷକ ଶଙ୍କର ଦୟାଲ ଶର୍ମାଙ୍କୁ ସ୍ବାଗତ ଜଣାଇବା ପାଇଁ ବିମାନବନ୍ଦରକୁ ଯାଇଥିଲି। ସୁଲତାନ ହୋଇ ବି ସେ ଜଣେ ଛାତ୍ରର କର୍ତ୍ତବ୍ୟ ଭୁଲି ନ ଥିଲେ। ସିଂହାସନରୁ ଓହ୍ଲାଇ ଆସିଥିଲେ ନିଜ ଶିକ୍ଷକଙ୍କୁ ସମ୍ମାନ ଜଣାଇବା ପାଇଁ।
ବିଡ଼ମ୍ବନାର ବିଷୟ ଯେ ଯେଉଁ ଭାରତଭୂମିରେ ଏହିଭଳି ପରମ୍ପରାର ଜନ୍ମ ହୋଇଥିଲା ଆଜି ସେଠି ଲୋକେ ତାକୁ ହତାଦର କରୁଥିବା ବେଳେ ବିଦେଶରେ ସେହି ପରମ୍ପରା ଅନୁସୃତ ହେଉଛି। ୨୦୦୮ ମସିହାରେ ଜିଗ୍ମେ କେଶର ନମ୍ୟାଲ୍ ଓ୍ବାଙ୍ଗଚକ୍ ଭୁଟାନର ରାଜା ଭାବରେ ଅଭିଷିକ୍ତ ହେବା ପରେ ରାଷ୍ଟ୍ରର ଉନ୍ନତି ନିମିତ୍ତ ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଥିଲେ। ଶିକ୍ଷକମାନଙ୍କ ସମ୍ମୁଖରେ ସେ ରାଜସିଂହାସନରେ ନ ବସି ଏକ ସାଧାରଣ ଚୌକିରେ ବସୁଥିଲେ। ପ୍ରାଚୀନ ଭାରତରେ ମଧ୍ୟ ରାଜଦରବାରରେ ଗୁରୁଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଥିଲା। ଗୁରୁ ରାଜଦରବାରରେ ପ୍ରବେଶ କଲେ ରାଜା ସିଂହାସନରୁ ଉଠିପଡି ସମ୍ମାନ ଜଣାଉଥିଲେ। ଆଜି ସବୁକିଛି ବଦଳିଯାଇଛି। ମନ୍ତ୍ରୀ କିମ୍ବା ପ୍ରଶାସନିକ ଅଧିକାରୀମାନଙ୍କ କୋଠରିକୁ ସେମାନଙ୍କ ଶିକ୍ଷକ ପ୍ରବେଶ କଲେ ତାଙ୍କ ପାଇଁ ଏଭଳି ସମ୍ମାନ ଆଶା କରିବା ଆକାଶକୁସୁମ ସଦୃଶ।
ଆଜି ଆମମାନଙ୍କ ମଧ୍ୟରେ ଅଛନ୍ତି ମନ୍ତ୍ରୀ, ବିଧାୟକ, ପ୍ରଶାସନିକ ଅଧିକାରୀ, ଡାକ୍ତର, ଇଞ୍ଜିନିିୟର, ବିଚାରକ, ଅଧ୍ୟାପକ ଇତ୍ୟାଦି। ଆମକୁ ଦିନେ ପାଠ ପଢାଇ ମଣିଷ କରିଥିଲେ ଶିକ୍ଷକମାନେ। ମାତ୍ର ଶିକ୍ଷିତ ହୋଇ ଉଚ୍ଚାସନରେ ଅଧିଷ୍ଠିତ ହୋଇଗଲେ ଆମକୁ ମଣିଷ କରିଥିବା ସେହି ଶିକ୍ଷକମାନଙ୍କ କଥା ଆମେ ଭୁଲିଯାଉ। ପଦ ଓ କ୍ଷମତାଜନିତ ଅହଂ-କବଳିତ ହୋଇ ଆମେ ଭୁଲିଯାଉ ସେହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ଯିଏ ଆମକୁ ‘ଅ, ଆ, କ, ଖ’ରୁ ଶିକ୍ଷା ଆରମ୍ଭ କରି ଆମକୁ ମଣିଷ ଭାବେ ଗଢିତୋଳିବାର ପ୍ରକ୍ରିୟା ଆରମ୍ଭ କରିଥିଲେ। ଏଭଳି ବି ହୁଏ ଆମେ ଭୋଗବିଳାସରେ ବୁଡି ରହିଥିବାବେଳେ ଆମକୁ ମଣିଷ କରିଥିବା ସେହି ଶିକ୍ଷକ ଦୁଃଖ ଓ ଦୈନ୍ୟ ମଧ୍ୟରେ ଜୀବନ ଅତିବାହିତ କରୁଥାନ୍ତି। ମାତ୍ର ଉଚ୍ଚଶିକ୍ଷିତ ପଦାଧିକାରୀ ମଣିଷ ସେହି ମଣିଷ-ନିର୍ମାତା ଶିକ୍ଷକଙ୍କୁ ବିସ୍ମୃତିର ଗର୍ଭକୁ ନିକ୍ଷେପ କରିଦିଅନ୍ତି। ଏହି ପ୍ରସଙ୍ଗରେ ମନେପଡେ କଥାକାର ଗଣେଶ ପ୍ରସାଦ ପରିଜାଙ୍କ ଏକ କ୍ଷୁଦ୍ରଗଳ୍ପ ‘ଗଧ ମଣିଷ ହେଲା’।
