06/05/2026
ଆଜି ରାୟଗଡ଼ା ବ୍ଲକର କାର୍ଲାଖନା ପଞ୍ଚାୟତ ଅନ୍ତର୍ଗତ ଅନଙ୍ଗୁର ଗ୍ରାମରେ “ଜୟ ସଦଗୁରୁ ୟୁଥ୍ ବଏସ୍” ଦ୍ୱାରା ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିନ ଅତ୍ୟନ୍ତ ଉତ୍ସାହ ଓ ଉତ୍ସବମୟ ପରିବେଶରେ ସମାପ୍ତ ହୋଇଥିଲା। ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ ଗ୍ରାମବାସୀମାନଙ୍କର ବ୍ୟାପକ ଭିଡ଼ ଦେଖାଯାଇଥିଲା, ଯାହା ଖେଳ ପ୍ରେମୀମାନଙ୍କର ଅପାର ଆଗ୍ରହକୁ ପ୍ରକାଶ କରିଥିଲା।
ଏହି ଗୌରବମୟ ଅବସରରେ Biju Janata Dal Rayagada ର ରାୟଗଡ଼ା ବିଧାୟକ ପ୍ରାର୍ଥୀନୀ ଶ୍ରୀମତୀ Anusaya Majhi ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ। ସେଥିସହ ବିଜେଡି ଜିଲ୍ଲା କାର୍ଯ୍ୟକାରି ସଭାପତି ଶ୍ରୀ #ପି_ଗୌରି_ଶଙ୍କର_ରାଓ, ଯୁବ ବିଜେଡିର ରାଜ୍ୟ ସମ୍ପାଦକ ଶ୍ରୀ ଯୁକ୍ତ Binayak P Polai, ଛାତ୍ର ବିଜେଡିର ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ Uday Kumar Himirika ଏବଂ ବିଜେଡି ରାୟଗଡ଼ା ବ୍ଲକ୍ ସଭାପତି ଶ୍ରୀ ଯୁକ୍ତ ପ୍ରତାପ ପେଦେଣ୍ଟୀ ମଧ୍ୟ ଉପସ୍ଥିତ ହୋଇ କ୍ରିଡ଼ାଳୁମାନଙ୍କୁ ଉତ୍ସାହିତ କରିଥିଲେ।
ଖେଳର ରୋମାଞ୍ଚକ ମୁହୂର୍ତ୍ତମାନେ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ଏବଂ ଦୁଇ ଦଳର ଖେଳାଳିମାନେ ନିଜ ନିଜ ପ୍ରତିଭା ଓ କୌଶଳର ଅଦ୍ଭୁତ ପ୍ରଦର୍ଶନ କରିଥିଲେ। ଅନ୍ତେ, ବିଜୟୀ ଦଳକୁ ପୁରସ୍କୃତ କରାଯାଇଥିଲା ଏବଂ ସମସ୍ତ ଖେଳାଳିଙ୍କୁ ତାଙ୍କର କ୍ରିଡ଼ାସ୍ପୃହା ପାଇଁ ସ୍ତୁତି କରାଯାଇଥିଲା।
ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ କ୍ରିଡ଼ା ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହିତ ସାମୁଦାୟିକ ଏକତା ଓ ଭାଇଚାରାର ମଜବୁତ ବାର୍ତ୍ତା ପ୍ରସାରିତ ହୋଇଥିଲା।