All Odisha Netaji Subhash 125th Jayanti Committee - Cuttack District

  • Home
  • India
  • Cuttack
  • All Odisha Netaji Subhash 125th Jayanti Committee - Cuttack District

All Odisha Netaji Subhash 125th Jayanti Committee - Cuttack District All are cordially welcome to join in this public committee.

In order to inculcate the teachings of Netaji Subhash's life and struggle, we are commemorating his 125th birth anniversary for two-years [23 January 2021 - 23 January 2023] long programme . ଜାନୁଆରୀ ୨୩ ତାରିଖ ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ବଳିଷ୍ଠତମ ପ୍ରତିନିଧି ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମଦିନ । ଦିନେ ତାଙ୍କ ଆହ୍ୱାନରେ ଲକ୍ଷ ଲକ୍ଷ ଛାତ୍ର ଯୁବକ ଓ ସାଧାରଣ ମଣିଷ ବ୍ରିଟିଶ୍‍ ବିରୋଧି ସ୍ୱାଧୀନତା ଆନ୍ଦୋ

ଳନରେ ଝାସ ଦେଇଥିଲେ । ବିଶ୍ୱବିଦ୍ୟାଳୟର ଡିଗ୍ରୀ, ପଦପଦବୀ, ନାମ, ଯଶ, ନିଶ୍ଚିତ ଆରାମଦାୟକ ଜୀବନର ଆକର୍ଷଣକୁ ପାଦରେ ଦଳିଦେଇ, ବ୍ରିଟିଶ ସରକାରର ଅତ୍ୟାଚାରକୁ ଭୃକ୍ଷେପ ନକରି ଦେଶର ସ୍ୱାଧୀନତାର ଯଜ୍ଞବେଦୀରେ ହସହସ ମୁହଁରେ ଆତ୍ମାହୂତି ଦେଇଥିଲେ । ନେତାଜୀଙ୍କର ବିପ୍ଳବୀ ତେଜ, ସାଲିସହୀନ ଆଭିମୁଖ୍ୟ, ସ୍ୱାଧୀନତା ଅର୍ଜନ ପାଇଁ ମରଣପଣ ଲଢେଇ ଆଜି ମଧ୍ୟ ଦେଶର ସାଧାରଣ ଲୋକଙ୍କ ହୃଦୟରେ ଗଭୀର ଆଲୋଡନ ସୃଷ୍ଟିକରେ । ମାତ୍ର ସ୍ୱାଧୀନତାକାମୀ ଅସଂଖ୍ୟ ଲୋକଙ୍କର ଆତ୍ମତ୍ୟାଗ, ଖୁଦିରାମ, ବିନୟ-ବାଦଲ-ଦିନେଶ, ମାଷ୍ଟରଦା ସୂର୍ଯ୍ୟସେନ, ପ୍ରୀତିଲତା, ରାମପ୍ରସାଦ ବିସ୍‌ମିଲ୍‌, ଆସଫାକ୍‍ଉଲ୍ଲା, ଚନ୍ଦ୍ରଶେଖର ଆଜାଦ୍‍, ଭଗତ ସିଂ, ବାଜି ରାଉତ, ରଘୁ-ଦିବାକର, ଲକ୍ଷ୍ମଣ ନାୟକଙ୍କ ସମେତ ଆଜାଦ୍‍ ହିନ୍ଦ୍‍ ବାହିନୀର ଅଗଣିତ ଶହୀଦମାନଙ୍କର ଆତ୍ମବଳିଦାନ ଫଳରେ ଅର୍ଜିତ ସ୍ୱାଧୀନତାର ଆଜି କି କରୁଣ ପରିଣତି!
ସ୍ୱାଧୀନତାର ୭୪ ବର୍ଷ ପରେ ବି ଦେଶର ସାଧାରଣ ମଣିଷର ଦୁଃଖ ମୋଚନ ହୋଇନାହିଁ । ଦେଶର ସିଂହଭାଗ ଜନସାଧାରଣ ଆଜି ବି ଜୀବନଧାରଣର ସର୍ବନିମ୍ନ ସୁଯୋଗରୁ ବଞ୍ôଚତ । ଗୋଟିଏ ଦିଗରେ ପ୍ରାଚୁର୍ଯ୍ୟର ପାହାଡ ଆଉ ଅନ୍ୟଦିଗରେ ହାହାକାର । ନୀତି, ନୈତିକତା ଓ ସାମାଜିକ ମୂଲ୍ୟବୋଧର ସଙ୍କଟ ଆଜି ଛାତ୍ର, ଯୁବ ସମାଜକୁ ବିଭ୍ରାନ୍ତ ଓ ପଥଭ୍ରଷ୍ଟ କରୁଛି । ଜାତି, ଧର୍ମ, ସଂପ୍ରଦାୟ ଓ ଅଞ୍ଚଳକୁ କେନ୍ଦ୍ରକରି ଚାଲିଥିବା ସଂକୀର୍ଣ୍ଣ ରାଜନୀତି ଦେଶର ସାଧାରଣ ଲୋକଙ୍କର ଐକ୍ୟ ଓ ଭାତୃଭାବକୁ ଧ୍ୱଂସ କରିଚାଲିଛି । ଏହି ପରିସ୍ଥିତିରେ ଦେଶର ମୁକ୍ତିକାମୀ ସାଧାରଣ ମଣିଷ ନବଜାଗରଣ ଆନ୍ଦୋଳନର ମହାନ ପଥିକୃତ ରାଜା ରାମମୋହନ ରାୟ, ବିଦ୍ୟାସାଗର, ଜ୍ୟୋତିରାଓ ଫୁଲେଙ୍କ ଭଳି ମନୀଷୀମାନଙ୍କ ସମେତ ନେତାଜୀଙ୍କର ସ୍ୱପ୍ନର ସ୍ୱାଧୀନ ଭାରତ କଥା ସ୍ମରଣ କରି ଦୀର୍ଘଶ୍ୱାସ ପକାଉଛନ୍ତି ।
ଏଠାରେ ସ୍ମରଣ କରାଇ ଦେବାକୁ ଚାହୁଁ ଯେ, ହରିପୁରା କଂଗ୍ରେସର ସଭାପତି ଅଭିଭାଷଣରେ ନେତାଜୀ ହିଁ ସର୍ବ ପ୍ରଥମେ ଘୋଷଣା କରିଥିଲେ ଯେ, କଂଗ୍ରେସର ଆଶୁ ଲକ୍ଷ୍ୟ ହେଉଛି ପୂର୍ଣ୍ଣ ସ୍ୱାଧୀନତା ଏବଂ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ସମାଜବାଦ ପ୍ରତିଷ୍ଠା । ମାତ୍ର ନେତାଜୀଙ୍କର ସେହି ସ୍ୱପ୍ନ ସାକାର ହୋଇ ନାହିଁ । ସେଦିନ ଦକ୍ଷିଣପନ୍ଥୀମାନେ ନେତାଜୀଙ୍କୁ କୋଣଠେସା କରି କଂଗ୍ରେସରୁ ବହିଷ୍କାର କରିଥିଲେ । ବେଦନାଦାୟକ ହେଲେ ମଧ୍ୟ ଏହା ସତ୍ୟ ଯେ, ତତ୍‌କାଳୀନ କମ୍ୟୁନିଷ୍ଟମାନେ ଯଦି ନେତାଜୀଙ୍କର ବିପ୍ଳବୀ ନେତୃତ୍ୱର ସଠିକ୍‍ ମୂଲ୍ୟାୟନ କରି ତାଙ୍କ ବାମ ସଂହତିର ଆହ୍ୱାନକୁ ସ୍ୱୀକାର କରିଥାନ୍ତେ, ତା’ହେଲେ ଦେଶର ସ୍ୱାଧୀନତା ଆନ୍ଦୋଳନ ଭିନ୍ନ ଧାରାରେ ପ୍ରବାହିତ ହୋଇଥା’ନ୍ତା । ଆଜି ହୁଏତ ଦେଶର ଚିତ୍ର ଭିନ୍ନ ଧରଣର ହୋଇଥାନ୍ତା । ଆଜି ଦେଶରେ ସାଂପ୍ରଦାୟିକ ବିଦ୍ୱେଶ ଓ ଜାତି, ଧର୍ମ, ବର୍ଣ୍ଣ, ଅଂଚଳକୁ କେନ୍ଦ୍ରକରି ଭାତୃଘାତୀ ସଂଘର୍ଷ ଚରମସୀମାରେ ପହଞ୍ôଚଥିବାବେଳେ ସାଂପ୍ରଦାୟିକତା ବିରୋଧି ଧର୍ମନିରପେକ୍ଷ ରାଜନୀତି ପ୍ରତିଷ୍ଠା ପାଇଁ ନେତାଜୀଙ୍କର ଏକନିଷ୍ଠ ଉଦ୍ୟମକୁ ସ୍ମରଣ କରିବାକୁ ହେବ । ଉଭୟ ହିନ୍ଦୁ ମହାସଭା ଓ ମୁସ୍‌ଲିମ୍ ଲିଗ୍‌ର ସାଂପ୍ରଦାୟିକ ରାଜନୀତି ବିରୁଦ୍ଧରେ ସେ ଜୀବନବ୍ୟାପୀ ଲଢେଇ କରିଯାଇଛନ୍ତି ।
ଆଜି ଆମେ ଦେଶର ଏକ ବିସ୍ମୟକର ଚିତ୍ର ଦେଖିବାକୁ ପାଉଛୁ । ଯେଉଁମାନେ ଷଡଯନ୍ତ୍ରକରି ନେତାଜୀଙ୍କୁ କଂଗ୍ରେସରୁ ବହିଷ୍କାର କରିଥିଲେ, ଯେଉଁମାନେ ନେତାଜୀଙ୍କୁ ଫାସିଷ୍ଟ ଓ ଦଲାଲ ଆଖ୍ୟା ଦେଇଥିଲେ ଏବଂ ଦେଶକୁ ମୁକ୍ତ କରିବା ପାଇଁ ନେତାଜୀଙ୍କ ନେତୃତ୍ୱରେ ଆଜାଦ୍ ହିନ୍ଦ୍ ବାହିନୀ ଅଭିଯାନ ଚାଲିଥିବାବେଳେ ଯେଉଁମାନେ ଆଜାଦ୍ ହିନ୍ଦ୍ ବାହିନୀକୁ ପରାସ୍ତ କରିବା ପାଇଁ ଇଂରେଜମାନଙ୍କୁ ସୈନ୍ୟ ଯୋଗାଇ ଦେଉଥିଲେ ସେମାନେ ସମସ୍ତେ ଆଜି ନେତାଜୀପ୍ରେମୀ । ଦେଶର ଜନସାଧାରଣଙ୍କ ମଧ୍ୟରେ ନେତାଜୀଙ୍କ ପ୍ରତି ଆଜି ମଧ୍ୟ ଅତୁଟ ରହିଥିବା ଗଭୀର ହୃଦାୟବେଗକୁ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥରେ ବ୍ୟବହାର