ଗାଁ ମୁଣ୍ଡରେ ଛିଡା ହୋଇଥାନ୍ତି ଜଣେ ଉଚ୍ଚ ଶିକ୍ଷିତ ଯୁବକ। ଗାଁର ଅବଧାନେ ତାକୁ କହୁଥାନ୍ତି- ”ଆରେ, ତୁ ପାଠ ପଢି ଚାକିରି କଲା ପରେ ଅମଣିଷ ହୋଇଗଲୁ। ତୁ ଥିଲୁ ଏକ ଗଧ ଓ ମୁଁ ତୋତେ ମଣିଷ କରିଛି। କାଳେ ମୋତେ ଦଣ୍ଡବତ କରିବାକୁ ପଡିବ ବୋଲି ତୁ ଲୁଚି ପଳାଉଛୁ। ଗୁରୁଙ୍କୁ ସମ୍ମାନ ଦେଖାଇବା କ’ଣ ମଣିଷର ଧର୍ମ ନୁହେଁ?“ ଏସବୁ ଶୁଣୁଥାଏ ପାଖରେ ଛିଡା ହୋଇଥିବା ଗାଁର ଧୋବା। ତା’ର ଥିଲା ଗୋଟିଏ ଗଧ। କିନ୍ତୁ ତା’ର ପିଲାଛୁଆ କେହି ନ ଥିଲେ। ସେ ଭାବିଲା ଅବଧାନେ ଗୋଟିଏ ଗଧକୁ ଯଦି ମଣିଷ କରିଛନ୍ତି, ତା’ ଗଧଟିକୁ ଯଦି ମଣିଷ କରିଦିଅନ୍ତେ ତା’ର ଦୁଃଖ ଦୂର ହୋଇଯାନ୍ତା। ସେ ପୁଅଟିଏ ପାଆନ୍ତା ଓ ସେହି ପୁଅ ପାଠପଢି ସେହି ଯୁବକ ଭଳି ବଡ଼ ମଣିଷ ହୁଅନ୍ତା। ସେ ତା’ ପରଦିନ ତା’ ଗଧଟିକୁ ଧରି ଅବଧାନଙ୍କ ଘରେ ପହଞ୍ଚିଲା ଓ କହିଲା, ଅବଧାନେ! ଆପଣ ମୋ ଗଧଟିକୁ ମଣିଷ କରିଦିଅନ୍ତୁ। ତାକୁ ମୁଁ ପାଠ ପଢାଇ ବଡ ଲୋକ କରିବି। ଅବଧାନେ କହିଲେ, ଆରେ ଗଧକୁ କ’ଣ କେବେ ମଣିଷ କରିହୁଏ? ଧୋବା କହିଲା, ଗତକାଲି ଆପଣ ଗାଁ ମୁଣ୍ଡରେ ସେହି ଉଚ୍ଚଶିକ୍ଷିତ ଯୁବକଙ୍କୁ ଗଧରୁ ମଣିଷ କରିଛନ୍ତି ବୋଲି କହିବାର ମୁଁ ଶୁଣୁଛି। ଆପଣ ଦୟାକରି ମୋତେ ନିରାଶ କରନ୍ତୁ ନାହିଁ। ଅବଧାନେ ମୂର୍ଖ ବା ନିରକ୍ଷର ଅର୍ଥରେ ଗଧ ଶବ୍ଦ ବ୍ୟବହାର କରିଥିଲେ ବୋଲି ଯେତେ ବୁଝାଇଲେ ମଧ୍ୟ ଧୋବା ବୁଝିଲା ନାହିଁ ଓ ତାଙ୍କ ଘରେ ଗଧଟିକୁ ବାନ୍ଧି ଦେଇ ଚାଲିଆସିଲା। ଅନନ୍ୟୋପାୟ ହୋଇ ଅବଧାନେ ଗଧଟିକୁ ରଖିଲେ। ମଝିରେ ମଝିରେ ଧୋବା ଆସି ପଚାରୁଥାଏ, ଆଜ୍ଞା ମୋ ଗଧ ମଣିଷ ହେଲାଣି? ଅବଧାନେ କହୁଥାନ୍ତି, ‘କାମ ଚାଲିଛି।’ ଶେଷରେ ଦିନେ ଅବଧାନେ ଧୋବାକୁ କହିଲେ, ତୋ ଗଧ ମଣିଷ ହୋଇଛି। କିନ୍ତୁ ଗଧ ମଣିଷ ହେଲେ ତା’ ପୂର୍ବ କଥା ଭୁଲିଯାଏ। ଏଣୁ ତୋ ଗଧ ମଣିଷ ହେଲାପରେ ତୋତେ କିମ୍ବା ମୋତେ ଚିହ୍ନିପାରିବ ବୋଲି ମୁଁ ଭାବୁନାହିଁ। ଧୋବା ଜୋର ଦେଇ କହିଲା, ନା ଅବଧାନେ ସେ ନିଶ୍ଚୟ ଆମକୁ ଚିହ୍ନିବ।
