Agalpur News

Agalpur News We share news related to Agalpur, around the world and personal thoughts for local and national issues in this page.

Agalpur is a village in the Bolangir district of Odisha, India. Agalpur (Raj) (Oriya: ଆଗଲପୁର(ରାଜ)) is a village and Block in Balangir district in the state of Odisha, India. Agalpur (Raj) a historical place and a very old human community center. It is situated in the triangular land of "Ong" river (also Known as "Ang" or "Om" river);and Two Small Rivers (in kosali Language known as "Joor") "Uttali

"& "Ghesali". On the extreme north, after crossing the Ong river at about 10–20 km there is a famous hill that is known as Chhelia Pahad (named after the nearby village ChhelKhai). The white clouds touching the black Chhelia Pahad (Mountain) during the rainy day are considered the most scenic beauty of Agalpur (Raj). History
---------------------
The village name of Agalpur (Raj) is said to have been derived from three different words. first one is "Argala" (Means Barrier) second one is "Pur" (Means Village) and third one is "Raj" (Implying to the King's rule). It is believed that initially it was called as "Argalapur", meaning 'a village of barrier'. In the ancient time it was very difficult to reach the village "Argalapur" due to the nature's barricade of rivers (Ong, Uttali, and Gesali) and dense forest surrounding it. This might be the reason the then king of Patna State (now patnagarh) had made "Aragalapur" a hub for own protection. There are several stories that how king of Patna State used to hide in "Argalapur" during the fight with neighbor states. It is believed that due to a major hub for Patna State king suffix "Raj" is added in the name of Agalpur (Raj). Source: https://en.wikipedia.org/wiki/Agalpur

ଆଗଲପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନିମନ୍ତେ ଆଜି ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀଙ୍କ ମନରେ ଖୁସି ଓ ଆଶାର ସଞ୍ଚାର...
05/09/2026

ଆଗଲପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନିମନ୍ତେ ଆଜି ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀଙ୍କ ମନରେ ଖୁସି ଓ ଆଶାର ସଞ୍ଚାର ହୋଇଛି। ଏହା ଆଗଲପୁର ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପାଇଁ ଏକ ନୂଆ ଦିଗନ୍ତ ଖୋଲିବ। 🤩

Follow Agalpur News for more updates. ❤️

🚨ବିଜ୍ଞାପନରେ  କୋଟି କୋଟି ଟଙ୍କାର ବିକାଶ, ଗାଁରେ ଅନ୍ଧାର!ଗୋଟେ ମାସ ହେଲା ବାଗଝୂଲା ଗାଁ ଅନ୍ଧାରରେ। ଯେଉଁ ସମୟରେ ଦେଶ ଡିଜିଟାଲ ଇଣ୍ଡିଆ, ବିକ...
05/09/2026

🚨ବିଜ୍ଞାପନରେ କୋଟି କୋଟି ଟଙ୍କାର ବିକାଶ, ଗାଁରେ ଅନ୍ଧାର!

ଗୋଟେ ମାସ ହେଲା ବାଗଝୂଲା ଗାଁ ଅନ୍ଧାରରେ। ଯେଉଁ ସମୟରେ ଦେଶ ଡିଜିଟାଲ ଇଣ୍ଡିଆ, ବିକାଶ ଓ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବାର କଥା କହୁଛି, ସେହି ସମୟରେ ଗୋଟିଏ ଗାଁର ଲୋକେ ମାସେ ଧରି ବିଦ୍ୟୁତ୍ ବିନା ରହିବା କେତେ ଦୁର୍ଭାଗ୍ୟଜନକ!

ବଡ଼ ବଡ଼ ମନ୍ତ୍ରୀଙ୍କ ଭାଷଣ, ବିକାଶର ଲମ୍ବା ତାଲିକା ଓ ନୂଆ ନୂଆ ଯୋଜନାର ବିଜ୍ଞାପନ ଆମେ ପ୍ରତିଦିନ ଦେଖୁଛୁ। କିନ୍ତୁ ପ୍ରଶ୍ନ ହେଉଛି, ସେହି ବିକାଶର ଆଲୋକ ବାଗଝୂଲା ଗାଁକୁ କେବେ ପହଞ୍ଚିବ?

