Pipili Delang Congress

Pipili Delang Congress Togetherness, Brotherhood

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବରେ ଆମ ପ୍ରିୟ ନେତା ଶ୍ରୀ Priyabrata Samantaray (ରାଜା) ଭାଇଙ୍କୁ ଦାୟିତ୍ବ ପ୍ରଦାନ...
04/09/2026

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବରେ ଆମ ପ୍ରିୟ ନେତା ଶ୍ରୀ Priyabrata Samantaray (ରାଜା) ଭାଇଙ୍କୁ ଦାୟିତ୍ବ ପ୍ରଦାନ କରିଥିବାରୁ Pipili Delang Congress ପରିବାର ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ସର୍ବଶ୍ରୀ Bhakta Charan Das ମହୋଦୟ AICC ରାଜ୍ୟ ପ୍ରଭାରୀ ଶ୍ରୀ Lalji Desai ଜୀ ଓ ଅନ୍ୟ କେନ୍ଦ୍ରୀୟ ନେତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।🙏

#ରାଜାଭାଇ
Indian Youth Congress Rahul Gandhi
Odisha Youth Congress
Indian National Congress - Odisha

ପବିତ୍ର ଶ୍ରୀ କ୍ରିଷ୍ଣା ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।🙏ପ୍ରେମ ସେ ବୋଲୋ ରାଧେ ରାଧେ।🙏        ...
04/09/2026

ପବିତ୍ର ଶ୍ରୀ କ୍ରିଷ୍ଣା ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।🙏

ପ୍ରେମ ସେ ବୋଲୋ ରାଧେ ରାଧେ।🙏


ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।🙏ଦେଶ କା ଆନ୍ଧି Rahul Gandhi ❤️
04/09/2026

ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।🙏

ଦେଶ କା ଆନ୍ଧି Rahul Gandhi ❤️


04/09/2026
ପିପିଲି ଏନ୍‌ଏସିର ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କଲେ କଂଗ୍ରେସ ନେତା ପ୍ରିୟବ୍ରତ ସାମନ୍ତରାୟ ।ଡ୍ରେନେଜ ସମସ୍ୟାର ସ୍ଥାୟୀ ସମାଧାନ ଦାବି ।ସେପଟେ ତ...
03/09/2026

ପିପିଲି ଏନ୍‌ଏସିର ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କଲେ କଂଗ୍ରେସ ନେତା ପ୍ରିୟବ୍ରତ ସାମନ୍ତରାୟ ।

