District Administration, Jajpur

District Administration, Jajpur Official Page of the Collector & DM, Jajpur

ଆଜି ଯାଜପୁରରେ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ "ଯୁଗ୍ମ ଅଭିଯୋଗ ଶୁଣାଣି" ଶିବିର ଅନୁଷ୍ଠିତ ହୋଇଥିଲା। ଜ...
07/09/2026

ଆଜି ଯାଜପୁରରେ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ "ଯୁଗ୍ମ ଅଭିଯୋଗ ଶୁଣାଣି" ଶିବିର ଅନୁଷ୍ଠିତ ହୋଇଥିଲା।

ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
CMO Odisha Information & Public Relations Department, Government of Odisha

ଶିକ୍ଷକ - କେବଳ ଏକ ଶବ୍ଦ ନୁହେଁ, ଭବିଷ୍ୟତର ଆଲୋକବର୍ତ୍ତିକା ଗଢ଼ିବାରେ ନିରନ୍ତର ପ୍ରୟାସରତ ଜଣେ ମଣିଷ। ବୁଥ୍ ସ୍ତରୀୟ ଅଧିକାରୀ ଭାବେ ସେହି ଶି...
05/09/2026

ଶିକ୍ଷକ - କେବଳ ଏକ ଶବ୍ଦ ନୁହେଁ, ଭବିଷ୍ୟତର ଆଲୋକବର୍ତ୍ତିକା ଗଢ଼ିବାରେ ନିରନ୍ତର ପ୍ରୟାସରତ ଜଣେ ମଣିଷ।

ବୁଥ୍ ସ୍ତରୀୟ ଅଧିକାରୀ ଭାବେ ସେହି ଶିକ୍ଷକ ଓ ଅଙ୍ଗନୱାଡ଼ି କର୍ମୀମାନେ ତୃଣମୂଳ ସ୍ତରରେ ମତଦାତାଙ୍କୁ ସଚେତନ କରିବା ସହ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ ପାଇଁ ପ୍ରେରିତ କରୁଛନ୍ତି। ନିର୍ବାଚନ ବ୍ୟବସ୍ଥାର ନିୟମକୁ ଭୂମିସ୍ତରରେ କାର୍ଯ୍ୟକାରୀ କରିବାରେ ସେମାନଙ୍କର ଭୂମିକା ଅତୁଳନୀୟ।

ଶିକ୍ଷା ଓ ନିର୍ବାଚନ - ଏକ ସୁଦୃଢ଼ ଗଣତନ୍ତ୍ରର ଦୁଇ ମହତ୍ତ୍ୱପୂର୍ଣ୍ଣ ସ୍ତମ୍ଭ। ଶ୍ରେଣୀଗୃହରେ ଯେଉଁମାନେ ଭବିଷ୍ୟତର ନାଗରିକ ଗଢ଼ନ୍ତି, ସେହିମାନେ ନିର୍ବାଚନୀ ଦାୟିତ୍ୱ ମାଧ୍ୟମରେ ସଚେତନ ଓ ଦାୟିତ୍ୱବାନ ନାଗରିକତାର ପଥ ମଧ୍ୟ ଦେଖାନ୍ତି।

ଆଜି ପବିତ୍ର ଗୁରୁ ଦିବସ ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ, ଯାଜପୁରଙ୍କ ପକ୍ଷରୁ ସମସ୍ତ ଶିକ୍ଷକ ତଥା ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 🙏


CMO Odisha Ceoodisha Information & Public Relations Department, Government of Odisha

ପବିତ୍ର ଗୁରୁ ଦିବସ ଅବସରରେ ଜ୍ଞାନ, ଶିକ୍ଷା ଓ ସଂସ୍କାରର ଆଲୋକରେ ଆମ ଜୀବନକୁ ଆଲୋକିତ କରୁଥିବା ସମସ୍ତ ଗୁରୁଜନଙ୍କୁ ଶତ ଶତ ପ୍ରଣାମ। 🙏ଗୁରୁ ଦି...
05/09/2026

ପବିତ୍ର ଗୁରୁ ଦିବସ ଅବସରରେ ଜ୍ଞାନ, ଶିକ୍ଷା ଓ ସଂସ୍କାରର ଆଲୋକରେ ଆମ ଜୀବନକୁ ଆଲୋକିତ କରୁଥିବା ସମସ୍ତ ଗୁରୁଜନଙ୍କୁ ଶତ ଶତ ପ୍ରଣାମ। 🙏
ଗୁରୁ ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

04/09/2026
ଆଜି ଜିଲ୍ଲାପାଳଙ୍କ ଉପସ୍ଥିତିରେ ମାନ୍ୟବର କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ Akash Dasnayak ଙ୍କ ଅଧ୍ୟକ୍ଷତାରେ ଜିଲ...
02/09/2026

