CMO Odisha

CMO Odisha Official Page of the Chief Minister’s Office : Government of Odisha

Also on Twitter :

05/09/2026

ଶିକ୍ଷକଙ୍କ ଅଗାଧ ଜ୍ଞାନ, ଛାତ୍ରଛାତ୍ରୀଙ୍କ ପ୍ରତିଭା, ପୁରାତନ ଛାତ୍ରଛାତ୍ରୀଙ୍କ ଅନୁଭବ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଢ଼ିତୋଳିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି।

ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁ ଦିବସ ସମାରୋହରେ ଯୋଗଦେଇ ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ...
05/09/2026

ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁ ଦିବସ ସମାରୋହରେ ଯୋଗଦେଇ ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।


ଏହି ଅବସରରେ ସମାଜ ନିର୍ମାଣରେ ଗୁରୁଙ୍କ ଭୂମିକାକୁ ଅତୁଳନୀୟ ଆଖ୍ୟା ଦେଇ, ‘କେଜି ରୁ ପିଜି’ ନିଃଶୁଳ୍କ ଶିକ୍ଷା ଓ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନା ମାଧ୍ୟମରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ରୂପାନ୍ତର ଆଣିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। 'ପଞ୍ଚସଖା ଶିକ୍ଷା ସେତୁ' ଜରିଆରେ ସରକାର, ଶିକ୍ଷକ, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ପ୍ରତ୍ୟେକ ବିଦ୍ୟାଳୟକୁ ଜ୍ଞାନ, ସଂସ୍କାର ଓ ସୃଜନଶୀଳତାର ଆଦର୍ଶ ପୀଠରେ ପରିଣତ କରି ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଢ଼ିତୋଳିବାକୁ ସେ ଆହ୍ୱାନ ଦେଇଛନ୍ତି।

ଓଡ଼ିଶାର ସ୍ଥାନୀୟ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ସହ MSME କ୍ଷେତ୍ରକୁ ଆହୁରି ସଶକ୍ତ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ‘MSME Glo...
05/09/2026

ଓଡ଼ିଶାର ସ୍ଥାନୀୟ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ସହ MSME କ୍ଷେତ୍ରକୁ ଆହୁରି ସଶକ୍ତ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ‘MSME Global Mart’ ପୋର୍ଟାଲରେ ‘ଓଡ଼ିଶା ରାଜ୍ୟ ଇ-ପ୍ରଦର୍ଶନୀ’ (ଇ-ପାଭିଲିୟନ)ର ଶୁଭାରମ୍ଭ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟର ODOP ସାମଗ୍ରୀ, GI-ଟ୍ୟାଗ୍ ପ୍ରାପ୍ତ ଦ୍ରବ୍ୟ, ଶିଳ୍ପ କ୍ଲଷ୍ଟର ଓ କାରିଗରୀ ଉଦ୍ୟୋଗଗୁଡ଼ିକୁ ମିଳିବ ଡିଜିଟାଲ୍ ପ୍ରଦର୍ଶନର ନୂଆ ମଞ୍ଚ।
ଓଡ଼ିଶାର MSME ଗୁଡ଼ିକ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ନୂଆ ବାଣିଜ୍ୟିକ ସୁଯୋଗ ପାଇବା ସହ ‘ଭୋକାଲ୍ ଫର୍ ଲୋକାଲ୍’ ଭାବନାକୁ ଆହୁରି ଗତି ମିଳିବ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପବିତ୍ର ଗୁରୁ ଦିବସ ଅବସରରେ ରାଜ୍ୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ହାର୍ଦ୍...
05/09/2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପବିତ୍ର ଗୁରୁ ଦିବସ ଅବସରରେ ରାଜ୍ୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

04/09/2026
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi , ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ, ଭୁବନେଶ୍ୱରଠାରେ ଆୟୋଜିତ ୧୩ତମ ବ୍ୟାଚ୍‌ ଦୀକ୍...
04/09/2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi , ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ, ଭୁବନେଶ୍ୱରଠାରେ ଆୟୋଜିତ ୧୩ତମ ବ୍ୟାଚ୍‌ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ପ୍ରଶିକ୍ଷଣ ସମାପ୍ତ କରିଥିବା କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି।

ଆଇନ-ଶୃଙ୍ଖଳା ରକ୍ଷା ସହ ସମାଜର ସେବା ଓ ସୁରକ୍ଷା ପାଇଁ ପୋଲିସ ସେବା ଏକ ସାମାଜିକ ଦାୟିତ୍ୱ ବୋଲି ପ୍ରକାଶ କରିବା ସହ Strict but Sensitive, Modern and Mobile, Alert and Accountable, Reliable and Responsive ଏବଂ Tech-savvy ଆଦି SMART POLICING ନୀତିକୁ ଆପଣାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

04/09/2026

ଅନ୍ନଦାତାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ଲୋକଙ୍କ ସରକାରର ପ୍ରତିବଦ୍ଧତା ଅନୁଯାୟୀ, ଡିବିଟି ମାଧ୍ୟମରେ ରାଜ୍ୟର ୪୧ ଲକ୍ଷରୁ ଅଧିକ କୃଷକଙ୍କ ଆକାଉଣ୍ଟକୁ ସିଏମ୍ କିଷାନର ପଞ୍ଚମ କିସ୍ତି ବାବଦରେ ₹୮୩୩ କୋଟିରୁ ଅଧିକ ସହାୟତା ରାଶି ପହଞ୍ଚିଛି ।
କୃଷକଙ୍କ ହିତ ଓ କୃଷି କ୍ଷେତ୍ରର ସମୃଦ୍ଧି ପାଇଁ ଏହି ପଦକ୍ଷେପ କୃଷକଙ୍କୁ ଆହୁରି ସଶକ୍ତ କରିବା ସହ ଓଡ଼ିଶାର କୃଷି ଅର୍ଥନୀତିକୁ ନୂଆ ଗତି ଦେବ।