କରି ଦେଶର ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାପାଇଁ ଏମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ନେତାଜୀଙ୍କର ତୀବ୍ର ଆଦର୍ଶଗତ ଓ ରାଜନୈତିକ ବିରୋଧି ସାଂପ୍ରଦାୟିକ ସଂଗଠନମାନେ ତଥା କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରମାନେ ମଧ୍ୟ ଏହି ଉଦ୍ଦେଶ୍ୟରେ ହିଁ ନେତାଜୀଙ୍କର ୧୨୫ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସକ୍ରିୟ ହୋଇ ପଡିଛନ୍ତି ।
ଆମେ ଦୃଢ ଭାବେ ମନେକରୁ ଯେ, ଏହିଭଳି ଭାବରେ ନେତାଜୀଙ୍କ ଭଳି ମହାନ୍‍ ବିପ୍ଳବୀ ଯୋଦ୍ଧାଙ୍କୁ ପ୍ରକୃତ ଶ୍ରଦ୍ଧାଜ୍ଞାପନ ସମ୍ଭବ ନୁହେଁ । ସାଧାରଣ ମଣିଷ ପାଇଁ ତାଙ୍କ ହୃଦୟର ବ୍ୟଥାକୁ ନିଜ ହୃଦୟରେ ବହନ କରି ଏବଂ ତାଙ୍କର ଐତିହାସିକ ଭୂମିକାର ବସ୍ତୁନିଷ୍ଠ ମୁଲ୍ୟାୟନ ଭିତ୍ତିରେ ତାଙ୍କର ଅପୂରିତ ସ୍ୱପ୍ନକୁ ସାକାର କରିବା ପାଇଁ ସଚେତନ ଉଦ୍ୟମ ଦ୍ୱାରା ହିଁ ନେତାଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଜ୍ଞାପନ କରିବା ସମ୍ଭବ । ବ୍ୟାପକ ସଂଖ୍ୟାରେ ଛାତ୍ର, ଯୁବକ, ମହିଳା ଓ ସାଧାରଣ ଲୋକଙ୍କୁ ସକ୍ରିୟ ଭାବରେ ଜଡିତ କରି ଦେଶର ସ୍ୱାଧୀନତା ଆନ୍ଦୋଳନର ଏହି ମହାନ ଯୋଦ୍ଧାଙ୍କର ଜୀବନ ସଂଗ୍ରାମ ଉପରେ ବ୍ୟାପକ ଚର୍ଚ୍ଚା ଆଲୋଚନା ଜରିଆରେ ନେତାଜୀ ଓ ତାଙ୍କର ମହାନ ଆପୋଷହୀନ ଲଢେଇକୁ ଦେଶର ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ଆଜି ଅତ୍ୟନ୍ତ ଜରୁରୀ ।
ଏହି ଉଦ୍ଦେଶ୍ୟରେ ସମାଜର ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସଂଶ୍ଳିଷ୍ଟ କରି “ସାରା ଓଡ଼ିଶା ନେତାଜୀ ସୁଭାଷ ୧୨୫ତମ ଜୟନ୍ତୀ କମିଟି” ଗଠନ କରାଯାଇଛି । ଜଷ୍ଟିସ୍ ରଘୁବୀର ଦାଶ, ପ୍ରଫେସର ବୈଷ୍ଣବ ଚରଣ ତ୍ରିପାଠୀ, ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ପ୍ରଫେସର ବିରେନ୍ଦ୍ର ନାୟକ, ବରିଷ୍ଠ ଆଡ୍‌ଭୋକେଟ୍ ଗୌତମ ମୁଖାର୍ଜୀ, ପ୍ରଫେସର ଆସୁତୋଷ ମିତ୍ର, ପ୍ରଫେସର ଖାରବେଳ ମହାନ୍ତି, ପ୍ରଫେସର ସେଖ୍ ଇକ୍‌ବାଲ୍ ହୋସେନ୍‌, ପ୍ରଫେସର ସୌମେନ୍ଦ୍ର ଘୋଷ, ପ୍ରଫେସର ଜୟଦେବ ପତି, ଡକ୍ଟର ସତ୍ୟ ରାୟ, ଡକ୍ଟର ବିଶ୍ୱଜିତ୍ ଘୋଷ ପ୍ରମୁଖ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
ଏହି ମହାନ କାର୍ଯ୍ୟକୁ କଟକ ଜିଲ୍ଲାରେ ତ୍ୱରାନି୍ୱତ କରିବା ପାଇଁ ମଧ୍ୟ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଛି । ଏଣୁ ଏହି କାର୍ଯ୍ୟରେ ଆପଣଙ୍କର ସକ୍ରିୟ ଯୋଗଦାନ ପାଇଁ ବିନୀତ ଅନୁରୋଧ ।

