Raurkela Police

Raurkela Police Raurkela Police | Odisha Police
ରାଉରକେଲା ପୋଲିସ | ଓଡ଼ିଶା ପୋଲିସ

We Serve and Protect
ସେବା ଓ ସୁରକ୍ଷା
(1)

🚔 ପ୍ରସ୍ତୁତିମୂଳକ ଓ ଶାନ୍ତି କମିଟି ବୈଠକ | ଉଦିତନଗର ଥାନାଉଦିତନଗର ଥାନା ପକ୍ଷରୁ ଆଗାମୀ ଗଣେଶ ପୂଜା ୨୦୨୬ ଅବସରରେ ବିଭିନ୍ନ ଗଣେଶ ପୂଜା କମିଟ...
01/09/2026

🚔 ପ୍ରସ୍ତୁତିମୂଳକ ଓ ଶାନ୍ତି କମିଟି ବୈଠକ | ଉଦିତନଗର ଥାନା

ଉଦିତନଗର ଥାନା ପକ୍ଷରୁ ଆଗାମୀ ଗଣେଶ ପୂଜା ୨୦୨୬ ଅବସରରେ ବିଭିନ୍ନ ଗଣେଶ ପୂଜା କମିଟିର ପ୍ରତିନିଧିମାନଙ୍କ ସହ ଏକ ପ୍ରସ୍ତୁତିମୂଳକ ଓ ଶାନ୍ତି କମିଟି ବୈଠକ ଆୟୋଜନ କରାଯାଇଥିଲା।

ବୈଠକରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ପୂଜା ପାଳନ, ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ଜନସୁରକ୍ଷା, ଶୋଭାଯାତ୍ରା ମାର୍ଗ, ଧ୍ୱନି ନିୟନ୍ତ୍ରଣ, ଜରୁରୀକାଳୀନ ପ୍ରସ୍ତୁତି ଏବଂ ନିର୍ଦ୍ଧାରିତ ନିୟମାବଳୀ ପାଳନ ଉପରେ ଆଲୋଚନା କରାଯାଇଥିଲା।

ପୂଜା କମିଟିର ପ୍ରତିନିଧିମାନଙ୍କୁ ପୋଲିସକୁ ଆବଶ୍ୟକ ସହଯୋଗ ପ୍ରଦାନ କରିବା ସହ ଶୃଙ୍ଖଳା, ସାମ୍ପ୍ରଦାୟିକ ସଦ୍ଭାବ ଓ ପରସ୍ପର ସମ୍ମାନ ବଜାୟ ରଖି ପୂଜା ପାଳନ କରିବାକୁ ଆହ୍ୱାନ କରାଯାଇଥିଲା।

ସକ୍ରିୟ ପୋଲିସିଂ ଓ ଜନସାଧାରଣଙ୍କ ସହଭାଗିତା ମାଧ୍ୟମରେ ଗଣେଶ ପୂଜାକୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସୁଚାରୁ ଭାବେ ପାଳନ କରାଇବା ପାଇଁ ରାଉରକେଲା ପୋଲିସ ସର୍ବଦା ପ୍ରତିବଦ୍ଧ।

🚔 ଆମ ପୋଲିସ ସମିତି ବୈଠକ ଓ ସାଇବର ସଚେତନତା | ସେକ୍ଟର-୭ ଥାନାସେକ୍ଟର-୭ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଏବଂ ସାଇବର ସଚେତନତା କାର୍ଯ୍ୟକ...
01/09/2026