ଅବଧାନେ ଧୋବାକୁ ନେଇଗଲେ ଏକ ବିଚାରାଳୟକୁ। ବିଚାରକଙ୍କ ପ୍ରତି ଅଙ୍ଗୁଳି ଦେଖାଇ କହିଲେ, ତୋର ଗଧ ଆଜି ବିଚାରକ ହୋଇ ନ୍ୟାୟ ବିଚାର କରୁଛନ୍ତି। ଧୋବା ଖୁସି ହୋଇ ବିଚାରକଙ୍କୁ ଜୋର ପାଟିରେ ଡାକିଲା। ହେଲେ ବିଚାରକ ତା’ କଥାକୁ କର୍ଣ୍ଣପାତ କଲେ ନାହିଁ। ଧୋବା ଭାବିଲା ବୋଧହୁଏ, ଅବଧାନେ ଠିକ୍ କହୁଥିଲେ- ଗଧ ମଣିଷ ହେଲେ ତା’ର ପୂର୍ବକଥା ଭୁଲିଯାଏ। ସେ ଚିନ୍ତାକଲା, ସେ ଯେଉଁ ଦଉଡିରେ ଗଧକୁ ବାନ୍ଧୁଥିଲା, ସେହି ଦଉଡି ତାକୁ ଦେଖାଇଲେ ହୁଏତ ସେ ତାକୁ ଚିହ୍ନିପାରିବ। ଘରୁ ଦଉଡିଟି ଆଣି ଦେଖାଇବା ପରେ ମଧ୍ୟ ବିଚାରକ ତାକୁ କିମ୍ବା ଅବଧାନଙ୍କୁ ଚିହ୍ନିପାରିଲେ ନାହିଁ। ଶେଷରେ ଧୋବା ରାଗିଯାଇ କହିଲା, ”ତୋତେ ପରା ମୁଁ ଏଇ ଦଉଡିରେ ବାନ୍ଧୁଥିଲି। ତୋତେ ଏହି ଅବଧାନେ ପାଠ ପଢାଇ ମଣିଷ କରିଛନ୍ତି। ଆଜି ମଣିଷ ହୋଇଗଲୁ ବୋଲି ମୋତେ ଭୁଲିଗଲୁ ଓ ତୋତେ ମଣିଷ କରିଥିବା ଅବଧାନଙ୍କୁ ବି ଭୁଲିଗଲୁ?“ଏହି କଥାପଦକ ବିଚାରକଙ୍କ ଚେତନାକୁ ଦୋହଲାଇଦେଲା। ବିଚାରକ ଭାବଗମ୍ଭୀର ହୋଇଗଲେ ଓ ଚିନ୍ତା କଲେ, ”ସତେ ତ, ଦିନେ ମୁଁ ବି ଥିଲି ଗଧ ଅର୍ଥାତ୍ ମୂର୍ଖ ବା ନିରକ୍ଷର। ମାତ୍ର ପ୍ରାଥମିକ ବିଦ୍ୟାଳୟରେ ଯେଉଁ ଶିକ୍ଷକ ମୋତେ ଅ, ଆରୁ ପାଠପଢା ଆରମ୍ଭ କରି ମଣିଷ ଭାବରେ ଗଢ଼ି ତୋଳିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ତାଙ୍କ କଥା ତ ଆଜି ମୋର ମନେ ନାହିଁ? କିଛି ସମୟ ପରେ ପ୍ରକୃତିସ୍ଥ ହୋଇ ସେ ଧୋବାକୁ କହିଲେ, ”ତୁ ଠିକ୍ କହିଛୁ। ଗଧ ମଣିଷ ହେଲେ ତା’ ପୂର୍ବ କଥା ଭୁଲିଯାଏ। ତୋ ଗଧ ମଧ୍ୟ ମଣିଷ ହୋଇ ତା’ ପୂର୍ବକଥା ଭୁଲିଯାଇଛି।“ ବିଚାରକ ତାଙ୍କ ପକେଟରୁ କିଛି ଟଙ୍କା କାଢି ଧୋବାକୁ ତାହା ଧରାଇ ଦେଇ କହିଲେ- ନେ, ତୋ ଗଧର ଦାମ୍। ଆଉ ଦିନେ ଏଠାକୁ ଆସିବୁନି। ଧୋବା ଡରିଯାଇ ଟଙ୍କାତକ ଗ୍ରହଣ କରି ଚାଲିଆସିଲା। ଗଲାବେଳେ ମନେ ମନେ ଭାବୁଥିଲା, ଅବଧାନେ ଠିକ୍ କଥା କହୁଥିଲେ। ଗଧ ମଣିଷ ହେଲେ ତା’ ପୂର୍ବ କଥା ମନେ ପକାଇପାରେ ନାହିଁ। ଆଜି ମଧ୍ୟ ସମାଜରେ ଏହିଭଳି ଗଧମାନଙ୍କ ସଂଖ୍ୟା ଅନେକ।
ଟିଟିଲାଗଡ଼, ମୋ- ୯୪୩୭୩୨୯୨୬୩