ଆଜି ଜିଲ୍ଲାପାଳଙ୍କ ଉପସ୍ଥିତିରେ ମାନ୍ୟବର କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ Akash Dasnayak ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବନ୍ୟା ପରିସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ରିଲିଫ୍ ବଣ୍ଟନ, ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ରିଲିଫ୍ ସାମଗ୍ରୀ ଓ ଗୋଖାଦ୍ୟ ବଣ୍ଟନ, ପାନୀୟ ଜଳ ଉତ୍ସର ବିଶୋଧନ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ ସେବାର ପୁନଃସ୍ଥାପନ, କ୍ଷତିଗ୍ରସ୍ତ ରାସ୍ତା ଓ ନଦୀବନ୍ଧର ମରାମତି ତଥା କ୍ଷୟକ୍ଷତି ଆକଳନର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।

ଏହି ଅବସରରେ ମାନ୍ୟବର ବିଧାୟକ ଶୀଘ୍ର କ୍ଷୟକ୍ଷତି ଆକଳନ ସମ୍ପୂର୍ଣ୍ଣ କରିବା, ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବନ୍ୟା ପରବର୍ତ୍ତୀ ସମୟରେ ଜଳବାହିତ ରୋଗର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଓ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

CMO Odisha Revenue & Disaster Management Department, Government of Odisha Special Relief Commissioner, Odisha Information & Public Relations Department, Government of Odisha

02/09/2026

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଝଲସିବ ଓଡ଼ିଶାର ବୌଦ୍ଧ ଐତିହ୍ୟ । ଯାଜପୁର ଜିଲ୍ଲା ସ୍ଥିତ ଉଦୟଗିରିରେ ସ୍ଥାପନ ହେବାକୁ ଯାଉଛି 'ଦ୍ୱିତୀୟ ବୁଦ୍ଧ' ଗୁରୁ ପଦ୍ମସମ୍ଭବଙ୍କ ୪୫ ଫୁଟ ଉଚ୍ଚର ବିଶାଳ ପ୍ରତିମା। ସମ୍ପୂର୍ଣ୍ଣ ପ୍ରକଳ୍ପ ପାଇଁ ୩ କୋଟି ଟଙ୍କା ବ୍ୟୟରେ ଏବଂ ୩ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି।

ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ବୌଦ୍ଧ ସଂସ୍କୃତିକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ଏବଂ ପ୍ରାଚୀନ ବୌଦ୍ଧ ବିହାର, ସ୍ତୂପ, ମୂର୍ତ୍ତି ଓ ପ୍ରତ୍ନତାତ୍ତ୍ୱିକ ଅବଶେଷ ପାଇଁ ପ୍ରସିଦ୍ଧ ରତ୍ନଗିରି, ଉଦୟଗିରି ଓ ଲଳିତଗିରିକୁ ନେଇ ଗଠିତ 'ଡାଇମଣ୍ଡ ଟ୍ରାଏଙ୍ଗଲ' (ହୀରକ ତ୍ରିଭୁଜ) ବୌଦ୍ଧ ସର୍କିଟକୁ ଅଧିକ ମଜଭୁତ କରିବା। ବନାରସରୁ ଆସିଥିବା ଚୂନ ପଥରରେ ମୁଖ୍ୟ ମୂର୍ତ୍ତି ଏବଂ ନୀଳଗିରିର କଳା ମୁଗୁନି ପଥରରେ ୪ ଫୁଟର ପାର୍ଶ୍ୱ ମୂର୍ତ୍ତି ନିର୍ମାଣ ହେଉଛି ।

ଯାଜପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଦେଢ଼ ଏକର ଜମିରେ, ଆମେରିକାର ‘ଲାଇଟ୍ ଅଫ୍ ବୁଦ୍ଧଧର୍ମ ଫାଉଣ୍ଡେସନ ଇଣ୍ଟରନେସନାଲ’ର ସହଯୋଗରେ ଆର୍ଯ୍ୟଦେଶ ସାଂସ୍କୃତିକ ସଂରକ୍ଷଣ କେନ୍ଦ୍ର ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଏହା ନିର୍ମିତ ହେଉଛି।


CMO Odisha Suryabanshi Suraj Information & Public Relations Department, Government of Odisha

ଶିଶୁ ମୃତ୍ୟୁହାର ହ୍ରାସ, ମାତୃ-ଶିଶୁ ସ୍ୱାସ୍ଥ୍ୟସେବାର ସୁଦୃଢ଼ୀକରଣ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟାନ୍ୱୟନ ନେଇ ଜିଲ୍ଲାପା...
01/09/2026

