District Magistrate Nuapada

District Magistrate Nuapada Official Page of the Collector and District Magistrate, Nuapada, Odisha

ନୂଆପଡ଼ା ଜିଲ୍ଲାକୁ ସମ୍ପୂର୍ଣ୍ଣ ପ୍ରବାସମୁକ୍ତ କରିବା ଲକ୍ଷ୍ୟରେ ବୋଡ଼େନ ବ୍ଲକ ଅନ୍ତର୍ଗତ ଭଇଁସାଦାନୀ ଗ୍ରାମ ପଞ୍ଚାୟତରେ ଗ୍ରାମ ପଞ୍ଚାୟତସ୍ତରୀ...
31/08/2026

ନୂଆପଡ଼ା ଜିଲ୍ଲାକୁ ସମ୍ପୂର୍ଣ୍ଣ ପ୍ରବାସମୁକ୍ତ କରିବା ଲକ୍ଷ୍ୟରେ ବୋଡ଼େନ ବ୍ଲକ ଅନ୍ତର୍ଗତ ଭଇଁସାଦାନୀ ଗ୍ରାମ ପଞ୍ଚାୟତରେ ଗ୍ରାମ ପଞ୍ଚାୟତସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ଗ୍ରାମାଞ୍ଚଳରେ ଉପଲବ୍ଧ ରୋଜଗାର ଓ ଜୀବିକା ସୁଯୋଗର ସଦୁପଯୋଗ କରି ପ୍ରବାସକୁ ଏଡ଼ାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଶିବିରରେ ବିଭିନ୍ନ ବିଭାଗର ଅଧିକାରୀମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଓ କର୍ମନିଯୁକ୍ତିମୂଳକ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହୃଷୀକେଶ ଜଗତ, ବୈଷ୍ଣବ ଦୁରିଆ ଓ ବଳରାମ ବାଗଙ୍କୁ ‘ସ୍ୱଚ୍ଛତା ଦୂତ ସମ୍ମାନ’ ପ୍ରଦାନ କରାଯାଇଥିଲା। ନୀଳିମା ଦୁରିଆ ଓ ଶଙ୍କର୍ଷଣ ମହାନନ୍ଦଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ ଅବସରରେ ଗ୍ରାମର ୪ ଜଣ ଗର୍ଭବତୀ ମହିଳାଙ୍କୁ ଫଳ, ପନିପରିବା, ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଓ ଉପହାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହୃଷୀକେଶ ଜଗତ, ବୈଷ୍ଣବ ଦୁରିଆ ଓ ବଳରାମ ବାଗଙ୍କୁ ‘ସ୍ୱଚ୍ଛତା ଦୂତ ସମ୍ମାନ’ ପ୍ରଦାନ କରାଯାଇଥିଲା। ନୀଳିମା ଦୁରିଆ ଓ ଶଙ୍କର୍ଷଣ ମହାନନ୍ଦଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ୧୨ଟି ପଞ୍ଚାୟତର ୩୧ ଜଣ ସ୍ୱଚ୍ଛତା କର୍ମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ବୋଡ଼େନ ବ୍ଲକ ପରିସରରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛିl ଶିବିରରେ ସାଧାରଣ ଲୋକଙ୍କ ବି...
31/08/2026