20/10/2017

Former Head Mater of Govt high school ,unit 6 , Anima Bhanja , passed away today 20th October 2017 (11 AM).

BP Kanungo was on Friday appointed Deputy Governor in Reserve Bank of India (RBI) for three years.
11/03/2017

BP Kanungo was on Friday appointed Deputy Governor in Reserve Bank of India (RBI) for three years.

Who is VIP ?In America only two types of people are considered VIPs.1.Scientists and Teachers.2.In the Honorable court o...
02/08/2016

Who is VIP ?

In America only two types of people are considered VIPs.

1.Scientists and Teachers.

2.In the Honorable court of France only Teacher is allowed to sit on the chair.

3.In Japan police has to take special permission from the govt.to arrest the teacher.

4.In Korea any teacher can enjoy all those facilities which a minister in India can enjoy by showing his I.card.

While in India a teacher has to raise his voice to get his salary, fight
for basic sufficient rights, no concessions ever are offered, degrading teachers
is a very common and regular practice.

A country where intellectuals do not get proper respect
can never become a developed one and in such a society only
Robbers; Gundas and thieves are produced....

Pass it onto all those who you think actually inspire generations !!

05/07/2016

Former headmaster of Govt high school unit-6, Shri Sarat Kumar Sarangi (1989-1995)passed away in his residence,L-121,Baramunda Brit Colony in Bhubaneswar today, following a brief illeness. Sarangi Sir, as he was known, died around 1.30 pm. He was 84 and had been unwell and was hospitalised. His last rites would be performed at PURI SWARGADWARA later in the day, the family sources said. Condolence messages poured in from people belonging to various walks of life.

Address

Ward No. 35 Bhubaneswar/751001 Block : Bhubaneswar District : Khurda State :
Bhubaneswar
751020

Alerts

Be the first to know and let us send you an email when Government High School, Unit-6, Bhubaneswar posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Government High School, Unit-6, Bhubaneswar:

Share