20/05/2026
ତା 18.5.2026 ସନ୍ଧ୍ୟା RMC confarence hall ଠାରେ ଓଡିଶା ଟପ୍ପର ଜୁନାଗଡ଼ର ଝିଅ ଆଦ୍ୟାସା ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଜୁନାଗଡ଼ର କୃତୀ ଛାତ୍ରୀ ଆଦ୍ୟାସା ସାହୁ ସିବିଏସଇ +୨ କଳା ବିଭାଗ ପରୀକ୍ଷାରେ ଓଡିଶାରେ ପ୍ରଥମ ସ୍ଥାନ ଏବଂ ସର୍ବ ଭାରତୀୟ ଜାତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ଅଞ୍ଚଳ ପାଇଁ ଗୌରବ ଆଣିଥିବାରୁ ଜୁନାଗଡ଼ ସାମ୍ବାଦିକ ସଂଘ, ଓକିଲ ସଂଘ, ଗଣପତି ନାଏକ ମେମୋରିଆଲ ଟ୍ରଷ୍ଟ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଏବଂ କର୍ତ୍ତବ୍ୟ ଅନୁଷ୍ଠାନ ତରଫରୁ ମିଳିତ ଆୟୋଜନରେ ଜୁନାଗଡ଼ ଆର୍.ଏମ୍.ସି ସଭାଗୃହରେ ଏକ ସମ୍ବର୍ଦ୍ଧନା ସଭା କରି ସମ୍ଭାର୍ଦ୍ଧିତ କରା ଯାଇଥିଲା, ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ NAC chairman ଶ୍ରୀମତୀ ହିମାଦ୍ରୀ ନାଏକ ଏବଂ ଓ ମୁଖ୍ୟବକ୍ତା ଭାବେ BEO ଶ୍ରୀ ତପନ କୁମାର ମାଝି ଯୋଗଦାନ କରିଥିଲେ 💐💐💐💐