Fisheries & ARD Department

Fisheries & ARD Department The main objective & activities of Fisheries & ARD Department relate to overall development of Fisheries & Animal Resources in the State of Odisha
(1)

ପ୍ରାଣିସମ୍ପଦର ସୁରକ୍ଷାକୁ ଗୁରୁତ୍ବ ଦେଇ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଚମ୍ପାଇଲୋ ଗ୍ରାମରେ ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ଗୋରୁଙ୍କୁ ପ୍ରାଥ...
01/09/2026

ପ୍ରାଣିସମ୍ପଦର ସୁରକ୍ଷାକୁ ଗୁରୁତ୍ବ ଦେଇ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଚମ୍ପାଇଲୋ ଗ୍ରାମରେ ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ଗୋରୁଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ସ୍ଥାନୀୟ ପ୍ରାଣିସେବା କେନ୍ଦ୍ରକୁ ସମସ୍ତ କାର୍ଯ୍ୟକାରୀ ଦିବସରେ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ପର୍ଯ୍ୟାପ୍ତ ପରିମାଣର ଘା’ ସ୍ପ୍ରେ, ଔଷଧ ଓ ଡ୍ରେସିଂ ସାମଗ୍ରୀ ମହଜୁଦ ରହିଛି।

ସଂକ୍ରମଣ କିପରି ନ ବ୍ୟାପିବ ସେଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ଗୋପାଳକଙ୍କୁ ପରାମର୍ଶ ଦିଆଯାଇଛି। ଗ୍ରାମରେ ରୋଗର ସ୍ଥିତି ନିୟନ୍ତ୍ରଣାଧିନ ଥିବା ବେଳେ ସଂକ୍ରମିତ ଗୋରୁ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଯାଏଁ ଦୈନିକ ନିରୀକ୍ଷଣ ଏବଂ ଚିକିତ୍ସା ସେବା ଜାରି ରହିବ।

01/09/2026

ରାଜ୍ୟରେ ପ୍ରାଣିପାଳନ ଉଦ୍ୟୋଗକୁ ପ୍ରୋତ୍ସାହିତ କରୁଛି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା। ଏହି ଯୋଜନାର ଜଣେ ସଫଳ ହିତାଧିକାରୀ ହେଲେ ଖୋର୍ଦ୍ଧା ଜିଲ୍ଲାର ସଞ୍ଜୟ ପ୍ରତାପ। ସେ ୮୦ ହଜାରରୁ ଅଧିକ କ୍ଷମତା ବିଶିଷ୍ଟ ବ୍ରଏଲର କୁକଡ଼ା ଫାର୍ମ ପ୍ରତିଷ୍ଠା କରିଛନ୍ତି। ଏଠାରୁ ବର୍ଷକୁ ୧୨ ଲକ୍ଷ କିଲୋଗ୍ରାମରୁ ଅଧିକ ଓଜନର କୁକୁଡ଼ା ମାଂସ ଉତ୍ପାଦନ ହେଉଛି। ସଞ୍ଜୟ ଜଣେ ସଫଳ ଉଦ୍ୟୋଗୀ ହେବା ସହିତ ସ୍ଥାନୀୟ ଅଞ୍ଚଳର ୨୦ରୁ ଅଧିକ ଯୁବକଙ୍କୁ ରୋଜଗାରର ପନ୍ଥା ଦେଇଛନ୍ତି।

ସୁସ୍ଥ ଜୀବନ ପାଇଁ ପୋଷଣଯୁକ୍ତ ଖାଦ୍ୟର ଗୁରୁତ୍ୱ ଅନେକ। ଲୋକଙ୍କୁ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ସଚେତନ କରିବା ଏବଂ କୁପୋଷଣ ଦୂର କର...
01/09/2026

ସୁସ୍ଥ ଜୀବନ ପାଇଁ ପୋଷଣଯୁକ୍ତ ଖାଦ୍ୟର ଗୁରୁତ୍ୱ ଅନେକ। ଲୋକଙ୍କୁ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ସଚେତନ କରିବା ଏବଂ କୁପୋଷଣ ଦୂର କରିବା ଲକ୍ଷ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଏ।

ଆମ ଦୈନନ୍ଦିନ ଖାଦ୍ୟରେ ମାଛ, ମାଂସ, ଚିକେନ୍‌, କ୍ଷୀର ଓ ଅଣ୍ଡା ଭଳି ଖାଦ୍ୟ ସାମିଲ କରିବା ଦ୍ୱାରା ଶରୀରକୁ ପ୍ରୋଟିନ୍‌, ଭିଟାମିନ୍‌, ଖଣିଜ ପଦାର୍ଥ ସମେତ ଅନେକ ଆବଶ୍ୟକ ପୋଷକତତ୍ତ୍ୱ ମିଳିଥାଏ।

ଆସନ୍ତୁ, ନିଜେ ସଚେତନ ହେବା ସହ ପରିବାରକୁ ମଧ୍ୟ ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ ପ୍ରେରିତ କରିବା। ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ପୋଷଣ ପାଆନ୍ତୁ, ସୁସ୍ଥ ରହନ୍ତୁ।

🌊 Fishermen Advisory | Odisha CoastSqually weather with wind speeds of 40–50 kmph, gusting to 60 kmph, is likely along &...
31/08/2026

🌊 Fishermen Advisory | Odisha Coast

Squally weather with wind speeds of 40–50 kmph, gusting to 60 kmph, is likely along & off the Odisha coast till 1 September 2026. Sea conditions are expected to remain rough to very rough.