ବୋଡ଼େନ ବ୍ଲକ ପରିସରରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛିl ଶିବିରରେ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ତାହାର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଶିବିରରେ ମୋଟ ୮୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏଥିରୁ ୬୧ଟି ବ୍ୟକ୍ତିଗତ ଓ ୧୯ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ଅଭିଯୋଗକାରୀଙ୍କ ସମସ୍ୟା ଶୁଣି ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ସ୍ଥିତି ଅନୁଧ୍ୟାନ କରି ତ୍ୱରିତ ପଦକ୍ଷେପ ନେବାକୁ କହିଥିଲେ। ପୂର୍ବରୁ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ଗ୍ରହଣ କରାଯାଇଥିବା ଅଭିଯୋଗଗୁଡ଼ିକର ଫଇସଲା ସ୍ଥିତି ମଧ୍ୟ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ଅଭିଯୋଗଗୁଡ଼ିକର ଶୀଘ୍ର ଫଇସଲା କରି ଅଭିଯୋଗକାରୀଙ୍କୁ ଉପଯୁକ୍ତ ସେବା ଯୋଗାଇଦେବାକୁ ସେ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଶିବିର ଅବସରରେ ପ୍ରେମ ସୁନାନୀ ଓ ବିଳାସି ବେହେରାଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ଏବଂ ଦେମତି ପରାଭାଇଙ୍କୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ରାଶିର ଚେକ୍ ପ୍ରଦାନ କରାଯାଇଥିଲା। ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଶିବିର ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଓ ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ବରିଷ୍ଠ ନାଗରିକମାନେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ସେବା ଗ୍ରହଣ କରିଥିଲେ। ଏଥିସହ ସ୍ୱଚ୍ଛତା କର୍ମଚାରୀମାନଙ୍କର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ନୂଆପଡ଼ା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ସମନ୍ୱିତ ଶିଶୁ ବିକାଶ ଯୋଜନା (ICDS)ର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍...
29/08/2026

ନୂଆପଡ଼ା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ସମନ୍ୱିତ ଶିଶୁ ବିକାଶ ଯୋଜନା (ICDS)ର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ICDS ପ୍ରକଳ୍ପର କାର୍ଯ୍ୟଦକ୍ଷତା ସମୀକ୍ଷା ସହ ଆଧାର ଅପଡେଟ୍‌, କର୍ମଚାରୀଙ୍କ ପଦସ୍ଥିତି, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି, କ୍ଷେତ୍ର ପରିଦର୍ଶନ ଏବଂ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ICDS ଅଧୀନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୃତୀ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସମ୍ମାନିତ କରାଯାଇଥିଲା। କୋମନା ବ୍ଲକ୍‌ ତରବୋଡ଼ ଅନ୍ତର୍ଗତ ବାଢ଼ିଆପଡ଼ାର ପୁଷ୍ପାଞ୍ଜଳି ଶବରଙ୍କୁ ଶ୍ରେଷ୍ଠ କିଚେନ୍ ଗାର୍ଡେନ୍ ପାଇଁ ପୁରସ୍କୃତ କରାଯାଇଥିଲା। ସେହିପରି ଖଡ଼ିଆଳ ବ୍ଲକ୍‌ର ଗୀତା ବିଶି ଓ କୁସୁମଖୁଣ୍ଟାର ସବିତା ମାଝୀଙ୍କୁ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ ଭାବେ ସମ୍ମାନିତ କରାଯାଇଥିଲା। ଏଥିସହ ନୂଆପଡ଼ା ବ୍ଲକ୍‌ର ପାଟପରପାଲି ଗ୍ରାମର ନିର୍ମଳ ଶବର ଓ ଲକ୍ଷ୍ମୀପ୍ରଭା ଶବରଙ୍କୁ ଶ୍ରେଷ୍ଠ ‘ସ୍ୱାମୀ-ସ୍ତ୍ରୀ ମେଳି’ ପାଇଁ ସମ୍ମାନିତ କରାଯାଇଥିଲା।

ହକି ଖେଳର ଯାଦୁଗର ତଥା ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ପାଳିତ ଜାତୀୟ କ୍ରୀଡ଼ା ଦିବସର ଦ୍ୱିତୀୟ ଦିବସ ନୂଆପଡ଼ା ...
29/08/2026

