Odisha Livelihoods Mission

Odisha Livelihoods Mission OLM is ensuring sustainable livelihoods for the rural through improved access to financial, livelihood and other support services.

Strengthening the Ginger Value Chain in KoraputUnder the Koraput Special Project, 327.44 MT of Surabhi ginger has been p...
03/09/2026

Strengthening the Ginger Value Chain in Koraput

Under the Koraput Special Project, 327.44 MT of Surabhi ginger has been procured from 398 farmers across 47 villages in Semiliguda, Pottangi, Nandapur and Dasmantpur blocks, with support from 22 D3C Centres and 22 Sanchalikas.

The initiative focuses on collective procurement, value addition and market linkages, while preparations for the proposed ginger processing unit at Industrial Park, Padmapur are underway.

With active participation of SHG members, particularly tribal women farmers and shareholders, the initiative is strengthening farmer-led value chains and enhancing livelihood opportunities in Koraput.

03/09/2026





ଓଡ଼ିଶା ଜୀବିକା ମିଶନ (OLM) ପକ୍ଷରୁ ଭୁବନେଶ୍ୱରସ୍ଥିତ NABM, ପ୍ରସାର ଭାରତୀ ପରିସରରେ ଜିଲ୍ଲାସ୍ତରୀୟ (DMMU) ଓ ବ୍ଲକସ୍ତରୀୟ(BMMU) କର୍ମଚାର...
02/09/2026

ଓଡ଼ିଶା ଜୀବିକା ମିଶନ (OLM) ପକ୍ଷରୁ ଭୁବନେଶ୍ୱରସ୍ଥିତ NABM, ପ୍ରସାର ଭାରତୀ ପରିସରରେ ଜିଲ୍ଲାସ୍ତରୀୟ (DMMU) ଓ ବ୍ଲକସ୍ତରୀୟ(BMMU) କର୍ମଚାରୀଙ୍କ ନିମନ୍ତେ ଖାଦ୍ୟ, ପୁଷ୍ଟି, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା (FNHW) କାର୍ଯ୍ୟକ୍ରମ ଉପରେ ଏକ ଦୁଇ ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷକ ପ୍ରଶିକ୍ଷଣ (TOT) ଶିବିର ୨ ଏବଂ ୩ ସେପ୍ଟେମ୍ବରରେ ଆୟୋଜିତ ହୋଇଯାଇଛି।

ତୃଣମୂଳ ସ୍ତରରେ ଖାଦ୍ୟ, ପୁଷ୍ଟି, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ବୃଦ୍ଧି କରିବା, ମହିଳା ଓ କିଶୋରୀ ମାନଙ୍କର ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ଏବଂ ଏଥି ନିମନ୍ତେ ସମ୍ପର୍କିତ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବିକାଶ କରିବା ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଲକ୍ଷ୍ୟ।

02/09/2026

ଘରେ ଘରେ ଲକ୍ଷପତି ଦିଦି..




ଓଡ଼ିଶା ଜୀବିକା ମିଶନ (OLM)ର ଏକ ଅଭିନବ ପ୍ରୟାସକ୍ରମେ ଗ୍ରାମୀଣ ମହିଳାମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ଉଦ୍ଦେଶ୍ୟରେ ଭୁବନେଶ୍ୱରସ୍ଥି...
01/09/2026

ଓଡ଼ିଶା ଜୀବିକା ମିଶନ (OLM)ର ଏକ ଅଭିନବ ପ୍ରୟାସକ୍ରମେ ଗ୍ରାମୀଣ ମହିଳାମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ଉଦ୍ଦେଶ୍ୟରେ ଭୁବନେଶ୍ୱରସ୍ଥିତ NABM (ପ୍ରସାର ଭାରତୀ) ଠାରେ ଅନୁଷ୍ଠିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ତାଲିମ ଶିବିରର ଶେଷ ପର୍ଯ୍ୟାୟ ସଫଳତାର ସହିତ ସମାପନ ହୋଇଛି।