ଶିଶୁ ମୃତ୍ୟୁହାର ହ୍ରାସ, ମାତୃ-ଶିଶୁ ସ୍ୱାସ୍ଥ୍ୟସେବାର ସୁଦୃଢ଼ୀକରଣ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟାନ୍ୱୟନ ନେଇ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମାତୃ ଓ ଶିଶୁ ମୃତ୍ୟୁହାର ସମୀକ୍ଷା ସହ ବନ୍ୟା ପରବର୍ତ୍ତୀ ଜନସ୍ୱାସ୍ଥ୍ୟସେବା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଜିଲ୍ଲାରେ ଘଟିଥିବା ମାତୃ ଓ ଶିଶୁ ମୃତ୍ୟୁ ଘଟଣାର ସବିଶେଷ ସମୀକ୍ଷା କରାଯାଇଥିବା ବେଳେ, ପ୍ରତ୍ୟେକ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଆଶାକର୍ମୀଙ୍କ ଗୃହ ପରିଦର୍ଶନ ମାଧ୍ୟମରେ ନିୟମିତ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ଯୋଗୁଁ ପ୍ରଭାବିତ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି, ଟିକା ନେଇନଥିବା ଶିଶୁମାନଙ୍କୁ ଚିହ୍ନଟ ସହ ସେମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି।

ବନ୍ୟା ପ୍ରଭାବିତ ଅଞ୍ଚଳରେ MRCଗୁଡ଼ିକୁ ସକ୍ରିୟ ରଖିବା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତର ପର୍ଯ୍ୟନ୍ତ ଆଣ୍ଟି-ସ୍ନେକ୍ ଭେନମ୍‌ ମହଜୁଦ ରଖିବା, ପାନୀୟ ଜଳ ଉତ୍ସର ବିଶୋଧନ ଜାରି ରଖିବା ସହ ଝାଡ଼ାବାନ୍ତି, ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗର ପ୍ରତିରୋଧ ପାଇଁ ତୃଣମୂଳସ୍ତରରେ ନିୟମିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ସଜାଗ ରହି ଜନସାଧାରଣଙ୍କୁ ଗୁଣାତ୍ମକ ଓ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆହ୍ୱାନ ଦିଆଯାଇଛି।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମାତୃ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀ ଏବଂ ସମସ୍ତ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

CMO Odisha Health & Family Welfare Department, Government of Odisha National Health Mission Odisha Revenue & Disaster Management Department, Government of Odisha Information & Public Relations Department, Government of Odisha

ଆଜି ବଡ଼ଚଣା ବ୍ଲକରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ "ଯୁଗ୍ମ ଅଭିଯୋଗ ଶୁଣାଣି" ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ...
31/08/2026

ଆଜି ବଡ଼ଚଣା ବ୍ଲକରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ "ଯୁଗ୍ମ ଅଭିଯୋଗ ଶୁଣାଣି" ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
CMO Odisha Information & Public Relations Department, Government of Odisha

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ନୟାଗଡ଼ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Ma...
28/08/2026

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ନୟାଗଡ଼ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ରାଜ୍ୟର ଏକ କୋଟିରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ଲୋକସଭା ସାଂସଦ ଡ଼. Rabindra Narayan Behera ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଯାଜପୁର ଜିଲ୍ଲାର ୪,୭୭,୪୦୦ ଜଣ ହିତାଧିକାରୀଙ୍କୁ ‘ସୁଭଦ୍ରା’ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ, ସେଥିମଧ୍ୟରୁ ୧୭,୯୫୮ ଜଣ ନୂତନ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ବ୍ଲକରୁ ଆସିଥିବା ‘ସୁଭଦ୍ରା’ ହିତାଧିକାରୀ, ଅଙ୍ଗନୱାଡ଼ି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।


CMO Odisha Women & Child Development, Government of Odisha Information & Public Relations Department, Government of Odisha

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ନେହ, ଶ୍ରଦ୍ଧା, ବିଶ୍ୱାସ ଓ ଭାଇ-ଭଉଣୀର ଅତୁଟ ସମ୍ପର୍...
27/08/2026

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ନେହ, ଶ୍ରଦ୍ଧା, ବିଶ୍ୱାସ ଓ ଭାଇ-ଭଉଣୀର ଅତୁଟ ସମ୍ପର୍କର ପ୍ରତୀକ ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ, ସୁଖ ଓ ସମୃଦ୍ଧି ଭରିଦେଉ।

Address

Collectorate Jajpur, SH 56
Jajpur
755001

Website

Alerts

Be the first to know and let us send you an email when District Administration, Jajpur posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share