ଗୋଟେ ମାସ ଧରି ଅନ୍ଧାରରେ ରହୁଥିବା ଲୋକଙ୍କ ପାଇଁ ବିଜ୍ଞାପନରେ ଦେଖାଯାଉଥିବା “ବିକାଶ”ର କଣ ମୂଲ୍ୟ? ପିଲାଙ୍କ ପାଠପଢ଼ା, ବୃଦ୍ଧଙ୍କ ଅସୁବିଧା, ରାତିର ସୁରକ୍ଷା ଓ ଦୈନନ୍ଦିନ ଜୀବନର କଷ୍ଟ, ଏସବୁ କି କେବଳ କାଗଜ ଓ advertisement ଭିତରେ ଥିବା ଯୋଜନାଠାରୁ କମ୍ ଗୁରୁତ୍ୱପୂର୍ଣ୍ଣ?

ବିକାଶ କେବଳ ବଡ଼ ବଡ଼ ପୋଷ୍ଟରରେ ନୁହେଁ, ଲୋକଙ୍କ ଘରେ ଆଲୋକ ଜଳିଲେ ହିଁ ତାହାର ସତ୍ୟ ପ୍ରମାଣ ମିଳେ।

ବାଗଝୂଲା ଗାଁର ଲୋକଙ୍କ ପ୍ରଶ୍ନ ସରଳ, “ଆମ ଘରେ ଆଲୋକ କେବେ ଜଳିବ?”ଏହି ପ୍ରଶ୍ନର ଉତ୍ତର ଦାୟିତ୍ୱରେ ଥିବା ଲୋକମାନେ ଦେବା ଉଚିତ୍।

Debaki Sahu Dr. Mukesh Mahaling Sangeeta Kumari Singh Deo CMO Odisha କୃପା କରି ବାଗଝୂଲା ଗାଁର ସମସ୍ୟାକୁ ଗୁରୁତ୍ୱ ଦିଅନ୍ତୁ। 🙏

Follow Agalpur News for more news. ❤️ 🙏

#ବାଗଝୂଲା #ବିଦ୍ୟୁତ୍_ସମସ୍ୟା #ଲୋକଙ୍କ_ସ୍ୱର #ବିକାଶ_ନା_ବିଜ୍ଞାପନ #ଆଗଲପୁର

🚨🚨 ଭିନ୍ନକ୍ଷମ ମାନଙ୍କ ପାଇଁ ସୂଚନା।  ପୁରା ପଢ଼ନ୍ତୁ।  Folllw Agalpur News for more news।
03/09/2026

🚨🚨 ଭିନ୍ନକ୍ଷମ ମାନଙ୍କ ପାଇଁ ସୂଚନା। ପୁରା ପଢ଼ନ୍ତୁ।

Folllw Agalpur News for more news।

🚨Breaking!! ବହୁ ପ୍ରତୀକ୍ଷାର ଅନ୍ତ! 🎉🙏ଆଗଲପୁରରୁ ନଅଗାଁ (କ) ଭାୟା ଘୁଚେପାଲି–କଣ୍ଠିପାଲି ଛକ PWD ରାସ୍ତା ଅନୁମୋଦନ ଅଞ୍ଚଳବାସୀଙ୍କ ପାଇଁ ନେ...
02/09/2026

🚨Breaking!! ବହୁ ପ୍ରତୀକ୍ଷାର ଅନ୍ତ! 🎉🙏
ଆଗଲପୁରରୁ ନଅଗାଁ (କ) ଭାୟା ଘୁଚେପାଲି–କଣ୍ଠିପାଲି ଛକ PWD ରାସ୍ତା ଅନୁମୋଦନ ଅଞ୍ଚଳବାସୀଙ୍କ ପାଇଁ ନେଇଆସିଛି ଖୁସିର ଖବର। 🛣️✨

