23/03/2020
ଆଜି ତା 24.03.2020 ସକାଳ 7 ଟା ଠାରୁ ଆସନ୍ତା 29.03.2020 ରାତି 9 ଟା ପର୍ୟ୍ୟନ୍ତ ସରକାର ଓ ବାଲେଶ୍ଵର ଜିଲ୍ଲାପାଳ, ସମ୍ପୂର୍ଣ୍ଣ ଜିଲ୍ଲା କୁ Lock Down ଘୋଷଣା କରିଛନ୍ତିl ତେଣୁ ଏହି ସମୟ ମଧ୍ୟରେ ସୋର Municipality ରେ
1. କୌଣସି ପ୍ରକାର ଯାନ ବାହାନ ଚଳାଚଳ କରି ପାରିବ ନାହିଁl କେବଳ hospital ରୁ ଓ ଷ୍ଟେସନ ରୁ ଗାଡି ଚଳାଚଳ କରିବl
2. ସମସ୍ତ ଲୋକଙ୍କୁ ନିଜ ଘରେ ରହିବାକୁ ଆଦେଶ ଦିଆ ଯାଉଛିl ବିନା କାରଣ ରେ ବାହାରେ ବୁଲିବା, ଏକତ୍ରୀତ ହୋଇ ଆବଶ୍ୟକ ଦୂରତା ନ ରଖି ଗୁଲି ଖଟି କରିବା ବା ଭିଡ଼ ସ୍ରୁଷ୍ଟି କରିବାକୁ ସରକାରଙ୍କ ନିୟମ ଉଲ୍ଲଂଘନ ବୋଲି ଧରାଯିବl
3. ଦେଶ ଓ ରାଜ୍ୟ ବାହାର ରୁ ଆସିଥିବା ସମସ୍ତ ବ୍ୟକ୍ତି ହୋମ୍ Quarantine ବା ଘରେ ସଙ୍ଗରୋଧ ଅର୍ଥାତ୍ ଗୋଟେ ଘର ଭିତରେ ଆବଦ୍ଧ ରହି ବାକୁ ଚେତାବନୀ ଦିଅ ଯାଉଛିl ଯଦି କେହି ବାହାରେ ଅନାବଶ୍ୟକ କାରଣ ରେ ବାହାରେ ବୁଲୁଥିବା ବା ଅନ୍ୟ ମାନଙ୍କ ସହ ମିଳାମିଶା କରୁଥିବା ଲକ୍ଷ୍ୟ କରା ଗଲା ତେବେ ତାଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବl
4. ସହର ର ସମସ୍ତ ପ୍ରକାର ଦୋକାନ, ଗ୍ୟାରେଜ୍, Godown ସମ୍ପୂର୍ଣ୍ଣ ବନ୍ଦ ରହିବା ର ଆଦେଶ ଦିଆଗଲାl ମାତ୍ର ଅତ୍ୟାବଶ୍ୟକ ଦ୍ରବ୍ୟ ଯଥା ଔଷଧ, ପନିପରିବା, Grocery, ମାଛ, ମାଂସ ଓ ଖିର ଦୋକାନ ଖୋଲା ରହିବl ଏହି ଗୁଡ଼ିକ ଛଡା ଅନ୍ୟ କୌଣସି ଦୋକାନ ଦିନର କୌଣସି ସମୟ ମଧ୍ୟରେ ପୁରା/ଅଧା ଖୋଲିବା ଓ ସେଥିଯୋଗୁ ଲୋକ ଏକତ୍ରୀତ ହେବା ସମ୍ପୁର୍ଣ୍ଣ ନିଷେଧl
5. ସରକାର ଙ୍କ ଆଗାମୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ୱାର୍ଡ ନଂ 10 ରୁ ୱାର୍ଡ ନଂ 19 ପର୍ୟ୍ୟନ୍ତ ଭତ୍ତା ବଣ୍ଟନ କୁ ସ୍ଥଗିତ ରଖା ଗଲା
Lock Down ଆଦେଶ ଲୋକୋ ଙ୍କ ବୃହତ୍ତର ସ୍ଵାର୍ଥ କୁ ଆଖି ଆଗରେ ରଖି ସରକାର ନେଇଛନ୍ତି l ଯଦି କେହି ବ୍ୟକ୍ତି ଏହିସବୁ ଆଦେଶ କୁ ନ ମାନନ୍ତି ତାଙ୍କ ବିରୁଦ୍ଧ ରେ IPC sec 188 ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ l
Executive Officer
ସୋର Municipality