ଓଡ଼ିଶା ଜୀବିକା ମିଶନ( OLM ) ଓ ‘ପ୍ରଦାନ’ (PRADAN) ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାର ୬୫ ଜଣ ପ୍ରଶିକ୍ଷକଙ୍କୁ ‘ବ୍ୟବସାୟିକ ବିକାଶ ଯୋଜନା (BDP)’ ଏବଂ ‘ଡିଜିଟାଲ ଆଜୀବିକା ରେଜିଷ୍ଟର (DAR)’ ମାଧ୍ୟମରେ ମହିଳାମାନଙ୍କ ଆୟ ଆକଳନ ତଥା ଲିପିବଦ୍ଧ କରିବା ଉପରେ ଗଭୀର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି; ଯାହାକି ଗ୍ରାମାଞ୍ଚଳର ମହିଳା ମାନଙ୍କୁ ‘ଲକ୍ଷପତି’ରୁ ‘ମହାଲକ୍ଷପତି’ ଏବଂ ପରବର୍ତ୍ତୀ ସମୟରେ ଏକ ସଫଳ ‘ଉଦ୍ୟୋଗପତି’ ଭାବେ ଗଢ଼ିତୋଳିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବାରେ ଏକ ଯୁଗାନ୍ତକାରୀ ଭୂମିକା ଗ୍ରହଣ କରିବ।

ଓଡ଼ିଶା ଜୀବିକା ମିଶନ (OLM) ପକ୍ଷରୁ ଭୁବନେଶ୍ୱରସ୍ଥିତ 'ଇମେଜ୍' (IMAGE) ପରିସରରେ ‘ଇମର୍ସନ ସାଇଟ୍ ଅଣ୍ଡର ଜିଟିଏମ୍’ (Immersion Site unde...
31/08/2026

ଓଡ଼ିଶା ଜୀବିକା ମିଶନ (OLM) ପକ୍ଷରୁ ଭୁବନେଶ୍ୱରସ୍ଥିତ 'ଇମେଜ୍' (IMAGE) ପରିସରରେ ‘ଇମର୍ସନ ସାଇଟ୍ ଅଣ୍ଡର ଜିଟିଏମ୍’ (Immersion Site under GTM) ଶୀର୍ଷକ ଏକ ଦୁଇ ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨ ଟି ବ୍ୟାଚରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଅଗଷ୍ଟ ୨୪, ୨୫, ୨୮ ଓ ୨୯ ତାରିଖରେ ଆୟୋଜିତ ଏହି କର୍ମଶାଳାରେ ତୃଣମୂଳ ସ୍ତରରେ ଜୀବିକା ବିକାଶ ତଥା ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମଚାରୀ ଏବଂ ଜେଣ୍ଡର ସିଆରପି (Gender CRP) ମାନଙ୍କୁ କ୍ଷେତ୍ରସ୍ତରୀୟ ଅନୁଭୂତି, ଦକ୍ଷତା ବିକାଶ ଓ ରଣନୈତିକ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।

ଗ୍ରାମାଞ୍ଚଳର ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ଆତ୍ମନିର୍ଭରଶୀଳ କରିବା ଦିଗରେ ଆମ ବିଭାଗର ଏହି ପ୍ରୟାସ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ଏବଂ ଆଗାମୀ ଦିନରେ ଏହି ସଫଳତା ସଶକ୍ତ ଓଡ଼ିଶା ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

29/08/2026

ଓଡ଼ିଶା ଜୀବିକା ମିଶନ ପକ୍ଷରୁ ରାଜ୍ଯସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ.....







26/08/2026

Handcrafted ଏବଂ eco-friendly ରାକ୍ଷୀ ପାଇଁ ଆଜି ହିଁ ଆସନ୍ତୁ ସୁଭଦ୍ରା ଶକ୍ତି ବଜାର।

📍SIRD କ୍ୟାମ୍ପସ୍, ୟୁନିଟ୍-୮, ଭୁବନେଶ୍ୱର





ଓଡ଼ିଶା ଜୀବିକା ମିଶନ(OLM)ର ଅଭିନବ ପ୍ରୟାସରେ ଗ୍ରାମୀଣ ମହିଳାମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ପାଇଁ ଭୁବନେଶ୍ୱରସ୍ଥିତ NABM (ପ୍ରସା...
24/08/2026

