Motivation Bari

Motivation Bari motivation

"Dear Priyabrata, on your special day, we pray to Lord Jagannath for your good health, happiness, and success. May He bl...
04/12/2024

"Dear Priyabrata, on your special day, we pray to Lord Jagannath for your good health, happiness, and success. May He bless you with all the joy and strength you deserve. Happy Birthday!"

Priyabrata Jena

29/05/2022
24/05/2022
ବିଫଳତା ଶିକ୍ଷା ଦିଏ ଆଗକୁ ବଢିବା ପାଇଁ । ବଡ ନିଷ୍ପତ୍ତି ଅଭିଜ୍ଞତା ରୁ ଆସିଥାଏ ପରନ୍ତୁ ଅଭିଜ୍ଞତା କିଛି ଭୁଲ ନିଷ୍ପତ୍ତି ରୁ ମିଳିଥାଏ । ବ୍ଯତ...
09/04/2022

ବିଫଳତା ଶିକ୍ଷା ଦିଏ ଆଗକୁ ବଢିବା ପାଇଁ । ବଡ ନିଷ୍ପତ୍ତି ଅଭିଜ୍ଞତା ରୁ ଆସିଥାଏ ପରନ୍ତୁ ଅଭିଜ୍ଞତା କିଛି ଭୁଲ ନିଷ୍ପତ୍ତି ରୁ ମିଳିଥାଏ । ବ୍ଯତିବ୍ଯସ୍ତ ନହୋଇ ଆଗକୁ ବଢନ୍ତୁ ।

ସାଧନ ଉପଯୋଗିତା ନଜାଣିଲା ବାଲା ପାଖରେ ଯେତେ ସାଧନ ଥାଉ ତାହା ମୂଲ୍ଯହୀନ।
08/04/2022

ସାଧନ ଉପଯୋଗିତା ନଜାଣିଲା ବାଲା ପାଖରେ ଯେତେ ସାଧନ ଥାଉ ତାହା ମୂଲ୍ଯହୀନ।

25/03/2022

Copy from public page .....
*କିଏ ସେହି ବେଇମାନ ?*
୧-ରାଜନୀତି ରେ ନେତା ମାନେ ନିଜ ଦଳ କୁ *ମା* ବୋଲି ସମ୍ବୋଧନ କରନ୍ତି ତୁମେ ମଧ୍ଯ ଆରମ୍ଭ ରୁ କହୁଥିଲ । ଯେଉଁ *ମା* ତୁମକୁ ପରିଚୟ ଦେଲା,ତୁମ ଭିତରେ ବିଶ୍ବାସ ଜନ୍ମଦେଲା । ସାଧାରଣ ଟିକେଟ ପାଇଁ ତୁମେ ସେ ମା କୁ ଗୋଇଠା ମାରି ନିଜ ସ୍ବାର୍ଥ ସାଧନ କଥା ଭାବି ସ୍ବାଧୀନ ପାର୍ଥୀ ହେଲ ! କୁମ୍ଭୀର କାନ୍ଦଣା କାନ୍ଦି ଜନତାଙ୍କୁ ଭକୁଆ କରିବାକୁ ଚେଷ୍ଟାକଲ !

2- ତୁମ ଅପାରଗ ପଣ ପାଇଁ ୨୦୧୪ ରେ ତୁମେ ହାରିଲ ହେଲେ ତୁମେ ପୁଣି ଲୋକମାନଙ୍କୁ ଚିହ୍ନ ପାଇଁ ଏମିତି ଅସୁବିଧା ହେବା କଥା କହି ଭକୁଆ କରିବାକୁ ଚେଷ୍ଟା କଲ !
3- ୨୦୧୭ ରେ ଦେବୁଲି ଦାସ,ସୁବୋଧ ଜେନା,ଆରିଆ ସାମଲ,ଦିଲିପ୍ ମହାନ୍ତି, ଏମିତି ଅନେକ ବରିଷ୍ଠ ଗୁରୁଜନ ଙ୍କର ଦିନରାତି ଅକ୍ଳାନ୍ତ ପରିଶ୍ରମ ଫଳ ରେ ପଞ୍ଚାୟତ ସମିତି ଦଖଲ ହେଲା । ଲମ୍ବା ଗାଡିରେ ବସି ବୁଲିବା ଛଡା ତୁମେ କିଛି କରିନଥିଲ ହେଲେ ଶ୍ରେୟ ନେବା ଆଳରେ ବାରମ୍ବାର ତୁମେ ଗୁରୁଜନ ମାନଙ୍କୁ ଖରାପ ବେବହାର କଲ ! ଯେଉଁମାନଙ୍କ ପରିଶ୍ରମ ତୁମକୁ ବରୀ ର ଘରେ ଘରେ ପହଞ୍ଚାଇଲା ସେମାନଙ୍କୁ ବାରମ୍ବାର ନିଚା ଦେଖେଇ ଚାଲିଲ ! ଅଣନିଶ୍ବାସ ହୋଇ ମଧ୍ଯ ସବୁ ତୁମ ସହଥିଲେ !