🚔 ଆମ ପୋଲିସ ସମିତି ବୈଠକ ଓ ସାଇବର ସଚେତନତା | ସେକ୍ଟର-୭ ଥାନା

ସେକ୍ଟର-୭ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଏବଂ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ବୈଠକରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଓ ସମନ୍ୱୟ ସୁଦୃଢ଼ କରିବା, ସ୍ଥାନୀୟ ସମସ୍ୟା ଓ ଜନସାଧାରଣଙ୍କ ଅଭିଯୋଗ ଉପରେ ଆଲୋଚନା କରିବା ସହ ଅପରାଧ ନିୟନ୍ତ୍ରଣ ଓ ଜନସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏଥିସହ ସାଇବର ସଚେତନତା କାର୍ଯ୍ୟକ୍ରମରେ ଅନଲାଇନ୍ ଠକେଇ, OTP/PIN ସୁରକ୍ଷା, ସନ୍ଦେହଜନକ ଲିଙ୍କ ଓ କଲ୍‌ରୁ ସତର୍କତା, ସୋସିଆଲ୍ ମିଡିଆର ସୁରକ୍ଷିତ ବ୍ୟବହାର ଏବଂ ସାଇବର ଅପରାଧ ଘଟିଲେ ତୁରନ୍ତ ଅଭିଯୋଗ କରିବା ସମ୍ପର୍କରେ ସଚେତନ କରାଯାଇଥିଲା।

ଜନସାଧାରଣଙ୍କ ସହଭାଗିତା ଓ ସହଯୋଗରେ ଏକ ସୁରକ୍ଷିତ, ସଚେତନ ଓ ଅପରାଧମୁକ୍ତ ସମାଜ ଗଠନ ପାଇଁ ରାଉରକେଲା ପୋଲିସ ସର୍ବଦା ପ୍ରତିବଦ୍ଧ।

🚔 ସାଇବର ସଚେତନତା ଓ ନଶାମୁକ୍ତ ଭାରତ ଅଭିଯାନ | ଗୁରୁଣ୍ଡିଆ ଥାନାଗୁରୁଣ୍ଡିଆ ଥାନା ଅଧୀନସ୍ଥ ସରକାରୀ SSD ଉଚ୍ଚ ମାଧ୍ୟମିକ ବିଜ୍ଞାନ ମହାବିଦ୍ୟା...
01/09/2026

🚔 ସାଇବର ସଚେତନତା ଓ ନଶାମୁକ୍ତ ଭାରତ ଅଭିଯାନ | ଗୁରୁଣ୍ଡିଆ ଥାନା

ଗୁରୁଣ୍ଡିଆ ଥାନା ଅଧୀନସ୍ଥ ସରକାରୀ SSD ଉଚ୍ଚ ମାଧ୍ୟମିକ ବିଜ୍ଞାନ ମହାବିଦ୍ୟାଳୟ, ଗୁରୁଣ୍ଡିଆ ଠାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଏବଂ ନଶାମୁକ୍ତ ଭାରତ ଅଭିଯାନ ଆୟୋଜନ କରାଯାଇଥିଲା।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସାଇବର ଠକେଇ, ଅନଲାଇନ୍ ସୁରକ୍ଷା, ସୋସିଆଲ୍ ମିଡିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏବଂ ସାଇବର ଅପରାଧ ଘଟିଲେ ତାହାର ରିପୋର୍ଟିଂ ପ୍ରକ୍ରିୟା ସମ୍ପର୍କରେ ସଚେତନ କରାଯାଇଥିଲା।

ଏଥିସହ ନିଶାଦ୍ରବ୍ୟ ଓ ମାଦକ ପଦାର୍ଥ ସେବନର କୁପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରାଯାଇ ଛାତ୍ରଛାତ୍ରୀମାନଙ୍କୁ ନିଶାଠାରୁ ଦୂରେଇ ରହିବା ସହ ସୁସ୍ଥ ଓ ଦାୟିତ୍ୱପୂର୍ଣ୍ଣ ଜୀବନଶୈଳୀ ଆପଣାଇବା ପାଇଁ ପ୍ରେରିତ କରାଯାଇଥିଲା।

ଯୁବପିଢ଼ିଙ୍କୁ ସଚେତନ ଓ ସଶକ୍ତ କରି ଏକ ସୁରକ୍ଷିତ, ସାଇବର ସଚେତନ ଏବଂ ନିଶାମୁକ୍ତ ସମାଜ ଗଠନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।