ଓଡ଼ିଶା ଜୀବିକା ମିଶନ(OLM)ର ଅଭିନବ ପ୍ରୟାସରେ ଗ୍ରାମୀଣ ମହିଳାମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ପାଇଁ ଭୁବନେଶ୍ୱରସ୍ଥିତ NABM (ପ୍ରସାର ଭାରତୀ) ଠାରେ ଅଗଷ୍ଟ ୨୪ରୁ ୨୫ ପର୍ଯ୍ୟନ୍ତ ଦୁଇ ଦିନିଆ ରାଜ୍ୟସ୍ତରୀୟ ତାଲିମ ଶିବିରର ଚତୁର୍ଦ୍ଦଶ ପର୍ଯ୍ୟାୟ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ଜୀବିକା ମିଶନ(OLM) ଏବଂ ପ୍ରଦାନ (PRADAN) ର ଦକ୍ଷ ପ୍ରଶିକ୍ଷକମାନଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ "ବ୍ୟବସାୟିକ ବିକାଶ ଯୋଜନା (BDP)" ଓ "ଡିଜିଟାଲ ଆଜୀବିକା ରେଜିଷ୍ଟର (DAR)" ସମ୍ପର୍କରେ ବରଗଡ଼ ଏବଂ ବଲାଙ୍ଗୀର ଜିଲ୍ଲାର ୬୫ ଜଣ ପ୍ରଶିକ୍ଷକଙ୍କୁ ଗଭୀର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।

ବିଶେଷ କରି ଡିଜିଟାଲ ଆଜୀବିକା ରେଜିଷ୍ଟର (DAR) ମାଧ୍ୟମରେ ମହିଳାମାନଙ୍କ ଆୟକୁ ଆକଳନ ତଥା ଲିପିବଦ୍ଧ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏହି ଯୁଗାନ୍ତକାରୀ ପଦକ୍ଷେପ ଗ୍ରାମୀଣ ମହିଳାମାନଙ୍କୁ ‘ଲକ୍ଷପତି’ ରୁ ‘ମହାଲକ୍ଷପତି’ ଏବଂ ‘ଉଦ୍ୟୋଗପତି’ ଭାବେ ରୂପାନ୍ତରିତ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ, ଆତ୍ମନିର୍ଭରଶୀଳ ଓ ବ୍ୟବସାୟିକ କ୍ଷେତ୍ରରେ ନୂତନ ଦିଗଦର୍ଶନ ପ୍ରଦାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

ବାରାଣସୀରେ ଓଡ଼ିଶାର ନାରୀଶକ୍ତିର ନୂଆ ପରିଚୟ!ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ବାରାଣସୀଠାରେ ଆୟୋଜିତ ‘ଓଡ଼ି...
24/08/2026

ବାରାଣସୀରେ ଓଡ଼ିଶାର ନାରୀଶକ୍ତିର ନୂଆ ପରିଚୟ!

ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ବାରାଣସୀଠାରେ ଆୟୋଜିତ ‘ଓଡ଼ିଶା ପରବ’ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଅଂଶଗ୍ରହଣ କରି ରାଜ୍ୟର ସମୃଦ୍ଧ ହସ୍ତତନ୍ତ, ହସ୍ତଶିଳ୍ପ ଓ ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ପ୍ରଦର୍ଶିତ କରିଛନ୍ତି।

ଜାତୀୟସ୍ତରର ଏହି ମଞ୍ଚ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଉତ୍ପାଦକୁ ବ୍ୟାପକ ପରିଚୟ ପ୍ରଦାନ କରିବା ସହ ସେମାନଙ୍କ ପାଇଁ ବଜାର ସୁଯୋଗ ଓ ବଜାର ସଂଯୋଗକୁ ଆହୁରି ସୁଦୃଢ଼ କରିଛି।

Address

Odisha Livelihoods Mission, SIRD Campus, Unit VIII
Bhubaneswar
751012

Opening Hours

Monday 10am - 5:30pm
Tuesday 10am - 5:30pm
Wednesday 10am - 5:30pm
Thursday 10am - 5:30pm
Friday 10am - 5:30pm
Saturday 10am - 5:30pm

Alerts

Be the first to know and let us send you an email when Odisha Livelihoods Mission posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Odisha Livelihoods Mission:

Shortcuts

Share