ଏହି ଉନ୍ନୟନମୂଳକ ପଦକ୍ଷେପ ପାଇଁ ପ୍ରଶାସନଙ୍କୁ ହୃଦୟରୁ ଧନ୍ୟବାଦ। 🙏🙏

ଆଗଲପୁର ଅଞ୍ଚଳର ଖବର ଓ ସମସ୍ତ ଅପଡେଟ୍ ପାଇଁ Agalpur News ପେଜ୍‌କୁ Follow କରନ୍ତୁ। 📲

#ଆଗଲପୁର #ଉନ୍ନୟନ #ଖୁସିରଖବର

ଆମର ଗାଆଁ ନ ଯାତ୍ରା ହେବା 😍 ଆସବ ସଭେ।  🙏❤️Follow Agalpur News for more updates.
01/09/2026

ଆମର ଗାଆଁ ନ ଯାତ୍ରା ହେବା 😍 ଆସବ ସଭେ। 🙏❤️

Follow Agalpur News for more updates.

31/08/2026

Aasun save aamar gaan 🥳 We are all excited for this celebration...😍 💃🕺 Jai Maa Samlei.. .

ଆମର ଗାଆଁ ନ ଗଙ୍ଗାଧର ଜୟନ୍ତୀ ପାଳିତ ହେଲା।  ବଡ ବଡ ପ୍ରତିଷ୍ଟିତ ଲୋକମାନେ ଆସିଲେ  ନିଜର ଜ୍ଞାନ ବିତରଣ କଲେ । ସାହିତ୍ୟ କେମିତି ସମାଜ କୁ ବଦଳ...
30/08/2026

ଆମର ଗାଆଁ ନ ଗଙ୍ଗାଧର ଜୟନ୍ତୀ ପାଳିତ ହେଲା। ବଡ ବଡ ପ୍ରତିଷ୍ଟିତ ଲୋକମାନେ ଆସିଲେ ନିଜର ଜ୍ଞାନ ବିତରଣ କଲେ । ସାହିତ୍ୟ କେମିତି ସମାଜ କୁ ବଦଳାଇ ପାରେ ତାହା ବଖାଣିଲେ। ନୃତ୍ୟଗୀତ ମଧ୍ୟ ହେଲା। ଆମେ ମାନେ ତାଳି ଦେଲୁ।👏👏 ହେଲେ ଆପଣ ମାନେ ଜାଣିଛ ଆଗଲପୁରରେ ଗୋଟେ ଗଙ୍ଗାଧର ମେହେର ପାଠାଗାର ଥିଲା? ଭଗବାନ ଙ୍କୁ ଜଣା କାନା ହେଲା ଯେ.. ବାକି ଆଞ୍ଚଳିକ ମେହେର ପରିବାର ସ୍କୁଲ୍ ରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କର ସାହିତ୍ୟ ପ୍ରତି ରୁଚି କୁ ଆଖି ଆଗରେ ରଖି ସାହିତ୍ୟ ଭିତ୍ତିକ ପ୍ରତିଯୋଗୀତା କରିବା କଥା ପଦ୍ୟ ରଚନା, କବିତା ରଚନା, ବକ୍ତୃତା.. ଇତ୍ଯାଦି ଇତ୍ଯାଦି.. ❤️🙏 କାରଣ ଆମ ଗାଁ ର ଶକ୍ତିଶାଳୀ ସାହିତ୍ୟ ସଂଘ ର କଥା ନ କହିବା ଭଲ... ସାହିତ୍ୟ ଛଡା ଦୁନିଆର ସବୁ କାର୍ଯ୍ୟକଳାପ ସେଠି ହୁଏ। ଆମେ କହିଦେଲେ.. ବାପରେ ବାପ... ଆମେ ଗାଆଁ ଦ୍ରୋହି... ବାକି କିଛି କଥା ନୁହଁ। ଆମ କାମ ଲୋକଙ୍କୁ ସଚେତନ କରିବା। ନିଜ ମତବ୍ୟକ୍ତ କରିବା। ଆମ ଆଶା ସବୁ ସଂଗଠନ ଆମ ପ୍ରଶ୍ନ କୁ Constructively ନେବ। ଆମେ କାହାର ବିରୁଦ୍ଧ ରେ ନୁହଁ। ❤️🙏