🚔 ସାଇବର ସଚେତନତା ଓ ନଶାମୁକ୍ତ ଭାରତ ଅଭିଯାନଜନତା ହାଇସ୍କୁଲ, ବାଙ୍କୀ ଏବଂ ସରକାରୀ ହାଇସ୍କୁଲ, କୁଚେଇତା ଠାରେ ଚାନ୍ଦିପୋଷ ପୋଲିସ ପକ୍ଷରୁ ସାଇ...
01/09/2026

🚔 ସାଇବର ସଚେତନତା ଓ ନଶାମୁକ୍ତ ଭାରତ ଅଭିଯାନ

ଜନତା ହାଇସ୍କୁଲ, ବାଙ୍କୀ ଏବଂ ସରକାରୀ ହାଇସ୍କୁଲ, କୁଚେଇତା ଠାରେ ଚାନ୍ଦିପୋଷ ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଏବଂ ନଶାମୁକ୍ତ ଭାରତ ଅଭିଯାନ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସାଇବର ଠକେଇ, ଅନଲାଇନ୍ ସୁରକ୍ଷା, ସୋସିଆଲ୍ ମିଡିଆର ସଚେତନ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏବଂ ସାଇବର ଅପରାଧ ଘଟିଲେ ତାହାର ରିପୋର୍ଟିଂ ସମ୍ପର୍କରେ ସଚେତନ କରାଯାଇଥିଲା।

ଏଥିସହ ନିଶାଦ୍ରବ୍ୟ ଓ ମାଦକ ପଦାର୍ଥ ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇ ଛାତ୍ରଛାତ୍ରୀମାନଙ୍କୁ ନିଶାଠାରୁ ଦୂରେଇ ରହିବା ଏବଂ ସୁସ୍ଥ ଓ ଦାୟିତ୍ୱପୂର୍ଣ୍ଣ ଜୀବନଶୈଳୀ ଆପଣାଇବା ପାଇଁ ପ୍ରେରିତ କରାଯାଇଥିଲା।

ସୁରକ୍ଷିତ, ସାଇବର ସଚେତନ ଓ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କୁ ସଚେତନ ଓ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।

🚔 ଆମ ପୋଲିସ ସମିତି ବୈଠକ | ଚାନ୍ଦିପୋଷ ଥାନାଚାନ୍ଦିପୋଷ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଆୟୋଜିତ ହୋଇଥିଲା। ପୋଲିସ ଓ ଜନସାଧାରଣଙ୍କ ମଧ୍ୟ...
01/09/2026

🚔 ଆମ ପୋଲିସ ସମିତି ବୈଠକ | ଚାନ୍ଦିପୋଷ ଥାନା

ଚାନ୍ଦିପୋଷ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଆୟୋଜିତ ହୋଇଥିଲା। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସୁଦୃଢ଼ କରିବା ସହ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବାରେ ସମୁଦାୟର ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ଜନସୁରକ୍ଷା, ଅପରାଧ ନିୟନ୍ତ୍ରଣ ଓ ନିରାକରଣ, ନିଶାଦ୍ରବ୍ୟର କୁପ୍ରଭାବ, ମହିଳା ଓ ଶିଶୁ ସୁରକ୍ଷା, ଟ୍ରାଫିକ ସଚେତନତା ଏବଂ ସ୍ଥାନୀୟ ସମସ୍ୟା ସମାଧାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଜନସାଧାରଣଙ୍କୁ ନିଜ ସମସ୍ୟା ଓ ଅଭିଯୋଗ ପୋଲିସ ନିକଟରେ ଉପସ୍ଥାପନ କରିବା ସହ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଅପରାଧମୁକ୍ତ ସମାଜ ଗଠନରେ ପୋଲିସକୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା।

ରାଉରକେଲା ପୋଲିସ ଜନସାଧାରଣଙ୍କ ସହ ସମନ୍ୱୟ ଓ ସହଭାଗିତା ମାଧ୍ୟମରେ ଜନକୈନ୍ଦ୍ରିକ ଓ ସମ୍ବେଦନଶୀଳ ପୋଲିସିଂକୁ ସୁଦୃଢ଼ କରିବା ପାଇଁ ସର୍ବଦା ପ୍ରତିବଦ୍ଧ।

