Dhenkanal District Administration

Dhenkanal District Administration This is the Official Page of the District Administration, Dhenkanal. Posts are directly from the Office of the Collector and District Magistrate, Dhenkanal

ନୂଆଖାଇ ପୂର୍ବରୁ ତଥା ପବିତ୍ର ଜନ୍ମାଷ୍ଟମୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସିଏମ୍‌-କିଷାନ ଯୋଜନାର ପଞ୍ଚମ କିସ୍ତି...
04/09/2026

ନୂଆଖାଇ ପୂର୍ବରୁ ତଥା ପବିତ୍ର ଜନ୍ମାଷ୍ଟମୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସିଏମ୍‌-କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରିଛନ୍ତି। ଏଥିରେ ଜିଲ୍ଲାର ୧,୩୨,୩୮୮ ଜଣ ଚାଷୀ ଏହି ପଞ୍ଚମ କିସ୍ତିରୁ ଉପକୃତ ହେବେ। ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ମାନ୍ୟବର ବିଧାୟକ ପରଜଙ୍ଗ, ଜିଲ୍ଲାପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ।
CMO Odisha
Department of Agriculture & Farmers' Empowerment
Information & Public Relations Department, Government of Odisha

ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ତଥା ଜନସାଧାରଣଙ୍କୁ ସୁସ୍ଥ ଓ ନିରାପଦ ଖାଦ୍ୟ ଯୋଗାଣ ଉଦ୍ଦେଶ୍ୟରେ ଆଜି ଢେଙ୍କାନାଳ ସହରର ବିଭି...
01/09/2026

ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ତଥା ଜନସାଧାରଣଙ୍କୁ ସୁସ୍ଥ ଓ ନିରାପଦ ଖାଦ୍ୟ ଯୋଗାଣ ଉଦ୍ଦେଶ୍ୟରେ ଆଜି ଢେଙ୍କାନାଳ ସହରର ବିଭିନ୍ନ ଅଞ୍ଚଳରେ ହୋଟେଲ, ରେଷ୍ଟୁରାଣ୍ଟ ଓ ମିଠା ଦୋକାନଗୁଡ଼ିକରେ ମିଳିତ ଭାବେ ଖାଦ୍ୟ ସୁରକ୍ଷା ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ନିୟମ ଉଲ୍ଲଂଘନ ଯୋଗୁଁ ୨ ଗୋଟି ହୋଟେଲକୁ ସିଲ କରାଯାଇଥିଲା ଏବଂ ବାସି ଖାଦ୍ୟ ଏବଂ କୃତ୍ରିମ ରଙ୍ଗ ବ୍ୟବହୃତ ଖାଦ୍ୟ ନଷ୍ଟ କରାଯିବା ସହ ଜରିମାନା ଆଦାୟ କରି ନୋଟିସ୍ ଜାରି କରାଯାଇଛି । ଏହି ଯାଞ୍ଚ ରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ୨୭ଟି ସନ୍ଦିଗ୍ଧ ନମୁନା ସଂଗ୍ରହ କରାଯାଇ ଲାବୋରେଟୋରୀ ପରୀକ୍ଷା ପାଇଁ ପଠାଯାଇଛି।
CMO Odisha
Health & Family Welfare Department, Government of Odisha
Information & Public Relations Department, Government of Odisha

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲାର 89 ଜଣ ବରିଷ୍ଠ ତୀର୍ଥଯାତ୍ରୀ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ବାର...
01/09/2026

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲାର 89 ଜଣ ବରିଷ୍ଠ ତୀର୍ଥଯାତ୍ରୀ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ବାରଣାସୀ- ଅଯୋଧ୍ୟା ଅଭିମୁଖେ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତିl ଏହି ଯାତ୍ରାକୁ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତିl
CMO Odisha
Department of Tourism, Odisha
Odisha Tourism
Information & Public Relations Department, Government of Odisha

ଆଜି ଢେଙ୍କାନାଳ ସଦର ଉପ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା...
31/08/2026

ଆଜି ଢେଙ୍କାନାଳ ସଦର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଜନ ଶୁଣାଣୀ ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ I
CMO Odisha
Information & Public Relations Department, Government of Odisha

ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ନିଜସ୍ୱ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇ ହିନ୍ଦୋଳ ବିଜ୍ଞାପିତ...
31/08/2026

ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ନିଜସ୍ୱ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ସମ୍ମାନିତ ହୋଇଛି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ହିନ୍ଦୋଳ NACର ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଏଥିସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ NACକୁ ୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ମିଳିଛି।
CMO Odisha
Housing & Urban Development Department, Govt. of Odisha
Information & Public Relations Department, Government of Odisha

ଖାଦ୍ୟଶସ୍ୟ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ, ଦ୍ରୁତ ଓ ସୁବିଧାଜନକ କରିବା ଦିଗରେ ଏକ ନୂଆ ପଦକ୍ଷେପ ସ୍ୱରୂପ ଢେଙ୍କାନାଳରେ ଆଜି ‘ଅନ୍ନପୂ...
31/08/2026

