Puri District Admin

Call Directions Website Contact the organization

Puri District Admin Official Face Book Page of Puri District Administration, Odisha, India

04/10/2026

ସେବା ସଂକଳ୍ପ ଅଭିଯାନ ଅବସରରେ ପୁରୀ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର ସାର୍ବଜନୀନ ସେବା ଓ ବିଭିନ୍ନ ଉପଲବ୍ଧି ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଉଛି।

ଏହା ସହିତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସେବା ଓ ସୁବିଧା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇ ଯୋଜନାଗୁଡ଼ିକର ସୁଫଳ ପାଇବା ପାଇଁ ଜନସାଧାରଣଙ୍କୁ ପ୍ରେରିତ କରାଯାଉଛି।

#ସେବାସଂକଳ୍ପଅଭିଯାନ #ଜନସଚେତନତା

04/10/2026

ପରିବର୍ତ୍ତନ କାହାଣୀରେ ସୁମଙ୍ଗଳ ଯୋଜନାର ହିତାଧିକାରୀ।

ସରକାରୀ ଯୋଜନା ସମ୍ପର୍କରେ ସଚେତନତା ଆଣିଛି ନୂଆ ଆଶା, ଯୋଜନାର ସୁଯୋଗର ସଠିକ୍‌ ଉପଯୋଗ ଆଣିଛି ଜୀବନରେ ପରିବର୍ତ୍ତନ।

ସୁମଙ୍ଗଳ ଯୋଜନାର ସହାୟତାକୁ ଆଧାର କରି ନିଜ ଓ ପରିବାରର ଭବିଷ୍ୟତକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଗେଇ ଚାଲିଛନ୍ତି ହିତାଧିକାରୀ।

ସଚେତନତାରୁ ସୁଯୋଗ, ସୁଯୋଗରୁ ସଶକ୍ତିକରଣ—ଏମିତି ହିଁ ଗଢ଼ିଉଠେ ପରିବର୍ତ୍ତନର କାହାଣୀ।

03/10/2026

ଶିଶୁର ବିକାଶରେ ପିତାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ପୁରୀ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଆୟୋଜିତ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମରେ ପିତାମାନେ ଉତ୍ସାହର ସହ ଯୋଗଦେଇ ନିଜ ଅନୁଭୂତି ଓ ଖୁସି ବ୍ୟକ୍ତ କରିଛନ୍ତି। ଶିଶୁର ପୋଷଣ, ଯତ୍ନ ଓ ସାମଗ୍ରିକ ବିକାଶରେ ପିତାଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରୁଥିବା ଏହି ଅଭିନବ ପଦକ୍ଷେପ ପାଇଁ ସେମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେବା ସଂକଳ୍ପ ଅଭିଯାନ ଅଧୀନରେ ପୁରୀ ଜ଼ିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଉଛି।ବ...
02/10/2026

ସେବା ସଂକଳ୍ପ ଅଭିଯାନ ଅଧୀନରେ ପୁରୀ ଜ଼ିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଉଛି।

ବିଭିନ୍ନ ଜନହିତକର ଯୋଜନା ସହିତ ‘ସ୍ୱପ୍ନରେ ଭାରତ’ ବିଷୟବସ୍ତୁକୁ ନାଟକ ମାଧ୍ୟମରେ ପ୍ରଦର୍ଶନ କରାଯାଇ ଜନସାଧାରଣଙ୍କୁ ସଚେତନ ଓ ସଚେତନଶୀଳ କରାଯାଉଛି।

#ସେବାସଂକଳ୍ପଅଭିଯାନ #ଜନସଚେତନତା

02/10/2026

🌱 ଉଦ୍ୟାନ କୃଷିରେ ସଫଳତାର ନୂଆ ପରିଚୟ

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗୁଆଳିପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଛପଡ଼ା ଗ୍ରାମର ଅଭିମନ୍ୟୁ ବିଶ୍ୱାଳ ଉଦ୍ୟାନ କୃଷିକୁ ଆପଣାଇ ସୃଷ୍ଟି କରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ।

ପରିଶ୍ରମ, ନୂତନ ଚିନ୍ତାଧାରା ଓ ଆଧୁନିକ କୃଷି ପଦ୍ଧତିର ସମନ୍ୱୟରେ ସେ ଉଦ୍ୟାନ କୃଷି କ୍ଷେତ୍ରରେ ସଫଳତାର ଏକ ପ୍ରେରଣାଦାୟୀ ଉଦାହରଣ ପାଲଟିଛନ୍ତି।