ହକି ଖେଳର ଯାଦୁଗର ତଥା ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ପାଳିତ ଜାତୀୟ କ୍ରୀଡ଼ା ଦିବସର ଦ୍ୱିତୀୟ ଦିବସ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରୀଡ଼ା ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ସହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ‘ଏକ ଘଣ୍ଟା ଖେଲ୍ କେ ମୈଦାନ ମେ’ କାର୍ଯ୍ୟକ୍ରମ ଅଧୀନରେ ନୂଆପଡ଼ାସ୍ଥିତ ପିଏମ୍ ଶ୍ରୀ ନେସନାଲ୍ ଉଚ୍ଚ ବିଦ୍ୟାଳୟର ଖେଲୋ ଇଣ୍ଡିଆ କବାଡ଼ି ପଡ଼ିଆରେ ଏକ ବନ୍ଧୁତ୍ୱପୂର୍ଣ୍ଣ ବାଳିକା କବାଡ଼ି ମ୍ୟାଚ୍ ଆୟୋଜିତ ହୋଇଥିଲା। ଏଥିରେ ଖେଲୋ ଇଣ୍ଡିଆ କବାଡ଼ି ସେଣ୍ଟର ଦଳ ଓ କୋମନା ବ୍ଲକ୍‌ର ବାଞ୍ଜିବାହାଲ ଉଚ୍ଚ ବିଦ୍ୟାଳୟର ବାଳିକା କବାଡ଼ି ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଖରିଆର ରୋଡ୍‌ସ୍ଥିତ ଜ୍ଞାନଜ୍ୟୋତି ବିଦ୍ୟାଳୟ ଓ ନବୋଦିତ ବିଦ୍ୟାଳୟ ପରିସରରେ ମଧ୍ୟ ଜାତୀୟ କ୍ରୀଡ଼ା ଦିବସ ପାଳନ ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଅନ୍ୟପକ୍ଷରେ, ନୂଆପଡ଼ାସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର୍‌ ହଲ୍‌ରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠି...
29/08/2026

ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟିବି ନିୟନ୍ତ୍ରଣ, ଟିକାକରଣ, ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଭିତ୍ତିଭୂମି ବିକାଶ, ଆୟୁଷ୍ମାନ ଭାରତ ଯୋଜନା ସମେତ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସ୍ଥିତି ଓ ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା।

ନୂଆପଡ଼ା ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ମ...
28/08/2026

ନୂଆପଡ଼ା ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭାଗ ଅଧୀନରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। କୃଷିବନୀକରଣ ଯୋଜନାରେ ଚଳିତ ଆର୍ଥିକ ବର୍ଷ ପାଇଁ ୯୯ ହେକ୍ଟର ଜମିରେ ଚାରାରୋପଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଇତିମଧ୍ୟରେ ୯୬ ହେକ୍ଟର ଜମିରେ ଚାରାରୋପଣ ସମ୍ପୂର୍ଣ୍ଣ ହୋଇଛି। ସେହିପରି ଜଳଧାରା ଯୋଜନାରେ ଖନନ କରାଯାଇଥିବା ୧୩୮ଟି ଖେତ ପୋଖରୀ ମଧ୍ୟରୁ ୧୨୬ଟିରେ ଗ୍ରାସ୍‌ ଟର୍ଫିଂ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ୧୨ଟି ଖେତ ପୋଖରୀରେ ଗ୍ରାସ୍‌ ଟର୍ଫିଂ କାର୍ଯ୍ୟ ଅଗଷ୍ଟ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଭିବିଜି-ରାମ-ଜି ଯୋଜନାରେ ଅନୁମୋଦିତ ୧୨୦ ହେକ୍ଟର ଟ୍ରେଞ୍ଚ ଏବଂ ୬୬.୫ ହେକ୍ଟର ଫିଲ୍ଡ ବଣ୍ଡିଂ କାର୍ଯ୍ୟକୁ ଆସନ୍ତା ୭ ଦିନ ମଧ୍ୟରେ ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନରେ ସମୟସୀମା ଓ ଗୁଣବତ୍ତାକୁ ପ୍ରାଥମିକତା ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଜିଲ୍ଲାର ତିନିଜଣ ସଫଳ ଚାଷୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ କୃଷି କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି। ଏହି ଅବସରର...
28/08/2026

