District Administration, Ganjam

District Administration, Ganjam Official Page of District Administration, Ganjam, Odisha.

ଗଞ୍ଜାମର କଳା ଓ ସଂସ୍କୃତି ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ।ଗଞ୍ଜାମର ୫ଟି ପ୍ରମୁଖ ସାଂସ୍କୃତିକ ଦଳର ୯୧ ଜଣ ଲୋକକଳାକାର ନୂଆଦିଲ୍ଲୀସ୍ଥିତ ରାଷ...
01/09/2026

ଗଞ୍ଜାମର କଳା ଓ ସଂସ୍କୃତି ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ।

ଗଞ୍ଜାମର ୫ଟି ପ୍ରମୁଖ ସାଂସ୍କୃତିକ ଦଳର ୯୧ ଜଣ ଲୋକକଳାକାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ସୌରା, ସୋଦ୍ରା ଓ ଆଦିବାସୀ ମହିଳା ସଂକୀର୍ତ୍ତନ ମଣ୍ଡଳୀ ସମେତ ବିଭିନ୍ନ ଲୋକକଳା ଦଳର କଳାକାରମାନେ ଏହି ସାକ୍ଷାତକାରରେ ଅଂଶଗ୍ରହଣ କରିଥିଲେ। ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ପ୍ରଶଂସା କରି ମାନ୍ୟବର ରାଷ୍ଟ୍ରପତି କଳାକାରମାନଙ୍କୁ ନିଜ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ ପାଇଁ ପ୍ରେରଣା ଦେଇଥିଲେ।

ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲା ଭୋଟର ତାଲିକା ପର୍ଯ୍ୟବେକ୍ଷକ ଶ୍ରୀ ଡି. ପ୍ରଶାନ୍ତ କୁମାର ରେଡ୍ଡି, IAS ଙ୍କ ଅଧ୍ୟକ୍ଷତାରେ ଏସ୍‌...
31/08/2026

ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲା ଭୋଟର ତାଲିକା ପର୍ଯ୍ୟବେକ୍ଷକ ଶ୍ରୀ ଡି. ପ୍ରଶାନ୍ତ କୁମାର ରେଡ୍ଡି, IAS ଙ୍କ ଅଧ୍ୟକ୍ଷତାରେ ଏସ୍‌ଆଇଆର୍‌-୨୦୨୬ର ଅଗ୍ରଗତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଭୋଟର ତାଲିକାର ଶୁଦ୍ଧତା, ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ସାମିଲ କରିବା ଏବଂ ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ନିର୍ଭୁଲ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସମ୍ପାଦନ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ‘ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର’ ଅନୁଷ୍ଠିତ ହୋଇଥିଲା। ଏହି ଶିବିରର...
31/08/2026

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ‘ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର’ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାର ଶୁଣାଣି କରିବା ସହ ଆବଶ୍ୟକ ପଦକ୍ଷେପ ପାଇଁ ଆଲୋଚନା କରିଥିଲେ।

ଆସନ୍ତା ୩୧ ଅଗଷ୍ଟ ୨୦୨୬ରେ ଦିଗପହଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାପାଳ, ଆ...
29/08/2026

ଆସନ୍ତା ୩୧ ଅଗଷ୍ଟ ୨୦୨୬ରେ ଦିଗପହଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିବେ।

ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ପିଏମ୍ ଶ୍ରୀ ବିଦ୍ୟାଳୟ ଓ କୁଲାଡ଼ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉପଜିଲ୍ଲାପାଳ ଉମାଶଙ୍କର ବେହ...
29/08/2026

ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ପିଏମ୍ ଶ୍ରୀ ବିଦ୍ୟାଳୟ ଓ କୁଲାଡ଼ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ସାକ୍ଷରତା କ୍ଲବ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଭୋଟର ପଞ୍ଜୀକରଣ, ନୈତିକ ଓ ନିରପେକ୍ଷ ମତଦାନ ଏବଂ ଗଣତନ୍ତ୍ରରେ ଯୁବପିଢ଼ିଙ୍କ ଦାୟିତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା। ଶେଷରେ ସମସ୍ତ ବିଦ୍ୟାର୍ଥୀ ସଚେତନ ନାଗରିକ ଭାବେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ମତଦାତା ସଚେତନତା ଶପଥ ଗ୍ରହଣ କରିଥିଲେ।

28/08/2026

ଗଞ୍ଜାମ ଜିଲ୍ଲା ଗୋଳାବନ୍ଧର ବିସ୍ଥାପିତ ପରିବାରଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍‌ର ଶୁଭାରମ୍ଭ। ସ୍ଥାୟୀ ଅଧିକାର, ଉନ୍ନତ ଭିତ୍ତିଭୂମି ଓ ଜୀବିକା ସୁଯୋଗ ସହ ବିକାଶର ନୂଆ ଅଧ୍ୟାୟ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସୁଭଦ୍ରା ଯୋଜନାର ୫ମ କିସ୍ତି ବଣ୍ଟନର ଶୁଭାରମ୍ଭ ଅବସରରେ ଗଞ୍ଜାମ ଜିଲ୍ଲାର ୯ ଲକ୍ଷର...
28/08/2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସୁଭଦ୍ରା ଯୋଜନାର ୫ମ କିସ୍ତି ବଣ୍ଟନର ଶୁଭାରମ୍ଭ ଅବସରରେ ଗଞ୍ଜାମ ଜିଲ୍ଲାର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କୁ ₹୪୬୩.୩୨ କୋଟିର ସହାୟତା ପ୍ରଦାନ। ଏହି ଅବସରରେ ଛତ୍ରପୁରସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ଛତ୍ରପୁର ବିଧାୟକ, ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ଓ ହିତାଧିକାରୀମାନେ ଉପସ୍ଥିତ ଥିଲେ।

ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧର ବିସ୍ଥାପିତ...
27/08/2026

ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧର ବିସ୍ଥାପିତ ପରିବାରଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ (R&R) ପ୍ୟାକେଜ୍‌ର ଶୁଭାରମ୍ଭ କରିଥିଲେ। ଏଥିସହ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ପରିବାରଙ୍କୁ ଘରବାରି ଓ ଚାଷଜମି ପଟ୍ଟା ପ୍ରଦାନ କରାଯାଇଥିଲା। ଗୋଳାବନ୍ଧ ପୁନର୍ବାସ କଲୋନୀର ଭିତ୍ତିଭୂମି ବିକାଶ, ମତ୍ସ୍ୟଜୀବୀଙ୍କ ଜୀବନଜୀବିକା, ସାମୁଦ୍ରିକ ଅର୍ଥନୀତି ଓ ଗଞ୍ଜାମର ଶିଳ୍ପ ବିକାଶ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ, ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।

ପବିତ୍ର ଗହ୍ମାପର୍ବ ତଥା ରାକ୍ଷୀ ପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ...
27/08/2026

ପବିତ୍ର ଗହ୍ମାପର୍ବ ତଥା ରାକ୍ଷୀ ପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କ ଆହୁରି ନିବିଡ଼ ହେଉ ଏବଂ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ।

25/08/2026

ଅଭିଯୋଗ ଶୁଣାଣି ସହ ତ୍ୱରିତ ସମାଧାନ ଓ ଆବଶ୍ୟକ ସହାୟତା ପ୍ରଦାନ। ଜନସାଧାରଣଙ୍କ ସମସ୍ୟାର ସମାଧାନ, ସରକାରୀ ସୁବିଧା ଓ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଜନକଲ୍ୟାଣ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିରନ୍ତର ପ୍ରୟାସ।

Address

Office Of The Collector And District Magistrate, Ganjam
Chatrapur
761020

Alerts

Be the first to know and let us send you an email when District Administration, Ganjam posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to District Administration, Ganjam:

Shortcuts

Share