16/07/2025
17/07/2025
ନ୍ୟାୟ ପାଇଁ ବାଲେଶ୍ବର ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଅସହାୟ ଛାତ୍ରୀ ଜଣକ ଆତ୍ମାହୁତି ଉଦ୍ୟମ କରିଥିଲେ । ଦୁଇଦିନ କାଳ ଭୁବନେଶ୍ଵର ଏମ୍ସ ରେ ମୃତ୍ୟୁସହ ସଂଗ୍ରାମ କରି ଶେଷରେ ସେ ଆଖି ବୁଝିଛନ୍ତି । ତାଙ୍କ ମୃତ୍ୟୁ ସହ ରାଜ୍ୟରେ ମାନବିକତାର ମଧ୍ୟ ଦୁଃଖଦ ଅନ୍ତ ଘଟିଛି। ଜଣେ ଜହ୍ଲାଦ ଅଧ୍ୟାପକଙ୍କ ଯୌନ ଆବେଦନ ଓ ନିର୍ଯାତନା ବିରୋଧରେ ଛାତ୍ରୀ ଜଣକ ୬ ମାସ କାଳ, ବିଭିନ୍ନ ସମୟରେ କଲେଜ କର୍ତ୍ତୃପକ୍ଷ, ଜିଲ୍ଲା ଓ ପୋଲିସ ପ୍ରଶାସନ, ବିଧାୟକ, ସାଂସଦ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ, ଜାତୀୟ ମହିଳା ଆୟୋଗ ପ୍ରମୁଖଙ୍କୁ ନ୍ୟାୟ ପାଇଁ କାକୁତି ମିନତି ହେବା ସତ୍ତ୍ୱେ କେହି ହେଲେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ । ତେଣୁ ଏହା ଆତ୍ମାହୁତି ନୁହେଁ, ବରଂ ଉପରୋକ୍ତ ସମସ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଦ୍ଵାରା ଏକ ମିଳିତ ବର୍ବରୋଚିତ ହତ୍ୟାକାଣ୍ଡ। ଯେଉଁ ବିଜେପି ନିଜ ଛାମୁଆ ସଂଗଠନ ଏବିଭିପିର ଜଣେ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ସୁରକ୍ଷା ଦେଇପାରୁ ନାହିଁ, ସେହି ଦଳର ସରକାର ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଥିବା ପ୍ରମାଣିତ ହୋଇଛି।
ସ୍ଵର୍ଗତା ସୌମ୍ୟାଶ୍ରୀଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ବିରୋଧରେ ଓ ସର୍ବୋପରି ରାଜ୍ୟରେ କ୍ରମବଦ୍ଧିଷ୍ଣୁ ନାରୀ ନିର୍ଯାତନା ବିରୋଧରେ କଂଗ୍ରେସ ଓ ବାମପନ୍ଥୀ ଦଳ ସମେତ ସମସ୍ତ ସମଭାବାପନ୍ନ ଧର୍ମ ନିରପେକ୍ଷ ଦଳଗୁଡ଼ିକ ଦ୍ବାରା ମିଳିତ ଭାବେ ଆସନ୍ତା ୧୭ ଜୁଲାଇ ଗୁରୁବାର ସାରା ରାଜ୍ୟରେ ଅହିଂସାମୁକ ଭାବେ ବନ୍ଦ ପାଳନ କରାଯିବ ।ଏଣୁ ବଡବିଲ ନଗର କଂଗ୍ରେସ ତରଫରୁ ସେଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବଡବିଲ ନଗରର ସମସ୍ତ ସ୍କୁଲ, କଲେଜ ଓ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ କରାଯିବା ସହ ବାଇକ ରେ ବଡବିଲ ସହର ଭ୍ରମଣ କରାଯିବ। ଏହି ଅବସରରେ ସ୍ବର୍ଗତା ଛାତ୍ରୀଙ୍କ ଆତ୍ମାର ସଦଗତି କାମନା କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଭବିଷ୍ୟତରେ ଯେପରି କେହି ମହିଳାଙ୍କ ପ୍ରତି ଏପରି ଅମାନୁଷିକ କାଣ୍ଡ କରି ନ ପାରନ୍ତି, ଦୃଢ଼ ସଂକଳ୍ପ ନିଆଯିବ। ଏଥିସହ, ଦାଳି ମୁତାବକ ଘଟଣାର ନ୍ୟାୟିକ ତଦନ୍ତ ନ ହେବା ଯାଏ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖୁବାକୁ ଶପଥ ନିଆଯିବ।
ଏଣୁ ଆପଣଙ୍କୁ ଅନୁରୋଧ କରୁଅଛୁ ଯେ ଆଗାମୀ ୧୭ ଜୁଲାଇ ବନ୍ଦ କୁ ଶାନ୍ତି ଶୃଙ୍ଖଳା ଭାବରେ ସଫଳ କରାନ୍ତୁ 🙏
ଧନ୍ୟବାଦ ସହ
ବଡବିଲ ନଗରକଂଗ୍ରେସ ସଭାପତି
ଅମିତ କୁମାର ମହାନ୍ତ