Antodaya Thuamul Rampur Kalahandi

Antodaya Thuamul Rampur Kalahandi www.antodaya.org.in

ANTODAYA is a voluntary organisation working among the tribals and marginalised sections of the Kalahandi since 1989

ଲମ୍ବା ସମୟ ର ସଂଘର୍ଷ ପରେ ସେମେଲପଦର ଗ୍ରାମ ର ୬୩ ଆଦିବାସୀ ପରିବାର ୧୭୪ ଏକର ୬୨ ଡେସିମିଲ ଜଙ୍ଗଲ ଜମି ଉପରେ ବ୍ୟକ୍ତିଗତ ଅଧିକାର ପାଇଲେ । ଜଙ୍...
24/06/2026

ଲମ୍ବା ସମୟ ର ସଂଘର୍ଷ ପରେ ସେମେଲପଦର ଗ୍ରାମ ର ୬୩ ଆଦିବାସୀ ପରିବାର ୧୭୪ ଏକର ୬୨ ଡେସିମିଲ ଜଙ୍ଗଲ ଜମି ଉପରେ ବ୍ୟକ୍ତିଗତ ଅଧିକାର ପାଇଲେ । ଜଙ୍ଗଲ ତଥା ଅଣ- ସର୍ଭେ ଗ୍ରାମ ସେମେଲପଦର ବାସୀ ଏହି ଗରିବ ପରିବାର ବହୁବର୍ଷ ଧରି ନିଜ ଅଧିକାର ପାଇଁ ଲଢେଇ କରୁଥିଲେ । ଏଥିରେ ୧୯୯୫ ପରଠାରୁ ଅନ୍ତୋଦୟ ଅନୁଷ୍ଠାନ ମଧ୍ୟ ସାମିଲ ହୋଇଥିଲା ଓ ଗ୍ରାମବାସୀଙ୍କୁ ଦାବି ଦାଖଲ କରିବା ଦିଗରେ ସହଯୋଗ କରିବା ସହିତ ତାଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ସବୁ ଆୟୋଜନ କରିବା ସଂଗେସଂଗେ ଆଇନସହାୟତା ଯୋଗାଇ ଆସୁଛି । ଜଙ୍ଗଲ ଅଧିକାର ଆଇନ ୨୦୦୬ ଲାଗୁ ହେବ ପରେ ବହୁବାର ଦାବି ଦାଖଲ ହୋଇଛି, କିନ୍ତୁ ସବୁ ନାଲି ଫିତା ତଳେ ରହିଯାଉଥିଲା । ଶେଷରେ ଆଜି ୬୩ ପରିବାର ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପାଇଛନ୍ତି, ୬ ପରିବାରଙ୍କୁ ମିଳିବା ବାକି ରହିଛି । ଗୋଷ୍ଠିଗତ ଦାବି ମିଳିବ ବୋଲି ପ୍ରକ୍ରିୟା ସାରିଥିଲେ ମଧ୍ୟ ପ୍ରଶାସନିକ ଅବହେଳା ରୁ ଆଜି ମିଳିପାରି ନାହିଁ । ଆଜି ମଧ୍ୟ ରାଜସ୍ବ ଗ୍ରାମ ମାନ୍ୟତା ବହୁ ଦୂରରେ ଅଛି । ସଂଘର୍ଷ ଅଧା ସଫଳ ହୋଇଛି । ରାଜସ୍ବ ମନ୍ତ୍ରୀଙ୍କ ହାତରୁ ଜଙ୍ଗଲ ଜମି ଶିରୋନାମା ଗ୍ରହଣ କରିଛନ୍ତି ଗ୍ରାମବାସୀ । ଆମର ପ୍ରଚେଷ୍ଟା କିଛି ସଫଳତା ପାଇଛି କିଛି ବାକି ରହିଛି ।

Address

HO: KANIGUMA/PO, Via: Thuamul Rampur, District Kalahandi/766037 Contact Office: At/PO: NANDOL, Via: Bhawanipatna
Jaykaypur
766002

Alerts

Be the first to know and let us send you an email when Antodaya Thuamul Rampur Kalahandi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Antodaya Thuamul Rampur Kalahandi:

Shortcuts

Share