4- ପଇସା ଏବଂ ଶତା ର ଲୋଭ ରେ ତୁମେ ବିଜେପି ମୁହାଁ ହେଲ । ଦଳ ବି ତୁମକୁ କୋଳେଇ ନେବାକୁ ଆଗେଇ ଆସିଲା ହେଲେ ମଣିଷ ପ୍ରକୃତି ମଲାପରେ ଯାଏ ମିଶ୍ରଣ ପୂର୍ବ ରୁ ଜିଲ୍ଲା ସଭାପତିଙ୍କ ଫଟୋ ନରିଖିବା , ବରୀ ମାଉଣ୍ଟ ରେ ବିଜେପି କର୍ମୀଙ୍କୁ ମାରିବା ଭଳି କାମ କରି ଚାଲିଲ । ଧର୍ମେନ୍ଦ୍ର ପ୍ରଧାନ ତୁମର ମିଶ୍ରଣ ପାଇଁ ଧାଇଁ ଆସିଲେ । ତୁମେ କହି ବୁଲିଲ ସବୁ କ୍ଷମତା ମୋତେ ମିଳିଛି ,ଯାହା ହବ ମୁଁ କରିବି ତୁମ ଉଆସ ରେ ଆସର ଜମିଲା ହେଲେ ଯେଉଁ ମାନେ ଏତେ ଦିନ ପରିଶ୍ରମ କରି ଦଳ କୁ ଜୀବିତ ରଖିଥିଲେ ସେମାନଙ୍କୁ ମାରପିଟ କଲ କହିଲ *ସେମାନଙ୍କ ଅଖା ଗଉଣି ନାହଁ* । ଭୁବନେଶ୍ବର ଦିଲ୍ଲୀ ଯାଇ ବେପାର ବଣିଜ ବଢେଇ ଚାଲିଲ । ଧର୍ମେନ୍ଦ୍ର ବାବୁ ତୁମ ଉପରେ ଅର୍ଥ ର ବର୍ଷା କରି ଚାଲିଲେ (iocl,NHI,Sail)ମାଧ୍ୟମ ରେ ଦଳକୁ ସୃଦୁଢ କରିବା ପାଇଁ ହେଲେ ତୁମେ ତୁମ ପାଣ୍ଠି କୁ ସୃଦୁଢ କଲ । ଦଳ ର କୌଣସି କାମ କଲ ନାହିଁ ଖାଲି ଆତ୍ମ ପ୍ରଚାର ଚାଲିଲା ।
5- ତୁମ ବେବହାର ରେ ଅତିଷ୍ଠ ହୋଇ ଶେଷରେ ଦେବୁଲି ଦାସ ଦଳ ଛାଡି ବିଜେଡି ରେ ମିଶି ଟିକେଟ ଆଣି ଲଢିଲେ । ସେ ତୁମର ଅପାରଗ ପଣିଆ ଠିକ୍ ଜାଣିଥିଲେ । ତୁମେ ପୁଣି ତୁମର ଅପାରଗତା କୁ ଲୁଚେଇବାକୁ ଚେଷ୍ଟା କଲ ଲୋକଙ୍କୁ କହିବୁଲିଲ ଆମେ ୨୦ ହଜାର ରେ ଜିତିବୁ । ବିଜେପି ମଧ୍ଯ ତୁମକୁ କୋଟି କୋଟି ଟଙ୍କା ଅଜାଡି ଦେଲା ବିଜୟ ପାଇଁ ହେଲେ ତୁମ ଗର୍ବ ପୁଣି ଭାଙ୍ଗିଲା ତୁମେ ହାରିଲ । ତୁମେ ପୁଣି ଲୋକଙ୍କୁ ଭକୁଆ କରିବା ପାଇଁ କହିବୁଲିଲ ଯେ ବବି ଦାସ ଭୁଲ ଗଣତି କରି ହରେଇ ଦେଲା ନହେଲେ ଆମେ ଜିତିଥାନ୍ତୁ । ଗୋଟିଏ ପ୍ରଶ୍ନ ଯଦି ତୁମେ ୨୦ ହଜାର ଭୋଟ ରେ ଜିତିଥାନ୍ତ ତେବେ ରାମଚନ୍ଦ୍ରପୁର, ଭଅଁରା, ଉଦୟନାଥପୁର, ବାଲିବିଲି ରେ ଭୋଟ ବାଡେଇବା କାମ କରି ଲୋକ ଲଜ୍ଜିତ ହେଲ କଣ ପାଇଁ ।
6- ନିର୍ବାଚନ ସରିବା ପରେ ତୁମ ସହ ଥିବା ଅନେକ ଗୁରୁଜନ ଯୁବ ଚେହେରା ଅଣନିଶ୍ବାସ ହୋଇ ନରହି ତୁମ ହାତ ଛାଡିଲେ । ହେଲେ ସବୁ ପରେ ବି ସମିତି ତୁମ ହାତରେ ଥିଲା ହେଲେ ତୁମେ ଗୋଟିଏ ଲୋକର ବି କାମ କରି ପାରିଲ ନାହଁ , ରାସନ କାଡ୍ , ଆବାସ, କିଛି ମିଳିଲା ନାହଁ। ତୁମ ଉପରେ ବିଶ୍ୱାସ କରି ଥିବା ଲୋକ ବାଲିଆ ରେ ମାଡ ଖାଇଲେ ହେଲେ ତୁମେ ଚୁପ୍ ରିହିଲ ।
7- ଶିଲନ ଯିଏ ସବୁ ବେଳେ ତୁମ ଆଗ ପଛ ହୋଇ ତୁମକୁ ଗୁରୁ ମାନି କାମ କରୁଥିଲା ତାର ହତ୍ଯା ହେଲା ହେଲେ ତୁମେ କଣ କଲ ଆଜି ସେ ସ୍ବର୍ଗ ପୁରେରେ ଭାବାବୁଥିବ ତୁମ ଅପାରଗତା କଥା ।