04/09/2026

କୃଷକଙ୍କ ସମୃଦ୍ଧି ହିଁ ଓଡ଼ିଶାର ସମୃଦ୍ଧି । ଅନ୍ନଦାତାଙ୍କ ସ୍ୱାର୍ଥକୁ ସର୍ବାଗ୍ରେ ରଖି ଲୋକଙ୍କ ସରକାର ନିରନ୍ତର କାର୍ଯ୍ୟ କରିଆସୁଛନ୍ତି ।

କୃଷକଙ୍କ ଆର୍ଥିକ ସଶକ୍ତିକରଣକୁ ଆହୁରି ମଜବୁତ କରିବା ଦିଗରେ, ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ସିଏମ୍ କିଷାନ ଯୋଜନାର ପଞ୍ଚମ କିସ୍ତିର ସହାୟତା ରାଶି ପ୍ରଦାନ କରିଛନ୍ତି । ରାଜ୍ୟର ୪୧ ଲକ୍ଷରୁ ଅଧିକ କୃଷକଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ସିଧାସଳଖ ପହଞ୍ଚିଛି ୮୩୩ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ।

ଲୋକଙ୍କ ସରକାରରେ ଅନ୍ନଦାତାଙ୍କ ଆର୍ଥିକ ସଶକ୍ତିକରଣକୁ ମିଳୁଛି ସର୍ବାଧିକ ଗୁରୁତ୍ୱ। ସରକାରଙ୍କ ପ୍ରତିବଦ୍ଧତାର ଆଉ ଏକ ପଦକ୍ଷେପ ସ୍ୱରୂପ ଡିବିଟି...
04/09/2026

ଲୋକଙ୍କ ସରକାରରେ ଅନ୍ନଦାତାଙ୍କ ଆର୍ଥିକ ସଶକ୍ତିକରଣକୁ ମିଳୁଛି ସର୍ବାଧିକ ଗୁରୁତ୍ୱ। ସରକାରଙ୍କ ପ୍ରତିବଦ୍ଧତାର ଆଉ ଏକ ପଦକ୍ଷେପ ସ୍ୱରୂପ ଡିବିଟି ମାଧ୍ୟମରେ ସିଏମ୍ କିଷାନର ପଞ୍ଚମ କିସ୍ତି କୃଷକଙ୍କ ଆକାଉଣ୍ଟକୁ ପହଞ୍ଚିଛି ।

ରାଜ୍ୟର ୪୧ ଲକ୍ଷରୁ ଅଧିକ କୃଷକଙ୍କୁ ₹୮୩୩ କୋଟିରୁ ଅଧିକ ସହାୟତା ପ୍ରଦାନ କରାଯାଇଛି । କୃଷକଙ୍କ ଆୟ ବୃଦ୍ଧି, କୃଷିର ଆଧୁନିକୀକରଣ ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ଲୋକଙ୍କ ସରକାର ନିରନ୍ତର କାର୍ଯ୍ୟରତ ।

କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇର ଅବ୍ୟବହିତ ପୂର୍ବରୁ ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ‘ସି.ଏମ୍-କିଷାନ୍...
04/09/2026

କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇର ଅବ୍ୟବହିତ ପୂର୍ବରୁ ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ‘ସି.ଏମ୍-କିଷାନ୍’ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୪୧ ଲକ୍ଷରୁ ଅଧିକ ପରିବାରଙ୍କ ବ୍ୟାଙ୍କ ଖାତାକୁ ସି.ଏମ୍-କିଷାନ୍ ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ବାବଦରେ ୮୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଡିବିଟି (DBT) ମାଧ୍ୟମରେ ସିଧାସଳଖ ହସ୍ତାନ୍ତର କରିଛନ୍ତି। ଏହି ଅର୍ଥ ଆଗାମୀ ରବି ଫସଲ ପାଇଁ ଅତ୍ୟାବଶ୍ୟକ କୃଷି ସାମଗ୍ରୀ କ୍ରୟ କରିବାରେ ବିଶେଷ ସହାୟକ ହେବ।

'ସମୃଦ୍ଧ କୃଷକ ଯୋଜନା'ରେ ଧାନର କ୍ୱିଣ୍ଟାଲ ପିଛା ଉଚିତ୍ ମୂଲ୍ୟ ପ୍ରଦାନ, ଆନୁଷଙ୍ଗିକ କୃଷିକୁ ପ୍ରୋତ୍ସାହନ ଏବଂ 'କୃଷି ବିଦ୍ୟାନିଧି' ମାଧ୍ୟମରେ ଚାଷୀ ପରିବାରର ସନ୍ତାନମାନଙ୍କୁ ମାଗଣା ବୈଷୟିକ ଶିକ୍ଷା ପ୍ରଦାନ କରି ଚାଷୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ।

Address

Chief Minister’s Office, Lokaseva Bhavan
Bhubaneswar
751001

Alerts

Be the first to know and let us send you an email when CMO Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to CMO Odisha:

Shortcuts

Share