⚠️ Fishermen are advised not to venture into the sea during this period.

31/08/2026

ଛୋଟ ମାଛଚାଷ: କାହିଁକି କରିବେ?

କମ୍‌ ସମୟ ଓ ସ୍ୱଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର କରିବାର ଏକ ଭଲ ଉପାୟ ହେଉଛି ଛୋଟ ମାଛ ଚାଷ (Minor Carp)। ଏଗୁଡ଼ିକ କମ୍‌ ସମୟ ମଧ୍ୟରେ ବଢ଼ିଥାନ୍ତି ଏବଂ ବଜାରରେ ଏହାର ଚାହିଦା ଓ ମୂଲ୍ୟ ଅଧିକ ରହିଥାଏ। ଛୋଟ ମାଛ ଚାଷର ସମସ୍ତ ଫାଇଦା ଓ ସଠିକ୍‌ ପ୍ରଣାଳୀ ବିଷୟରେ ଅଧିକ ଜାଣିବା ପାଇଁ ଶୁଣନ୍ତୁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ସ୍ୱତନ୍ତ୍ର ପଡ୍‌କାଷ୍ଟ ‘ମତ୍ସ୍ୟ ଓ ପ୍ରାଣୀ ବାଣୀ’।

30/08/2026

ଦେଶୀ ମାଗୁର ମାଛର ପୁଷ୍ଟିକର ଗୁଣ ଓ ସ୍ୱାଦ ପାଇଁ ବଜାରରେ ଏହାର ଚାହିଦା ସବୁବେଳେ ଅଧିକ ରହିଥାଏ। ଏହି ଚାହିଦାକୁ ପୂରଣ କରିବାରେ କୌଶଲ୍ୟାଗଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଓଡ଼ିଶାର ଏକମାତ୍ର ସରକାରୀ ଦେଶୀ ମାଗୁର ଯାଆଁଳ ଉତ୍ପାଦନ କେନ୍ଦ୍ର ଭାବେ ଏଠାରେ ପ୍ରତିବର୍ଷ ବର୍ଷା ଋତୁ, ଅର୍ଥାତ୍ ଜୁନ୍‌ରୁ ଅଗଷ୍ଟ ମାସ ମଧ୍ୟରେ, ଦେଶୀ ମାଗୁର ମାଛର କୃତ୍ରିମ ପ୍ରଜନନ କରାଯାଇ ଯାଆଁଳ ଉତ୍ପାଦନ କରାଯାଏ। ଉତ୍ପାଦିତ ଯାଆଁଳ ମାଛଚାଷୀମାନଙ୍କୁ ଯୋଗାଇ ଦିଆଯାଇଥାଏ, ଯାହା ଦେଶୀ ମାଗୁର ମାଛଚାଷକୁ ଆହୁରି ପ୍ରୋତ୍ସାହିତ କରିବା ସହ ମାଛଚାଷୀଙ୍କ ପାଇଁ ଆୟର ନୂଆ ସୁଯୋଗ ସୃଷ୍ଟି କରୁଛି।

ଗାଈ-ମଇଁଷିଙ୍କ ବୀମାରେ ପାଆନ୍ତୁ ୮୫% ପର୍ଯ୍ୟନ୍ତ ସରକାରୀ ରିହାତି। ମାତ୍ର ୧୫% ପ୍ରିମିୟମ୍ ଦେଇ ନିଜ ଗୋ-ସମ୍ପଦକୁ ଦିଅନ୍ତୁ ବୀମାର ସୁରକ୍ଷା କବ...
29/08/2026

ଗାଈ-ମଇଁଷିଙ୍କ ବୀମାରେ ପାଆନ୍ତୁ ୮୫% ପର୍ଯ୍ୟନ୍ତ ସରକାରୀ ରିହାତି।

ମାତ୍ର ୧୫% ପ୍ରିମିୟମ୍ ଦେଇ ନିଜ ଗୋ-ସମ୍ପଦକୁ ଦିଅନ୍ତୁ ବୀମାର ସୁରକ୍ଷା କବଚ। ରୋଗ, ଦୁର୍ଘଟଣା ଓ ପ୍ରାକୃତିକ ବିପର୍ଯ୍ୟୟଜନିତ ବିପଦରୁ ଆପଣଙ୍କ ପ୍ରାଣିସମ୍ପଦର ସୁରକ୍ଷା ପାଇଁ ଆଜି ହିଁ କରନ୍ତୁ ବୀମା।

29/08/2026

ବାୟୋଫ୍ଲକ୍ ପଦ୍ଧତିରେ କେଉଁ ମାଛ ଚାଷ କରିବେ?

