02/08/2026
ଆଜି ସାଙ୍ଗମାନଙ୍କ ମଧ୍ୟରେ ଅନେକ ମତାନ୍ତର ଥାଇପାରେ, ଜୀବନର ବ୍ୟସ୍ତତା ଆମକୁ ଦୂରେଇ ଦେଇପାରେ, କିନ୍ତୁ ଯେତେବେଳେ ବି ଆବଶ୍ୟକତା ଅନୁଭବ ହୁଏ, ସେତେବେଳେ ସେହି ସାଙ୍ଗମାନଙ୍କ ସହ ବିତାଇଥିବା ସୁନ୍ଦର ମୁହୂର୍ତ୍ତଗୁଡ଼ିକ ହୃଦୟରେ ସତେଜ ହୋଇଯାଏ।
କିଏ Glass Mate, କିଏ Class Mate, ଆଉ କିଏ Batch Mate ହୋଇ ଜୀବନରେ ପ୍ରବେଶ କରନ୍ତି। ସମୟର ପରିବର୍ତ୍ତନ ସହିତ ଦେଖାସାକ୍ଷାତ କମିଯାଏ, ହେଲେ ବନ୍ଧୁତାର ସ୍ମୃତି କେବେ ବି ମଳିନ ହୁଏନାହିଁ। ସମୟର ଅଭାବ ହେତୁ ସମସ୍ତଙ୍କ ସହ ସମୟ ବିତାଇ ପାରୁନାହୁଁ, କିନ୍ତୁ ହୃଦୟର ସମ୍ପର୍କ ସଦା ଅମ୍ଳାନ ରହେ।
ବନ୍ଧୁତା ଚିରସ୍ଥାୟୀ। ଏହାର କୌଣସି କଳନା ନାହିଁ, କୌଣସି ତୁଳନା ନାହିଁ। ସେଥିପାଇଁ "ବନ୍ଧୁ" ଶବ୍ଦଟି ହିଁ ସବୁଠାରୁ ସୁନ୍ଦର ଏବଂ ଏହାର କୌଣସି ବିକଳ୍ପ ନାହିଁ।