🙋‍♀️🙋‍♂️ ଦୀର୍ଘ ବର୍ଷ ହେଲା କହି ଆସୁଛୁ ଜ୍ଞାନ ଓ ଶିକ୍ଷା ର ବିକାଶ ବିନା ଆମ ଗାଆଁ ଆଗଲପୁର ର ଉନ୍ନତି ହେବ ନାହିଁ.. ଗାଆଁ ରେ ପାଠାଗାର ର (LIBRARY) ଆବଶ୍ୟକତା ଅତି ଜରୁରୀ। ଧନ୍ୟବାଦ୍ ସରକାର ଙ୍କ ନୂଆ ଯୋଜନା କୁ ଯାହା ଲାଗୁଛି ଡେରି ରେ ହଉ ପଛେ ଗାଆଁ ରେ ଗୋଟେ ପାଠାଗାର (Library) ହେବ। କେବେ ହେବ ତାହା ସମୟ କହିବ। ବୋଧହୁଏ ଠିକାଦାର ଆଉ ନେତାଙ୍କ ବୁଝାମଣା ହେଲେ ଶୀଘ୍ର ହେବ। 🙏❤️

- Agalpur News

Follow us for more stories.
#ଗଙ୍ଗାଧର

ଆସବ ଆଜି ସଭେ । ସାହିତ୍ୟ ଚର୍ଚ୍ଚାରେ।  ❤️🙏
29/08/2026

ଆସବ ଆଜି ସଭେ । ସାହିତ୍ୟ ଚର୍ଚ୍ଚାରେ। ❤️🙏

🙏 ଜଣେ ସଚେତନ ନାଗରିକଙ୍କର ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଏଭଳି ଆଲୋଚନା ଏବଂ ମତାମତକୁ ଆମେ ସ୍ୱାଗତ କରୁଛୁ। କାରଣ ଏହି ସମସ୍ୟାର ...
28/08/2026

🙏 ଜଣେ ସଚେତନ ନାଗରିକଙ୍କର ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଏଭଳି ଆଲୋଚନା ଏବଂ ମତାମତକୁ ଆମେ ସ୍ୱାଗତ କରୁଛୁ। କାରଣ ଏହି ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କ ମତ ଓ ସହଯୋଗ ଆବଶ୍ୟକ। ❤️🙏

ଏହି ପ୍ରସଙ୍ଗରେ ଆମର କିଛି ଚିନ୍ତାଧାରା: ଆଜ୍ଞା କହିଥିବା କଥାରେ କିଛି ସତ୍ୟ ନିଶ୍ଚୟ ଅଛି। ବାପା-ମାଆଙ୍କର ଦାୟିତ୍ୱ ଅଛି, ସମାଜର ଦାୟିତ୍ୱ ଅଛି ଏବଂ ଲୋକମାନେ ସଚେତନ ହେବା ମଧ୍ୟ ଦରକାର। ଆମେ ଏହା କେବେ ମଧ୍ୟ କହୁନାହୁଁ ଯେ ସବୁକିଛି କେବଳ ନେତା କିମ୍ବା ପ୍ରଶାସନ କରିବ।

କିନ୍ତୁ ଗୋଟିଏ ପ୍ରଶ୍ନ ଅଛି -

ସପ୍ତମ ଶ୍ରେଣୀର ଗୋଟିଏ ପିଲା ପାଖକୁ ଯଦି Corex ଭଳି ସିରପ୍ ସହଜରେ ପହଞ୍ଚିପାରୁଛି, ତେବେ ଏହା କେବଳ ବାପା-ମାଆଙ୍କର ଭୁଲ କି?