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି। ଏହି ଅବସରରେ ନୂଆପଡ଼ା ସହରର ରେଳ ଫାଟକ ନିକଟସ୍ଥ ବହୁମୁଖୀ ହଲ୍‌ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମୋଟ ୧,୬୭,୦୯୪ ଜଣ ହିତାଧିକାରୀଙ୍କ ଖାତାକୁ ପଞ୍ଚମ କିସ୍ତି ବାବଦରେ ପ୍ରତ୍ୟେକଙ୍କୁ ୫,୦୦୦ ଟଙ୍କା ହିସାବରେ ମୋଟ ୮୩ କୋଟି ୫୪ ଲକ୍ଷ ୭୦ ହଜାର ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛି।ନୟାଗଡ଼ ଜିଲ୍ଲାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସୁଭଦ୍ରା’ କିସ୍ତି ପ୍ରଦାନର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଲୋକସଭା ସାଂସଦ ସମ୍ବିତ ପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ନୂଆପଡ଼ାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସମେତ ଅନ୍ୟ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ରହି ମହିଳା ହିତାଧିକାରୀମାନଙ୍କୁ ପଞ୍ଚମ କିସ୍ତି ପାଇଁ ଶୁଭେଚ୍ଛା ଜଣାଇଥିଲେ।

ଜାତୀୟ କ୍ରୀଡ଼ା ଦିବସ ତଥା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ନୂଆପଡ଼ା ପୋଲିସ ଗ୍ରାଉଣ୍ଡସ୍ଥିତ ଇନ୍‌ଡୋର ଷ୍ଟାଡିୟମ୍‌ରେ ଜିଲ୍ଲାପାଳ ମ...
28/08/2026

ଜାତୀୟ କ୍ରୀଡ଼ା ଦିବସ ତଥା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ନୂଆପଡ଼ା ପୋଲିସ ଗ୍ରାଉଣ୍ଡସ୍ଥିତ ଇନ୍‌ଡୋର ଷ୍ଟାଡିୟମ୍‌ରେ ଜିଲ୍ଲାପାଳ ମଧୁସୂଦନ ଦାଶ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ କ୍ରୀଡ଼ା ଶପଥ ପାଠ କରାଇଥିଲେ।

Collector, Nuapada visited various developmental works across different wards of NAC Nuapada today. During the visit, he...
26/08/2026

Collector, Nuapada visited various developmental works across different wards of NAC Nuapada today. During the visit, he inspected the ongoing works and directed the concerned officials to ensure quality, durability, and timely completion of all developmental projects.

ନୂଆପଡ଼ା ଜିଲ୍ଲାରେ ସଡ଼କ ସୁରକ୍ଷା ଓ ଟ୍ରାଫିକ୍‌ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ (ଏନ୍‌ଏଚ୍‌)-୩୫୩ ଏବଂ ବିଜୁ ଏକ୍ସପ୍ରେସ୍‌ୱେରେ ଭ...
26/08/2026