ରାଉରକେଲା ପୋଲିସ ଶ୍ରୀ ସେଫିନ୍ ଅହମ୍ମଦ, IPS, IGP, CID-CBଙ୍କ ଅକାଳ ବିୟୋଗରେ ଗଭୀର ଶୋକ ଓ ହାର୍ଦ୍ଦିକ ସମବେଦନା ଜ୍ଞାପନ କରୁଛି।ତାଙ୍କର ନିଷ...
31/08/2026

ରାଉରକେଲା ପୋଲିସ ଶ୍ରୀ ସେଫିନ୍ ଅହମ୍ମଦ, IPS, IGP, CID-CBଙ୍କ ଅକାଳ ବିୟୋଗରେ ଗଭୀର ଶୋକ ଓ ହାର୍ଦ୍ଦିକ ସମବେଦନା ଜ୍ଞାପନ କରୁଛି।

ତାଙ୍କର ନିଷ୍ଠାପୂର୍ଣ୍ଣ ସେବା, ବୃତ୍ତିଗତ ଦକ୍ଷତା ଏବଂ ପୋଲିସିଂ କ୍ଷେତ୍ରରେ ଅମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଏହି ଅତ୍ୟନ୍ତ ଦୁଃଖଦ ସମୟରେ ଆମର ଚିନ୍ତା ଓ ପ୍ରାର୍ଥନା ତାଙ୍କ ଶୋକସନ୍ତପ୍ତ ପରିବାର, ବନ୍ଧୁବର୍ଗ ଏବଂ ସହକର୍ମୀମାନଙ୍କ ସହ ରହିଛି।

ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରୁଛୁ।
ଓଁ ଶାନ୍ତି।

CONDOLENCE.

Raurkela Police expresses its profound grief and heartfelt condolences on the untimely demise of Shri Shefeen Ahmed, IPS, IGP, CID-CB.

His dedicated service, professionalism and invaluable contributions to policing will always be remembered. Our thoughts and prayers are with his bereaved family, friends and colleagues during this hour of immense grief.
May the departed soul REST IN PEACE.

💐 ବିଦାୟ ସମ୍ବର୍ଦ୍ଧନା 💐ଆଜି, ୩୧.୦୮.୨୦୨୬ ତାରିଖରେ ଡିପିଓ, ରାଉରକେଲା ପରିସରରେ ଦୁଇଜଣ ପୋଲିସ କର୍ମଚାରୀଙ୍କ ଅବସର ଗ୍ରହଣ ଅବସରରେ ଏକ ବିଦାୟ ...
31/08/2026

💐 ବିଦାୟ ସମ୍ବର୍ଦ୍ଧନା 💐

ଆଜି, ୩୧.୦୮.୨୦୨୬ ତାରିଖରେ ଡିପିଓ, ରାଉରକେଲା ପରିସରରେ ଦୁଇଜଣ ପୋଲିସ କର୍ମଚାରୀଙ୍କ ଅବସର ଗ୍ରହଣ ଅବସରରେ ଏକ ବିଦାୟ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ବିଭାଗ ପ୍ରତି ସେମାନଙ୍କର ଦୀର୍ଘବର୍ଷର ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ସମର୍ପିତ ସେବା ପାଇଁ ରାଉରକେଲା ପୋଲିସ ପକ୍ଷରୁ ସେମାନଙ୍କୁ ହୃଦୟରୁ କୃତଜ୍ଞତା ଓ ସମ୍ମାନ ଜଣାଉଛୁ।

ସେମାନଙ୍କ ଅବସରପରବର୍ତ୍ତୀ ଜୀବନ ସୁଖମୟ, ସୁସ୍ଥ, ଶାନ୍ତିପୂର୍ଣ୍ଣ ଓ ପରିପୂର୍ଣ୍ଣ ହେଉ—ଏହା ଆମର ଅନ୍ତରରୁ ଶୁଭକାମନା। 🌸

