31/08/2026
ରାଜ୍ଯ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ - ୨୦୨୬ ଅବସରରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମାଆ ମଣିନାଗ କଲ୍ଯାଣ ମଣ୍ଡପ ନିକଟସ୍ଥ ଶହୀଦ ଅର୍ଜୁନ ରାଉତ ସ୍ମାର୍ଟ ପାର୍କର ସୌନ୍ଦର୍ଯ୍ୟକରଣକାର୍ଯ୍ୟ ଏବଂ ରଣପୁର ଏନ୍.ଏ.ସି. ପ୍ରଦର୍ଶନୀ ପଡ଼ିଆ ଓ ମହୋତ୍ସବ ମଞ୍ଚ ସହିତ ଶତାଧିକ ଆସନ କ୍ଷମତା ବିଶିଷ୍ଟ ଷ୍ଟିଲ ଷ୍ଟ୍ରକଚର୍ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଲି l
'ସମୃଦ୍ଧ ସହର,ବିକଶିତ ଓଡିଶା' ଲକ୍ଷ୍ୟ ନେଇ ଅଗ୍ରସର ହୋଇଥିବା ଓଡିଶା ସରକାରଙ୍କ ସଫଳତାର ଫର୍ଦ୍ଦରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଗତି ପଥରେ ଅଗ୍ରସର ହୋଇ ସମଗ୍ର ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ବକ୍ତବ୍ୟ ରଖିଲି l
ରାଜସ୍ଵ ଆଦାୟ କ୍ଷେତ୍ରରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରାଜ୍ୟର ସମସ୍ତ ସହରାଞ୍ଚଳ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ଵାରା ସମ୍ମାନିତ ହୋଇଛି l ଏହି କୀର୍ତ୍ତିମାନ ସ୍ଥାପନର ବିନ୍ଧାଣୀ ସାଜିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସାମନ୍ତ ବିଶ୍ଵମ୍ବର ମହାପାତ୍ର ଏବଂ ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତିଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରି ମୁଁ ବେଶ୍ ଆନନ୍ଦିତ l
ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ,ନାରୀ ଶକ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିଲି l
କାର୍ଯ୍ୟକ୍ରମରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି,ସମସ୍ତ ପାରିଷଦ ବୃନ୍ଦ,ସ୍ଥାନୀୟ ନେତୃବୃନ୍ଦ,ଜନସାଧାରଣ ଏବଂ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ l
CMO Odisha
Krushna Chandra Mohapatra
Housing & Urban Development Department, Govt. of Odisha
Ministry of Housing and Urban Affairs
#ରଣପୁର
#ସ୍ୱାୟତ୍ତଶାସନଦିବସ୨୦୨୬