Ranjit behera

Ranjit behera Be honest ��

25/05/2023
17/05/2020

ଅବ୍ୟବସ୍ଥା ଘେରରେ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ନେଇ ଅଭିଯୋଗ , 16/5/2020

17/05/2020

ଅବ୍ୟବସ୍ଥା ଘେରରେ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ନେଇ ଅଭିଯୋଗ

ଜେ ବି ଏନ, ୧୬/୫/୨୦୨୦, (ବ୍ୟୁରୋ ରିପୋର୍ଟ), ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ର ବିକାଶ ନିମନ୍ତେ ୧୯୯୯ ମସିହାରେ ଓଡ଼ିଶାର ପୂର୍ବତନ ଉପବାଚସ୍ପତି ତଥା ମାଥିଲି ଅଞ୍ଚଲର ଲଢୁଆ ନେତା ଶ୍ରୀ ପ୍ରହଲ୍ଲାଦ ଦୋରାଙ୍କ ଉଦ୍ୟମରେ ସ୍ଥାପିତ ହୋଇଥିଲା ଉତ୍କଳମଣି ଗୋପବନ୍ଧୁ କନିଷ୍ଠ ମହାବିଦ୍ୟାଳୟ, ମାଥିଲି। ସୂଚନା ମୁତାବକ ସେ ସମୟରେ ଦୋରା ବାବୁଙ୍କ ସହିତ ମାଥିଲି ବ୍ଲକର ପୂର୍ବତନ ଚେୟାରମେନ ସ୍ୱର୍ଗତ ବୈଦ୍ୟନାଥ ମିଶ୍ର, ମାଥିଲିର ପୂର୍ବତନ ସରପଞ୍ଚ R ଗୁପ୍ତେଶ୍ଵର ରାଓ,ସ୍ଥାନୀୟ କମ୍ୟୁନିଷ୍ଟ ନେତା ଶ୍ରୀ ହଳଧର ପୂଜାରୀ ପ୍ରମୁଖଙ୍କ ମାଥିଲି କଲେଜ ପ୍ରତିଷ୍ଠା ପାଇଁ ଯଥେଷ୍ଟ ଅବଦାନ ରହିଥିଲା।କିନ୍ତ ଆଜି ମାଥିଲି କଲେଜରେ ସେମାନଙ୍କର କୌଣସି ଗୁରୁତ୍ୱ ନାହିଁ।କିଛି ନ୍ୟସ୍ତ ସ୍ୱାର୍ଥ ଲୋକ କଲେଜଟିକୁ କବଜା କରି ବସିଛନ୍ତି।ଆଜି କଲେଜରେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି ।ସେ ଅନୁପାତରେ ପାଣ୍ଠି ବି ବଢିଛି।କିନ୍ତୁ, ଦରମା ମିଳୁନି କାର୍ଯ୍ୟରତ କଲେଜ କର୍ମଚାରୀଙ୍କୁ। ଅନେକ ଅବ୍ୟବସ୍ଥା ଭିତର ଦେଇ ଗତି କରୁଛି ମାଥିଲି ମହାବିଦ୍ୟାଳୟ।କଲେଜ ପରିଚାଳନା କମିଟି ଦ୍ଵାରା ଲକ୍ଷାଧିକ ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ପରିଚାଳନା କମିଟିର କିଛି ସଦସ୍ୟ।କଲେଜର ଅଧ୍ୟାପକ ମାନଙ୍କ ମଧ୍ୟରେ ମଧ୍ୟ ଗୋଷ୍ଠି କନ୍ଦଳ ବଢ଼ିବାରେ ଲାଗିଛି।କୌଣସି ନିର୍ଦ୍ଦିଷ୍ଟ କାରଣ ନ ଦର୍ଶାଇ କଲେଜରେ ପୂର୍ବରୁ ଥିବା ଅଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ କୁମାର ଦାସ ଙ୍କୁ ନିଲମ୍ବିତ କରାଯାଇଛି।ପିଲାଙ୍କ ଆଡମିଶନ ଓ ରି-ଆଡମିଶନ ବାବଦକୁ ମିଳିଥିବା ୧୩ ଲକ୍ଷ ୫୦ ହଜାର ୩୫୫ ଟଙ୍କାର ହିସାବ ଦେଇପାରୁନାହାନ୍ତି କଲେଜ କର୍ତ୍ତୃପକ୍ଷ।ଏତେ ଗୁଡିଏ ଟଙ୍କା ଗଲା କୁଆଡେ କେହି ସେ ବିଷୟରେ କିଛି କହିପାରୁନାହାନ୍ତି।କଲେଜର କିଛି ଏ ବାବଦରେ ଜାଣିଥିଲେ ମଧ୍ୟ ପରିଚାଳନା କମିଟିର ଅଧ୍ୟକ୍ଷ ଓ ସମ୍ପାଦକଙ୍କ ଭୟରେ ମୁହଁ ଖୋଲି ପାରୁନାହାନ୍ତି। ତାଲାବନ୍ଦର ଆଳ ଦେଖାଇ ଗତ ପାଞ୍ଚ ମାସ ହେଲା ଦରମା ପ୍ରଦାନରେ ଅବହେଳା କରାଯାଇଛି।ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ଉଦୟ ନାଥ ମାଦ୍ରଙ୍କ ସଭାପତିତ୍ୱରେ ଗତ ତା 0୪/୦୫/୨୦୨୦ରିଖ ଦିନ କଲେଜ ପରିଚାଳନା କମିଟିର ୫୭ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ କେବଳ କାଗଜ କଲମରେ ହିଁ ହୋଇଛି ବୋଲି ପରିଚାଳନା କମିଟିର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି।କାରଣ ଏ ବୈଠକ ବିଷୟରେ କିଛି ସଦସ୍ୟମାନେ କିଛି ଜାଣିନଥିବା ପ୍ରକାଶ କରିଛନ୍ତି। କାରଣ କଲେଜଟି ବର୍ତ୍ତମାନ କୋରନା ବିପର୍ଯ୍ୟୟ ପାଇଁ ସଙ୍ଗରୋଧ ଗୃହ ଭାବରେ ବ୍ୟବହାର କରାଯାଉଛି।

17/05/2020

#ଅବ୍ୟବସ୍ଥା ଘେରରେ ମାଥିଲି କଲେଜ @ବ୍ୟୁରୋ//ଉତ୍କଳଓଡ଼ିଆ

17/05/2020

Address

Mathili

Alerts

Be the first to know and let us send you an email when Ranjit behera posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Ranjit behera:

Share

Category