19/08/2026
ଏ ମାଟି ଆମର, ଏ ଖଣି ସମ୍ପଦ ମଧ୍ୟ ଆମର। ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ଚାଲିଥିବା ଭୟଙ୍କର ଷଡ଼ଯନ୍ତ୍ରକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ।
୨୦୦୦ ମସିହାରେ ଯେତେବେଳେ ଆମେ ଓଡ଼ିଶା ଶାସନର ଦାୟିତ୍ୱ ନେଲୁ, ସେତେବେଳେ ଓଡ଼ିଶାର ଅର୍ଥନୀତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିଲା। ଆମକୁ ଓଭରଡ୍ରାଫ୍ଟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ୨୦୨୪ରେ ଯେତେବେଳେ ସରକାର ପରିବର୍ତ୍ତନ ହେଲା, ସେତେବେଳେ ଆମେ ୫୦ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡ଼ି ଯାଇଥିଲୁ। ଆମର ଦୃଢ଼ ଆର୍ଥିକ ପରିଚାଳନା ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଥିଲା। ରାଜ୍ୟକୁ ରାଜସ୍ୱ ବଳକା କରିବା ସହିତ ଆମେ ଦ୍ରୁତ ପ୍ରଗତି ଆଣିପାରିଥିଲୁ। ଦାରିଦ୍ର୍ୟ ହ୍ରାସ ପାଇଥିଲା, ଭିତ୍ତିଭୂମିର ଉନ୍ନତି ହୋଇଥିଲା ଏବଂ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏହି ଦ୍ରୁତ ବିକାଶରେ ଖଣି ଟିକସ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।
କିନ୍ତୁ ଆଜି ଓଡ଼ିଶାର ଅର୍ଥନୀତି ପୁଣି ବିପଦରେ।
ଆପଣମାନେ ଜାଣନ୍ତି, ନିକଟରେ ସଂସଦରେ 'ଖଣି ଏବଂ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍' (MMDR Amendment Bill) ପାସ୍ ହୋଇଛି। ଏହା ଓଡ଼ିଶା ତଥା ଓଡ଼ିଶାବା