ଖାଦ୍ୟଶସ୍ୟ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ, ଦ୍ରୁତ ଓ ସୁବିଧାଜନକ କରିବା ଦିଗରେ ଏକ ନୂଆ ପଦକ୍ଷେପ ସ୍ୱରୂପ ଢେଙ୍କାନାଳରେ ଆଜି ‘ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍’ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଉଦ୍‌ଘାଟନ କରିଥିଲେ । ଓଡ଼ିଶା ସରକାର ଏବଂ ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ (WFP)ର ମିଳିତ ପଦକ୍ଷେପରେ ଏହି ପ୍ରଯୁକ୍ତିଭିତ୍ତିକ ଖାଦ୍ୟଶସ୍ୟ ବଣ୍ଟନ ବ୍ୟବସ୍ଥା ଆରମ୍ଭ କରାଯାଇଛି।
CMO Odisha
Food Supplies & Consumer Welfare Department, Government of Odisha
Information & Public Relations Department, Government of Odisha

ଆଜି ରକ୍ଷାବନ୍ଧନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ  ଶ୍ରୀ ମୋହନ ଚରଣ ମାଝୀ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିଛ...
28/08/2026

ଆଜି ରକ୍ଷାବନ୍ଧନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ଜିଲ୍ଲା ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଯୋଗଦେଇଥିଲେ।
CMO Odisha
Women & Child Development, Government of Odisha
Information & Public Relations Department, Government of Odisha

ଆଜି ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଅଧୀନରେ ଢେଙ୍କାନାଳ ଜିଲ୍ଲାପାଳ ଭୁବନ ବ୍ଲକର ନୀଳକଣ୍ଠପୁର ଗ୍ରାମ ଗସ୍ତ କରିଥିଲେ। ଗସ୍ତ ସମୟରେ ଯୋଜନା ଅ...
25/08/2026

ଆଜି ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଅଧୀନରେ ଢେଙ୍କାନାଳ ଜିଲ୍ଲାପାଳ ଭୁବନ ବ୍ଲକର ନୀଳକଣ୍ଠପୁର ଗ୍ରାମ ଗସ୍ତ କରିଥିଲେ। ଗସ୍ତ ସମୟରେ ଯୋଜନା ଅଧୀନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର DPR, ସାଇଟ୍ ପ୍ଲାନ୍ ଓ ଆବଶ୍ୟକ ଯୋଜନା ପ୍ରସ୍ତୁତି ସମ୍ପର୍କରେ ସ୍ଥଳ ପରିଦର୍ଶନ କରି ଆଲୋଚନା କରାଯାଇଥିଲା। ଏଥିସହ ଗ୍ରାମର ଐତିହ୍ୟ, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ସହିତ ଅଞ୍ଚଳର ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
CMO Odisha
Odia Language Literature & Culture Department, Government of Odisha
Information & Public Relations Department, Government of Odisha

ଆଜି ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଜନ ଶୁଣାଣୀ ଶିବ...
24/08/2026

ଆଜି ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଜନ ଶୁଣାଣୀ ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ I ଏହାସହ CMRF ଓ ରେଡକ୍ରସ ପାଣ୍ଠିରୁ ଆର୍ଥିକ ଦୃଷ୍ଟିରୁ ଅସହାୟ ବ୍ୟକ୍ତିଙ୍କୁ ମୋଟ ୭୦,୦୦୦ ଟଙ୍କା ସହାୟତା ମଞ୍ଜୁର କରାଯାଇଥିଲା।
CMO Odisha
Information & Public Relations Department, Government of Odisha

ଜିଲ୍ଲା ରାଜସ୍ୱ ସମନ୍ୱୟ ବୈଠକ ଆଜି ଜିଲ୍ଲାପାଳ, ଢେଙ୍କାନାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପ...
21/08/2026

ଜିଲ୍ଲା ରାଜସ୍ୱ ସମନ୍ୱୟ ବୈଠକ ଆଜି ଜିଲ୍ଲାପାଳ, ଢେଙ୍କାନାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାରମାନେ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଜିଲ୍ଲାର ରାଜସ୍ୱ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଶେଷକରି ସ୍କୁଲ ପଟ୍ଟା, FRA ପଟ୍ଟା, କୃଷକ ପଞ୍ଜୀକରଣ, ଘରବାଡ଼ି ଲିଜ୍ ପଟ୍ଟା ପ୍ରଦାନ ସମ୍ବନ୍ଧୀୟ ବିଷୟ ସହିତ ଶିଳ୍ପ ପ୍ରତିଷ୍ଠାନମାନଙ୍କ ବିଭିନ୍ନ ସମସ୍ୟା, ଜମି ସମ୍ବନ୍ଧୀୟ ମାମଲା ଓ ଅନ୍ୟାନ୍ୟ ରାଜସ୍ୱ ପ୍ରସଙ୍ଗର ସମୀକ୍ଷା କରାଯାଇଥିଲା।
CMO Odisha
Revenue & Disaster Management Department, Government of Odisha
Information & Public Relations Department, Government of Odisha

Address

Main Road
Dhenkanal
759001

Alerts

Be the first to know and let us send you an email when Dhenkanal District Administration posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Dhenkanal District Administration:

Shortcuts

Share