ଦୀର୍ଘବର୍ଷର ସମର୍ପିତ ସେବା ପାଇଁ ଧନ୍ୟବାଦ। ଅବସର ଜୀବନ ପାଇଁ ଅନେକ ଅନେକ ଶୁଭେଚ୍ଛା। 💐

👮‍♂️ ଆମ ପୋଲିସ ସମିତି ବୈଠକ 👮‍♀️ଲହୁଣୀପଡ଼ା ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୋଲିସ ଓ ସ୍ଥାନୀୟ ଜନସାଧାର...
31/08/2026

👮‍♂️ ଆମ ପୋଲିସ ସମିତି ବୈଠକ 👮‍♀️

ଲହୁଣୀପଡ଼ା ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୋଲିସ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ, ଆଇନଶୃଙ୍ଖଳା ଏବଂ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଜନସାଧାରଣଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଏକ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ ପାଇଁ ରାଉରକେଲା ପୋଲିସ ସଦା ପ୍ରତିବଦ୍ଧ।

🕉️ ଗଣେଶ ପୂଜା ୨୦୨୬ – ଶାନ୍ତି କମିଟି ବୈଠକ 🕉️ଆଗାମୀ ଗଣେଶ ପୂଜା ପର୍ବ ୨୦୨୬କୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ପାଳନ କରିବ...
31/08/2026

🕉️ ଗଣେଶ ପୂଜା ୨୦୨୬ – ଶାନ୍ତି କମିଟି ବୈଠକ 🕉️

ଆଗାମୀ ଗଣେଶ ପୂଜା ପର୍ବ ୨୦୨୬କୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଆଇନ ଶୃଙ୍ଖଳା, ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, ଶୋଭାଯାତ୍ରାର ମାର୍ଗ ଏବଂ ପୂଜା କମିଟି ଓ ସ୍ଥାନୀୟ ଅଂଶୀଦାରମାନଙ୍କ ସହ ସମନ୍ୱୟ ଉପରେ ଆଲୋଚନା କରାଯାଇଥିଲା।

ପର୍ବ ସମୟରେ ଶାନ୍ତି, ସୌହାର୍ଦ୍ଦ୍ୟ ଓ ସାଧାରଣ ଜନସୁରକ୍ଷା ବଜାୟ ରଖିବା ପାଇଁ ସମସ୍ତଙ୍କୁ ପୋଲିସକୁ ସହଯୋଗ କରିବା ସହ ନିର୍ଦ୍ଧାରିତ ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଥିଲା।

ଆସନ୍ତୁ, ଭକ୍ତି, ଶାନ୍ତି ଓ ସୌହାର୍ଦ୍ଦ୍ୟର ସହ ଗଣେଶ ପୂଜା ପାଳନ କରିବା। 🙏

🤝👮‍♂️ ସୁରକ୍ଷିତ ସମାଜ ପାଇଁ ସାମୁହିକ ପ୍ରୟାସମହୁଲପଦା ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଏବଂ ନିଶାମୁକ୍ତ ଅଭିଯାନ ବୈଠକ ଆୟୋଜିତ ହୋଇଥିଲା।...
31/08/2026

🤝👮‍♂️ ସୁରକ୍ଷିତ ସମାଜ ପାଇଁ ସାମୁହିକ ପ୍ରୟାସ

ମହୁଲପଦା ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଏବଂ ନିଶାମୁକ୍ତ ଅଭିଯାନ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ପୋଲିସ-ଜନସାଧାରଣ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା, ସ୍ଥାନୀୟ ସମସ୍ୟା ଉପରେ ଆଲୋଚନା କରିବା ଏବଂ ନିଶା ସେବନର କୁପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ପଦକ୍ଷେପ ମାଧ୍ୟମରେ ଜନସାଧାରଣଙ୍କ ସକ୍ରିୟ ସହଭାଗିତାକୁ ପ୍ରୋତ୍ସାହିତ କରିବା ସହ ଏକ ନିଶାମୁକ୍ତ, ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ ପାଇଁ ସାମୁହିକ ପ୍ରୟାସକୁ ସୁଦୃଢ଼ କରାଯାଇଛି।

Address

Rourkela Smart City Limited,
Rourkela
769012

Website

Alerts

Be the first to know and let us send you an email when Raurkela Police posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share