ମେଡିକାଲ୍ ଦୋକାନ କିଏ ଚଳାଉଛି? ଔଷଧ ବିକ୍ରିର ନିୟମ କିଏ ଦେଖିବ? ନାବାଳକଙ୍କ ପାଖକୁ ଏଭଳି ଔଷଧ କିପରି ପହଞ୍ଚୁଛି, ତାହା ଯାଞ୍ଚ କରିବା କାହାର ଦାୟିତ୍ୱ?

ଯଦି ଅଞ୍ଚଳର ସାଧାରଣ ଲୋକମାନେ ଜାଣନ୍ତି କେଉଁଠି ଏବଂ କିପରି ଏସବୁ ବିକ୍ରି ହେଉଛି, ତେବେ ପୋଲିସ ଏବଂ ପ୍ରଶାସନ କିଛି ଜାଣିପାରିବେ ନାହିଁ କି?

ପୋଲିସର କାମ କେବଳ କେହି ଅଭିଯୋଗ ନେଇ ଥାନାକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନେବା କି? ନା ଆଗରୁ ଅଞ୍ଚଳରେ କଣ ଚାଲିଛି ତାହା ଦେଖିବା, ତଦନ୍ତ କରିବା ଏବଂ ଅପରାଧ ରୋକିବା ମଧ୍ୟ ସେମାନଙ୍କର ଦାୟିତ୍ୱ?

ଆଉ “ଲୋକେ ଅଭିଯୋଗ କାହିଁକି କରୁନାହାନ୍ତି?” ବୋଲି କହିବା ପୂର୍ବରୁ ଗାଁର ସାଧାରଣ ଲୋକଙ୍କ ଜୀବନକୁ ମଧ୍ୟ ବୁଝିବା ଦରକାର।🙏

ସବୁ ଲୋକ ସମାନ ପରିସ୍ଥିତିରେ ନାହାନ୍ତି। କେହି ଦିନମଜୁରିଆ, ସକାଳୁ ବାହାରି ସନ୍ଧ୍ୟାରେ ରୋଜଗାର କଲେ ଘରେ ଚୁଲି ଜଳେ। ସେମାନଙ୍କ ପାଖରେ ସବୁବେଳେ ପିଲାମାନଙ୍କୁ ନଜର ରଖିବାର ସୁବିଧା ନଥାଇପାରେ। ଅନେକ ଲୋକ ପ୍ରଭାବଶାଳୀ ଲୋକ କିମ୍ବା ବେଆଇନ କାମ କରୁଥିବା ଲୋକଙ୍କ ବିରୋଧରେ ଖୋଲାଖୋଲି ଅଭିଯୋଗ କରିବାକୁ ଭୟ ମଧ୍ୟ କରନ୍ତି। (Hard truth)

ଏହାର ଅର୍ଥ ନୁହେଁ ଯେ ବାପା-ମାଆ ନିଜ ଦାୟିତ୍ୱରୁ ମୁକ୍ତ। ବରଂ ବାପା-ମାଆଙ୍କୁ ଅଧିକ ସଚେତନ ହେବାକୁ ପଡିବ, ପିଲାମାନଙ୍କ ସହ କଥା ହେବାକୁ ପଡିବ, ସ୍କୁଲ ଏବଂ ସମାଜକୁ ମଧ୍ୟ ସଚେତନତା ବଢ଼ାଇବାକୁ ପଡିବ।👍