8- ଅପାରଗ ପଣ ଲୁଚେଇବା ପାଇଁ ତୁମେ ଗୋଟେ କେଶ୍ କଲ କୋଟ ରେ ଆଉ ତାରିଖ ପରେ ତାରିଖ ଗଣେଇ ପୁଣି ଲୋକମାନଙ୍କୁ ଭକୁଆ ବନେଇଲ ।
9- ତୁମ ଅପାରଗ ନେତୃତ୍ବ ବରୀ ବାସୀ କୋରୋନା ସମୟରେ ଜାଣିପାରିଲେ । ଯେତେ ବେଳେ ସାରା ଦୁନିଆ ଅସୁବିଧାରେ ଥିଲା । ଅନେକ ଲୋକ ଆଗେଇ ଆସିଲେ ଜନତାଙ୍କ ଦୁଃଖ ରେ ସାମିଲ ହୋଇ ଖରାପ ସମୟ କୁ ଦୂର କରିବା ପାଇଁ ହେଲେ ତୁମେ କାହା ଫୋନ ଉଠେଇଲ ନାହିଁ । କେନ୍ଦ୍ରସରକାରଙ୍କ ଅନେକ ସହଯୋଗ ଆସିଲା ତୁମେ ତାକୁ ହଡପ କଲ । ଏହା ସହ ଆସିଲା ମହାପ୍ରଳୟଙ୍କରୀ ବନ୍ଯା ହେଲେ ତୁମର ଲୁଚିରହିଲ ଭୁବନେଶ୍ବର ରେ । ଝଗଡା ଝାଟି କରିବା , ଗୁରୁଜନ ଅସମ୍ମାନ କରିବା ଗୁଣ୍ଡାଗରଦି କରିବା ଛଡା କିଛି କଲନି । ସେଦିନ ରାମଚନ୍ଦ୍ରପୁର ବ୍ରିଜ ଉପରେ ଗାଡି ଭାଙ୍ଗିବା ଦେଖି ବରୀ ବିସ୍ମିତ ହୋଇଗଲା ।
ଲୋକ ତୁମ ବେବହାର ରେ ଅତିଷ୍ଠ ହୋଇ ଦଳ ଛାଡିଲେ । ତୁମ କଥା କଥିତ ସିଂହାସନ ହଲିଲା ତେଣୁ ତୁମେ ବାଧ୍ଯ ହେଲ ପକେଇଥିବା ଛେପକୁ ଢୋକିବା ପାଇଁ । କହିବୁଲିଲ ଯେ ନବିନ ପଟ୍ଟନାୟକ ନିଜେ ଆସିବେ ତୁମକୁ ପାଶୋରି ନେବାପାଇଁ , ପଡିଆ ଖୋଜି ବୁଲିଲ, ଶେଷରେ ବିଜେଡିରେ ଯୋଗଦାନ କଲ ଭୁବନେଶ୍ବର ରେ ଯାଇ ବବି ବାବୁ ଙ୍କ ନେତୃତ୍ବ ରେ ବିଧାୟକାଙ୍କ ଉପସ୍ଥିତିରେ । ତୁମ ନିଜ ଲୋକ ତୁମ ଉପରେ ଖପା ହେଲେ । ହେଲେ ଏହା ବିଜେପି ନୁହେଁ । ଶୃଙ୍ଖଳିତ ଦଳ ବିଜେଡି ଏବଂ ଏହାର ନେତୃତ୍ବ ନବୀନ ବାବୁ ନେଉଛନ୍ତି ଦଳର