   All Odisha Netaji Subhash 125th Jayanti Committee NetajiSubhash125bacc
06/04/2026




All Odisha Netaji Subhash 125th Jayanti Committee NetajiSubhash125bacc

  All Odisha Netaji Subhash 125th Jayanti Committee NetajiSubhash125bacc
05/04/2026



All Odisha Netaji Subhash 125th Jayanti Committee
NetajiSubhash125bacc

   1. Students from Class VIII to all UG Courses(BA, BSc, BCom., B.Ed, B.Tech, LLB, MBBS,BDS, BSc Nursing. etc.) can par...
01/04/2026



1. Students from Class VIII to all UG Courses(BA, BSc, BCom., B.Ed, B.Tech, LLB, MBBS,
BDS, BSc Nursing. etc.) can participate in the workshop.
2. All the participants will bring their student identity cards or studentship certificate from the
head of their institutions.
3. Drawing Sheets will be provided by us. But the participants will come with other essentials
of their own.
4. Now the Registration is going on. For registration, please send your Name, Class, Institution’s
Name, Phone & WhatsApp Number etc to the WhatsApp number- 87632 13501.
5.On first come, first served basis 50 students will be allowed to participate in the
workshop.
6. Along with registration through WhatsApp, one will have to reach at the said venue
by 9AM for the final registration.
7. Participant Certificates will be given to all the participants.

     All Odisha Netaji Subhash 125th Jayanti Committee NetajiSubhash125bacc
12/02/2026






All Odisha Netaji Subhash 125th Jayanti Committee NetajiSubhash125bacc

     All Odisha Netaji Subhash 125th Jayanti Committee NetajiSubhash125bacc
11/02/2026






All Odisha Netaji Subhash 125th Jayanti Committee
NetajiSubhash125bacc

    All Odisha Netaji Subhash 125th Jayanti Committee NetajiSubhash125bacc
09/02/2026





All Odisha Netaji Subhash 125th Jayanti Committee NetajiSubhash125bacc

    All Odisha Netaji Subhash 125th Jayanti Committee NetajiSubhash125bacc
03/02/2026





All Odisha Netaji Subhash 125th Jayanti Committee
NetajiSubhash125bacc

     All Odisha Netaji Subhash 125th Jayanti Committee NetajiSubhash125bacc
01/02/2026







All Odisha Netaji Subhash 125th Jayanti Committee NetajiSubhash125bacc

 All Odisha Netaji Subhash 125th Jayanti Committee NetajiSubhash125bacc
11/01/2026



All Odisha Netaji Subhash 125th Jayanti Committee
NetajiSubhash125bacc

Address

101, Narayan Palace, Jobra Road, College Square
Cuttack

Telephone

+917077430320

Website

Alerts

Be the first to know and let us send you an email when All Odisha Netaji Subhash 125th Jayanti Committee - Cuttack District posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to All Odisha Netaji Subhash 125th Jayanti Committee - Cuttack District:

Share

Category