ଚଳିତ ବର୍ଷର ପବିତ୍ର ହବିଷ୍ୟାଳୀ ବ୍ରତ (ରାଈଦାମୋଦର ବ୍ରତ) ପାଇଁ ଅନଲାଇନ୍ ପଞ୍ଜିକରଣ ୬ ଅକ୍ଟୋବର, ୨୦୨୬ ଠାରୁ ଆରମ୍ଭ ହେବ।ହବିଷ୍ୟାଳୀ ବ୍ରତଧାର...
02/10/2026

ଚଳିତ ବର୍ଷର ପବିତ୍ର ହବିଷ୍ୟାଳୀ ବ୍ରତ (ରାଈଦାମୋଦର ବ୍ରତ) ପାଇଁ ଅନଲାଇନ୍ ପଞ୍ଜିକରଣ ୬ ଅକ୍ଟୋବର, ୨୦୨୬ ଠାରୁ ଆରମ୍ଭ ହେବ।

ହବିଷ୍ୟାଳୀ ବ୍ରତଧାରୀଙ୍କ ସୁବିଧା ଓ ସୁବ୍ୟବସ୍ଥିତ ପଞ୍ଜିକରଣ ନିମନ୍ତେ (https://edistrict.odisha.gov.in) ପୋର୍ଟାଲ ମାଧ୍ୟମରେ ପଞ୍ଜିକରଣ କରାଯାଇପାରିବ।

ଏ ସମ୍ପର୍କିତ ସୂଚନା ଆଜି ପୁରୀ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି।

ମହାତ୍ମା ଗାନ୍ଧୀଜୀଙ୍କ ୧୫୭ତମ ଓ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ୧୨୨ତମ ଜୟନ୍ତୀ ଅବସରରେ ପୁରୀରେ ଦୁଇ ମହାପୁରୁଷଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯ...
02/10/2026

ମହାତ୍ମା ଗାନ୍ଧୀଜୀଙ୍କ ୧୫୭ତମ ଓ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ୧୨୨ତମ ଜୟନ୍ତୀ ଅବସରରେ ପୁରୀରେ ଦୁଇ ମହାପୁରୁଷଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।

ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ସଭାରେ ସେମାନଙ୍କ ଜୀବନ, ଆଦର୍ଶ ଓ ବିଚାରଧାରା ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

Child Labour Eradication Drive | PuriIn compliance with the directions of the Collector & DM, Puri, a routine inspection...
02/10/2026

Child Labour Eradication Drive | Puri

In compliance with the directions of the Collector & DM, Puri, a routine inspection, raid and rescue operation was conducted on 01.10.2026 at Gop Market to prevent and eradicate child labour.

The joint operation, conducted with the support of Police personnel and DCPU, Puri, covered around 10 establishments. During the drive, one child was rescued and produced before the CWC, Puri for appropriate care and rehabilitation.

The establishment owners were also sensitised about the legal provisions and the prohibition on engaging children and adolescents in labour.

ସତ୍ୟ, ଅହିଂସା ଓ ଶାନ୍ତିର ଆଲୋକବର୍ତ୍ତିକା, ଜାତିର ଜନକ ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜୟନ୍ତୀରେ କୋଟି କୋଟି ପ୍ରଣାମ।
02/10/2026

ସତ୍ୟ, ଅହିଂସା ଓ ଶାନ୍ତିର ଆଲୋକବର୍ତ୍ତିକା, ଜାତିର ଜନକ ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜୟନ୍ତୀରେ କୋଟି କୋଟି ପ୍ରଣାମ।

ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି।ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ସୁସ୍ଥତା ଓ ମାନସ...
01/10/2026

ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି।

ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ସୁସ୍ଥତା ଓ ମାନସିକ ପ୍ରସନ୍ନତାକୁ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟ ସେବା ଶିବିର, ଯୋଗ ଶିବିର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବରିଷ୍ଠ ନାଗରିକମାନଙ୍କ ଅଭିଜ୍ଞତା, ଅବଦାନ ଓ ଗରିମା ପ୍ରତି ସମ୍ମାନ ଜଣାଇବା ସହ ସେମାନଙ୍କ କଲ୍ୟାଣ ପାଇଁ ସମାଜର ସାମୂହିକ ପ୍ରତିବଦ୍ଧତାକୁ ଏହି ଦିବସ ଆହୁରି ସୁଦୃଢ଼ କରିଛି।

Address

Puri
752001

Alerts

Be the first to know and let us send you an email when Puri District Admin posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Puri District Admin:

Shortcuts

Share