ଶୃଙ୍ଖଳିତ ଆଚରଣ ଏବଂ ସ୍ବଛ ଶାସନ ସହ ଦଳକୁ ଦୀର୍ଘ ଦିନ ଧରି ଜନସାଧାରଣ ଙ୍କ ସେବା କରିବା ସୁଯୋଗ ଦେଇଛି । ଆଜି ଦଳର ପ୍ରତିଷ୍ଠା କୁ ଆହୁରି ସୃଦୁଢ କରିବା ପାଇଁ ଯାଜପୁର ବିଧାୟକ ବବି ଭାଇ *ଭୁବନେଶ୍ବର ରୁ ବରଗଡ* *ମୟୁରଭଞ୍ଜ ରୁ ମାଲକାନଗିରି* ଅନବରତ କାର୍ଯ୍ଯରତ । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭାବମୁର୍ତ୍ତି ବିଜୁ ବାବୁଙ୍କ ଆଦର୍ଶ ଅନ୍ୟ ଦଳର ତୁଙ୍ଗ ନେତାଙ୍କୁ ଅନୁପ୍ରାଣିତ କରୁ ବିଜେଡି ପ୍ରତି । ତୁମଭଳି ଅନେକ ନେତା ଦଳର ନିତି ଆଦର୍ଶ କୁ ନେଇ କାମ କରିଛନ୍ତି ଆଗକୁ ମଧ୍ଯ କରିବେ । ତୁମେ ଦଳକୁ ଆସିଛ ଦଳର ବ୍ୟବସ୍ଥା କୁ ଜାଣ ଆଉ ଦଳର ନିତି ନିୟମ ମାନି ଚାଲ ନଚେତ ବିଗତ ଦିନରେ ଓଡିଶା ରାଜନିତୀ ଅନେକ ଚାଣକ୍ୟ ବିଜୟ ମହାପାତ୍ର, ଦାମୋଦର ରାଉତ, ଦିଲ୍ଲୀପ ରାୟ ,ପ୍ରଫୁଲ୍ଲ ଘଡେଇ , ପ୍ୟାରିମୋହନ ମହାପାତ୍ର ଯେଉଁମାନଙ୍କ ନିର୍ଦେଶ ରେ ଦିନେ ଓଡିଶାର ଶାସନ ବ୍ୟବସ୍ଥା ଚାଲୁଥିଲା ସେମାନେ ଆଜି ଅଲୋଡା ।
10- ତୁମ ପାରିବା ପଣିଆ ଜଣା ପଡିଲା vice chairman ନିର୍ବାଚନ ଦିନ । ମିଛ କହିବା ପାଇଁ ଜଦି ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ତିଆରି ହୁଏ ତୁମେ ତାହାର ଶିକ୍ଷାମନ୍ତ୍ରୀ ହବ । ଗୋଟିଏ ଦିନ ଆଗରୁ ତୁମେ ଭିଡିଓ ଜାରିକରି କହିଲ କଣ ନା ଶୀର୍ଷ ନେତା ମନାକଲେ । ଲାଜ ସରମ ଅଭାବ ଆଉ ତୁମକୁ ବିଶ୍ବାସ କରୁଥିବା ଲୋକ ବି ଭକୁଆ ।