କିନ୍ତୁ ଗୋଟିଏ ପକ୍ଷର ଦାୟିତ୍ୱ ଦେଖାଇ ଅନ୍ୟ ପକ୍ଷର ଦାୟିତ୍ୱକୁ ଏଡାଇ ଦିଆଯାଇପାରିବ ନାହିଁ।

ବାପା-ମାଆଙ୍କର ଦାୟିତ୍ୱ ଅଛି।
ସାଧାରଣ ଲୋକଙ୍କର ଦାୟିତ୍ୱ ଅଛି।
ସ୍କୁଲର ଦାୟିତ୍ୱ ଅଛି।
ମେଡିକାଲ୍ ଦୋକାନର ଦାୟିତ୍ୱ ଅଛି।
ପୋଲିସର ଦାୟିତ୍ୱ ଅଛି।
ପ୍ରଶାସନର ଦାୟିତ୍ୱ ଅଛି।
ଏବଂ ଜନପ୍ରତିନିଧି ଓ ସମାଜର ପ୍ରଭାବଶାଳୀ ଲୋକଙ୍କର ମଧ୍ୟ ଦାୟିତ୍ୱ ଅଛି।

ତେଣୁ ପ୍ରଶ୍ନ କେବଳ ଏତିକି ନୁହେଁ ଯେ -“ଲୋକେ ଅଭିଯୋଗ କାହିଁକି କରୁନାହାନ୍ତି?”

ପ୍ରଶ୍ନ ଏହା ମଧ୍ୟ -

“ଯଦି ସମସ୍ତେ ଜାଣନ୍ତି ଯେ ଏଭଳି କାମ ଅଞ୍ଚଳରେ ଚାଲିଛି, ତେବେ ଦାୟିତ୍ୱରେ ଥିବା ଲୋକମାନେ ଏତେଦିନ ଧରି କଣ କରୁଥିଲେ?”

କେହି ନେତାଙ୍କୁ ଆମ ପିଲାମାନଙ୍କୁ ଲାଳନପାଳନ କରିବାକୁ କହୁନାହିଁ।👍 କିନ୍ତୁ ଲୋକଙ୍କ ଭୋଟରେ ଦାୟିତ୍ୱ ପାଇଥିବା ଲୋକମାନେ ନିଜ ଅଞ୍ଚଳର ଏଭଳି ଗୁରୁତର ସମସ୍ୟା ଉପରେ କଥା କହିବେ ଏବଂ ପ୍ରଶାସନକୁ ସଚେତନ କରିବେ—ଏତିକି ଆଶା କରିବା ଭୁଲ ନୁହେଁ।

କଥାଟା କାହାକୁ ଦୋଷ ଦେବାର ନୁହେଁ। କଥାଟା ହେଉଛି—ଆଉ ଗୋଟିଏ ପିଲାର ଜୀବନ ନଷ୍ଟ ହେବା ପୂର୍ବରୁ ସମସ୍ତେ ନିଜ ନିଜ ଦାୟିତ୍ୱ ନିଅନ୍ତୁ।❤️🙏

କାରଣ ଯେତେବେଳେ ଗୋଟିଏ ଛୋଟ ପିଲା ଏବଂ ଗୋଟିଏ ତା ପାଖାପାଖି ବର୍ଷର ପିଲାକୁ ନେଇ ଏତେ ଦୁଃଖଦ ଘଟଣା ଘଟୁଛି, ସେତେବେଳେ “କାହାର ଦାୟିତ୍ୱ?” ବୋଲି ତର୍କ କରିବାଠାରୁ “ଆଉ ଏଭଳି ଘଟଣା କିପରି ରୋକାଯିବ?” ସେଥିପାଇଁ ସମସ୍ତେ ଏକାଠି କାମ କରିବା ଅଧିକ ଜରୁରୀ।

- Agalpur News

Dr. Mukesh Mahaling Debaki Sahu Sangeeta Kumari Singh Deo CMO Odisha

27/08/2026

ପୁଲିସ ଆଉ ପ୍ରଶାସନ କେଭେ ଚେତବା? Corex ମଦ ଆଉ ନିଶା କେଭେ ବନ୍ଦ ହେବା? କମେଣ୍ଟ କର। 🙏😞

Follow Agalpur News for more stories.

Address

Agalpur (Raj)
Bolangir
767022

Website

Alerts

Be the first to know and let us send you an email when Agalpur News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share