JODA ULB

JODA ULB Contact information, map and directions, contact form, opening hours, services, ratings, photos, videos and announcements from JODA ULB, Government Official, Joda, Keonjhar, Odisha, Joda.

ଯୋଡ଼ା ମ୍ୟୁନିସିପାଲିଟିର ସମସ୍ତ ସଚେତନ ଭୋଟରଙ୍କ ନିମନ୍ତେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ଜରୁରୀ ସୂଚନା |
04/06/2026

ଯୋଡ଼ା ମ୍ୟୁନିସିପାଲିଟିର ସମସ୍ତ ସଚେତନ ଭୋଟରଙ୍କ ନିମନ୍ତେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ଜରୁରୀ ସୂଚନା |

ସ୍ୱଚ୍ଛ ସର୍ବେକ୍ଷଣରେ ସାମିଲ ହୋଇ ଆମ ପ୍ରିୟ ଯୋଡ଼ା ସହରକୁ ସ୍ୱଚ୍ଛତା ମାପଦଣ୍ଡରେ ଶ୍ରେଷ୍ଠ କରିବା ପାଇଁ ଆପଣଙ୍କ ମୂଲ୍ୟବାନ ମତାମତ ପ୍ରଦାନ କରନ...
07/05/2026

ସ୍ୱଚ୍ଛ ସର୍ବେକ୍ଷଣରେ ସାମିଲ ହୋଇ ଆମ ପ୍ରିୟ ଯୋଡ଼ା ସହରକୁ ସ୍ୱଚ୍ଛତା ମାପଦଣ୍ଡରେ ଶ୍ରେଷ୍ଠ କରିବା ପାଇଁ ଆପଣଙ୍କ ମୂଲ୍ୟବାନ ମତାମତ ପ୍ରଦାନ କରନ୍ତୁ। ଜଣେ ସଚେତନ ନାଗରିକ ଭାବେ ଆପଣଙ୍କର ଗୋଟିଏ ସକାରାତ୍ମକ ପ୍ରତିକ୍ରିୟା ଆମ ସହରକୁ ଜାତୀୟ ସ୍ତରରେ ଏକ ନୂତନ ପରିଚୟ ଦେଇପାରିବ।

22/04/2026

ଆପଣଙ୍କ ପାଇଁ ଯାହା ଅଦରକାରୀ, ଅନ୍ୟ ପାଇଁ ତାହା ଏକ ଉପହାର!

ଆବର୍ଜନାର ଉତ୍ପତ୍ତି ହ୍ରାସ କରିବା ଏବଂ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରି ଏକ ସୁସ୍ଥ ପରିବେଶ ଗଢ଼ିବା ଦିଗରେ ‘୩-ଆର୍’ (Reduce, Reuse, Recycle) କେନ୍ଦ୍ର କାର୍ଯ୍ୟକରୁଛି। ଯୋଡ଼ା ପୌରପାଳିକାର ଦ୍ବାରା ପରିଚାଳିତ ଏହି କେନ୍ଦ୍ରକୁ ସହରର ସଚେତନ ନାଗରିକମାନେ ନିଜର ଅବ୍ୟବହୃତ ସାମଗ୍ରୀ, ଯଥା ପୁରୁଣା ପୋଷାକ, ଖେଳନା ଓ ପୁସ୍ତକ ଆଦିକୁ ଏଣେତେଣେ ନ ଫୋପାଡ଼ି ଏହି କେନ୍ଦ୍ରରେ ଦାନ କରି ସ୍ୱଚ୍ଛତା ଅଭିଯାନରେ ସାମିଲ ହେଉଛନ୍ତି।

16/04/2026

ଚଳିତ ଯୋଡ଼ା ମହୋତ୍ସବର ଯୋଡ଼ା ପୌରପାଳିକା ପକ୍ଷରୁ ଖୋଲାଯାଇଛି ‘ମୋ ଖତ’ ଷ୍ଟଲ । ସମ୍ପୂର୍ଣ୍ଣ ରାସାୟନିକ ମୁକ୍ତ ଏହି ‘ମୋ ଖତ’ ମାଟିର ଉର୍ବରତା ବୃଦ୍ଧି କରିବା ସହ ଫୁଲ, ଫଳ ଓ ପନିପରିବା ଚାଷରେ ଉନ୍ନତ ଅମଳ ପ୍ରଦାନ କରିଥାଏ। ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣ କେବଳ ନିଜ ବଗିଚାକୁ ସବୁଜ ସୁନ୍ଦର କରୁନାହାନ୍ତି, ବରଂ ଯୋଡ଼ା ସହରକୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ ରଖିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି। ଅତି ସୁଲଭ ମୂଲ୍ୟରେ ଉପଲବ୍ଧ ଏହି ଶୁଦ୍ଧ ଜୈବିକ ସାର ସଂଗ୍ରହ କରିବା ପାଇଁ ଯୋଡ଼ା ମହୋତ୍ସବ ପରିସରରେ ଥିବା ‘ମୋ ଖତ’ ଷ୍ଟଲ୍‌ ପରିଦର୍ଶନ କରନ୍ତୁ।

15/04/2026

‘ଓଡ଼ିଆ ପକ୍ଷ’ର ଅନ୍ତିମ ଦିବସରେ ଯୋଡ଼ା ପୌରପାଳିକା ପକ୍ଷରୁ ଓଡ଼ିଆ ନବ ବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଆମ ସଂସ୍କୃତିର ପରମ୍ପରା ଅନୁଯାୟୀ ପଣା ବଣ୍ଟନ କରାଯିବା ସହ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ସହରର କୋଣ ଅନୁକୋଣରେ ଓଡ଼ିଆ ନବ ବର୍ଷର ଏହି ଧୁମ୍‌ଧାମ ଓ ପରମ୍ପରାର ଝଲକ ଦେଖନ୍ତୁ ଏହି ଭିଡିଓରେ।

13/04/2026

ଓଡ଼ିଆ ଅସ୍ମିତାର ମହାପର୍ବ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ଯୋଡ଼ା ପୌରପାଳିକା ପକ୍ଷରୁ ‘ଆମ ରୁଚି, ଆମ ଖାଦ୍ୟ’ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଆମ ସମୃଦ୍ଧ ପରମ୍ପରା ଓ ଖାଦ୍ୟ ସଂସ୍କୃତିକୁ ବଜାୟ ରଖିବା ନିମନ୍ତେ ଏହି ଅବସରରେ ଓଡ଼ିଶାର ପାରମ୍ପରିକ ପଖାଳ ଓ ବିଭିନ୍ନ ପ୍ରକାର ପିଠାପଣାର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ ମାଧ୍ୟମରେ ଓଡ଼ିଆ ଘରର ଅସଲ ପରିଚୟକୁ ପ୍ରତିପାଦିତ କରାଯିବା ସହ ସମସ୍ତଙ୍କୁ ଆମର ପାରମ୍ପରିକ ଖାଦ୍ୟ ପ୍ରତି ଆକୃଷ୍ଟ କରାଯାଇଛି।

Odisha

Address

Joda, Keonjhar, Odisha
Joda
758034

Website

Alerts

Be the first to know and let us send you an email when JODA ULB posts news and promotions. Your email address will not be used for any other purpose, and you can unsubscribe at any time.

Share