କମ୍ ଜାଗା ଓ କମ୍ ପାଣିରେ ଅଧିକ ମାଛ ଉତ୍ପାଦନ ସହ ଭଲ ଆୟର ସୁଯୋଗ ଦେଉଛି ବାୟୋଫ୍ଲକ୍ ମତ୍ସ୍ୟଚାଷ ପଦ୍ଧତି। ଆଧୁନିକ ଓ ବୈଜ୍ଞାନିକ ପ୍ରଣାଳୀ ହୋଇଥିବାରୁ ଏହା ମାଛଚାଷୀଙ୍କ ପାଇଁ ଏକ ଲାଭଦାୟକ ବିକଳ୍ପ ହୋଇପାରିଛି।

ବାୟୋଫ୍ଲକ୍ ପଦ୍ଧତିରେ ରୂପଚାନ୍ଦି, ଜଳଙ୍ଗ, ଗିଫ୍ଟ ଟିଲାପିଆ ଭଳି ମାଛ ଚାଷ କରାଯାଇପାରିବ।

29/08/2026

ସଫଳ ମାଛଚାଷ ପାଇଁ ଭଲ ଓ ସୁସ୍ଥ ମାଛ ଯାଆଁଳ ନିହାତି ଦରକାର। ମାଛଚାଷୀଙ୍କୁ ଗୁଣାତ୍ମକ ଯାଆଁଳ ଯୋଗାଇବା ଦିଗରେ ଭୁବନେଶ୍ୱର ନିକଟସ୍ଥ କୌଶଲ୍ୟାଗଙ୍ଗ ସରକାରୀ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଏଠାରେ ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ ପ୍ରଜାତିର ସୁସ୍ଥ ଓ ଉନ୍ନତମାନର ମାଛ ଯାଆଁଳ ଉତ୍ପାଦନ କରାଯାଉଛି।

କୌଶଲ୍ୟାଗଙ୍ଗରୁ ମିଳୁଥିବା ଏହି ଗୁଣାତ୍ମକ ଯାଆଁଳ ମାଛଚାଷୀଙ୍କୁ ଭଲ ଉତ୍ପାଦନ ପାଇଁ ସହାୟତା କରିବା ସହ ରାଜ୍ୟର ମାଛଚାଷକୁ ଆହୁରି ଆଗକୁ ନେବାରେ ସହାୟକ ହେଉଛି।

ପ୍ରାଣିକଲ୍ୟାଣ ପାଇଁ ତୁରନ୍ତ ପଦକ୍ଷେପମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଞ୍ଜାମ ଗସ୍ତ ସମୟର...
28/08/2026

ପ୍ରାଣିକଲ୍ୟାଣ ପାଇଁ ତୁରନ୍ତ ପଦକ୍ଷେପ

ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଞ୍ଜାମ ଗସ୍ତ ସମୟରେ ରାଜପଥରେ ଏକ ଆହତ ଗାଈକୁ ଦେଖି ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀର ପ୍ରାଣିଚିକିତ୍ସକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବା ସହ ଭାରତୀୟ ଜାତୀୟ ରାଜପ‌ଥ ପ୍ରାଧିକରଣ ସହାୟତାରେ ଆହତ ଗାଈଟିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ପ୍ରାଣିକଲ୍ୟାଣ ପ୍ରତି ତତ୍ପରତା ଓ ପ୍ରତିବଦ୍ଧତା ପାଇଁ ଟାଙ୍ଗୀ ପ୍ରାଣିଚିକିତ୍ସକ ଦଳକୁ ସାଧୁବାଦ।

ମନେ ରଖନ୍ତୁ, ଅସୁସ୍ଥ, ଆହତ କିମ୍ବା ଦୁର୍ଘଟଣାଗ୍ରସ୍ତ ବୁଲା ପ୍ରାଣୀଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆନିମଲ୍ ହେଲ୍ପଲାଇନ୍ ନମ୍ବର ‘1962’ (ଟୋଲ୍‌ ଫ୍ରି) ଜାରି ହୋଇଛି। ଆପଣଙ୍କର ଫୋନ୍ କଲ୍ ଗୋଟିଏ ଅସହାୟ ପ୍ରାଣୀର ଜୀବନ ବଞ୍ଚାଇପାରେ।

Address

Sachivalaya Marg
Bhubaneswar
751001

Opening Hours

Monday 10am - 5:30pm
Tuesday 10am - 5:30pm
Wednesday 10am - 5:30pm
Thursday 10am - 5:30pm
Friday 10am - 5:30pm
Saturday 10am - 5:30pm

Telephone

0674-2536985

Alerts

Be the first to know and let us send you an email when Fisheries & ARD Department posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Fisheries & ARD Department:

Shortcuts

Share