ନୂଆପଡ଼ା ଜିଲ୍ଲାରେ ସଡ଼କ ସୁରକ୍ଷା ଓ ଟ୍ରାଫିକ୍‌ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ (ଏନ୍‌ଏଚ୍‌)-୩୫୩ ଏବଂ ବିଜୁ ଏକ୍ସପ୍ରେସ୍‌ୱେରେ ଭାରୀ ମାଲବାହୀ ଯାନ ଚଳାଚଳ ଉପରେ ‘ନୋ ଏଣ୍ଟ୍ରି’ କଟକଣା ଜାରି କରାଯାଇଛି। ଖଡ଼ିଆର ରୋଡ୍‌, ନୂଆପଡ଼ା ଓ ଖଡ଼ିଆଳ ଏନ୍‌ଏସି ଅଞ୍ଚଳରେ ଦିନବେଳେ ଭାରୀ ଯାନ ଚଳାଚଳ ଯୋଗୁଁ ଟ୍ରାଫିକ୍‌ ଭିଡ଼ ସୃଷ୍ଟି ହେବା ସହ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ନିରାପଦ ଯାତାୟାତ ବାଧାପ୍ରାପ୍ତ ହେଉଥିବାରୁ ଏହି ପଦକ୍ଷେପ ନିଆଯାଇଛି। ମୋଟର ଯାନ ଆଇନ, ୧୯୮୮ର ଧାରା ୧୧୫ ଏବଂ ଓଡ଼ିଶା ମୋଟର ଯାନ ନିୟମ, ୧୯୯୩ର ନିୟମ ୧୭୩ ଅନୁଯାୟୀ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ମଧୁସୂଦନ ଦାଶ ଏହି କଟକଣା ଜାରି କରିଛନ୍ତି। ଆଦେଶ ଅନୁଯାୟୀ, ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାଗୁଡ଼ିକରେ ଭାରୀ ମାଲବାହୀ ଯାନ ଚଳାଚଳ କରିପାରିବ ନାହିଁ। ‘ନୋ ଏଣ୍ଟ୍ରି’ ସମୟରେ ଭାରୀ ଯାନଗୁଡ଼ିକୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରିଥିବା ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରିବାକୁ ପଡ଼ିବ। କଟକଣାର ସୁଚାରୁ କାର୍ଯ୍ୟକାରିତା ପାଇଁ ବିଭିନ୍ନ ସ୍ଥାନରେ ଚେକ୍‌ପଏଣ୍ଟ ନିର୍ଦ୍ଧାରଣ କରାଯାଇଛି। ଖଡ଼ିଆର ରୋଡ୍‌ ଏନ୍‌ଏସି ପାଇଁ ଜଙ୍କ ନିକଟ ଜଲାରାମ ମନ୍ଦିର ନିକଟରେ ଚେକ୍‌ପଏଣ୍ଟ ରହିବ। ନୂଆପଡ଼ା ଏନ୍‌ଏସି ଅଞ୍ଚଳରେ ପଦ୍ମପୁର ପଟୁ ଆସୁଥିବା ବିଜୁ ଏକ୍ସପ୍ରେସ୍‌ୱେର ସାହିପଲା ନିକଟରେ, ଧର୍ମଗଡ଼ ପଟୁ ଆସୁଥିବା ବିଜୁ ଏକ୍ସପ୍ରେସ୍‌ୱେର ଘାଟିପଡ଼ା ନିକଟରେ ଏବଂ କୋମନା ପଟୁ ଆସୁଥିବା ଏନ୍‌ଏଚ୍‌-୩୫୩ର ଘାଟିପଡ଼ା ନିକଟରେ ଚେକ୍‌ପଏଣ୍ଟ କରାଯାଇଛି। ସେହିପରି ଖଡ଼ିଆଳ ଏନ୍‌ଏସି ପାଇଁ ବଙ୍ଗୋମୁଣ୍ଡା, ବଲାଙ୍ଗୀର ପଟୁ ଆସୁଥିବା ଏନ୍‌ଏଚ୍‌-୫୯ର ପଦ୍ମପୁର ନିକଟରେ ଏବଂ ଭବାନୀପାଟଣା, କଳାହାଣ୍ଡି ପଟୁ ଆସୁଥିବା ଏସ୍‌ଏଚ୍‌-୧୬ର ଗୋସାଲା ନିକଟରେ ଚେକ୍‌ପଏଣ୍ଟ ରହିବ।
ତେବେ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଭାରୀ ଯାନଗୁଡ଼ିକ ଏହି ‘ନୋ ଏଣ୍ଟ୍ରି’ କଟକଣାରୁ ମୁକ୍ତ ରହିବ। ସଡ଼କ ସୁରକ୍ଷା, ଟ୍ରାଫିକ୍‌ ବ୍ୟବସ୍ଥାରେ ଶୃଙ୍ଖଳା ଏବଂ ସାଧାରଣ ଲୋକଙ୍କ ନିରାପଦ ଯାତାୟାତ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜାରି ହୋଇଥିବା ଏହି ‘ନୋ ଏଣ୍ଟ୍ରି’ ନିୟମକୁ ଭାରୀ ଯାନ ଚାଳକ ଓ ମାଲିକମାନେ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Address

Office Of The Collector And District Magistrate, Odisha
Nuapada
766105

Alerts

Be the first to know and let us send you an email when District Magistrate Nuapada posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to District Magistrate Nuapada:

Shortcuts

Share