ଡ୍ରେନେଜ ସମସ୍ୟାର ସ୍ଥାୟୀ ସମାଧାନ ଦାବି ।

ସେପଟେ ତୁରନ୍ତ ପଦକ୍ଷେପ ନେଉଛି ପ୍ରଶାସନ

ପିପିଲି, ତା. ୩/୯: ପିପିଲି ଏନ୍‌ଏସିର ବିଭିନ୍ନ ସମସ୍ୟା, ବିଶେଷକରି ଜଳବନ୍ଦୀ ଓ ଡ୍ରେନେଜ ସମସ୍ୟାର ସ୍ଥିତି ଅନୁଧ୍ୟାନ କରିଛନ୍ତି ପିପିଲି କଂଗ୍ରେସ ନେତା ପ୍ରିୟବ୍ରତ ସାମନ୍ତରାୟ। ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଶ୍ରୀ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗୁରୁବାର ପୂର୍ବାହ୍ନରେ ଏନ୍‌ଏସିର ୫ ଓ ୬ ନମ୍ବର ୱାର୍ଡ ପରିଦର୍ଶନ କରିଥିଲେ। ଏହି ଅବସରରେ ଜଳବନ୍ଦୀରେ ଥିବା ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପିପିଲି ଏନ୍‌ଏସିର ଅଧିକାଂଶ ଅଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନଥିବାରୁ ବର୍ଷାଜଳ ନିଷ୍କାସନରେ ସମସ୍ୟା ଦେଖାଦେଉଛି। ଲଗାଣ ବର୍ଷା ହେଲେ ରାସ୍ତା ଉପରେ ଦୀର୍ଘ ଦିନ ଧରି ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ଏଥିରେ ଡ୍ରେନେଜ ଆବର୍ଜନା ମିଶି ଦୂଷିତ ଜଳ ସୃଷ୍ଟି ହେଉଥିବାରୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଗତ ଲଗାଣ ବର୍ଷାରେ ୫ ନମ୍ବର ୱାର୍ଡର ମହମ୍ମଦ ଆଲରଖା ଓ ବାବୁ ଖାଁଙ୍କ ଘରେ ବର୍ଷାଜଳ ପଶିଯାଇଛି। ଫଳରେ ରୋଷେଇ ଘର ଓ ଶୋଇବା ଘରେ ପାଣି ଜମି ରହିବାରୁ ପରିବାର ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଉଛନ୍ତି । ସେହିପରି ୬ ନମ୍ବର ୱାର୍ଡରେ ମଧ୍ୟ ଡ୍ରେନେଜ ପୋତି ହୋଇଯାଇଥିବାରୁ ବର୍ଷାଜଳ ନିଷ୍କାସନ ହୋଇପାରୁନଥିବା ଅଭିଯୋଗ ହୋଇଛି। ଜଳବନ୍ଦୀ ସମସ୍ୟା ଯୋଗୁଁ କେତେକ ଲୋକ ନିଜ ଘର ଛାଡ଼ି ଅନ୍ୟତ୍ର ଭଡ଼ା ଘରେ ରହୁଥିବା ଶ୍ରୀ ସାମନ୍ତରାୟ କହିଛନ୍ତି। ଉଭୟ ୱାର୍ଡର ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ମଧ୍ୟ ବର୍ଷା ସମୟରେ ପାଣି ଘେରରେ ରହୁଥିବା ସେ ଅଭିଯୋଗ କରିଛନ୍ତି।
ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଶ୍ରୀ ସାମନ୍ତରାୟ ପିପିଲି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନାଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପକ୍ଷରେ ଅଭିଯୋଗ ପରେ ଜଳବନ୍ଦୀ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ବେଳେ ସ୍ଥାୟୀ ସମାଧାନ ଦିଗରେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିବା କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା କହିଛନ୍ତି। ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
ଏହି ପରିଦର୍ଶନ ସମୟରେ ନଗର କଂଗ୍ରେସ ସଭାପତି ରଜନୀକାନ୍ତ ବସ୍ତିଆ, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଗୁଣନିଧି ପ୍ରଧାନ, ବରିଷ୍ଠ ନେତା ଧୀରେନ୍ଦ୍ର ସାମନ୍ତରାୟ, ନଗର ଉପସଭାପତି ପ୍ରଦୀପ ଦାସ, ମହିଳା ନେତ୍ରୀ ରାନୁ ପାତ୍ର, ଯୁବ କଂଗ୍ରେସ ନେତା ଲାଲା ରାକେଶ ରାୟ, ନଗର କଗ୍ରେସ ଉପସଭାପତି କୁରବାନ ସା, ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ଇନ୍ତାଜ ଅଲ୍ଲୀ ଖାନ , ପୂର୍ବତନ କାଉନସିଲର ଅସୀମା ଦାସ, ୫ନମ୍ବର ୱାର୍ଡ ସଭାପତି ବସିର ଖାଁ , ଖଲ୍ଲିଲୁର ରହେମାନ୍ , ୬ ନମ୍ବର ୱାର୍ଡ ସଭାପତି ମନସୂର୍ ଖାନ୍ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ଆଜି ସନ୍ଧ୍ୟାରେ ପିପିଲି ନଗର କଂଗ୍ରେସ ସଭାପତି ଶ୍ରୀ ରଜନୀକାନ୍ତ ବସ୍ତିଆଙ୍କ ଅଧ୍ୟକ୍ଷତାରେ ପିପିଲି ନଗର କଂଗ୍ରେସ କମିଟିର ସାଙ୍ଗଠନିକ ବୈଠକ ଅନ...
31/08/2026

ଆଜି ସନ୍ଧ୍ୟାରେ ପିପିଲି ନଗର କଂଗ୍ରେସ ସଭାପତି ଶ୍ରୀ ରଜନୀକାନ୍ତ ବସ୍ତିଆଙ୍କ ଅଧ୍ୟକ୍ଷତାରେ ପିପିଲି ନଗର କଂଗ୍ରେସ କମିଟିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆମ ଅଞ୍ଚଳର ପ୍ରିୟ ଯୁବ ନେତା ତଥା କଂଗ୍ରେସ ନେତା ଶ୍ରୀ Priyabrata Samantaray (ରାଜା) ଭାଈ ଯୋଗଦେଇ ଆଲୋଚନାରେ ସାମିଲ ସମସ୍ତ କର୍ମୀ ମାନଙ୍କୁ ଏକ ପରିବାରର ସଦସ୍ୟ ଭାବରେ ସମ୍ଭୋଧନ କରି ଏକ ମନ ପ୍ରାଣ ହୋଈ ଦିଗହୀନ ଅପାରଗ ଶାସକ ଦଳ ବିରୋଧରେ ରଣ ହୁଙ୍କାର ଦେଇଥିଲେ। ପ୍ରତ୍ୟେକ ଦିନ ଅପାରଗ ବିଜେପି ସରକାରଙ୍କ ଗରୀବ ମାରଣ ନୀତିକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ସହ ବିଜେପି ପକ୍ଷରୁ କିଭଳୀ ଭାବରେ ଧନୀ ଲୋକ ମାନଙ୍କୁ ହଜାର ହଜାର କୋଟି ଟଙ୍କାର ଋଣ ଛାଡ଼ କରୀ ଗରୀବ ମାନଙ୍କ ଥାଳିରୁ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅତିରିକ୍ତ ଶୁଳ୍କ ଆଦାୟ କରି ଗାୟବ କରିଦେଉଛନ୍ତି ସଚେତନ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଆଗରୁ ଲଢ଼ିଛୁ ଇଂରେଜ ମାନଙ୍କ ସଙ୍ଗେ।
ଏବେ ଲଢ଼ୁଛୁ ଚୋରଙ୍କ ସଙ୍ଗେ।


Address

Delanga
Pipili
752016

Alerts

Be the first to know and let us send you an email when Pipili Delang Congress posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share