ଇତି
ବରୀ ର ଜଣେ ସାଧାରଣ ନାଗରିକ

04/02/2022

"ଉଠରେ ଉଠରେ ଉତ୍କଳ ସନ୍ତାନ,ଉଠିବୁ ଆଉ ତୁ କେତେ ଦିନେ,ପୂରୁବ ଗୌରବ ପୂରୁବ ମହିମା,ପଡୁ ନାହିଁ କିରେ ତୋର ମନେ?"

ଓଡିଶା ସସ୍ୱାଧୀନତା ସଂଗ୍ରାମୀ,ଓଡ଼ିଆ ଭାଷା ଆନ୍ଦୋଳନ ର ମୁଖ୍ୟ ପୁରୋଧା,ଓଡ଼ିଶାର ପ୍ରଥମ ବାରିଷ୍ଟର,ପ୍ରଥମ ଓଡ଼ିଆ ଗ୍ରାଜୁଏଟ ,ପ୍ରଥମ ଓଡ଼ିଆ ଏମ. ଏ, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ,ଓଡ଼ିଶାର ପ୍ରଥମ ଏଲ.ଏଲ. ବି ,ପ୍ରଥମ ବିହାର-ଓଡ଼ିଶା ବିଧାନସଭା ସଦସ୍ୟ,ପ୍ରଥମ ମନ୍ତ୍ରୀ ,ଯାହାଙ୍କ ପ୍ରଚେଷ୍ଠା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖ ରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡିଶାର ପ୍ରତିଷ୍ଠା ହୋଇଥିଲା।

ସେହି ଉତ୍କଳ ବରପୁତ୍ର , ଓଡ଼ିଆ ଜାତିର ସ୍ୱାଭିମାନ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୮୮ ତମ ପୁଣ୍ୟତିଥି ଅବସରରେ ଭକ୍ତିପୁତ ଶ୍ରଦ୍ଧାଞ୍ଜନଳି । 💐🙏

29/10/2021

ବବି ବାବୁ କହୁଛନ୍ତି ବିଧାୟକାଙ୍କ ନେତୃତ୍ବ କୁ ମାନି ଦଳରେ ମିଶିଲେ ମଲ୍ଲିକ ବାବୁ ! ତା ମାନେ ଆଗ ଭଳି ମନମୁଖୀ କାମ କରିପାରିବେ ନାହିଁ ଆଉ ଆଗ ଭଳି ଦଳ ର ସଭାପତି ଫଟୋ କାଟିଲା କାଟିଲା ଭଳି କାମ କରିପାରିବେ ନାହିଁ। ବିଧାୟକା ଫଟୋ ମାରିବେ , ଫୁଲ ହାର ବିଧାୟକା ଙ୍କ ବେକରେ ଆଉ ସଂଯୋଜକ ବେକରେ ପକେଇବେ । କିଛି ଭକୁଆ କହୁଛନ୍ତି ଆମେ ବେଇମାନିର ଜବାବ ନବୁ । ଧନାନନ୍ଦ ଯେବେ ପତନ ଅଭିମୁଖେ ଗତି କଲା ତାକୁ ତାର ଉନ୍ନତି ଘଟୁଥିବାର ଲାଗୁଥିଲା ।

04/11/2018

Have a sparkling Diwali

Bari block Dharapur ra Mahila  kna road accident re Mrutu..
28/11/2016

Bari block Dharapur ra Mahila kna road accident re Mrutu..

Address

At/Arual , Bari
Jajpur

Website

Alerts

Be the first to know and let us send you an email when Motivation Bari posts news and promotions. Your email address will not be used for any other purpose, and you can unsubscribe at any time.

Share

Category